settings icon
share icon
ପ୍ରଶ୍ନ

ମୁଁ କାହିଁକି ଆତ୍ମହତ୍ୟା କରିବା ଉଚିତ ନୁହେଁ?
ଯେଉଁମାନେ ଆତ୍ମହତ୍ୟା କରିବାର ଭାବନା ମନକୁ ଆଣିଥାନ୍ତି, ଆମେ ସେମାନଙ୍କ ପ୍ରତି କରୁଣା ଦୃଷ୍ଟିପାତ କରିଥାଉ I ଯଦି ତୁମେ ସେହିପ୍ରକାର ବ୍ୟକ୍ତି ହୋଇଥାଅ, ତେବେ ତୁମ ମନରେ ଅନେକ ଭାବନା ଯଥା ହତାଶ ଓ ନିରାଶର ଅନୁଭବ ଆସିପାରେ I ହୁଏତ ତୁମେ ଅନୁଭବ କରୁଅଛ ଯେ ତୁମେ ଏକ ବିରାଟ ଗର୍ତ୍ତରେ ପଡିଯାଇଛ ଏବଂ ଆଗମୀ ବିଷୟଗୁଡ଼ିକ ମଂଗଳ ହେବ ବୋଲି ତୁମ ପାଖରେ ସନ୍ଦେହ ଛଡ଼ା ଆଉ କିଛି ନାହିଁ I ତୁମେ କେଉଁ ପ୍ରକାର ଅନୁଭବ କରୁଅଛ, ହୁଏତ ବୁଝିବାକୁ ଓ ପଚାରିବାକୁ କେହି ନାହାଁନ୍ତି I ଜୀବନ ବଂଚିବା ମୁଲ୍ୟହୀନ ବା ଏହି ପ୍ରକାର ଅନୁଭବ କି ତୁମ ମନକୁ ଆସୁଅଛି?

ଯଦି ତୁମେ କିଛି ସମୟ ନେଇ ବର୍ତ୍ତମାନ ତୁମେ ଜୀବନରେ ଈଶ୍ଵରଙ୍କୁ ପ୍ରକୃତରେ ଈଶ୍ଵରଙ୍କୁ ହେବାକୁ ଦେବ, ତେବେ ସେ ପ୍ରମାଣ କରିବେ ଯେ ସେ କେତେ ବଡ଼ ଅଟନ୍ତି, “କୌଣସି ତାହାଙ୍କ ପାଖରେ ଅସମ୍ଭବ ନୁହେଁ” (ଲୂକ ୧:୩୭) I ବୋଧହୁଏ, ଅତୀତର ଦୁଃଖର ଘା’ ଗୁଡ଼ିକ ଏପରି ପରିସ୍ଥିତି ସୃଷ୍ଟି କରୁଅଛନ୍ତି ଯେ କେହି ତୁମକୁ ଗ୍ରହଣ କରୁ ନ ଥିବା ଅନୁଭବ ତୁମେ ଅନୁଭବ କରୁଅଛ I ସେହିପ୍ରକାର ଅନୁଭବ କ୍ରୋଧ, ତିକ୍ତତା, ପ୍ରତିଶୋଧ ବା ଅଯଥା ଭୟ ସୃଷ୍ଟି କରିପାରେ ଏବଂ ଏହା ଦ୍ଵାରା ତୁମର ମୁଖ୍ୟ ସମ୍ପର୍କ ଗୁଡ଼ିକ ବାଧାପ୍ରାପ୍ତ ହେଉଅଛି I

ଆତ୍ମହତ୍ୟା କରିବା କାହିଁକି ଉଚିତ ନୁହେଁ? ବନ୍ଧୁ, ତୁମ ଜୀବନରେ ବଡ଼ ସମସ୍ୟା ହେଉ ନା କାହିଁକି, ତୁମକୁ ହତାଶ ପର୍ବତରୁ ତାହାଙ୍କ ଆଶ୍ଚର୍ଯ୍ୟ ଆଲୋକ କଢାଇ ନେବା ପାଇଁ ପ୍ରେମିକ ପରମେଶ୍ଵର ତୁମ ଅପେକ୍ଷାରେ ଅଛନ୍ତି I ସେ ତୁଅର ନିଶ୍ଚିତ ଭରସା I ତାହାଙ୍କ ନାମ ଯୀଶୁ ଅଟେ I

