କିଏ ଈଶ୍ବରଙ୍କୁ ସୃଷ୍ଟି କଲେ? ଈଶ୍ବର କେଉଁଠାରୁ ଆସିଲେ?



ପ୍ରଶ୍ନ: କିଏ ଈଶ୍ବରଙ୍କୁ ସୃଷ୍ଟି କଲେ? ଈଶ୍ବର କେଉଁଠାରୁ ଆସିଲେ?

ଉତ୍ତର:
ନାସ୍ତିକ ଓ ସଂଶୟବାଦୀମାନଙ୍କଠାରୁ ଏକ ସାଧାରଣ ଯୁକ୍ତି ହେଉଛି ଯଦି ସମସ୍ତ ବିଷୟ ଏକ କାରଣର ଆବଶ୍ୟକ କରେ, ସେଇଥିଯୋଗୁଁ ଈଶ୍ବର ମଧ୍ୟ ଏକ କାରଣର ଆବଶ୍ୟକ କରନ୍ତି | ସିଦ୍ଧାନ୍ତଟି ହେଉଛି ଯଦି ଈଶ୍ବର ଏକ କାରଣର ଆବଶ୍ୟକ କଲେ, ତେବେ ଈଶ୍ବର ଆଉ ଈଶ୍ବର ନୁହନ୍ତି (ଏବଂ ଯଦି ଈଶ୍ବର ଈଶ୍ବର ନୁହନ୍ତି, ତେବେ ବାସ୍ତବରେ ଈଶ୍ବର ବୋଲି ସେମିତି କେହି ନାହାନ୍ତି) | ଏହା "ଈଶ୍ବରକୁ କିଏ ସୃଷ୍ଟି କଲା?" ମୌଳିକ ପ୍ରଶ୍ନର ଏକ ଅଳ୍ପ ଜଟିଳ ଆକାରର ଏକ ପ୍ରଶ୍ନ | ପ୍ରତ୍ୟେକ ବ୍ୟକ୍ତି ଜାଣନ୍ତି ଯେ, ଶୂନ୍ୟରୁ କୌଣସି ବିଷୟ ହୁଏନାହିଁ | ତେଣୁ, ଯଦି ଈଶ୍ବର ଏକ "କିଛି ବିଷୟ", ତେବେ ତାଙ୍କର (ବା ତାଙ୍କ ସୃଷ୍ଟିର) କିଛି କାରଣ ଥିବ, ନୁହେଁ କି?

ପ୍ରଶ୍ନଟି ଏକ ପ୍ରତାରଣାପୂର୍ଣ୍ଣ ଏବଂ ଧୂର୍ତ୍ତ ଯାହା ଈଶ୍ବର କୌଣସି ସ୍ଥାନରୁ ଆସିଛନ୍ତି ବୋଲି ଏକ ଭ୍ରାନ୍ତ ଧାରଣା ପ୍ରଦାନ କରେ ଏବଂ ତା'ପରେ ପଚାରେ ଯେ, ସେହି ସ୍ଥାନଟି କେଉଁଠି | ଏହାର ଉତ୍ତର ହେଉଛି ଯେ ପ୍ରଶ୍ନଟିର କିଛି ଅର୍ଥ ହିଁ ନାହିଁ | ଏହା "ନୀଳ ଆଘ୍ରାଣ କ'ଣ କରେ" ବୋଲି ପଚାରିବା ସଙ୍ଗେ ସମାନ | ଆଘ୍ରାଣର ଯେଉଁ ପ୍ରକାରର ବିଷୟ ଅଛି ନୀଳର ସେପରି ନାହିଁ, ତେଣୁ ପ୍ରଶ୍ନଟି ହିଁ ତ୍ରୁଟିପୂର୍ଣ୍ଣ | ଠିକ୍ ସେହି ଭାବରେ, ଈଶ୍ବର ମଧ୍ୟ ଏପରି ଏକ ପ୍ରକାରର ବିଷୟରେ ଯାଆନ୍ତି ନାହିଁ ଯାହା ସୃଷ୍ଟ ବା ଏହାର ଏକ କାରଣ ଅଛି | ଈଶ୍ବର ଅକାରଣ ଏବଂ ଅସୃଷ୍ଟ - ସେ କେବଳ ଅଛନ୍ତି |

ଆମେ ଏହାକୁ କିପରି ଜାଣୁ? ଆମେ ଜାଣୁ ଯେ, ଶୂନ୍ୟରୁ ଶୂନ୍ୟ ଆସିଥାଏ | ତେଣୁ, ଯଦି ଏପରି ଏକ ସମୟ ଥିଲା ଯେତେବେଳେ କି ସମ୍ପୂର୍ଣ୍ଣରୂପେ କୌଣସି ବିଷୟର ସ୍ଥିତି ନ ଥିଲା, ତେବେ କୌଣସି ବିଷୟର ସ୍ଥିତି ଆସି ନ ଥାନ୍ତା | କିନ୍ତୁ ବିଷୟଗୁଡିକର ସ୍ଥିତି ଅଛି | ଅତଏବ, ଯେହେତୁ ସମ୍ପୂର୍ଣ୍ଣ କିଛି ନ ଥିବାର କେବେ ହୋଇନାହିଁ, କିଛି ବିଷୟ ସର୍ବଦା ରହିବାକୁ ଥିଲା | ସେହି ସର୍ବଦା-ରହିଥିବା ବିଷୟ (ବା ବ୍ୟକ୍ତି)କୁ ହିଁ ଆମେ ଈଶ୍ବର ବୋଲି କହୁ | ଈଶ୍ବର ଅକାରଣର ସତ୍ତା ଯିଏ ପ୍ରତ୍ୟେକ ବିଷୟର ସତ୍ତାକୁ ଆଣିଥିଲେ | ଈଶ୍ବର ସୃଷ୍ଟିହୀନ ସୃଷ୍ଟିକର୍ତ୍ତା ଅଟନ୍ତି ଯିଏ ବିଶ୍ବବ୍ରହ୍ମାଣ୍ଡ ଓ ଏଥିରେ ଥିବା ପ୍ରତ୍ୟେକ ବିଷୟକୁ ସୃଷ୍ଟି କଲେ |



ଓଡିଆ ହୋମ୍ ପେଜକୁ ପ୍ରତ୍ୟାବର୍ତ୍ତନ କରନ୍ତୁ



କିଏ ଈଶ୍ବରଙ୍କୁ ସୃଷ୍ଟି କଲେ? ଈଶ୍ବର କେଉଁଠାରୁ ଆସିଲେ?