settings icon
share icon
ପ୍ରଶ୍ନ

ସାର୍ବଜନିନବାଦ/ସାର୍ବଜନିନ ପରିତ୍ରାଣ ବାଇବଲ ସମ୍ମତ କି?

ଉତ୍ତର


ସାର୍ବଜନିନବାଦ ହେଉଛି ଏକ ବିଶ୍ବାସ ଯେ ପ୍ରତ୍ୟେକ ଲୋକ ଉଦ୍ଧାରପ୍ରାପ୍ତ ହେବେ । ଆଜି ଅନେକ ଲୋକ ଅଛନ୍ତି ଯେଉଁମାନେ ସାର୍ବଜନିନ ପରିତ୍ରାଣର ମତ ପୋଷଣ କରନ୍ତି ଏବଂ ବିଶ୍ବାସ କରନ୍ତି ଯେ, ସମସ୍ତ ଲୋକ ପରିଶେଷରେ ସ୍ବର୍ଗରେ ପ୍ରବେଶ କରିବେ । ବୋଧହୁଏ ଏହା ହେଉଛି ଏକ ମତ ଯାହା ପୁରୁଷ ଓ ସ୍ତ୍ରୀମାନେ ନରକର ଅନନ୍ତ ଯନ୍ତ୍ରଣାର ଏକ ଜୀବନଯାପନ କରନ୍ତି ଯାହା କେତେକଙ୍କୁ ଏହି ବିଷୟରେ ଶାସ୍ତ୍ରର ଶିକ୍ଷା ଅଗ୍ରାହ୍ୟ କରିବାକୁ ଦିଏ । କିଛି ଲୋକମାନଙ୍କ ନିମନ୍ତେ ଏହା ଈଶ୍ବରଙ୍କ ପ୍ରେମ ଏବଂ ଦୟା ଉପରେ ହେଉଥିବା ଅତି ଗୁରୁତ୍ବପ୍ରଦାନ ଯାହା ଈଶ୍ବରଙ୍କ ଧାର୍ମିକତା ଏବଂ ନ୍ୟାୟର ଅବଜ୍ଞା ଯାହା ସେମାନଙ୍କୁ ବିଶ୍ବାସ କରିବାକୁ ଦିଏ ଯେ ସମସ୍ତ ଜୀବନ୍ତ ପ୍ରାଣୀ ଉପରେ ଈଶ୍ବରଙ୍କର ଦୟା ବର୍ତ୍ତିବ । କିନ୍ତୁ ଶାସ୍ତ୍ରଗୁଡିକ ଶିକ୍ଷା ଦିଅନ୍ତି ଯେ, କିଛି ଲୋକ ନରକରେ ଅନନ୍ତକାଳ କ୍ଷେପଣ କରିବେ ।

ପ୍ରଥମତଃ, ବାଇବଲ ସ୍ବଷ୍ଟ କରେ ଯେ, ମୁକ୍ତିପ୍ରାପ୍ତ ହୋଇନଥିବା ଲୋକମାନେ ଅନନ୍ତକାଳ ନରକରେ ବାସ କରିବେ । ଯୀଶୁଙ୍କ ନିଜ ବାକ୍ୟ ନିଶ୍ବିତ କରେ ଯେ, ମୁକ୍ତିପ୍ରାପ୍ତ ଲୋକମାନେ ସ୍ବର୍ଗରେ ଯେତେ ସମୟ କ୍ଷେପଣ କରିବେ, ସେହିପରି ମୁକ୍ତିପ୍ରାପ୍ତ ହୋଇନଥିବା ଲୋକମାନେ ନରକରେ ସେତେ ସମୟ କ୍ଷେପଣ କରିବେ । ମାଥିଉ ୨୫:୪୬ କୁହେ, "ଆଉ, ଏମାନେ [ଉଦ୍ଧାରପ୍ରାପ୍ତ ହୋଇନଥିବା ଲୋକେ] ଅନନ୍ତ ଶାସ୍ତି, କିନ୍ତୁ ଧାର୍ମିକମାନେ ଅନନ୍ତ ଜୀବନ ଭୋଗ କରିବାକୁ ଯିବେ ।" ଏହି ପଦ ଅନୁଯାୟୀ, ଉଦ୍ଧାରପ୍ରାପ୍ତ ହୋଇନଥିବା ଲୋକମାନଙ୍କର ଦଣ୍ଡ ଧାର୍ମିକମାନଙ୍କର ଜୀବନ ପରି ଅନନ୍ତକାଳ ଅଟେ । କିଛି ଲୋକ ବିଶ୍ବାସ କରନ୍ତି ଯେ, ଯେଉଁମାନେ ନରକରେ ପଡିବେ ସେମାନେ ପରିଶେଷରେ ଆଉ ରହିବେନାହିଁ, କିନ୍ତୁ ପ୍ରଭୁ ନିଜେ ନିଶ୍ଚିତ କରନ୍ତି ଯେ ଏହା ଚିରଦିନ ନିମନ୍ତେ ରହିବ । ମାଥିଉ ୨୫:୪୧ ଓ ମାର୍କ ୯:୪୪ ନରକକୁ "ଅନନ୍ତ ଅଗ୍ନି" ଏବଂ "ଅନିର୍ବାପିତ ଅଗ୍ନି" ଭାବେ ବର୍ଣ୍ଣନା କରେ ।

