settings icon
share icon
ପ୍ରଶ୍ନ

କ୍ଷମା ପାଇଛନ୍ତି କି? ମୁଁ କିପରି ଇଶ୍ଵରଙ୍କ ଠାରୁ ପାପ କ୍ଷମା ପାଇବି?

ଉତ୍ତର


ପ୍ରେରିତ ୧୩:୩୮ ଘୋଷଣା କରେ ଯେ, “ଅତଏବ, ହେ ଭାଇମାନେ, ଆପଣମାନେ ଏହା ଅବଗତ ହେଅନ୍ତୁ, ଏହି ବ୍ୟକ୍ତିଙ୍କ ଦ୍ଵାରା ଆପଣମାନଙ୍କ ନିକଟରେ ପାପମୋଚନ ପ୍ରଚାର କରାଯାଉଅଛି” |

କ୍ଷମା କଅଣ ଏବଂ ମୋତେ ଏହା କାହିଁକି ଆବଶ୍ୟକ?

କ୍ଷମାର ଅର୍ଥ ହେଉଛି ସ୍ଲେଟକୁ ସମ୍ପୁର୍ଣ୍ଣ ଭାବେ ପୋଛି ସଫା କରିଦେବା, କ୍ଷମା କରିବା, ଋଣ ଛାଡ଼ କରିବା | ଯେତେବେଳେ ଆମେ ଅନ୍ୟ ବିରୁଦ୍ଧରେ ଭୁଲ୍ କରି ଥାଉ, ସେମାନଙ୍କ ସହିତ ପୁନଃ ସମ୍ପର୍କ ସ୍ଥାପିତ କରିବାକୁ ଆମେ ତାଙ୍କଠୁ କ୍ଷମା ଲୋଡ଼ିଥାଉ | କାରଣ ଜଣେ ବ୍ୟକ୍ତି କ୍ଷମା ପାଇବାକୁ ଯୋଗ୍ୟ ସେଥିପାଇଁ କ୍ଷମା ଦିଆଯାଇ ନାହିଁ | କେହି ବି କ୍ଷମା ପାଇବାକୁ ଯୋଗ୍ୟ ନୁହଁନ୍ତି | କ୍ଷମା ଏକ ପ୍ରେମ, ଦୟା ଓ ଅନୁଗ୍ରହର କାର୍ଯ୍ୟ | ଅନ୍ୟ ମାନେ ଆମ ବିରୁଦ୍ଧରେ ଯାହା ମଧ୍ୟ କରି ଥାନ୍ତୁ ସେମାନଙ୍କ ବିରୁଦ୍ଧରେ କୌଣସି ବିଷୟ ମାନେ ନ ରଖିବା ପାଇଁ କ୍ଷମା ହେଉଛି ଏକ ନିଷ୍ପତି ।

ବାଇବଲ କୁହେ ଯେ, ଆମ ସମସ୍ତଙ୍କୁ ଇଶ୍ଵରଙ୍କ କ୍ଷମା ଆବଶ୍ୟକ ଅଟେ | ଆମେ ସମସ୍ତେ ପାପ କରିଅଛୁ | ଉପଦେଶକ ୭:୨୦ କହେ, “ପାପ ନ କରି ସତ୍କର୍ମ କରେ, ଏହିପରି ଜଣେ ଧାର୍ମିକ ନିଶ୍ଚୟ ପୃଥିବୀରେ ନାହିଁ” | ୧ ଯୋହନ ୧:୮, “ଆମ୍ଭମାନଙ୍କର ପାପ ନାହିଁ, ଏହା ଯଦି କହୁ, ତାହାହେଲେ ଆପଣା ଆପଣାକୁ ପ୍ରବଞ୍ଚନା କରୁ, ପୁଣି ଆମ୍ଭମାନଙ୍କଠାରେ ସତ୍ୟତା ନାହିଁ” | ସମସ୍ତ ପାପ ଇଶ୍ଵରଙ୍କ ବିରୁଦ୍ଧରେ ବିଦ୍ରୋହର କାର୍ଯ୍ୟ ଅଟେ (ଗୀତସଂହିତା ୫୧:୪) | ଫଳତଃ, ଆମେ ନିହାତି, ପରମେଶ୍ଵରଙ୍କ କ୍ଷମା ଆବଶ୍ୟକ କରୁ | ଯଦି ଆମ୍ଭମାନଙ୍କ ପାପ କ୍ଷମା କରାଯାଇ ନାହିଁ, ତେବେ ଆମ ପାପର ପରିଣାମ ସ୍ଵରୂପେ ଆମେ ଅନନ୍ତକାଳ ଦୁଃଖଭୋଗ କରିବା (ମାଥିଉ ୨୫:୪୬; ଯୋହନ ୩:୩୬) |

କ୍ଷମା- ମୁଁ ଏହା କିପରି ପାଇବି?

