settings icon
share icon
ପ୍ରଶ୍ନ

ଖ୍ରୀଷ୍ଟଙ୍କଠାରେ ମୁଁ କିଏ?

ଉତ୍ତର


୨କରିନ୍ଥୀୟ ୫:୧୭ ଅନୁଯାୟୀ, "ଏଣୁ ଯଦି କେହି ଖ୍ରୀଷ୍ଟଙ୍କଠାରେ ଅଛି, ତେବେ ସେ ନୂତନ ସୃଷ୍ଟି ହୋଇଅଛି; ପୁରାତନ ବିଷୟ ସବୁ ଲୋପ ପାଇଅଛି, ଦେଖ ନୂତନ ବିଷୟ ସବୁ ହୋଇଅଛି ।" ବାଇବଲରେ "kainos" ("ନୂତନ") ଶବ୍ଦ ଅନୁବାଦିତ ହୋଇଥିବା ଦୁଇଗୋଟି ଗ୍ରୀକ୍ ଶବ୍ଦ ରହିଛି । ପ୍ରଥମ, neos, ଯାହା ସେହି ବିଷୟକୁ ବୁଝାଏ ଯାହା ସେହିକ୍ଷଣି ସୃଷ୍ଟି ହୋଇଛି, କିନ୍ତୁ ଠିକ୍ ସେହିପରି ଅନ୍ୟ ବିଷୟର ପୂର୍ବରୁ ସତ୍ତା ରହିଅଛି । ଉକ୍ତ ପଦରେ ବ୍ୟବହାର କରାଯାଇଥିବା "new" ("ନୂତନ") ହେଉଛି kainos, ଯାହା ବୁଝାଏ ଯେ, ତାହା ସେହିକ୍ଷଣି ସୃଷ୍ଟି ହୋଇଛି କିନ୍ତୁ "ତାହା ପୂର୍ବରୁ ରହିଆସିଥିବା ଅନ୍ୟ ବିଷୟଗୁଡିକର ତୁଲ୍ୟ ନୁହେଁ" । ଖ୍ରୀଷ୍ଟଙ୍କଠାରେ ଆମେ ସମ୍ପୂର୍ଣ୍ଣରୂପେ ନୂତନ ସୃଷ୍ଟି ହୋଇଛୁ, ଠିକ୍ ଯେପରି ଈଶ୍ବର ପ୍ରଥମେ ଆକାଶମଣ୍ଡଳ ଓ ପୃଥିବୀର ସୃଷ୍ଟି କଲା ସମୟରେ ଶୂନ୍ୟରୁ ସେଗୁଡିକ ସୃଷ୍ଟି କଲେ, ଏବଂ ସେ ଆମ୍ଭମାନଙ୍କ ପ୍ରତି ସେପରି କରନ୍ତି । ସେ କେବଳ ଆମ୍ଭମାନଙ୍କର ପୁରାତନ ସ୍ବଭାବକୁ ପରିଷ୍କାର କରନ୍ତି ନାହିଁ; ସେ ସମ୍ପୂର୍ଣ୍ଣରୂପେ ଏକ ନୂତନ ସ୍ବଭାବ ଦିଅନ୍ତି । ଆମେ ଯେତେବେଳେ ଖ୍ରୀଷ୍ଟଙ୍କଠାରେ ଅଛୁ, ଆମ୍ଭେମାନେ "ଐଶରୀକ ସ୍ବଭାବର ସହଭାଗୀ ଅଟୁ" (୨ପିତର ୧:୪) । ଈଶ୍ବର ତାଙ୍କ ପବିତ୍ରଆତ୍ମାଙ୍କ ବ୍ୟକ୍ତିତ୍ବରେ ନିଜେ ଆମ୍ଭମାନଙ୍କ ହୃଦୟରେ ବାସ କରନ୍ତି । ଆମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ଅଛୁ ଏବଂ ସେ ଆମ୍ଭମାନଙ୍କ ମଧ୍ୟରେ ଅଛନ୍ତି ।

