ପରିତ୍ରାଣର ଯୋଜନା/ମାର୍ଗ କ’ଣ ଅଟେ ?
ପ୍ରଶ୍ନ: ପରିତ୍ରାଣର ଯୋଜନା/ମାର୍ଗ କ’ଣ ଅଟେ ?
ଉତ୍ତର:
ଆପଣଙ୍କୁ ଭୋକ ଲାଗୁଛି କି ? ଶାରୀରିକ ଭୋକ ନୁହେଁ, କିନ୍ତୁ ଆପଣଙ୍କର ଜୀବନରୁ ଆହୁରି କିଛି ଅଧିକ ପାଇବାର ଭୋକ ଅଛି କି ? ଆପଣଙ୍କ ଭିତରେ ଏପରି କିଛି ଅଛି କି, ଯିଏ କେବେ ବି ସନ୍ତୁଷ୍ଟ ହୁଏ ନାହିଁ ? ଯଦି ତାହା, ତେବେ ଯୀଶୁ ହେଉଛନ୍ତି ମାର୍ଗ ! ସେଥିରେ ଯୀଶୁ ସେମାନଙ୍କୁ କହିଲେ, "ମୁଁ ସେହି ଜୀବନଦାୟକ ଆହାର; ଯେ ମୋ ନିକଟକୁ ଆସେ, ସେ କଦାପି କ୍ଷୁଧିତ ହେବ ନାହିଁ, ଆଉ ଯେ ମୋ’ଠାରେ ବିଶ୍ବାସ କରେ, ସେ କଦାପି ତୃଷିତ ହେବ ନାହିଁ" (ଯୋହନ ୬:୩୫) |
ଆପଣ ବିଚଳିତ କି ? ଆପଣ ଜୀବନରେ ଆଦୌ ରାସ୍ତା କିମ୍ବା ଉଦ୍ଯେଶ୍ୟ ପାଇପାରୁ ନାହାନ୍ତି କି ? କେହି ଜଣେ ଆଲୁଅ ବନ୍ଦ କରିଦେଇଛି ଏବଂ ଆପଣ ସୁଇଚ ପାଉନାହାନ୍ତି, ଏପରି ଲାଗୁଛି କି ? ଯଦି ତାହା, ତେବେ ଯୀଶୁ ହେଉଛନ୍ତି ମାର୍ଗ ! ଯୀଶୁ ପୁନର୍ବାର ଲୋକମାନଙ୍କୁ ଶିକ୍ଷା ଦେଇ କହିଲେ "ମୁଁ ଜଗତର ଜ୍ୟୋତିଃ; ଯେ ମୋହର ଅନୁଗମନ କରେ, ସେ କେବେ ହେଁ ଅନ୍ଧକାରରେ ଭ୍ରମଣ କରିବ ନାହିଁ, ବରଂ ଜୀବନର ଜ୍ୟୋତିଃ ପାଇବ" (ଯୋହନ ୮:୧୨) |
ଜୀବନରେ ଆପଣ ବନ୍ଧି ହେବା ପରି ଅନୁଭବ କରୁଛନ୍ତି କି ? ଆପଣ ବହୁତ ଦ୍ବାର ଖୋଲିବାକୁ ଚେଷ୍ଟା କରିଛନ୍ତି, କେବଳ ଏହା ଜାଣିବା ପାଇଁ ଯେ ସେଗୁଡ଼ିକ ପଛରେ କ’ଣ ଅଛି, ସେଗୁଡ଼ିକ ଖାଲି ଏବଂ ଅର୍ଥହୀନ ଅଟେ କି ? ଆପଣ ଗୋଟିଏ ପରିପୂର୍ଣ ଜୀବନରେ ପ୍ରବେଶ କରିବାକୁ ଚହୁଁଛନ୍ତି କି ? ଯଦି ତାହା, ତେବେ ଯୀଶୁ ହେଉଛନ୍ତି ମାର୍ଗ ! ଯୀଶୁ କହିଲେ, "ମୁଁ ଦ୍ବାର, ଯଦି କେହି ମୋ’ଦେଇ ପ୍ରବେଶ କରେ, ତାହାହେଲେ ସେ ରକ୍ଷା ପାଇବ ଏବଂ ଭିତରକୁ ଆସି ଓ ବାହାରକୁ ଯାଇ ଚରାପାଇବ" (ଯୋହନ ୧୦:୯) |
