settings icon
share icon
ପ୍ରଶ୍ନ

ଆତ୍ମିକ ଯୁଦ୍ଧ ବିଷୟରେ ବାଇବଲ ଆମ୍ଭମାନଙ୍କୁ କ'ଣ କୁହେ?

ଉତ୍ତର


ଆତ୍ମିକ ଯୁଦ୍ଧ ବିଷୟକୁ ଆସିଲେ ସେଠାରେ ଦୁଇଗୋଟି ପ୍ରାଥମିକ ତ୍ରୁଟି ରହିଛି - ଗୋଟିଏ ହେଉଛି ଅତ୍ୟଧିକ ଗୁରୁତ୍ବପ୍ରଦାନ ଏବଂ ଆରଟି ହେଉଛି କମ୍ ଗୁରୁତ୍ବପ୍ରଦାନ । କେତେକ ପ୍ରତ୍ୟେକ ପାପ, ପ୍ରତ୍ୟକ ଦ୍ବନ୍ଦ ଏବଂ ପାପାତ୍ମାଗୁଡିକରେ ଥିବା ସମସ୍ତ ସମାସ୍ୟାକୁ ଛଡାଇଦିଆଯିବା ଉଚିତ୍ । ଅନ୍ୟମାନେ ସମ୍ପୂର୍ଣ୍ଣ ଭାବେ ଆଧ୍ୟାତ୍ମିକ ସାମ୍ରାଜ୍ୟ ଏବଂ ଆମ୍ଭମାନଙ୍କର ଯୁଦ୍ଧ ଯେ ଆତ୍ମିକ ଶକ୍ତିଗୁଡିକ ବିରୁଦ୍ଧରେ ଯୁଦ୍ଧ ଅଟେ ଏହା ବାଇବଲ କହିବା ଘଟନାକୁ ଉପେକ୍ଷା କରିଥାନ୍ତି । ସଫଳ ଆତ୍ମିକ ଯୁଦ୍ଧ ହେଉଛି ବାଇବଲ ସମ୍ବନ୍ଧୀୟ ବିଷୟଗୁଡିକର ସନ୍ତୁଳନ ରକ୍ଷା । ଯୀଶୁ ବେଳେବେଳେ ଲୋକମାନଙ୍କଠାରୁ ଭୂତ ଛଡାଉଥିଲେ ଏବଂ ବେଳେବେଳେ କୌଣସି ଭୂତ ଦ୍ବାରା ଆକ୍ରାନ୍ତ ନ ଥିବା ଲୋକମାନଙ୍କୁ ସୁସ୍ଥ କରୁଥିଲେ । ପ୍ରେରିତ ପାଉଲ ଖ୍ରୀଷ୍ଟିୟାନମାନଙ୍କୁ ସେମାନଙ୍କ ନିଜ ମଧ୍ୟରେ ଥିବା ପାପ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିବାକୁ (ରୋମୀୟ ୬) ଏବଂ ମନ୍ଦ ବ୍ୟକ୍ତି ବା ଶୟତାନ ବିରୁଦ୍ଧରେ ଯୁଦ୍ଧ ଘୋଷଣା (ଏଫିସୀୟ ୬:୧୦-୧୮) କରିବାକୁ କହିଥିଲେ ।

ଏଫିସୀୟ ୬:୧୦-୧୨ କୁହେ, "ଶେଷ କଥା ଏହି, ପ୍ରଭୁଙ୍କଠାରୁ ଶକ୍ତିପ୍ରାପ୍ତ ହୋଇ ତାହାଙ୍କ ପରାକ୍ରମରେ ବଳବାନ୍ ହୁଅ। ତୁମ୍ଭେମାନେ ଯେପରି ଶୟତାନର ସମସ୍ତ ଚାତୁରୀ ବିରୁଦ୍ଧରେ ଦଣ୍ଡାୟମାନ ହୋଇପାର, ଏଥିନିମନ୍ତେ ଈଶ୍ବର ଦତ୍ତ ସମସ୍ତ ସଜ୍ଜାରେ ଆପଣା ଆପଣାକୁ ସୁସଜ୍ଜିତ କର । କାରଣ ଆମ୍ଭମାନଙ୍କ ଯୁଦ୍ଧ ମର୍ତ୍ତ୍ୟ ବିରୁଦ୍ଧରେ ନୁହେଁ, କିନ୍ତୁ ଆଧିପତ୍ୟ ବିରୁଦ୍ଧରେ, କର୍ତ୍ତାପଣ ବିରୁଦ୍ଧରେ, ଏହି ଅନ୍ଧକାରର ଜଗତପତିମାନଙ୍କ ବିରୁଦ୍ଧରେ ପୁଣି ଆକାଶମଣ୍ଡଳର ଦୁଷ୍ଟାତ୍ମାମାନଙ୍କ ବିରୁଦ୍ଧରେ ।" ଏହି ଶାସ୍ତ୍ରାଂଶ କିଛି ଅତିଗୁରୁତ୍ବପୂର୍ଣ୍ଣ ସତ୍ୟତା ଶିକ୍ଷା ଦିଏ: ଆମେ କେବଳ ପ୍ରଭୁଙ୍କ ଶକ୍ତିରେ ବଳବାନ୍ ହୋଇପାରିବା, ଆମ୍ଭମାନଙ୍କୁ କେବଳ ଈଶ୍ବରଙ୍କ ସଜ୍ଜା ସୁରକ୍ଷିତ ରଖେ, ଏବଂ ଆମ୍ଭମାନଙ୍କ ଯୁଦ୍ଧ ଅନ୍ଧକାରର ଜଗତପତିମାନଙ୍କ ବିରୁଦ୍ଧରେ ଅଟେ ।

ପ୍ରଭୁଙ୍କ ଶକ୍ତିରେ କେହି ଜଣେ ବଳବାନ୍ ହେବାର ଏକ ଶକ୍ତିଶାଳୀ ଉଦାହରଣ ହେଉଛନ୍ତି ଯିହୂଦା ୯ ପଦରେ ଲିଖିତ ଥିବା ପ୍ରଧାନ ଦୂତ ମିଖାଏଲ୍ । ମିଖାଏଲ୍ ଈଶ୍ବରଙ୍କ ସମସ୍ତ ଦୂତଗଣଙ୍କ ଅପେକ୍ଷା ଶକ୍ତିଶାଳୀ ଥିବାର ସମ୍ଭବ ଥିବା ସ୍ଥଳେ, ସେ ଶୟତାନକୁ ତାଙ୍କ ନିଜ ଶକ୍ତିରେ ଧମକାଇଲେ ନାହିଁ, କିନ୍ତୁ କହିଲେ "ପ୍ରଭୁ ତୁମ୍ଭକୁ ଧମକ ଦିଅନ୍ତୁ!" ପ୍ରକାଶିତ ୧୨:୭-୮ ଲିପିବଦ୍ଧ କରେ ଯେ ଶେଷ ସମୟରେ ମିଖାୟେଲ୍ ଶୟତାନକୁ ପରାସ୍ତ କରିବେ । ତଥାପି, ଯେତେବେଳେ ଶୟତାନ ସହ ତାଙ୍କ ଦ୍ବନ୍ଦ ବିଷୟରେ ଆମେ ଦେଖୁ, ମିଖାୟେଲ୍ ତାଙ୍କ ନିଜ ଶକ୍ତିରେ ଶୟତାନକୁ ନ ଧମକାଇ ଈଶ୍ବରଙ୍କ ନାମ ଏବଂ ଅଧିକାରରେ ଅନୁଯୋଗ କରିଥିଲେ । ଯୀଶୁଖ୍ରୀଷ୍ଟଙ୍କ ସହ ସମ୍ପର୍କ ଯୋଗୁଁ ହିଁ ଶୟତାନ ଓ ତା'ର ଦୂତମାନଙ୍କ ଖ୍ରୀଷ୍ଟିୟାନମାନଙ୍କ ଅଧିକାର ଅଛି । ତାଙ୍କ ନାମରେ ହିଁ ଆମ୍ଭମାନଙ୍କର ଅନୁଯୋଗ ବା ଧମକର କିଛି ଶକ୍ତି ଅଛି ।