ଖ୍ରୀଷ୍ଟଙ୍କଠାରେ, ଆମ୍ଭେମାନେ ପୁନଃସଂସ୍ଥାପିତ, ନୂତନୀକୃତ ଏବଂ ନୂତନଜନ୍ମ ଲାଭ କରିଛୁ, ଏବଂ ଏହି ନୂତନ ସୃଷ୍ଟି ଆତ୍ମିକ ମନୋଭାବାପନ୍ନ ଯେତେବେଳେ କି ପୁରାତନ ସ୍ବଭାବ ଶାରିରୀକ ମନୋଭାବାପନ୍ନ । ନୂତନ ସ୍ବଭାବ ଈଶ୍ବରଙ୍କ ସହ ସହଭାଗୀତା ସ୍ଥାପନ କରେ, ତାହାଙ୍କ ଇଛାର ବାଧ୍ୟ ହୁଏ, ଏବଂ ତାଙ୍କ ସେବା ନିମନ୍ତେ ଉତ୍ସର୍ଗୀକୃତ । ଏହି ସମସ୍ତ ବିଷୟ ପୁରାତନ ସ୍ବଭାବ କରିବାକୁ ଅକ୍ଷମ ଏପରିକି ସେପରି କରିବାକୁ ଇଛା ପ୍ରକାଶ ସୁଦ୍ଧା କରେନାହିଁ । ପୁରାତନ ସ୍ବଭାବ ଆତ୍ମାଙ୍କ ବିଷୟଗୁଡିକରେ ମୃତ ଅଟେ ଏବଂ ନିଜକୁ ନିଜେ ବ୍ୟବହାର ହୋଇପାରେନାହିଁ । ଏହା "ଅପରାଧ ଓ ପାପରେ ମୃତ" (ଏଫିସୀୟ ୨:୧) ଅଟେ ଏବଂ କେବଳ ଏକ ଐଶରୀକ ଚେତନା ଦ୍ବାରା ହିଁ ଜୀବିତ ହୋଇପାରିବ, ଯାହା ସେତେବେଳେ ଘଟେ ଯେତେବେଳେ କି ଆମେ ଖ୍ରୀଷ୍ଟଙ୍କ ନିକଟକୁ ଆସୁ ଏବଂ ସେ ଆମ୍ଭମାନଙ୍କ ମଧ୍ୟରେ ବାସ କରନ୍ତି । ଖ୍ରୀଷ୍ଟ ଆମ୍ଭମାନଙ୍କୁ ଏକ ସମ୍ପୂର୍ଣ୍ଣ ନୂତନ ଏବଂ ପବିତ୍ର ଜୀବନ ଏବଂ ଏକ ଅକ୍ଷୟ ଜୀବନ ପ୍ରଦାନ କରନ୍ତି । ପାପ ଯୋଗୁଁ ଈଶ୍ବରଙ୍କ ପ୍ରତି ମୃତ ଥିବା ଆମ୍ଭମାନଙ୍କ ପୁରାତନ ଜୀବନ ସମାଧିପ୍ରାପ୍ତ ହୋଇଛି, ଏବଂ ଆମ୍ଭେମାନେ "ଜୀବନର ନୂତନ ଭାବରେ ଆଚରଣ" କରିବା ନିମନ୍ତେ ତାହାଙ୍କ ସହ ଉତ୍ଥିତ ହୋଇଅଛୁ (ରୋମୀୟ ୬:୪) ।