ଏହି ଯୀଶୁ ଈଶ୍ଵରଙ୍କ ପାପଶୂନ୍ୟ ପୁତ୍ର, ତୁମକୁ ଲୋକମାନେ ଅପମାନ ଓ ଅଗ୍ରାହ୍ୟ କରିବାର ବିଷୟକୁ ଅତି ଭଲ ଭାବରେ ବୁଝନ୍ତି I ଯିଶାୟ ଭବିଷ୍ୟଦବକ୍ତା ତାହାଙ୍କ ବିଷୟ ଏହା ଲେଖିଲେ, ଯିଶାୟ :- “ସେ ସମସ୍ତ ଦ୍ଵାରା ପରିତ୍ୟକ୍ତ ବ୍ୟକ୍ତି ହୋଇଥିଲେ” ତାହାଙ୍କ ଜୀବନ ଦୁଃଖ ଓ ତାଡ଼ନାରେ ପରିପୁର୍ଣ୍ଣ ଥିଲା I କିନ୍ତୁ ସେ ଯେଉଁ ଦୁଃଖ ଭୋଗ କଲେ, ତାହା ତାହାଙ୍କ ନିଜର ନ ଥିଲା; ତାହା ସେ ଆମମାନଙ୍କ ଭୋଗିଲେ I ସେ କ୍ଷତବିକ୍ଷତ ଓ ଚୁର୍ଣ୍ଣ ହେଲେ, ଏ ସମସ୍ତ ଆମ ପାପର ଯୋଗୁଁ ତାହାଙ୍କୁ ବର୍ତ୍ତିଲା I ତାହାଙ୍କ ଦୁଃଖଭୋଗ ସକାଶୁ, ଆମ ଜୀବନ ଉଦ୍ଧାର କରାଯାଇପାରିବ ଓ ସମ୍ପୂର୍ଣ୍ଣ ହୋଇପାରିବ I

ବନ୍ଧୁ, ଯୀଶୁ ଖ୍ରୀଷ୍ଟ ଏ ସମସ୍ତ ସହ୍ୟ କଲେ ଯଦ୍ବାରା ତୁମର ସମସ୍ତ ପାପ କ୍ଷମା କରାଯାଇ ପାରିବ I ତୁମେ ଯେ କୌଣସି ଦୋଷର ବୋଝକୁ ବହନ କରୁଅଛ, ଏହା ଜାଣ ଯେ ଯଦି ତୁମେ ନମ୍ରତାର ସହ ତାହାଙ୍କୁ ଉଦ୍ଧାରକର୍ତ୍ତାରୂପେ ଗ୍ରହଣ କରିବ, ତେବେ ସେ ତୁମକୁ କ୍ଷମା କରିବେ “ପୁଣି ସଙ୍କଟ ଦିନରେ ଆମ୍ଭକୁ ଡାକ; ଆମ୍ଭେ ତୁମ୍ଭକୁ ଉଦ୍ଧାର କରିବା, ଆଉ ତୁମ୍ଭେ ଆମ୍ଭର ମହିମା ପ୍ରକାଶ କରିବ” (ଗୀତସଂହିତା ୫୦:୧୫) I ଏପରି କୌଣସି ପାପ କର୍ମ ନାହିଁ ଯାହାକୁ ସେ କ୍ଷମା କରିପାରିବେ ନାହିଁ I ତାହାଙ୍କ କେତେକ ମନୋନୀତ ସେବକମାନେ ଜଘନ୍ୟ ଅପରାଧ କରିଥିଲେ, ଯେପରି କି ହତ୍ୟା (ମୋଶା), ହତ୍ୟା ଓ ବ୍ୟଭିଚାର (ଦାଉଦ ରାଜା) ଏବଂ ଶାରୀରିକ ଓ ଭାବନାତ୍ମକ ପୀଡା (ପ୍ରେରିତ ପାଉଲ) I ତଥାପି, ସେମାନେ ପାପକ୍ଷମା ଓ ପ୍ରଭୁଙ୍କ’ଠାରେ ପ୍ରଚୁର ଜୀବନକୁ ପାଇଲେ I “ଏଣୁ ଯଦି କେହି ଖ୍ରୀଷ୍ଟଙ୍କଠାରେ ଅଛି, ତେବେ ସେ ନୂତନ ସୃଷ୍ଟି ହୋଇଅଛି; ପୂରାତନ ବିଷୟସବୁ ଲୋପ ପାଇଅଛି, ଦେଖ, ନୂତନ ବିଷୟସବୁ ହୋଇଅଛି” (୨ କରନ୍ଥୀୟ ୫:୧୭) I

