settings icon
share icon
ପ୍ରଶ୍ନ

ଯୀଶୁ ଖ୍ରୀଷ୍ଟ କିଏ?

ଉତ୍ତର


“କଅଣ ଈଶ୍ଵର ଅଛନ୍ତି” ଅସାଦୃଶ୍ୟ ଭାବରେ, ଅନେକ କମ ଲୋକ ଯୀଶୁ ଖ୍ରୀଷ୍ଟଙ୍କ ଅସ୍ଥିତ୍ଵ ସମ୍ପର୍କରେ ପ୍ରଶ୍ନ କରନ୍ତି I ଏହା ସଧାରଣ ଭାବରେ ଗ୍ରହଣ କରାଯାଇଛି ଯେ ଯୀଶୁ ଖ୍ରୀଷ୍ଟ ବାସ୍ତବରେ ଏକ ମନୁଷ୍ୟ ଥିଲେ ଯିଏ କି ୨୦୦୦ ବର୍ଷ ପୁର୍ବେ ଏହି ଧରାପୃଷ୍ଠରେ ଇସ୍ରାଇଲରେ ଜୀବନ ଅତିବାହିତ କରିଥିଲେ I କିନ୍ତୁ ଯୁକ୍ତି-ତର୍କ ତେବେ ଆରମ୍ଭ ହୁଏ ଯେବେ ଯୀଶୁଙ୍କ ସମ୍ପୁର୍ଣ୍ଣ ପରିଚୟ ବିଷୟରେ ଆଲୋଚନା କରାଯାଏ I ପ୍ରାୟତଃ, ସମସ୍ତ ଧର୍ମ ଶିକ୍ଷା ଦିଏ ଯେ ଯୀଶୁ ଏକ ଭାବବାଦୀ, ଅବା ଏକ ଉତ୍ତମ ଶିକ୍ଷକ ଅବା ଏକ ଧର୍ମପରାୟଣ ବ୍ୟକ୍ତି ଥିଲେ I ବାଇବଲ ଆମକୁ ଶିକ୍ଷା ଦିଏ ଯେ ଯୀଶୁ ଏକ ଭାବବାଦୀ, ଏକ ଉତ୍ତମ ଶିକ୍ଷକ, ଅବା ଏକ ଧର୍ମପରାୟଣ ବ୍ୟକ୍ତି’ଠାରୁ ବହୁଗୁଣରେ ଅଧିକ ଥିଲେ I