କୃତଜ୍ଞ ଭାବରେ, ଇଶ୍ଵର ପ୍ରେମିକ ଓ ଦୟାଳୁ-ସେ ଆମ ପାପ କ୍ଷମା କରିବାକୁ ଆଗ୍ରହୀ ଅଟନ୍ତି! ୨ ପିତର ୩:୯ ଆମକୁ କହେ ଯେ, “...କିନ୍ତୁ ଯେପରି କେହି ବିନଷ୍ଟ ନ ହୁଅନ୍ତି, ବରଂ ସମସ୍ତେ ମନ ପରିବର୍ତ୍ତନ କରନ୍ତି, ଏହା ଇଚ୍ଛା କରି, ସେ ତୁମ୍ଭମାନଙ୍କ ପ୍ରତି ଦୀର୍ଘସହିଷ୍ଣୁ ଅଟନ୍ତି” | ଇଶ୍ଵର ଆମକୁ କ୍ଷମା କରିବାକୁ ଇଚ୍ଛା କରନ୍ତି, ତେଣୁ କ୍ଷମା ପ୍ରାପ୍ତି ପାଇଁ ସେ ଆମ୍ଭମାନଙ୍କ ନିମନ୍ତେ ବ୍ୟବସ୍ଥା କଲେ |

ଆମ ପାପର ନ୍ୟାୟଯୁକ୍ତ ଦଣ୍ଡ ହେଉଛି ମୃତ୍ୟୁ | ରୋମୀୟ ୬:୨୩ର ପ୍ରଥମ ଭାଗ ଘୋଷଣା କରେ ଯେ, “କାରଣ ପାପର ବେତନ ମୃତ୍ୟୁ” | ଆମ ପାପ ହେତୁ ଆମେ ଅନନ୍ତକାଳୀନ ମୃତ୍ୟୁ ଅର୍ଜନ କରିଅଛୁ | ଇଶ୍ଵର , ତାହାଙ୍କ ସିଦ୍ଧ ଯୋଜନା ଅନୁସାରେ ମାନବ ରୁପେ ନେଲେ – ଯୀଶୁ ଖ୍ରୀଷ୍ଟ (ଯୋହନ ୧:୧,୧୪) | ଯେଉଁ ଦଣ୍ଡ ଆମେ ପାଇବାକୁ ଯୋଗ୍ୟ ଥିଲୁ ତାହା ନିଜ ଉପରେ ନେଇ ଯୀଶୁ କ୍ରୁଶରେ – ମୃତ୍ୟୁ | ୨ କରିନ୍ଥୀୟ ୫:୨୧ ଶିକ୍ଷା ଦିଏ ଯେ, “ଯାହାଙ୍କ ଠାରେ ପାପର ଲେଶ ମାତ୍ର ନ ଥିଲା, ତାହାଙ୍କୁ ସେ ଆମ୍ଭମାନଙ୍କ ନିମନ୍ତେ ପାପ ସ୍ଵରୁପ କଲେ, ଯେପରି ଆମ୍ଭେମାନେ ତାହାଙ୍କ ଦ୍ଵାରା ଇଶ୍ଵରଙ୍କର ଧାର୍ମିକତା ସ୍ଵରୁପ ହେଉ” | ଆମେ ଯେଉଁ ଦଣ୍ଡ ପାଇବାକୁ ଯୋଗ୍ୟ ଥିଲୁ, ଯୀଶୁ ସେହି ଦଣ୍ଡ ନିଜ ଉପରେ ନେଇ କୃଶରେ ମୃତ୍ୟୁବରଣ କଲେ! ଇଶ୍ଵର ହୋଇଥିବାରୁ ଯୀଶୁଙ୍କ ମୃତ୍ୟୁ ସାରା ଜଗତ ନିମନ୍ତେ ପାପ କ୍ଷମା ପ୍ରଦାନ କରେ | ୧ ଯୋହନ ୨:୨ କହେ, “ଆଉ, ସେ ଆମ୍ଭାମନଙ୍କ ପାପ ନିମନ୍ତେ, କେବଳ ଆମ୍ଭମାନଙ୍କ ପାପ ନିମନ୍ତେ ନୁହେଁ, ମାତ୍ର ସମସ୍ତ ଜଗତର ପାପ ନିମନ୍ତେ ମଧ୍ୟ ପ୍ରାୟଶ୍ଚିତ ସ୍ଵରୁପ ଅଟନ୍ତି” | ମୃତ୍ୟୁ ଓ ପାପ ଉପରେ ବିଜୟ ଘୋଷଣା କରି ଯୀଶୁ ମୃତ୍ୟୁରୁ ଜୀବିତ ହେଲେ (୧ କରିନ୍ଥୀୟ ୧୫:୧-୨୮) | ଇଶ୍ଵରଙ୍କ ପ୍ରଶଂସା ହେଉ, ଯୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁ ଓ ପୁନରୁଥାନ୍ ଦ୍ଵାରା, ରୋମୀୟ ୬:୨୩ ର ଦ୍ଵିତୀୟ ଭାଗ ସତ୍ୟ ଅଟେ, “କିନ୍ତୁ ଇଶ୍ଵର ଙ୍କ ଅନୁଗ୍ରହ ଦାନ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସହଭାଗିତାରେ ଅନନ୍ତଜୀବନ ଅଟେ” |