ଯଦି ଆମେ ଖ୍ରୀଷ୍ଟଙ୍କର ଅଟୁ, ଆମ୍ଭେମାନେ ତାଙ୍କ ସହ ମିଳିତ ହୋଇଅଛୁ ଏବଂ ଆଉ ପାପର ଦାସ ନୋହୁଁ (ରୋମୀୟ ୬:୫-୬); ଆମ୍ଭେମାନେ ତାହାଙ୍କଠାରେ ଜୀବନପ୍ରାପ୍ତ ହୋଇଅଛୁ (ଏଫିସୀୟ ୨:୫); ଆମ୍ଭେମାନେ ତାହାଙ୍କ ପ୍ରତିମୂର୍ତ୍ତିର ଅନୁରୂପ ହୋଇଅଛୁ (ରୋମୀୟ ୮:୨୯); ଆମ୍ଭେମାନେ ଦଣ୍ଡରୁ ମୁକ୍ତ ହୋଇଅଛୁ ଏବଂ ଶାରିରୀକ ଭାବାନୁସାରେ ନ ଚାଲି ଆତ୍ମାଙ୍କ ଭାବାନୁସାରେ ଚାଲୁଅଛୁ (ରୋମୀୟ ୮:୧); ଏବଂ ଆମ୍ଭେମାନେ ଅନ୍ୟ ବିଶ୍ବାସୀମାନଙ୍କ ସହ ଖ୍ରୀଷ୍ଟଙ୍କ ଶରୀରର ଅଂଶ ଅଟୁ (ରୋମୀୟ ୧୨:୫) । ବିଶ୍ବାସୀ ବର୍ତ୍ତମାନ ଏକ ନୂତନ ଅନ୍ତଃକରଣ ଧାରଣ କରେ (ଯିହିଜିକଲ ୧୧:୯) ଏବଂ ଆମ୍ଭମାନଙ୍କୁ "ଖ୍ରୀଷ୍ଟଙ୍କଠାରେ ଆମ୍ଭମାନଙ୍କୁ ସମସ୍ତ ଆତ୍ମିକ ଆଶୀର୍ବାଦ ଦ୍ବାରା ସ୍ବର୍ଗରେ ଆଶୀର୍ବାଦ କରିଅଛନ୍ତି" (ଏଫିସୀୟ ୧:୩) ।

ଆମେ ଅନେକ ସମୟରେ ଆଶ୍ଚର୍ଯ୍ୟ ହୋଇପାରୁ, ଆମେ ଖ୍ରୀଷ୍ଟଙ୍କୁ ଆମ ଜୀବନ ସମର୍ପିତ କରିବା ଏବଂ ଆମ ପରିତ୍ରାଣ ବିଷୟରେ ନିଶ୍ଚିତ ଥିବା ସତ୍ତ୍ବେ ଆମେ କାହିଁକି ଉପରେ ବର୍ଣ୍ଣିତ ବ୍ୟବହାର ଅନୁସାରେ ଜୀବନଯାପନ କରୁନାହୁଁ । ଏହା ଏଇଥିଯୋଗୁଁ ଅଟେ ଯେ, ଆମ୍ଭମାନଙ୍କର ନୂତନ ପ୍ରକୃତି ଆମ୍ଭମାନଙ୍କର ପୁରାତନ ମାଂସିକ ଶରୀରରେ ବାସ କରେ, ଏବଂ ଏହି ଦୁଇଟି ଏକକୁ ଆରେକ ଯୁଦ୍ଧ କରିଥାନ୍ତି । ପୁରାତନ ସ୍ବଭାବ ମୃତ ଅଟେ, କିନ୍ତୁ ନୂତନ ସ୍ବଭାବ ଯେଉଁ ପୁରାତନ "ତମ୍ବୁ"ରେ ବାସ କରେ ତା' ସହିତ ଏବେ ସୁଦ୍ଧା ଯୁଦ୍ଧ କରେ । ମନ୍ଦ ଏବଂ ପାପ ଏବେ ସୁଦ୍ଧା ରହିଛନ୍ତି, କିନ୍ତୁ ବିଶ୍ବାସୀ ସେଗୁଡିକୁ ଏକ ନୂତନ ଅନ୍ତର୍ଦୃଷ୍ଟିରେ ଦେଖନ୍ତି ଏବଂ ସେଗୁଡିକ ପୂର୍ବେ ଯେପରି ବିଶ୍ବାସୀକୁ ନିୟନ୍ତ୍ରଣ କରୁଥିଲେ, ଏବେ ସେପରି କରିପାରନ୍ତି ନାହିଁ । ଖ୍ରୀଷ୍ଟଙ୍କଠାରେ, ଆମେ ପାପ ପ୍ରତିରୋଧ କରିବାକୁ ଚୟନ କରୁଛୁ, ଯେତେବେଳେ କି ପୁରାତନ ସ୍ବଭାବ ଏହା କରିପାରିନାହିଁ । ବର୍ତ୍ତମାନ ବାକ୍ୟ, ପ୍ରାର୍ଥନା ଏବଂ ବାଧ୍ୟତାରେ ଆମ୍ଭମାନଙ୍କ ନୂତନ ସ୍ବଭାବକୁ ପୋଷଣ କରିବା କିମ୍ବା ଏହି ସମସ୍ତ ବିଷୟକୁ ଅବହେଳା କରି ଶରୀରକୁ ପୋଷଣ କରିବାର ଦୁଇଟି ବିକଳ୍ପ ଅଛି ।

