| |
କ୍ଷମା ପ୍ରାପ୍ତ ହୋଇଛନ୍ତି କି ? ମୁଁ କିପରି ଭାବରେ ଈଶ୍ବରଙ୍କଠାରୁ କ୍ଷମା ପ୍ରାପ୍ତି କରିବି ?
ପ୍ରଶ୍ନ: କ୍ଷମା ପ୍ରାପ୍ତ ହୋଇଛନ୍ତି କି ? ମୁଁ କିପରି ଭାବରେ ଈଶ୍ବରଙ୍କଠାରୁ କ୍ଷମା ପ୍ରାପ୍ତି କରିବି ?
ଉତ୍ତର:
ପ୍ରେରିତ ୧୩:୩୮ କୁହେ, "ଅତଏବ, ହେ ଭାଇମାନେ, ଆପଣମାନେ ଏହା ଅବଗତ ହେଉନ୍ତୁ, ଏହି ବ୍ୟକ୍ତିଙ୍କ ଦ୍ବାରା ଆପଣମାନଙ୍କ ନିକଟରେ ପାପମୋଚନ ପ୍ରଚାର କରାଯାଉଛି" |
କ୍ଷମା ପ୍ରାପ୍ତି କ’ଣ ଅଟେ ଏବଂ ମୁଁ ତାହା କାହିଁକି ଆବଶ୍ୟକ କରିଥାଏ ?
କ୍ଷମା ଶବ୍ଦର ଅର୍ଥ ହେଉଛି, ସିଲଟକୁ ପୋଛି ସଫା କରିବା, ଆଇନ୍ଗତ ପରିଣାମରୁ ମୁକ୍ତ କରିବା, ଗୋଟିଏ ବାକି ରଦ୍ଦ କରିବା | ଯେତେବେଳେ ଆମେ କାହା ପ୍ରତି କିଛି ଭୁଲ କରେ, ସମ୍ପର୍କକୁ ପୁନର୍ଗଠନ କରିବା ପାଇଁ ଆମେ ତା’ଠାରୁ କ୍ଷମା ଭିକ୍ଷା କରିଥାଏ | କ୍ଷମା ଦାନ କରାଯାଏ ନାହିଁ କାରଣ ଜଣେ ଲୋକ କ୍ଷମା ପାଇବା ପାଇଁ ଯୋଗ୍ୟ ଅଟେ | କେହି ହେଲେ କ୍ଷମା ପାଇବା ପାଇଁ ଯୋଗ୍ୟ ଅଟନ୍ତି ନାହିଁ | କ୍ଷମା ପ୍ରେମ, ଦୟା ଓ ଅନୁଦାନର ଗୋଟିଏ କାର୍ଯ୍ୟ ଅଟେ | କ୍ଷମା ହେଉଛି ଏକ ନିଷ୍ପତ୍ତି ଯାହା ଅନ୍ୟ ଲୋକ ବିରୁଦ୍ଧରେ କିଛି ଧରି ରଖେ ନାହିଁ, ସେ ଆପଣଙ୍କ ପ୍ରତି ଯାହା କରିଥା’ନ୍ତୁ ନା କାହିଁକି |
ବାଇବଲ ଆମକୁ କୁହେ ଯେ, ଆମେ ସମସ୍ତେ ଈଶ୍ବରଙ୍କଠାରୁ କ୍ଷମା ଆବଶ୍ୟକ କରିଥାଉ | ଆମେ ସମସ୍ତେ ପାପ କରିଅଛୁ | ଉପଦେଶକ ୭:୨୦ କୁହେ ଯେ, " ପାପ ନ କରି ସତ୍କର୍ମ କରେ, ଏପରି ଜଣେ ଧାର୍ମିକ ନିଶ୍ଚୟ ପୃଥିବୀରେ ନାହିଁ" | ୧ ଯୋହନ ୧:୮ କୁହେ, "ଆମ୍ଭମାନଙ୍କର ପାପ ନାହିଁ, ଏହା ଯଦି କହୁ, ତାହାହେଲେ ଆପଣା ଆପଣାକୁ ପ୍ରବଞ୍ଚନା କରୁ, ପୁଣି ଆମ୍ଭମାନଙ୍କ୍ଠାରେ ସତ୍ୟ ନାହିଁ" | ସମସ୍ତ ପାପ, ସର୍ବଶେଷରେ, ଈଶ୍ବରଙ୍କ ବିରୁଦ୍ଧରେ ବିଦ୍ରୋହାଚରଣ ଅଟେ (ହିତୋପଦେଶ ୫୧:୪) | ପରିଣାମ ସ୍ବରୂପ, ଆମେ ହତାଶ ହୋଇ ଈଶ୍ବରଙ୍କଠାରୁ କ୍ଷମା ଭିକ୍ଷା କରିଥାଉ | ଯଦି ଆମ ପାପଗୁଡ଼ିକ କ୍ଷମା ଯୋଗ୍ୟ ନୁହେଁ, ତେବେ ଆମେ ଆମ ପାପର ପରିଣାମ ସ୍ବରୂପ ଅନନ୍ତ କାଳ ପର୍ଯ୍ୟନ୍ତ ଦୁର୍ଦଶା ଭୋଗୁଥିବା |
କ୍ଷମା ପ୍ରାପ୍ତି – ମୁଁ ଏହାକୁ କିପରି ଭାବରେ ପାଇପାରିବି ?
ଭାଗ୍ୟକୁ, ଈଶ୍ବର ହେଉଛନ୍ତି ସ୍ନେହୀ ଏବଂ ଦୟାଳୁ – ଆମ ପାପର କ୍ଷମା ଦେବା ପାଇଁ ସେ ବହୁତ ଇଚ୍ଛୁକ ଅଟନ୍ତି | ୨ ପିତର ୩:୯ ଆମକୁ କୁହେ, "…କିନ୍ତୁ ଯେପରି କେହି ବିନିଷ୍ଟ ନ ହୁଅନ୍ତି, ବରଂ ସମସ୍ତେ ମନ ପରିବର୍ତ୍ତନ କରନ୍ତି, ଏହା ଇଚ୍ଛା କରି ସେ ତୁମ୍ଭମାନଙ୍କ ପ୍ରତି ଦୀର୍ଘସହିଷ୍ଣୁ ଅଟନ୍ତି" | ଈଶ୍ବର ଆମକୁ କ୍ଷମା କରିଦେବା ପାଇଁ ଇଚ୍ଛା କରନ୍ତି, ତେଣୁ ଆମର କ୍ଷମା ପ୍ରାପ୍ତି ନିମନ୍ତେ ସେ ଯୋଗାଡ଼ କରିଦେଇଛନ୍ତି |
ଆମର ପାପ ନିମନ୍ତେ ଏକ ମାତ୍ର ଶସ୍ତି ହେଉଛି ମୃତ୍ୟୁ | ରୋମୀୟ ୬:୨୩ର ପ୍ରଥମାର୍ଧ କୁହେ ଯେ, "କାରଣ ପାପର ବେତନ ମୃତ୍ୟୁ…" | ଅନନ୍ତ ମୃତ୍ୟୁ ଯାହା ଆମେ ଆମର ପାପର ନିମନ୍ତେ ରୋଜଗାର କରିଛେ | ଈଶ୍ବର, ତାଙ୍କର ସଠିକ ଯୋଜନାରେ, ଜଣେ ମାନବ ହୋଇଛନ୍ତି – ଯୀଶୁ ଖ୍ରୀଷ୍ଟ (ଯୋହନ ୧:୧, ୧୪) | ଯୀଶୁ କୃଶରେ ମୃତ୍ୟୁଭୋଗ କଲେ, ଆମେ ପାଇବା ଯୋଗ୍ୟ ଦଣ୍ଡକୁ ନିଜେ ଗ୍ରହଣ କରି – ମୃତ୍ୟୁ | ୨ କରିନ୍ଥୀୟ ୫:୨୧ ଆମକୁ ଶିକ୍ଷା