ସି.ଏସ୍. ଲୁଇସ୍, ତାହାଙ୍କ ପୁସ୍ତକ, ମିଏର୍ ଖ୍ରୀଷ୍ଟିଆନିଟି ରେ ଏହି ବିଷୟ ଉଲ୍ଲେଖ କରନ୍ତି ଯେ, “ଯୀଶୁଙ୍କ ବିଷୟରେ ଯେଉଁମାନେ ମୁର୍ଖ ବିଷୟ କହନ୍ତି, ମୁଁ ଏଠାରେ ସେମାନଙ୍କୁ ରୋକିବାକୁ ଉଦ୍ୟମ କରୁନାହିଁ I ‘ମୁଁ ଯୀଶୁଙ୍କୁ ଏକ ମହାନ ନୈତିକ ଶିକ୍ଷକ ଭାବରେ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛି, କିନ୍ତୁ ଈଶ୍ଵର ହେବା ତାହାଙ୍କ ଦାବିକୁ ମୁଁ ଗ୍ରହଣ କରେ ନାହିଁ’ I ଏହି ବିଷୟ କହିବା ପାଇଁ ଆମର ଆଦୌ ଠିକ୍ ହେବ ନାହିଁ I ଏକ ମନୁଷ୍ୟ ଯିଏ କି ଜଣେ ସଧାରଣ ବ୍ୟକ୍ତି ଥିଲେ ଏବଂ ଯଦି ଜଣେ ସଧାରଣ ବ୍ୟକ୍ତି ଯୀଶୁ କହିଥିବା ବିଷୟକୁ କହନ୍ତି ତେବେ ସେ ମହାନ ନୈତିକ ଶିକ୍ଷକ ହେବ ନାହିଁ I ସେ ହୁଏତ ଜଣେ ପାଗଳ- ଏକ ସ୍ତରରେ ଯିଏ ନିଜକୁ ମୁର୍ଖ ବୋଲି ପ୍ରମାଣ ଦିଏ, ଅବା ସେ ନର୍କର ଦୟାବଳ ଶୟତାନ ହେବ I ତୁମେ ତୁମର ନିଷ୍ପତି ନେବାକୁ ହେବ I ହୁଏତ ଏହି ବ୍ୟକ୍ତି ଈଶ୍ଵରଙ୍କ ପୁତ୍ର ଥିଲା ଓ ପୁତ୍ର ଅଟେ, ଅବା ସେ ଜଣେ ପାଗଳ ବା ତାହା’ଠାରୁ ଅତ୍ୟନ୍ତ ଖରାପ I ତୁମେ ତାହାକୁ ମୁର୍ଖ ବୋଲି ପାଟି ବନ୍ଦ କରିପାରିବ, ତୁମେ ତାହାଙ୍କ ଉପରେ ଛେପ ପକାଇପାର ଓ ଦାନବ ଭାବି ତାହାକୁ ହତ୍ୟା କରିପାର, ଅବା ତାହାଙ୍କ ପାଦରେ ନତମସ୍ତକ ହୋଇପାର ଏବଂ ତାହାଙ୍କୁ ଈଶ୍ଵର ଓ ପ୍ରଭୁ ବୋଲି ଡାକି ପାର I କିନ୍ତୁ ଅବାନ୍ତର ଦୟା ଆଚରଣ ଦେଖାଇ ତାହାଙ୍କୁ ମହାନ ମନୁଷ୍ୟ ଶିକ୍ଷକ କହିବା ଠିକ୍ ନୁହେଁ I ସେହି ବିକଳ୍ପ ସେ ଆମକୁ ଦେଇ ନାହାନ୍ତି I ସେ ତାହା ଅଭିପ୍ରାୟ ମଧ୍ୟ କରି ନ ଥିଲେ” I