ଜଣେ ବ୍ୟକ୍ତି କିପରି ଏହି ଅନିର୍ବାପିତ ଅଗ୍ନିରୁ ଦୂରେଇ ରହିପାରିବ? ଅନେକ ଲୋକ ବିଶ୍ବାସ କରନ୍ତି ଯେ, ସମସ୍ତ ପଥ ଅର୍ଥାତ୍ ସମସ୍ତ ଧର୍ମ ଏବଂ ବିଶ୍ବାସ ସ୍ବର୍ଗକୁ ପରିଚାଳିତ କରେ, କିମ୍ବା ସେମାନେ ବିବେଚନା କରନ୍ତି ଯେ ଈଶ୍ବର ପ୍ରେମ ଏବଂ କରୁଣାରେ ଏତେ ପୂର୍ଣ୍ଣ ଅଟନ୍ତି ଯେ ସେ ସମସ୍ତ ଲୋକଙ୍କୁ ସ୍ବର୍ଗରେ ପ୍ରବେଶ କରିବା ନିମନ୍ତେ ଅନୁମତି ଦେବେ । ଈଶ୍ବର ନିଶ୍ଚିତ ଭାବେ ପ୍ରେମ ଏବଂ କରୁଣାରେ ପୂର୍ଣ୍ଣ ଅଟେ; ଏହି ସମସ୍ତ ଗୁଣ ହିଁ ଆମ୍ଭମାନଙ୍କ ନିମନ୍ତେ କ୍ରୁଶରେ ମୃତ୍ୟୁଭୋଗ କରିବା ନିମନ୍ତେ ତାଙ୍କ ପୁତ୍ର ଯୀଶୁଖ୍ରୀଷ୍ଟଙ୍କୁ ଏହି ପୃଥିବୀକୁ ପ୍ରେରଣ କରାଇଲା । ଯୀଶୁଖ୍ରୀଷ୍ଟ ଏକମାତ୍ର ଦ୍ବାର ଅଟନ୍ତି ଯାହା ସ୍ବର୍ଗରେ ଅନନ୍ତକାଳ ବାସ କରିବା ନିମନ୍ତେ ପରିଚାଳିତ କରେ । ପ୍ରେରିତ ୪:୧୨ କୁହେ, "ତାହାଙ୍କଠାରେ ଆଉ କାହାଠାରେ ପରିତ୍ରାଣ ନାହିଁ, କାରଣ ଯାହା ଦ୍ବାରା ଆମ୍ଭମାନଙ୍କୁ ପରିତ୍ରାଣ ପାଇବାକୁ ହେବ, ଆକାଶ ତଳେ ମନୁଷ୍ୟମାନଙ୍କ ମଧ୍ୟରେ ଆଉ କୌଣସି ନାମ ଦିଆଯାଇନାହିଁ ।" "କାରଣ ଏକମାତ୍ର ଈଶ୍ବର ଅଛନ୍ତି, ଆଉ ଈଶ୍ବର ଓ ମନୁଷ୍ୟମାନଙ୍କ ମଧ୍ୟରେ ଏକମାତ୍ର ମଧ୍ୟସ୍ଥ ଅଛନ୍ତି, ସେ ଖ୍ରୀଷ୍ଟ ଯୀଶୁ, ଜଣେ ମନୁଷ୍ୟ" (୧ତିମଥି ୨:୫) । ଯୋହନ ୧୪:୬ରେ ଯୀଶୁ କହନ୍ତି "ମୁଁ ପଥ, ସତ୍ୟ ଓ ଜୀବନ । ମୋ ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଏନାହିଁ ।" ଯୋହନ ୩:୧୬ "କାରଣ ଈଶ୍ବର ଜଗତକୁ ଏଡେ ପ୍ରେମ କଲେ ଯେ ସେ ଆପଣା ଅଦ୍ବିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେକେହି ତାହାଙ୍କଠାରେ ବିଶ୍ବାସ କରେ, ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ ।" ଯଦି ଆମେ ଈଶ୍ବରଙ୍କ ପୁତ୍ରଙ୍କୁ ଅଗ୍ରାହ୍ୟ କରିବାର ଚୟନ କରୁ, ଆମେ ପରିତ୍ରାଣ ନିମନ୍ତେ ଥିବା ଆବଶ୍ୟକ ବିଷୟକୁ ପୂରଣ କରେନାହିଁ (ଯୋହନ ୩:୧୬, ୧୮, ୩୬) ।

