settings icon
share icon
ପ୍ରଶ୍ନ

ଯୌନକ୍ରିୟାରେ ଏକ ଖ୍ରୀଷ୍ଟିୟାନ ଦମ୍ପତ୍ତି କେଉଁ ବିଷୟ/ବିଷୟଗୁଡିକ କରିବାକୁ ଅନୁମତିପ୍ରାପ୍ତ ଅଟନ୍ତି?

ଉତ୍ତର


ବାଇବଲ କୁହେ "ବିବାହ ସମସ୍ତଙ୍କ ମଧ୍ୟରେ ଆଦରଣୀୟ ହେଉ ଓ ତାହାର ଶଯ୍ୟା ଶୁଚି ଥାଉ; କାରଣ ଈଶ୍ବର ପାରଦାଅରିକ ଓ ବ୍ୟଭିଚାରୀମାନଙ୍କ ସହିତ ବିଚାର କରିବେ" (ଏବ୍ରୀ ୧୩:୪) ଉତ୍ତର: ଯୌନଗତ ଭାବେ ଜଣେ ସ୍ବାମୀ ଏବଂ ସ୍ତ୍ରୀ କ'ଣ କରନ୍ତି ବା କ'ଣ କରିବା ନିମନ୍ତେ ଅନୁମତି ପାଇନାହାନ୍ତି ସେ ବିଷୟରେ ଶାସ୍ତ୍ର କେବେବି କହିନାହିଁ । ସ୍ବାମୀ ଏବଂ ସ୍ତ୍ରୀମାନେ "ପରସ୍ପରକୁ ବଞ୍ଚିତ ନ କର; କେଜାଣି ପ୍ରାର୍ଥନା ନିମନ୍ତେ ଅବକାଶ ପାଇବା ପାଇଁ ଉଭୟ ଏକ ପରାମର୍ଶ ହୋଇ ଅଳ୍ପ କାଳ ପୃଥକ୍ ରହିପାର;" (୧କରିନ୍ଥୀୟ ୭:୫କ) । ଏହି ପଦ ବୋଧହୁଏ ବିବାହରେ ଯୌନଗତ ସମ୍ପର୍କର ନୀତି ନିର୍ଦ୍ଧାରଣ କରିଅଛି । ଯାହାବି କରାଯାଇଛି, ତାହା ପାରସ୍ପରିକ ଭାବେ ସହମତ ହେବା ଉଚିତ୍ । କୌଣସି ବ୍ୟକ୍ତିଙ୍କୁ କିଛି ବିଷୟ ଅଖାଡୁଆ ଲାଗିଲେ କିମ୍ବା ସେ ଅଖାଡୁଆ ଅନୁଭବ କଲେ ସେପରି ବିଷୟ କରିବା ନିମନ୍ତେ ତାଙ୍କୁ ଉତ୍ସାହିତ କରାଯିବା କିମ୍ବା ବାଧ୍ୟ କରାଯିବା ଉଚିତ୍ ନୁହେଁ । ଯଦି ଜଣେ ସ୍ବାମୀ ଏବଂ ସ୍ତ୍ରୀ ଉଭୟ କିଛି ବିଷୟ କରିବାକୁ ଚେଷ୍ଟା କରନ୍ତି (ଉଦାହରଣ ସ୍ବରୂପ, ମୁଖ ଯୌନକ୍ରିୟା, ବିଭିନ୍ନ ପ୍ରକାର ଭଙ୍ଗୀରେ ଯୌନକ୍ରିୟା, ଯୌନ ଖେଳନା ଇତ୍ୟାଦି), ତେବେ ସେଗୁଡିକ କାହିଁକି କରାଯାଇପାରିବ ନାହିଁ, ସେ ବିଷୟରେ ବାଇବଲ କୌଣସି କାରଣ ପ୍ରଦାନ କରେନାହିଁ ।

ଅଥଚ, ଅଳ୍ପ କେତୋଟି ବିଷୟ ଅଛି, ଯାହା ଏକ ବିବାହିତ ଦମ୍ପତ୍ତି ନିମନ୍ତେ ଯୌନଗତ ଭାବେ କରିବା ନିମନ୍ତେ କେବେ ବି ଅନୁମତି ପ୍ରଦାନ କରାଯାଇନାହିଁ । "ଯୌନ ବିନିମୟ କରିବା" ବା "ଲାଭ ନିମନ୍ତେ ଯୌନ ବ୍ୟବସାୟ କରିବା" (ତିନିଜଣ କିମ୍ବା ଚାରିଜଣ ଇତ୍ୟାଦି ହୋଇ ଯୌନକ୍ରିୟା କରିବା) ସ୍ବଷ୍ଟ ଓ ଲଜ୍ଜାହୀନ ବ୍ୟଭିଚାର ଅଟେ (ଗାଲାତୀୟ ୫:୧୯; ଏଫିସୀୟ ୫:୩; କଲସୀୟ ୩:୫; ୧ଥେସଲନିକୀୟ ୪:୩) । ବ୍ୟଭିଚାର ହେଉଛି ପାପ ଯଦିଓ ଆପଣଙ୍କ ଜୀବନସାଥି ଏହା କରିବା ନିମନ୍ତେ ଆପଣଙ୍କୁ ଅନୁମତି ପ୍ରଦାନ କରନ୍ତି, ଏହାକୁ ସମର୍ଥନ କରନ୍ତି କିମ୍ବା ଏପରିକି ଯଦି ଏଥିରେ ଅଂଶଗ୍ରହଣ କରନ୍ତି । ଅଶ୍ଲିଳ ଚିତ୍ର "ଶାରିରୀକ ଅଭିଳାଷ ଏବଂ ଚକ୍ଷୁର ଅଭିଳାଷ" ଅଟେ (୧ଯୋହନ ୨:୧୬) ଏବଂ ସେଇଥିଯୋଗୁଁ ଈଶ୍ବରଙ୍କ ଦ୍ବାରା ନିନ୍ଦା କରାଯାଇଛି । ଜଣେ ସ୍ବାମୀ ଏବଂ ସ୍ତ୍ରୀ ସେମାନଙ୍କ ଯୌନ ମିଳନରେ କେବେ ବି ଅଶ୍ଲିଳ ଚିତ୍ର ପ୍ରବର୍ତ୍ତନ କରିବା ଉଚିତ୍ ନୁହେଁ । ଏହି ଦୁଇଗୋଟି ବିଷୟ ବ୍ୟତୀତ, ଯେପର୍ଯ୍ୟନ୍ତ ସ୍ବାମୀ ଓ ସ୍ତ୍ରୀ ପରସ୍ପର ଯୌନକ୍ରିୟା ନିମନ୍ତେ ସହମତ ଅଛନ୍ତି, ସେପର୍ଯ୍ୟନ୍ତ ସେମାନେ ପରସ୍ପର ଯୌନଗତ ଭାବେ କିଛି ନ କରିବା ନିମନ୍ତେ ସ୍ବଷ୍ଟ ଭାବେ କୁହେନାହିଁ ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ଯୌନକ୍ରିୟାରେ ଏକ ଖ୍ରୀଷ୍ଟିୟାନ ଦମ୍ପତ୍ତି କେଉଁ ବିଷୟ/ବିଷୟଗୁଡିକ କରିବାକୁ ଅନୁମତିପ୍ରାପ୍ତ ଅଟନ୍ତି?
© Copyright Got Questions Ministries