ତେବେ, ଯୀଶୁ କଅଣ ବୋଲି ନିଜକୁ ଦାବି କରିଥିଲେ? ସେ କିଏ ବୋଲି ବାଇବଲ କଅଣ କହେ? ପ୍ରଥମତଃ, ଯୋହନ ୧୦:୩୦ରେ ଆସନ୍ତୁ ଦେଖିବା, ଯୀଶୁ କଅଣ କହିଲେ, “ମୁଁ ଓ ପିତା ଏକ” ପ୍ରଥମ ଦୃଷ୍ଟିରେ ହୁଏତ ଏହା ଈଶ୍ଵରଙ୍କ ସହ ସମକ୍ଷକ ବୋଲି ପରିଲିକ୍ଷିତ ହୋଇ ନ ପାରେ I ଯାହାହେଉ, ତାହାଙ୍କ ଏହି ବାକ୍ୟରେ ଯିହୂଦୀ ମାନଙ୍କ ପ୍ରତିକ୍ରିୟାକୁ ଦେଖନ୍ତୁ, “ଯିହୂଦୀମାନେ ତାହାଙ୍କୁ ଉତ୍ତର ଦେଲେ, ଉତ୍ତମ କର୍ମ ନିମନ୍ତେ ଆମ୍ଭେମାନେ ତୋତେ ପଥର ଫୋପାଡୁ ନାହୁଁ, କିନ୍ତୁ ଈଶ୍ଵରନିନ୍ଦା ନିମନ୍ତେ, ପୁଣି ଟୁ ମନୁଷ୍ୟ ହୋଇ ଆପଣାକୁ ଈଶ୍ଵର ବୋଲାଉଥିବାରୁ” (ଯୋହନ ୧୦:୩୩) I ଯିହୂଦୀମାନେ ବୁଝିପାରିଲେ ଯେ ଯୀଶୁ ନିଜକୁ ଈଶ୍ଵରଙ୍କ ସହ ସମତୁଲ୍ୟ ବୋଲି ଦାବି କରୁଅଛନ୍ତି I ପରବର୍ତ୍ତୀ ପଦମାନଙ୍କରେ, ଯୀଶୁ ଯିହୂଦୀମାନଙ୍କୁ ସଂଶୋଧନ କରନ୍ତି ନାହିଁ I ଏହା ସୂଚନା ଦିଏ ଯେ ଯୀଶୁ ପ୍ରକୃତରେ କହିଲେ ଯେ ସେ ଈଶ୍ଵର ଥିଲେ, “ମୁଁ ଓ ପିତା ଏକ” (ଯୋହନ ୧୦:୩୦) I ଯୋହନ ୮:୫୮ହେଉଛି ଆଉ ଏକ ଉଦାହରଣ, “ଅବ୍ରାହମଙ୍କ ପୂର୍ବରୁ ମୁଁ ଅଛି”I ପୁର୍ନବାର, ଏହି ବାକ୍ୟର ପ୍ରତିକ୍ରିୟାରେ, ଯିହୂଦୀମାନେ ଯୀଶୁଙ୍କୁ ପଥର ଫୋପାଡିବା ଉଦ୍ୟମ କରନ୍ତି (ଯୋହନ ୮: ୫୯) I ଯୀଶୁଙ୍କ “ମୁଁ ଅଛି” ଅଂଶଟି ହେଉଛି ସିଧାସଳଖ ପୁରାତନ ନିୟମର ଈଶ୍ଵରଙ୍କ ନାମ (ଯାତ୍ରା ୩:୧୪) I ଯଦି ସେ ଈଶ୍ଵର ନିନ୍ଦା କରିନାହାନ୍ତି, ଅବା ଈଶ୍ଵର ବୋଲି ନିଜକୁ ଦାବି କରିନାହାନ୍ତି, ତେବେ ଯିହୂଦୀମାନେ ତାହାଙ୍କୁ କାହିଁକି ପଥର ଫୋପାଡିବାକୁ ଚେଷ୍ଟା କଲେ?