ଆମେ ଯେତେବେଳେ ଖ୍ରୀଷ୍ଟଙ୍କଠାରେ ଅଛୁ, "ତାହାଙ୍କ ଦ୍ବାରା ଆମ୍ଭେମାନେ ଏହି ସମସ୍ତ ବିଷୟରେ ସର୍ବତୋଭାବେ ବିଜୟୀ ଅଟୁ" (ରୋମୀୟ ୮:୩୭) ଏବଂ ଆମ୍ଭମାନଙ୍କ ଉଦ୍ଧାରକର୍ତ୍ତାଙ୍କଠାରେ ଆନନ୍ଦ କରିପାରିବା, ଯିଏକି ସମସ୍ତ ବିଷୟକୁ ସମ୍ଭବ କରିଥାନ୍ତି (ଫିଲିପ୍ପୀୟ ୪:୧୩) । ଖ୍ରୀଷ୍ଟଙ୍କଠାରେ ଆମ୍ଭେମାନେ ପ୍ରେମ ପାଇଛୁ, ଆମ୍ଭମାନଙ୍କୁ କ୍ଷମା ଦିଆଯାଇଛି, ଆମ୍ଭେମାନେ ସୁରକ୍ଷିତ ଅଟୁ । ଖ୍ରୀଷ୍ଟଙ୍କଠାରେ ଆମ୍ଭେମାନଙ୍କୁ ଗ୍ରହଣ କରାଯାଇଛି, ଆମ୍ଭେମାନେ ଧାର୍ମିକଗଣିତ ହୋଇଛୁ, ଆମ୍ଭେମାନେ ଉଦ୍ଧାରପ୍ରାପ୍ତ ହୋଇଛୁ, ଆମ୍ଭେମାନେ ପୁନର୍ମିଳିତ ହୋଇଛୁ, ଏବଂ ଆମ୍ଭେମାନେ ମନୋନୀତ ଅଟୁ । ଖ୍ରୀଷ୍ଟଙ୍କଠାରେ ଆମ୍ଭେମାନେ ବିଜୟୀ ଅଟୁ, ଆନନ୍ଦ ଏବଂ ଶାନ୍ତିରେ ପରିପୂର୍ଣ୍ଣ ଅଟୁ, ଏବଂ ଜୀବନର ପ୍ରକୃତ ଅର୍ଥ ପାଇଅଛୁ । ଖ୍ରୀଷ୍ଟ କିପରି ଏକ ଆଶ୍ଚର୍ଯ୍ୟଜନକ ଉଦ୍ଧାରକର୍ତ୍ତା ଅଟନ୍ତି!

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ଖ୍ରୀଷ୍ଟଙ୍କଠାରେ ମୁଁ କିଏ?
© Copyright Got Questions Ministries