ଏଫିସୀୟ ୬:୧୩-୧୮ ରେ ଈଶ୍ବର ଆମ୍ଭମାନଙ୍କୁ ଦେଇଥିବା ଆତ୍ମିକ ସଜ୍ଜାର ଏକ ବର୍ଣ୍ଣନ ପ୍ରଦାନ କରେ । ଆମେ ସତ୍ୟତାରୂପ କଟିବନ୍ଧନୀରେ, ଧାର୍ମିକତାରୂପ ବୁକୁପଟାରେ, ଶାନ୍ତିର ସୁସମାଚାରରେ, ବିଶ୍ବାସର ଢାଲରେ, ପରିତ୍ରାଣର ଶିରସ୍ତ୍ରାଣରେ, ଆତ୍ମାଙ୍କ ଖଡ୍ଗରେ, ଏବଂ ଆତ୍ମାଙ୍କଠାରେ ରହି ପ୍ରାର୍ଥନା କରି ଦୃଢ ଭାବରେ ଦଣ୍ଡାୟମାନ ହେବାକୁ ପଡିବ । ଆତ୍ମିକ ଯୁଦ୍ଧରେ ଏହି ସମସ୍ତ ଆତ୍ମିକ ସଜ୍ଜାସକଳ କେଉଁ ବିଷୟର ନିଦର୍ଶନ ଅଟେ? ଆମ୍ଭେମାନେ ଶୟତାନର ମିଥ୍ୟା ବିରୁଦ୍ଧରେ ସତ୍ୟ କହିବାକୁ ପଡିବ । ଆମ୍ଭମାନଙ୍କ ନିମନ୍ତେ ଖ୍ରୀଷ୍ଟଙ୍କ ବଳିଦାନ ଯୋଗୁଁ ଆମ୍ଭେମାନେ ଯେ ଧାର୍ମିକଗଣିତ ହୋଇଛି ସେହି ଘଟନା ଉପରେ ଆମ୍ଭମାନଙ୍କର ପଦ ସ୍ଥାପନ କରିବା । ଆମେ ଯେତେ ପରିମାଣର ବିରୋଧର ସମ୍ମୁଖୀନ ହେଉ ପଛକେ ସୁସମାଚାର ଘୋଷଣା କରିବାକୁ ହେବ । ଆମେ ଯେତେ ଶକ୍ତ ଭାବେ ଆକ୍ରମଣର ସମ୍ମୁଖୀନ ହେଉ ପଛକେ ଆମ ବିଶ୍ବାସରେ ଟଳମଳ ନ ହେବାକୁ ହେବ । ଆମର ଅନ୍ତିମ ପ୍ରତିରୋଧ ହେଉଛି ଆମ୍ଭମାନଙ୍କ ପରିତ୍ରାଣ ରହିବା ବିଷୟରେ ଆମ୍ଭମାନଙ୍କର ନିଶ୍ଚିତତା, ଯାହା ଏକ ନିଶ୍ଚିତତା ଯାହାକୁ କୌଣସି ଆତ୍ମିକ ଶକ୍ତି ନେଇଯାଇପାରିବ ନାହିଁ । ଆମ୍ଭମାନଙ୍କର ଆକ୍ରମଣାତ୍ମକ ଅସ୍ତ୍ର ହେଉଛି ଈଶ୍ବରଙ୍କ ବାକ୍ୟ, ଏହା ଆମ ନିଜ ନିଜର ମତାମତ କିମ୍ବା ଅନୁଭବ ନୁହେଁ । କେତେକ ଆତ୍ମିକ ବିଜୟ କେବଳ ପ୍ରାର୍ଥନା ଦ୍ବାରା ଯେ ସମ୍ଭବ ତାହା ଜାଣିବାରେ ଆମେ ଯୀଶୁଙ୍କ ଉଦାହରଣକୁ ଅନୁକରଣ କରିବାକୁ ପଡିବ ।

ଆତ୍ମିକ ଯୁଦ୍ଧ ବିଷୟରେ ଯୀଶୁ ହିଁ ହେଉଛନ୍ତି ଆମ୍ଭମାନଙ୍କର ଅନ୍ତିମ ଉଦାହରଣ । ଯୀଶୁ ଶୟତାନ ଦ୍ବାରା ପ୍ରାନ୍ତରରେ ପରୀକ୍ଷିତ ହେଉଥିଲା ସମୟରେ (ମାଥିଉ ୪:୧-୧୧) ସେ କିପରି ଶୟତାନଠାରୁ ଆସୁଥିବା ସିଧାସଳଖ ଆକ୍ରମଣଗୁଡିକୁ କିପରି ପରିଚାଳନା କରୁଥିଲେ ତାହା ପର୍ଯ୍ୟବେକ୍ଷଣ କରନ୍ତୁ । ପ୍ରତି ପ୍ରଲୋଭନକୁ "ଲେଖାଅଛି" ଶବ୍ଦ ସହ ଏକମାତ୍ର ଉପାୟରେ ଉତ୍ତର ଦିଆଯାଉଥିଲା । ଯୀଶୁ ଜାଣିଥିବା ଜୀବନ୍ତ ଈଶ୍ବରଙ୍କ ବାକ୍ୟ ପାପାତ୍ମାର ପ୍ରଲୋଭନଗୁଡିକ ବିରୁଦ୍ଧରେ ସବୁଠାରୁ ଅଧିକ ଶକ୍ତିଶାଳୀ ଅସ୍ତ୍ର ଥିଲା । ଯଦି ଯୀଶୁ ନିଜେ ପାପାତ୍ମାକୁ ଯୁଦ୍ଧରେ ସମ୍ମୁଖୀନ ହେବା ନିମନ୍ତେ ଈଶ୍ବରଙ୍କ ବାକ୍ୟ ବ୍ୟବହାର କରିଥିଲେ, ଆମେ ତା' ଅପେକ୍ଷା କମ୍ ବ୍ୟବହାର କରିବାର ସାହସ କରୁକି?

ଆତ୍ମିକ ଯୁଦ୍ଧରେ କିପରି କାର୍ଯ୍ୟରତ ନ ହେବାକୁ ପଡିବ, ସେ ବିଷୟକ ଅନ୍ତିମ ଉଦାହରଣ ହେଉଛି ସ୍କେବା ନାମକ ବ୍ୟକ୍ତିଙ୍କ ସାତପୁତ୍ର । "କିନ୍ତୁ ଭ୍ରମଣକାରୀ ଯିହୂଦୀୟ ଭୂତୁଡିଆମାନଙ୍କ ମଧ୍ୟରୁ କେତେକ ଅଜଣ ମଧ୍ୟ ଦୁଷ୍ଟ ଆତ୍ମା ଲାଗିଥିବା ଲୋକମାନଙ୍କ ଉପରେ ପ୍ରଭୁ ଯୀଶୁଙ୍କ ଅନାମ ଉଚ୍ଚାରଣ କରିବାକୁ ପ୍ରବୃତ୍ତ ହୋଇ କହିଲେ, ଯେଉଁ ଯୀଶୁଙ୍କୁ ପାଉଲ ପ୍ରଚାର କରୁଅଛନ୍ତି, ମୁଁ ତୁମ୍ଭମାନଙ୍କୁ ତାହାଙ୍କର ରାଣ ଦେଉଅଛି । ପୁଣି, ସ୍କେବା ନାମକ ଜଣେ ଯିହୂଦୀୟ ପ୍ରଧାନ ଯାଜକଙ୍କର ସାତ ପୁତ୍ର ଏହିପରି କରୁଥିଲେ । ସେଥିରେ ଦୁଷ୍ଟ ଆତ୍ମା ସେମାନଙ୍କୁ ଉତ୍ତର ଦେଲା, ଆମ୍ଭେ ଯୀଶୁଙ୍କୁ ଜାଣୁ ଓ ପାଉଲଙ୍କୁ ଚିହ୍ନୁ, ମାତ୍ର ତୁମ୍ଭେମାନେ କିଏ? ସେତେବେଳେ ଦୁଷ୍ଟ ଆତ୍ମା ଲାଗିଥିବା ଲୋକଟା ସେମାନଙ୍କ ଉପରକୁ ଡେଇଁପଡି ସେ ଦୁଇ ଜଣଙ୍କୁ ପରାସ୍ତ ଅକରି ସେମାନଙ୍କୁ ଏଅପ୍ରି ଆଘାତ୍ କଲା ଯେ, ସେମାନେ ଉଲଙ୍ଗ ଓ କ୍ଷତବିକ୍ଷତ ହୋଇ ସେହି ଘରୁ ବାହାରି ପଳାଇଗଲେ । ସ୍କେବାଙ୍କର ସାତପୁତ୍ର ଯିଶୁଙ୍କର ନାମ ବ୍ୟବହାର କରୁଥିଲେ । ତାହା ଯଥେଷ୍ଟ ନ ଥିଲା । ଯୀଶୁଙ୍କ ସହିତ ସ୍କେବାଙ୍କର ସାତପୁତ୍ରଙ୍କର ସମ୍ପର୍କ ନ ଥିଲା; ଅତଏବ, ସେମାନଙ୍କର ବାକ୍ୟ କୌଣସି ଶକ୍ତି କିମ୍ବା ଅଧିକାର ନ ଥାଇ ଶୂନ୍ୟ ଥିଲା । ସ୍କେବାଙ୍କର ସାତପୁତ୍ର ପଦ୍ଧତି ବିଦ୍ୟା ଉପରେ ଆସ୍ଥା ସ୍ଥାପନ କରୁଥିଲେ । ସେମାନେ ଯୀଶୁଙ୍କୁ ସେମାନଙ୍କର ପ୍ରଭୁ ଏବଂ ଉଦ୍ଧାରକର୍ତ୍ତା ଭାବରେ ଗ୍ରହନ ନ କରି ତାଙ୍କଠାରେ ଆସ୍ଥା ସ୍ଥାପନ କରୁନଥିଲେ, ଏବଂ ସେମାନଙ୍କ ଆତ୍ମିକ ଯୁଦ୍ଧରେ ସେମାନେ ଈଶ୍ବରଙ୍କ ବାକ୍ୟକୁ ପ୍ରୟୋଗ କରୁନଥିଲେ । ଫଳ ସ୍ବରୂପ, ସେମାନେ ଏକ ଲଜ୍ଜାଜନକ ଆଘାତ ପ୍ରାପ୍ତ ହେଲେ । ଆମେ ସେମାନଙ୍କ ଖରାପ ଉଦାହରଣରୁ କିଛି ଶିଖିବାକି, ଏବଂ ବାଇବଲ ଶିକ୍ଷା ଦେବା ଅନୁଯାୟୀ ଆତ୍ମିକ ଯୁଦ୍ଧ କରିବାକି ।