ଯୋହନ ୧:୧ କହେ, “ବାକ୍ୟ ଈଶ୍ଵର ଥିଲେ” I ଯୋହନ ୧:୧୪ କହେ, “ସେହି ବାକ୍ୟ ଦେହବନ୍ତ ହେଲେ” I ଏହା ସ୍ପଷ୍ଟ ଭାବରେ ସୂଚନା ଦିଏ ଯେ ଯୀଶୁ, ଈଶ୍ଵର ମାନବ ଶରୀରରେ ଥିଲେ I ଥୋମା, ଶିଷ୍ୟ ଯୀଶୁଙ୍କୁ କହିଲେ, “ମୋର ପ୍ରଭୁ ଓ ମୋର ଈଶ୍ଵର” (ଯୋହନ ୨୦:୨୮) I ଯୀଶୁ ତାହାଙ୍କୁ ଏଥିରେ ସଂଶୋଧନ କରନ୍ତି ନାହିଁ I ପ୍ରେରିତ ପାଉଲ ତାହାଙ୍କୁ ବର୍ଣ୍ଣନା କରନ୍ତି ଯେ, “...” (ତୀତସ ୨:୧୩) I ପ୍ରେରିତ ପିତର ମଧ୍ୟ ସେହି ସମାନ ବିଷୟ ଯୀଶୁଙ୍କ ବିଷୟରେ କହନ୍ତି, “ଆମ୍ଭମାନଙ୍କ ଈଶ୍ଵର ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କର ...” (୨ ପିତର ୧:୧) I ପିତା ଈଶ୍ଵର, ଯୀଶୁ ଖ୍ରୀଷ୍ଟଙ୍କ ସମ୍ପୁର୍ଣ୍ଣ ଈଶ୍ଵରତ୍ବର ସାକ୍ଷୀ ଅଟନ୍ତି, “ହେ, ଈଶ୍ଵର, ତୁମର ସିଂହାସନ ଅନନ୍ତକାଳସ୍ଥାୟୀ, ପୁଣି, ନ୍ୟାୟର ଦଣ୍ଡ ତୁମ୍ଭର ରାଜଦଣ୍ଡ ଅଟେ” (ଏବ୍ରୀ ୧:୮) I ପୁରାତନ ନିୟମର ଖ୍ରୀଷ୍ଟଙ୍କ ଭବିଷ୍ୟତବାଣୀ ତାହାଙ୍କ ଈଶ୍ଵରତ୍ବ ସମ୍ପର୍କରେ ଘୋଷଣା କରେ, “କାରଣ ଆମ୍ଭମାନଙ୍କ ନିମନ୍ତେ ଏକ ବାଳକ ଜନ୍ମି ଅଛନ୍ତି, ଆମ୍ଭମାନଙ୍କୁ ଏକ ପୁତ୍ର ଦତ୍ତ ହୋଇଅଛନ୍ତି ଓ ତାହାଙ୍କ ସ୍କନ୍ଧରେ କତ୍ତୁତ୍ବଭାର ଥୁଆଯିବ, ପୁଣି ତାହାଙ୍କର ନାମ ଆଶ୍ଚର୍ଯ୍ୟ, ମନ୍ତ୍ରୀ, ପରକ୍ରାନ୍ତ ପରମେଶ୍ବର, ଅନନ୍ତକାଳୀନ ପିତା, ଶାନ୍ତି ରାଜା ହେବ” (ଯିଶାୟ ୯:୬) I

ତେଣୁ, ଯେପରି ସି.ଏସ୍.ଲୁଇସ୍ ଯୁକ୍ତି କରନ୍ତି ଯେ ଯୀଶୁଙ୍କୁ ଏକ ଉତ୍ତମ ଶିକ୍ଷକ ଭାବରେ ବିଶ୍ବାସ କରିବା ଏକ ବିକଳ୍ପ ନୁହେଁ I ଯୀଶୁ ସ୍ପଷ୍ଟ ଭାବରେ ନିଜକୁ ଈଶ୍ଵର ବୋଲି ଦାବି କରିଥିଲେ I ଯଦି ସେ ଈଶ୍ଵର ନୁହଁନ୍ତି, ତେବେ ସେ ଜଣେ ମିଥ୍ୟାବାଦୀ, ଏବଂ ତେଣୁ, ସେ ଭାବବାଦୀ ନୁହଁନ୍ତି, ବା ଉତ୍ତମ ଶିକ୍ଷକ ବା ଈଶ୍ଵରପରାୟଣ ବ୍ୟକ୍ତି ନୁହଁନ୍ତି I ଯୀଶୁଙ୍କ ବାକ୍ୟକୁ ମିଥ୍ୟା ସାବ୍ୟସ୍ତ କରିବା ପାଇଁ, ଆଧୁନିକ “ପଣ୍ଡିତ”ମାନେ ଦାବି କରନ୍ତି ଯେ “ଐତିହାସିକ ଯୀଶୁ” ଅନେକ ବିଷୟ କରିନାହାନ୍ତି ଯାହା ବାଇବଲରେ ତାହାଙ୍କ ବିଷୟରେ ଲିପିବଦ୍ଧ ଅଛି I ଈଶ୍ଵରଙ୍କ ବାକ୍ୟ ଯୀଶୁଙ୍କ ବିଷୟରେ କଅଣ କହେ ଅବା ନ କହେ, ତାହା ସହ ଯୁକ୍ତି କରିବା ପାଇଁ ଆମେ କିଏ? ଜଣେ ପଣ୍ଡିତ ଯିଏ ପ୍ରକୃତରେ ଯୀଶୁଙ୍କ’ଠାରୁ ୨୦୦୦ ବର୍ଷ ସମୟ ବ୍ୟବଧାନରେ ଅଛି, ସେ କିପରି ଯୀଶୁ କଅଣ କଲେ ଅବା ନ କହିଲେ, ସେ ତାହା ଏପରି ଲୋକମାନଙ୍କ’ଠାରୁ ଅଧିକ ଜାଣିପାରିବେ ଯେଉଁମାନେ କି ଯୀଶୁଙ୍କ ସହ ଜୀବନ ଅତିବାହିତ କରିଥିଲେ ଏବଂ ସ୍ଵୟଂ ଯୀଶୁ ଖ୍ରୀଷ୍ଟଙ୍କ ଦ୍ଵାରା ଶିକ୍ଷା ପାଇଥିଲେ (ଯୋହନ ୧୪:୨୬)?