ଏହି ସମସ୍ତ ପରି ପଦରୁ ସ୍ବଷ୍ଟ ହୁଏ ଯେ ସାର୍ବଜନିନବାଦ ଓ ସାର୍ବଜନିନ ପରିତ୍ରାଣ ଦୁଇଟି ଅଣ ବାଇବଲ ବିଶ୍ବାସ ।ଶାସ୍ତ୍ର ଯାହା ଶିକ୍ଷା ଦିଏ, ତାହାକୁ ସାର୍ବଜନିନବାଦ ସିଧାସଳଖ ବିରୋଧାଭାସ କରେ । ଯେତେବେଳେ ଅନେକ ଲୋକ ଖ୍ରୀଷ୍ଟିୟାନମାନଙ୍କୁ ଅସହିଷ୍ଣ ଏବଂ "କେବଳ ନିଜ ନିମନ୍ତେ ଉନ୍ମୁକ୍ତ" ହୋଇଥିବାରୁ ଦୋଷାରୋପ କରନ୍ତି, ଏହା ସ୍ମରଣରେ ରଖିବା ଗୁରୁତ୍ବପୂର୍ଣ୍ଣ ଯେ ଏହି ସମସ୍ତ ଖ୍ରୀଷ୍ଟଙ୍କ ନିଜର ବାକ୍ୟ । ଖ୍ରୀଷ୍ଟିୟାନମାନେ ନିଜେ ନିଜେ ଏହି ଧାରଣାର ବିକାଶ କରିନାହାନ୍ତି; ଖ୍ରୀଷ୍ଟିୟାନମାନେ ପ୍ରଭୁ ଯାହା ପୂର୍ବରୁ କହିଛନ୍ତି କେବଳ ତାହାକୁ ହିଁ ଦର୍ଶାନ୍ତି । ଲୋକେମାନେ ସେହି ବାର୍ତ୍ତାକୁ ପ୍ରତ୍ୟାଖ୍ୟାନ କରିବା ନିମନ୍ତେ ଚୟନ କରନ୍ତି କାରଣ ସେମାନେ ସେମାନଙ୍କର ପାପର ସମ୍ମୁଖୀନ ହେବାକୁ ଏବଂ ସେମାନଙ୍କୁ ରକ୍ଷା କରିବା ନିମନ୍ତେ ସେମାନେ ଈଶ୍ବରଙ୍କ ଆବଶ୍ୟକ କରନ୍ତିନାହିଁ । ଯେଉଁମାନେ ତାଙ୍କ ପୁତ୍ରଙ୍କ ଦ୍ବାରା ଈଶ୍ବରଙ୍କ ପରିତ୍ରାଣର ଯୋଗାଣକୁ ପ୍ରତ୍ୟାଖ୍ୟାନ କରନ୍ତି ସେମାନେ ଉଦ୍ଧାରପ୍ରାପ୍ତ ହେବେ ବୋଲି କହିବା ଈଶ୍ବରଙ୍କ ପବିତ୍ରତା ଏବଂ ନ୍ୟାୟକୁ ନ୍ୟୁନ କରିବା ଏବଂ ଆମ ପକ୍ଷରୁ ଯୀଶୁଙ୍କ ବଳିଦାନର ଆବଶ୍ୟକତାକୁ ଅସତ୍ୟ ବୋଲି ପ୍ରମାଣିତ କରିବା ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ସାର୍ବଜନିନବାଦ/ସାର୍ବଜନିନ ପରିତ୍ରାଣ ବାଇବଲ ସମ୍ମତ କି?
© Copyright Got Questions Ministries