ତୁମ୍ଭେ କଅଣ ପାପ କ୍ଷମା ପାଇବାକୁ ଚାହୁଁଛ କି? ଆପଣଙ୍କ ଏପରି କିଛି ଦୋଷ ଭାବ ଅବା ଅପରାଧ ଅଛି କି ଯାହା ଆପଣ ଭୁଲି ପାରୁନାହଁ? ଯଦି ଯୀଶୁ ଖ୍ରୀଷ୍ଟଙ୍କୁ ଆପଣା ଉଦ୍ଧାରକର୍ତ୍ତା ରୂପେ ବିଶ୍ଵାସ କର, ତେବେ ଆପଣଙ୍କ ପାପ ନିମନ୍ତେ କ୍ଷମା ଉପଲବଧ ଅଛି | ଏଫିସୀୟ ୧:୭ କହେ, “ତାହାଙ୍କ ଅନୁଗ୍ରହରୂପ ନିଧି ଅନୁସାରେ ଆମ୍ଭେମାନେ ସେହି ପ୍ରିୟତମଙ୍କଠାରେ ତାହାଙ୍କ ରକ୍ତ ଦ୍ଵାରା ମୁକ୍ତି, ଅର୍ଥାତ୍ ଅପରାଧ ସବୁର କ୍ଷମା ପ୍ରାପ୍ତ ହୋଇଅଛୁ” | ଯୀଶୁ ଆମ ଋଣ ପେୟ କଲେ, ଯେପରି ଆମେ କ୍ଷମାପ୍ରାପ୍ତ ହେବୁ | ଆପଣଙ୍କୁ କେବଳ ଯୀଶୁଙ୍କ ଦ୍ଵାରା ଇଶ୍ଵରଙ୍କଠାରୁ ପାପକ୍ଷମା ମାଗିବାକୁ ପଡ଼ିବ, ଏହା ବିଶ୍ଵାସ କରି ଯେ, ଯୀଶୁ ତୁମ ପାପ କ୍ଷମା ନିମନ୍ତେ ମୃତ୍ୟୁଭୋଗ କଲେ – ଓ ସେ ତୁମକୁ କ୍ଷମା କରିବେ! ଯୋହନ ୩:୧୬-୧୭ ଏହି ସୁନ୍ଦର ସମ୍ବାଦକୁ ଧାରଣ କରେ, “କାରଣ ଈଶ୍ଵର ଜଗତକୁ ଏଡ଼େ ପ୍ରେମ କଲେ ଯେ ସେ ଆପଣା ଏକମାତ୍ର ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାହାଙ୍କଠାରେ ବିଶ୍ଵାସ କରେ, ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ । ତେଣୁ, ଜଗତର ବିଚାର କରିବା ନିମନ୍ତେ ଇଶ୍ଵର ଆପଣା ପୁତ୍ରକୁ ଜଗତକୁ ପ୍ରେରଣ ନ କରି, ଜଗତ ଯେପରି ତାହାଙ୍କ ଦ୍ଵାରା ପରିତ୍ରାଣ ପ୍ରାପ୍ତ ହୁଏ, ଏଥିପାଇଁ ତାହାଙ୍କୁ ପ୍ରେରଣ କଲେ” |

କ୍ଷମା- ଏହା ସତେ କି ଏତେ ସହଜ?