ଦିଏ ଯେ, "ଯାହାଙ୍କଠାରେ ପାପର ଲେଶମାତ୍ର ନ ଥିଲା, ତାହାଙ୍କୁ ସେ ଆମ୍ଭମାନଙ୍କ ନିମନ୍ତେ ପାପସ୍ବରୂପ କଲେ, ଯେପରି ଆମ୍ଭେମାନେ ତାହାଙ୍କ ଦ୍ବାରା ଈଶ୍ବରଙ୍କର ଧାର୍ମିକତା ସ୍ବରୂପ ହେଉ" | ଯୀଶୁ କୃଶରେ ମୃତ୍ୟୁଭୋଗ କଲେ, ଆମେ ପାଇବା ଯୋଗ୍ୟ ଦଣ୍ଡକୁ ନିଜେ ଗ୍ରହଣ କରି | ଈଶ୍ବର ଭାବରେ, ଯୀଶୁଙ୍କ ମୃତ୍ୟୁ, ସମଗ୍ର ବିଶ୍ବର ପାପ ପାଇଁ କ୍ଷମା ପ୍ରାପ୍ତି ଯୋଗାଇଥିଲା | ୧ ଯୋହନ ୨:୨ କୁହେ ଯେ, "ଆଉ ସେ ଆମ୍ଭମାନଙ୍କ ପାପ ନିମନ୍ତେ, କେବଳ ଆମ୍ଭମାନଙ୍କ ପାପ ନିମନ୍ତେ ନୁହେଁ, ମାତ୍ର ସମସ୍ତ ଜଗତର ପାପ ନିମନ୍ତେ ମଧ୍ୟ ପ୍ରାୟଶ୍ଚିତ ସ୍ବରୂପ ଅଟନ୍ତି" | ପାପ ଏବଂ ମୃତ୍ୟୁ ଉପରେ ତାଙ୍କର ବିଜୟ ଘୋଷଣା କରି, ଯୀଶୁ ମୃତ୍ୟୁରୁ ଉତ୍ଥିତ ହୁଅନ୍ତି (୧ କରିନ୍ଥୀୟ ୧୫:୧, ୨୮) | ଯୀଶୁ ଖ୍ରୀଷ୍ଟଙ୍କର ମୃତ୍ୟୁ ଓ ପୁନରୁତ୍ଥାନ ମାଧ୍ୟମରେ, ଈଶ୍ବରଙ୍କର ଗୁଣଗାନ କରନ୍ତୁ | ରୋମୀୟ ୬:୨୩ର ଦ୍ବିତୀୟ ଭାଗ ସତ୍ୟ ଅଟେ, "…କିନ୍ତୁ ଈଶ୍ବରଙ୍କ ଅନୁଗ୍ରହଦାନ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ" |
ଆପଣ ଆପଣଙ୍କ ପାପଗୁଡ଼ିକର କ୍ଷମା ଚାହୁଁଛନ୍ତି କି ? ଆପଣଙ୍କୁ ଅବିରତ ଭାବରେ ଏହା ଅନୁଭବ ହେଉଛି କି ଯେ ଆପଣ ଆପଣଙ୍କ ଅପରାଧରୁ ଆଉ ବାହାରି ପାରିବେ ନାହିଁ ? ଆପଣଙ୍କର ପାପଗୁଡ଼ିକର କ୍ଷମା ପ୍ରାପ୍ତି ଉପଲବ୍ଧ ଅଛି, ଯଦି ଆପଣ ଆପଣଙ୍କର ତ୍ରାଣକର୍ତ୍ତା ଭାବରେ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ ସ୍ଥାପନ କରିବେ | ଏଫିସୀୟ ୧:୭ କୁହେ, "ତାହାଙ୍କ ଅନୁଗ୍ରହ ରୂପ ନିଧି ଅନୁସାରେ ଆମ୍ଭେମାନେ ସେହି ପ୍ରିୟତମଙ୍କଠାରେ ତାହାଙ୍କ ରକ୍ତ ଦ୍ବାରା ମୁକ୍ତି, ଅର୍ଥାତ୍, ଅପରାଧ ସବୁର କ୍ଷମା ପ୍ରାପ୍ତ ହୋଇଅଛୁ" | ଯୀଶୁ ଆମ ପାଇଁ ଆମର ବାକି ସବୁ ପରିଶୋଧ କରିସାରିଛନ୍ତି, ଯେଉଁଥିରୁ ଆମେ କ୍ଷମା ପ୍ରାପ୍ତ ହୋଇପାରିବା | ଆପଣଙ୍କୁ କେବଳ ଏହା କରିବାକୁ ହେବ ଯେ, ଆପଣଙ୍କର ପାପ ପାଇଁ ଯୀଶୁ ପାଉଣା ପରିଶୋଧ ରୂପରେ ମୃତ୍ୟୁ ବରଣ କରିଛନ୍ତି, ଏହି କଥାକୁ ବିଶ୍ବାସ କରି, ଆପଣ ଈଶ୍ବରଙ୍କଠାରୁ କ୍ଷମା ଭିକ୍ଷା କରିବେ ଏବଂ ସେ ଆପଣଙ୍କୁ କ୍ଷମା କରିଦେବେ | ଯୋହନ ୩:୧୬ – ୧୭ ରେ ଏହି ସୁନ୍ଦର ବାର୍ତ୍ତାଟି ରହିଅଛି, "କାରନ ଈଶ୍ବର ଜଗତକୁ ଏଡ଼େ ପ୍ରେମ କଲେ ଯେ, ସେ ଆପଣା ଅଦ୍ବିତୀୟ ପୁପ୍ତ୍ରଙ୍କୁ ଦାନ କଲେ, ଯେପରି ଯେକେହି ତାହାଙ୍କଠାରେ ବିଶ୍ବାସ କରେ, ସେ ବିନିଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ | ଯେଣୁ ଜଗତର ବିଚାର କରିବା ନିମନ୍ତେ ଈଶ୍ବର ଆପଣା ପୁତ୍ରଙ୍କୁ ପ୍ରେରଣ ନ କରି, ଜଗତ ଯେପରି ତାହାଙ୍କ ଦ୍ବାରା ପରିତ୍ରାଣ ପ୍ରାପ୍ତ ହୁଏ, ଏଥିପାଇଁ ତାହାଙ୍କୁ ପ୍ରେରଣ କଲେ" |
କ୍ଷମା ପ୍ରାପ୍ତି ଏହା କ’ଣ ପ୍ରକୃତରେ ଏତେ ସହଜ ?
ହଁ, ଏହା ସେତିକି ସହଜ | ଆପଣ ଈଶ୍ବରଙ୍କରୁ କ୍ଷମା ପ୍ରାପ୍ତି ଆମଦନୀ କରିପାରିବେ ନାହିଁ | ଈଶ୍ବରଙ୍କଠାରୁ ଆପଣଙ୍କର କ୍ଷମା ପ୍ରାପ୍ତି ପାଇଁ ଆପଣ ପାଉଣା ଦେଇ ପାରିବେ ନାହିଁ | ଆପଣ ତାହାକୁ କେବଳ ଈଶ୍ବରଙ୍କ ଅନୁଗ୍ରହ ଓ ଦୟା ମାଧ୍ୟମରେ, ବିଶ୍ବାସ ଦ୍ବାର ହିଁ ଗ୍ରହଣ କରିପାରିବେ | ଯଦି ଆପଣ ଯୀଶୁ ଖ୍ରୀଷ୍ଟଙ୍କୁ ଆପଣଙ୍କର ତ୍ରାଣକର୍ତ୍ତା