ତୁମେ କାହିଁକି ଆତ୍ମହତ୍ୟା କରିବା ଉଚିତ ନୁହେଁ? ବନ୍ଧୁ, ଯାହା ଭାଂଗୀଯାଇଛି ତାହାକୁ ମରାମତି କରିବା ଈଶ୍ଵର ସଦା ପ୍ରସ୍ତୁତ ଅଛନ୍ତି; ନାମତଃ, ବର୍ତ୍ତମାନ ତୁମର ଯେଉଁ ଜୀବନ ଅଛି, ଯେଉଁ ଜୀବନକୁ ତୁମେ ଆତ୍ମହତ୍ୟା କରି ସମାପ୍ତ କରିବାକୁ ଚାହୁଁଅଛ I ଯିଶାୟ ୬୧:୧-୩ରେ ଭବିଷ୍ୟଦବକ୍ତା ଲେଖିଛନ୍ତି, “ପ୍ରଭୁ, ସଦାପ୍ରଭୁଙ୍କର ଆତ୍ମା ମୋ’ଠାରେ ଅଧିଷ୍ଠାନ କରନ୍ତି; କାରଣ ନମ୍ର ଲୋକମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିବା ପାଇଁ ସଦପ୍ରଭୁ ଅଭିଷିକ୍ତ କରିଅଛନ୍ତି; ସେ ଭଗ୍ନାନ୍ତଃକରଣ ଲୋକମାନଙ୍କର କ୍ଷତ ବାନ୍ଧିବାକୁ, ବନ୍ଦୀ ଲୋକମାନଙ୍କ ପ୍ରତି ମୁକ୍ତି ଓ କାରାବଦ୍ଧ ଲୋକମାନଙ୍କ ପ୍ରତି କାରାଗାର-ମୁକ୍ତ ହେବାର କଥା ପ୍ରଚାର କରିବାକୁ...ଶୋକାର୍ତ୍ତ ସମସ୍ତଙ୍କୁ ସ୍ବାନ୍ତନା କରିବାକୁ...ଦୁଃଖର ପରିବର୍ତ୍ତେ ସୁଖରୂପ ତେଲ, ଅବସନ୍ନ ଆତ୍ମାର ପରିବର୍ତ୍ତେ ପ୍ରସଂଶାରୂପ ବସ୍ତ୍ର ପ୍ରଦାନ କରିବାକୁ ସେ ମୋତେ ପ୍ରେରଣ କରିଅଛନ୍ତି” I

ଯୀଶୁଙ୍କ ନିକଟକୁ ଆସ ଏବଂ ତାହାଙ୍କୁ ତୁମର ଆନନ୍ଦ ଓ ଉପଯୋଗୀତାକୁ ଫେରାଇ ଆଣିବାକୁ ଦିଅ I ଏହା ତେବେ ସମ୍ଭବ ଯେବେ ତୁମେ ଭରସା କରିବ ଯେ ସେ ତୁମର ଜୀବନର ଏକ ନୂତନ କାର୍ଯ୍ୟ କରିବାକୁ ଯାଉଅଛନ୍ତି I ସେ ପ୍ରତିଜ୍ଞା କରନ୍ତି ଯେ ସେ ତୁମର ହଜିଯାଇଥିବା ଆନନ୍ଦକୁ ପୁନଃସ୍ଥାପିତ କରିବେ ଏବଂ ତୁମକୁ ଆଗକୁ ବଢିବା ପାଇଁ ଏକ ନୂତନ ଆତ୍ମା ଦେବେ I ତୁମର ଭଗ୍ନ ଆତ୍ମା ତାହାଙ୍କ ପାଇଁ ବହୁମୁଲ୍ୟ ଅଟେ I “କାରଣ ତୁମ୍ଭେ ବଳିଦାନରେ ସନ୍ତୁଷ୍ଟ ନୁହଁ; ହେଲେ ମୁଁ ତାହା ଦିଅନ୍ତି; ହୋମବଳିରେ ତୁମ୍ଭର କିଛି ସନ୍ତୋଷ ନାହିଁ” (ଗୀତସଂହିତା ୫୧:୧୨, ୧୫,୧୭) I