କାହିଁକି ଯୀଶୁଙ୍କ ପ୍ରକୃତ ବ୍ୟକ୍ତିତ୍ଵ ପ୍ରଶ୍ନ ଏତେ ଗୁରୁତ୍ଵପୁର୍ଣ୍ଣ? ଯୀଶୁ ଈଶ୍ଵର ଅଟନ୍ତି ବା ନାହିଁ, ଏହା କାହିଁକି ଗୁରୁତ୍ଵପୁର୍ଣ୍ଣ ? ମୁଖ୍ୟ କାରଣ ହେଉଛି ଯେ ଯଦି ଯୀଶୁ, ଈଶ୍ଵର ନୁହଁନ୍ତି, ତେବେ ତାହାଙ୍କ ମୃତ୍ୟୁ ସମସ୍ତ ଜଗତର ପାପର ଦଣ୍ଡକୁ ପେୟ କରିବାକୁ ଯଥେଷ୍ଟ ହେବ ନାହିଁ (୧ ଯୋହନ ୨:୨) I କେବଳ ଈଶ୍ଵର ହିଁ ଏହି ପ୍ରକାର ଅସୀମ ପେୟ କରିପାରିବେ (ରୋମୀୟ ୫:୮; ୨ କରନ୍ଥିୟ ୫:୨୧) I ଯୀଶୁ ଈଶ୍ଵର ଅଟନ୍ତି, ସେ ଆମର ପାପର ବେତନକୁ ପେୟ କରନ୍ତି I ଯୀଶୁ, ମନୁଷ୍ୟ ହେଲେ ଯେପରି ସେ ଆମ ନିମନ୍ତେ ମୃତ୍ୟୁଭୋଗ କରିପାରିବେ I କେବଳ ଯୀଶୁ ଖ୍ରୀଷ୍ଟଙ୍କ’ଠାରେ ବିଶ୍ବାସ ଦ୍ବାରା ପରିତ୍ରଣ ପ୍ରାପ୍ତି ସମ୍ଭବ ଅଟେ I ଯୀଶୁଙ୍କ ଈଶ୍ଵରତ୍ଵ ହିଁ ଏହାର କାରଣ ଯେ ସେ ଏକମାତ୍ର ପଥ ଅଟନ୍ତି I ଯୀଶୁଙ୍କ ଈଶ୍ଵରତ୍ଵ ହେତୁ, ସେ ଘୋଷଣା କଲେ ଯେ, “ମୁଁ ପଥ, ସତ୍ୟ ଓ ଜୀବନ; ମୋ’ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଏ ନାହିଁ” ଯୋହନ ୧୪:୬ I

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ଯୀଶୁ ଖ୍ରୀଷ୍ଟ କିଏ?
© Copyright Got Questions Ministries