ରୂପେ ଗ୍ରହଣ କରିବାକୁ ଏବଂ ଈଶ୍ବରଙ୍କଠାରୁ କ୍ଷମା ପ୍ରାପ୍ତି, ପ୍ରାପ୍ତ କରିବାକୁ ଇଚ୍ଛା କରନ୍ତି, ଏଇ ନିଅନ୍ତୁ ଗୋଟିଏ ପ୍ରାର୍ଥନା ଯାହା ଆପଣ କରିପାରିବେ | ଏହି ପ୍ରାର୍ଥନା କିମ୍ବା ଅନ୍ୟ କୌଣସି ପ୍ରାର୍ଥନା ଆପଣଙ୍କୁ ଉଦ୍ଧାର କରିପାରିବ ନାହିଁ | କେବଳ ଖ୍ରୀଷ୍ଟଙ୍କ ଉପରେ ବିଶ୍ବାସ ହିଁ ଆପଣଙ୍କୁ ପାପର କ୍ଷମା ପ୍ରାପ୍ତି କରାଇ ପାରିବ | ଈଶ୍ବରଙ୍କଠାରେ ଆପଣଙ୍କର ବିଶ୍ବାସର ଅଭିବ୍ୟକ୍ତ ଏବଂ ଆପଣଙ୍କର ପରିତ୍ରାଣ ନିମନ୍ତେ ତାଙ୍କୁ ଧନ୍ୟବାଦ ଦେବା ପାଇଁ ଏହି ପ୍ରାର୍ଥନା ଏକ ସାଧାରଣ ମାର୍ଗ ମାତ୍ର | "ହେ ଈଶ୍ବର ! ମୁଁ ଜାଣେ ଯେ ମୁଁ ଆପଣଙ୍କୁ ବିରୁଦ୍ଧରେ ପାପ କରିଅଛି ଓ ମୁଁ ଦଣ୍ଡ ପାଇବାର ଯୋଗ୍ୟ ଅଟେ | କିନ୍ତୁ ମୁଁ ଯେଉଁ ଦଣ୍ଡ ପାଇବାର ଥିଲା ତାହା ଯୀଶୁ ଖ୍ରୀଷ୍ଟ ନେଇଯାଇଛନ୍ତି | ତେଣୁକରି, ତାଙ୍କଠାରେ ଥିବା ମୋର ବିଶ୍ବାସ କାରଣରୁ ମୁଁ କ୍ଷମା ପ୍ରାପ୍ତ ହେବି | ମୋର ପରିତ୍ରାଣ ପାଇଁ ମୁଁ ଆପଣଙ୍କଠାରେ ମୋର ବିଶ୍ବାସ ସ୍ଥାପନ କରିଛି | ଆପଣଙ୍କର ସୁନ୍ଦର ଅନୁଗ୍ରହ ଓ କ୍ଷମାଶୀଳତା ପାଇଁ, ଯାହା ଅନନ୍ତ ଜୀବନର ଉପହାର ଅଟେ, ଆପଣଙ୍କୁ ଧନ୍ୟବାଦ ! ଆମେନ୍" !
ଏଠାରେ ଆପଣ ଯାହା ପଢିଲେ ସେହି କାରଣରୁ ଆପଣ ଖ୍ରୀଷ୍ଟଙ୍କ ନିମନ୍ତେ ଗୋଟିଏ ନିଷ୍ପତ୍ତି ନେଲେ କି ? ଦୟାକରି ନିମ୍ନରେ ଥିବା "ମୁଁ ଆଜି ଖ୍ରୀଷ୍ଟଙ୍କୁ ଗ୍ରହଣ କଲି" ବୋତାମକୁ କ୍ଲିକ୍ କରନ୍ତୁ
ଓଡିଆ ହୋମ୍ ପେଜକୁ ପ୍ରତ୍ୟାବର୍ତ୍ତନ କରନ୍ତୁ
କ୍ଷମା ପ୍ରାପ୍ତ ହୋଇଛନ୍ତି କି ? ମୁଁ କିପରି ଭାବରେ ଈଶ୍ବରଙ୍କଠାରୁ କ୍ଷମା ପ୍ରାପ୍ତି କରିବି ?
|
|