ସାର ଭାବରେ, ଆତ୍ମିକ ଯୁଦ୍ଧରେ ସଫଳ ହେବା ନିମନ୍ତେ ମୂଳମନ୍ତ୍ରଗୁଡିକ କ'ଣ? ପ୍ରଥମ, ଆମେ ଈଶ୍ବରଙ୍କ ଶକ୍ତିରେ ନିର୍ଭର କରିବାକୁ ପଡିବ, ଆମ ଶକ୍ତିରେ ନୁହେଁ । ଦ୍ବିତୀୟତଃ, ଆମେ ଆମ ନିଜ ଶକ୍ତିରେ ଶୟତାନକୁ ପ୍ରତିରୋଧ ନ କରି ଯୀଶୁଙ୍କ ନାମରେ ଅନୁଯୋଗ ବା ପ୍ରତିବାଧା କରିବାକୁ ପଡିବ । ତୃତୀୟତଃ, ଆମେ ନିଜ ନିଜକୁ ଈଶ୍ବରଙ୍କ ପୂର୍ଣ୍ଣ ସଜ୍ଜାରେ ନିଜକୁ ସୁରକ୍ଷିତ କରିବାକୁ ପଡିବ । ଚତୁର୍ଥତଃ, ଆମେ ଆତ୍ମାଙ୍କ ଖଡ୍ଗ ଯେ ଈଶ୍ବରଙ୍କ ବାକ୍ୟ, ସେଥିରେ ଯୁଦ୍ଧ କରିବାକୁ ପଡିବ । ପରିଶେଷରେ, ଆମେ ସ୍ମରଣ କରୁ ଯେ, ଯେତେବେଳେ ଆମେ ଶୟତାନ ଏବଂ ତା' ଦୂତଗଣ ବିରୁଦ୍ଧରେ ଯୁଦ୍ଧ କରୁ, ସେତେବେଳେ ପ୍ରତ୍ୟେକ ପାପ କିମ୍ବା ସମାସ୍ୟା ପାପାତ୍ମାର ନୁହେଁ ଯାହାକୁ ଆମେ ଧମକାଇବାକୁ ପଡିବ ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ଆତ୍ମିକ ଯୁଦ୍ଧ ବିଷୟରେ ବାଇବଲ ଆମ୍ଭମାନଙ୍କୁ କ'ଣ କୁହେ?
© Copyright Got Questions Ministries