ତୁମେ ପ୍ରଭୁଙ୍କୁ ନିଜର ଉଦ୍ଧାରକର୍ତ୍ତା ଓ ପ୍ରତିପାଳକ ଭାବେ ଗ୍ରହଣ କରିବ କି? ସେ ତୁମର ଚିନ୍ତା ଓ ପଥକୁ ନିର୍ଦ୍ଦେଶନା ଦେବେ-ବାଇବଲ ତାହାଙ୍କ ଦ୍ଵାରା-ପ୍ରତିଦିନ ସେ ତାହା କରିବେ I “ମୁଁ ତୁମ୍ଭକୁ ଉପଦେଶ ଦେବି ଓ ତୁମ୍ଭର ଗନ୍ତବ୍ୟ ମାର୍ଗ ଶିଖାଇବି; ମୁଁ ତୁମ୍ଭ ଉପରେ ଆପଣା ଦୃଷ୍ଟି ରଖି ତୁମ୍ଭକୁ ମନ୍ତ୍ରଣା ଦେବି” (ଗୀତସଂହିତା ୩୨:୮) I “ତୁମ୍ଭ ସମୟରେ ସୁସ୍ଥିରତା ହେବ; ପରିତ୍ରାଣର, ଜ୍ଞାନର ଓ ବୁଦ୍ଧିର ବାହୁଲ୍ୟ ହେବ; ସଦାପ୍ରଭୁ ବିଷୟକ ଭୟ ତାହାର ଭଣ୍ଡାର” (ଯିଶାୟ ୩୩:୬) I ଖ୍ରୀଷ୍ଟଙ୍କ ଠାରେ ତୁମର ଅନେକ ସଂଗ୍ରାମ ରହିବ, କିନ୍ତୁ ବର୍ତ୍ତମାନ ତୁମ ପାଖରେ ଭରସା ରହିବ I “ଯେ ଅନେକ ମିତ୍ର କରେ, ସେ ଆପଣା ବିନାଶ ନିମନ୍ତେ ତାହା କରେ; ମାତ୍ର ଜଣେ ପ୍ରେମକାରୀ ଅଛନ୍ତି, ଯେ ଭାଇ ଅପେକ୍ଷା ଅଧିକ ନିକଟ ଲାଗି ରହନ୍ତି” (ହିତୋପଦେଶ ୧୮:୨୪) I ପ୍ରଭୁ ଯୀଶୁଙ୍କ ଅନୁଗ୍ରହ, ତୁମେ ନିଷ୍ପତି ନେବା ସମୟରେ ତୁମ ସଂଗରେ ରୁହନ୍ତୁ I

ଯଦି ତୁମେ ଯୀଶୁ ଖ୍ରୀଷ୍ଟଙ୍କୁ ଆପଣା ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରିବାକୁ ଇଚ୍ଛା କର, ତେବେ ନିଜ ହୃଦୟରେ ଈଶ୍ଵରଙ୍କୁ ଏହି ଶଦ୍ଦଗୁଡ଼ିକୁ କୁହ: “ହେ, ପରମେଶ୍ଵର, ମୁଁ ତୁମକୁ ନିଜ ଜୀବନରେ ଆବଶ୍ୟକ କରେ I ମୁଁ ଯେ ସମସ୍ତ କରିଅଛି, ସେ ସବୁ କ୍ଷମା କର I ମୁଁ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ନିଜର ବିଶ୍ଵାସ ରଖୁଅଛି ଏବଂ ବିଶ୍ଵାସ କରୁଅଛି ଯେ ସେ ମୋହର ଉଦ୍ଧାରକର୍ତ୍ତା I ଦୟାକରି ମୋତେ ପରିଷ୍କାର କର, ସୁସ୍ଥ କର ଓ ମୋ ଜୀବନରେ ଆନନ୍ଦକୁ ଫେରାଇଆଣ I ମୋ ପାଇଁ ତୁମ ପ୍ରେମ ସକାଶେ ଓ ମୋ ସ୍ଥାନରେ ଯୀଶୁଙ୍କ ମୃତ୍ୟୁ ପାଇଁ ଧନ୍ୟବାଦ” I

ଏଠାରେ ଆପଣ ଯାହା ପଢିଲେ ସେହି କାରଣରୁ ଆପଣ ଖ୍ରୀଷ୍ଟଙ୍କ ନିମନ୍ତେ ଗୋଟିଏ ନିଷ୍ପତ୍ତି ନେଲେ କି? ଦୟାକରି ନିମ୍ନରେ ଥିବା "ଆଜି ମୁଁ ଖ୍ରୀଷ୍ଟଙ୍କୁ ଗ୍ରହଣ କରିଅଛି" ବୋତାମକୁ କ୍ଲିକ୍ କରନ୍ତୁ

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ମୁଁ କାହିଁକି ଆତ୍ମହତ୍ୟା କରିବା ଉଚିତ ନୁହେଁ?

© Copyright Got Questions Ministries