ଅନ୍ୟ ଲୋକମାନେ ସର୍ବଦା ଆପଣଙ୍କୁ ତଳକୁ ଖସାଇଥା’ନ୍ତି କି ? ଆପଣଙ୍କର ସମ୍ପର୍କଗୁଡ଼ିକ ତୁଚ୍ଛ ଓ ଖାଲି ହୋଇଯାଉଛି କି ? ସମସ୍ତେ ଆପଣଙ୍କଠାରୁ ଫାଇଦା ଉଠାଇବା ପରି ଲାଗୁଛି କି ? ଯଦି ତାହା, ତେବେ ଯୀଶୁ ହେଉଛନ୍ତି ମାର୍ଗ ! ଯୀଶୁ କହିଲେ, "ମୁଁ ଉତ୍ତମ ମେଷପାଳକ, ଉତ୍ତମ ମେଷପାଳକ ମେଷଗୁଡ଼ିକ ନିମନ୍ତେ ଆପଣା ପ୍ରାଣ ଦିଏ ; ମୁଁ ଉତ୍ତମ ମେଷପାଳକ, ପିତା ଯେପରି ମୋତେ ଜାଣନ୍ତି ଓ ମୁଁ ପିତାଙ୍କୁ ଜାଣେ" (ଯୋହନ ୧୦:୧୧, ୧୪) |
ଏହି ଜୀବନ ପରେ କ’ଣ ହେବ ଆପଣ ଚିନ୍ତା କରୁଛନ୍ତି କି ? ଆପଣଙ୍କ ଜୀବନରେ କେବଳ ନଷ୍ଟ ଓ କଳଙ୍କି ଲଗା ଜିନିଷ ବ୍ୟବହାର କରି ଥକି ଗଲେଣି କି ? ଏହି ଜୀବନର କୌଣସି ଅର୍ଥ ଅଛି କି ନାହିଁ, ତାହା ପାଇଁ ଆପଣ ମଝିରେ ମଝିରେ ସନ୍ଦେହ କରୁଛନ୍ତି କି ? ଆପଣ, ଆପଣଙ୍କ ମୃତ୍ୟୁ ପରେ ମଧ୍ୟ ବଞ୍ଚିବାକୁ ଚାହୁଁଛନ୍ତି କି ? ଯଦି ତାହା, ତେବେ ଯୀଶୁ ହେଉଛନ୍ତି ମାର୍ଗ ! ଯୀଶୁ ତାଙ୍କୁ କହିଲେ, "ମୁଁ ପୁନରୁତ୍ଥାନ ଓ ଜୀବନ, ଯେ ମୋ’ଠାରେ ବିଶ୍ବାସ କରେ, ସେ ଯଦ୍ୟପି ମରେ, ତଥାପି ସେ ବଞ୍ଚିବ ; ପୁଣି ଯେ କେହି ବଞ୍ଚେ ଓ ମୋ’ଠାରେ ବିଶ୍ବାସ କରେ, ସେ କଦାପି କେବେ ହେଁ ମରିବ ନାହିଁ" (ଯୋହନ ୧୧:୨୫ – ୨୬) |
ମାର୍ଗ କ’ଣ ଅତେ ? ସତ୍ୟ କ’ଣ ଅଟେ ? ଜୀବନ କ’ଣ ଅଟେ ? ଯୀଶୁ ତାଙ୍କୁ କହିଲେ "ମୁଁ ପଥ, ସତ୍ୟ ଓ ଜୀବନ; ମୋ’ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଏ ନାହିଁ" (ଯୋହନ ୧୪:୬) |
ଯେଉଁ ଭୋକ ଆପଣ ଅନୁଭବ କରୁଛନ୍ତି ତାହା ହେଉଛି ଗୋଟିଏ ଆତ୍ମିକ ଭୋକ ଏବଂ ତାହା କେବଳ ଯୀଶୁଙ୍କ ଦ୍ବାରା ହିଁ ପୂର୍ଣ ହୋଇପାରିବ | ଯୀଶୁ ହେଉଛନ୍ତି କେବଳ ଜଣେ ମାତ୍ର ଯିଏ ଅନ୍ଧକାରକୁ ଦୂର କରିପାରିବେ | ଗୋଟିଏ ସନ୍ତୋଷଜନକ ଜୀବନର, ଯୀଶୁ ହେଉଛନ୍ତି ଦ୍ବାର | ଯୀଶୁ ହେଉଛନ୍ତି ବନ୍ଧୁ ଓ ମେଷପାଳକ ଯାହାଙ୍କୁ ଆପଣ ଖୋଜୁଥିଲେ | ଯୀଶୁ ହେଉଛନ୍ତି ଜୀବନ – ଏହି ବିଶ୍ବର ଏବଂ ତାହା ପରର ମଧ୍ୟ | ଯୀଶୁ ହେଉଛନ୍ତି ପରିତ୍ରାଣର ମାର୍ଗ |
ଆପଣ ଭୋକିଲା ଅନୁଭବ କରୁଥିବାର କାରଣ, ଆପଣ ଅନ୍ଧାରରେ ହଜିଯିବା ପରି ଅନୁଭବ କରୁଥିବାର କାରଣ, ଆପଣ ଜୀବନର ଅର୍ଥ ପାଉନଥିବାର କାରଣ, ହେଉଛି ଯେ ଆପଣ ଈଶ୍ବରଙ୍କଠାରୁ ଅଲଗା ହୋଇଯାଇଛନ୍ତି | ବାଇବଲ ଆମକୁ କୁହେ ଯେ ଆମେ ସମସ୍ତେ ପାପ କରିଛେ, ଏବଂ ସେଥିପାଇଁ ଈଶ୍ବରଙ୍କଠାରୁ ଅଲଗା ହୋଇଛେ (ଉପଦେଶକ ୭:୨୦; ରୋମୀୟ ୩:୨୩) | ଆପଣ ଆପଣଙ୍କ ହୃଦୟରେ ଯେଉଁ ଶୁନ୍ୟତା ଅନୁଭବ କରୁଛନ୍ତି ତାହାର କାରଣ ହେଉଛି ଯେ, ଈଶ୍ବର ଆପଣଙ୍କ ଜୀବନରୁ ହଜି ଯାଇଛନ୍ତି | ଆମେ ଈଶ୍ବରଙ୍କ ସହିତ ଏକ ମଧୁର ସମ୍ପର୍କ ରଖିବା ପାଇଁ ସୃଷ୍ଟି ହୋଇଛେ | ଆମର ପାପ କାରଣରୁ ଆମେ ସେହି ସମ୍ପର୍କଠାରୁ ଦୁରେଇ ଯାଇଛେ | ଆହୁରି ମଧ୍ୟ ଦୁର୍ଭାଗ୍ୟର କଥା ଯେ, ଈଶ୍ବରଙ୍କଠାରୁ ସଦାସର୍ବଦା, ଏହି ଜୀବନରେ ଓ ପରବର୍ତ୍ତୀ ଜୀବନରେ ମଧ୍ୟ, ଦୁରେଇ ଯିବା ପାଇଁ ଆମର ପାପ ହିଁ କାରଣ ହେବ (ରୋମୀୟ ୬:୨୩; ଯୋହନ ୩:୩୬) |
ଏହି ସମସ୍ୟାର ସମାଧାନ କିପରି ହେବ ? ଯୀଶୁ ହିଁ ମାର୍ଗ | ଯୀଶୁ ଆମର ପାପକୁ ତାଙ୍କ ଉପରେ ନେଇଯାଇଥିଲେ (୨ କରିନ୍ଥୀୟ ୫:୨୧) | ଆମେ ପାଇବା ଯୋଗ୍ୟ ଦଣ୍ଡକୁ ନିଜ ଉପରେ ନେଇ, ଯୀଶୁ ଆମ ନିମନ୍ତେ ମୃତ୍ୟୁଭୋଗ କଲେ (ରୋମୀୟ ୫:୮) | ତିନିଦିନ ପରେ, ପାପ ଓ ମୃତ୍ୟୁ ଉପରେ ତାଙ୍କର ବିଜୟକୁ ପ୍ରମାଣିତ କରି, ଯୀଶୁ ମୃତ୍ୟୁରୁ ପୁନରୁତ୍ଥିତ ହେଲେ (ରୋମୀୟ ୬:୪ – ୫) | ସେ ଏପରି କାହିଁକି କଲେ ? ଏହାର ଉତ୍ତର ଯୀଶୁ ନିଜେ ହିଁ ଦେଇଛନ୍ତି, "ଆପଣା ବନ୍ଧୁମାନଙ୍କ ନିମନ୍ତେ ନିଜ ପ୍ରାଣ ଦାନ କରିବା ଅପେକ୍ଷା କାହାରି ଆଉ ଅଧିକ ଶ୍ରେଷ୍ଠ ପ୍ରେମ ନାହିଁ (ଯୋହନ ୧୫:୧୩) | ଆମେ ବଞ୍ଚିବା, ସେଥିପାଇଁ ଯୀଶୁ ମୃତ୍ୟୁବରଣ କଲେ | ଯଦି ଆମେ ଯୀଶୁଙ୍କଠାରେ ଆମ ବିଶ୍ବାସ ସ୍ଥାପନ କରିବା, ଆମ ପାପର ପାଉଣା ପରିଶୋଧ ନିମନ୍ତେ ତାଙ୍କ ମୃତ୍ୟୁକୁ ବିଶ୍ବାସ କରିବା, ତେବେ ଆମର ସମସ୍ତ ପାପର କ୍ଷମା ମିଳିଯିବ ଓ ସେସବୁ ଧୋଇ ହୋଇଯିବ | ତାହାପରେ ଯାଇ ଆମ ଆତ୍ମିକ ଭୋକକୁ ସନ୍ତୁଷ୍ଟି ମିଳିବ | ସମସ୍ତ ଆଲୋକ ପ୍ରଜ୍ବଳିତ ହୋଇଉଠିବ | ଆମେ ଏକ ପରିପୂର୍ଣ ଜୀବନ ପାଇବାରେ ସକ୍ଷମ ହୋଇପାରିବା | ଆମେ ଆମର ପ୍ରକୃତ ବନ୍ଧୁ ଓ ମେଷପାଳକଙ୍କୁ ଜାଣି ପାରିବା | ଆମେ ଜାଣି ପାରିବା ଯେ, ଆମେ ମୃତ୍ୟୁ ପରେ ଗୋଟିଏ ଜୀବନ ପାଇପାରିବା ବୋଲି – ଅନନ୍ତ କାଳ ପର୍ଯ୍ୟନ୍ତ ଯୀଶୁଙ୍କ ସହିତ ଏକ ପୁନରୁତ୍ଥିତ ଜୀବନ |
"କାରଣ ଈଶ୍ବର ଜଗତକୁ ଏଡ଼େ ପ୍ରେମ କଲେ ଯେ, ସେ ଆପଣା ଅଦ୍ବିତୀୟ ପୁତ୍ରକୁ ଦାନ କଲେ, ଯେପରି ଯେକେହି ତାହାଙ୍କଠାରେ ବିଶ୍ବାସ କରେ, ସେ ବିନିଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ" (ଯୋହନ ୩:୧୬) |
ଏଠାରେ ଆପଣ ଯାହା ପଢିଲେ ସେହି କାରଣରୁ ଆପଣ ଖ୍ରୀଷ୍ଟଙ୍କ ନିମନ୍ତେ ଗୋଟିଏ ନିଷ୍ପତ୍ତି ନେଲେ କି ? ଦୟାକରି ନିମ୍ନରେ ଥିବା "ମୁଁ ଆଜି ଖ୍ରୀଷ୍ଟଙ୍କୁ ଗ୍ରହଣ କଲି" ବୋତାମକୁ କ୍ଲିକ୍ କରନ୍ତୁ
ଓଡିଆ ହୋମ୍ ପେଜକୁ ପ୍ରତ୍ୟାବର୍ତ୍ତନ କରନ୍ତୁ
ପରିତ୍ରାଣର ଯୋଜନା/ମାର୍ଗ କ’ଣ ଅଟେ ?
|