ହଁ, ଏହା ଅତି ସହଜ! ତୁମେ ଇଶ୍ଵରଙ୍କଠାରୁ କ୍ଷମା ଉପାର୍ଜନ କରି ପାରିବ ନାହିଁ | ଇଶ୍ଵରଙ୍କ କ୍ଷମା ପାଇବା ପାଇଁ ତୁମେ ମୁଲ୍ୟ ଦେଇ ପାରିବ ନାହିଁ । ଆପଣା କେବଳ ବିଶ୍ଵାସ ଦ୍ଵାରା ଈଶ୍ଵରଙ୍କ ଅନୁଗ୍ରହ ଓ ଦୟା ଦ୍ଵାରା ଏହା ପାଇ ପାରିବେ | ଯଦି ତୁମେ ଯୀଶୁ ଖ୍ରୀଷ୍ଟଙ୍କୁ ଉଦ୍ଧାରକର୍ତ୍ତାରୁପେ ଓ ଇଶ୍ଵର ଙ୍କଠାରୁ କ୍ଷମା ପାଇବାକୁ ଇଚ୍ଛା କର, ତେବେ ଆପଣ ଏହି ପ୍ରାର୍ଥନା କରିପାରିବେ |

ଏହି ପ୍ରାର୍ଥନା କରିବା ଦ୍ଵାରା ଅବା ଏହି ପରି ଅନ୍ୟ କୌଣସି ପ୍ରାର୍ଥନା ଆପଣଙ୍କୁ ଉଦ୍ଧାର କରି ପାରିବ ନାହିଁ କିନ୍ତୁ କେବଳ ଖ୍ରୀଷ୍ଟଙ୍କ ଠାରେ ବିଶ୍ଵାସ କରିବା ଦ୍ଵାରା ହିଁ ପାପରୁ ଉଦ୍ଧାର ପାଇପାରିବେ |

ଏହି ପ୍ରାର୍ଥନାର ଉଦ୍ଦେଶ୍ୟ ହେଉଛି, ଇଶ୍ଵରଙ୍କଠାରେ ନିଜ ବିଶ୍ଵାକୁ ପ୍ରକାଶ କରିବ। ଓ ସେ ତୁମ ପାଇଁ ପରିତ୍ରାଣ ଯୋଗାଇ ଥିବାରୁ ତାହାଙ୍କ ପ୍ରତି ଧନ୍ୟବାଦୀ ହେବ| । ପ୍ରାର୍ଥନା - “ହେ ଇଶ୍ଵର, ମୁଁ ଜାଣେ ଯେ ମୁଁ ତୁମ ବିରୁଦ୍ଧରେ ପାପ କରିଅଛି ଏବଂ ମୁଁ ଦଣ୍ଡ ପାଇବା ପାଇଁ ଯୋଗ୍ୟ | କିନ୍ତୁ ମୁଁ ବିଶ୍ଵାସ କରେ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ମୋର ପାପର ଦଣ୍ଡକୁ କୃଶରେ ଭୋଗ କରି ଅଛନ୍ତି | ତାହାଙ୍କ ଠାରେ ବିଶ୍ଵାସ କରିବା ଦ୍ଵାରା ମୋର ପାପକ୍ଷମା ହୋଇପାରିବ | ପରିତ୍ରାଣ ପାଇବା ପାଇଁ ମୁଁ ତୁମ୍ଭଠାରେ ବିଶ୍ଵାସ କରୁଅଛି | ତୁମର ମହା ଅନୁଗ୍ରହ, କ୍ଷମା ଓ ଅନନ୍ତ ଜୀବନ ପାଇଁ ମୁଁ ତୁମକୁ ଧନ୍ୟବାଦ ଦେଉଅଛି” ଆମେନ୍ |

ଏଠାରେ ଆପଣ ଯାହା ପଢିଲେ ସେହି କାରଣରୁ ଆପଣ ଖ୍ରୀଷ୍ଟଙ୍କ ନିମନ୍ତେ ଗୋଟିଏ ନିଷ୍ପତ୍ତି ନେଲେ କି? ଦୟାକରି ନିମ୍ନରେ ଥିବା "ଆଜି ମୁଁ ଖ୍ରୀଷ୍ଟଙ୍କୁ ଗ୍ରହଣ କରିଅଛି" ବୋତାମକୁ କ୍ଲିକ୍ କରନ୍ତୁ

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

କ୍ଷମା ପାଇଛନ୍ତି କି? ମୁଁ କିପରି ଇଶ୍ଵରଙ୍କ ଠାରୁ ପାପ କ୍ଷମା ପାଇବି?
© Copyright Got Questions Ministries