settings icon
share icon
ପ୍ରଶ୍ନ

ମୋ’ପାଇଁ କେଉଁ ଧର୍ମ ଠିକ୍ ଅଟେ?

ଉତ୍ତର


ଶୀଘ୍ର ଖାଦ୍ୟ ଯୋଗଉଥିବା ହୋଟେଲ ଆମକୁ ପ୍ରଲୋଭିତ କରିଥାଏ ଯେ ଆମେ ଯେଉଁ ପ୍ରକାର ଖାଦ୍ୟ ଚାହୁଁ, ଠିକ୍ ସେହି ପ୍ରକାରର ଖାଦ୍ୟ ଆମେ ଆଦେଶ କରିପାରିବା | କେତେକ କଫି ଦୋକାନରେ ବିଭିନ୍ନ ସ୍ଵାଦର ଓ ବିଭିନ୍ନ ପ୍ରକାରର କଫି ଉପଲବଧ ଥାଏ | ଯେତେବେଳେ ଆମେ ଘର ବା କାର୍ କିଣୁ, ଆମେ ବିଭିନ୍ନ ବିକଳ୍ପ ଓ ଗୁଣ ଦେଖିବାକୁ ଚେଷ୍ଟା କରିଥାଉ, ଯାହା କି ଆମେ ଇଚ୍ଛା କରୁ | ଆଉ ଆମେ ଚକୋଲେଟ୍, ଓ ଷ୍ଟ୍ରବେରୀ ଦୁନିଆରେ ବାସ କରୁନାହୁଁ. ଆଜିର ଦୁନିଆରେ ପସନ୍ଦ ହେଉଛି ରାଜା! ଯେ ତୁମର ଆପଣଙ୍କ ବ୍ୟକ୍ତିଗତ ପସନ୍ଦ ଓ ଆବଶ୍ୟକତା ଅନୁସାରେ ଆପଣ କୌଣସି ବିଷୟ ଚାହିଁ ଥାନ୍ତି ତାହା ପାଇ ଥାନ୍ତି ।

ତେବେ ତୁମ ନିମନ୍ତେ କେଉଁ ଧର୍ମ ଠିକ୍ ଅଟେ? ଏକ ଦୋଷ ରହିତ ଧର୍ମ ବିଷୟରେ କଅଣ ବିଚାର କର, ଯାହା , କୌଣସି ଦାବି କରେ ନାହିଁ, ଏବଂ ଅନେକ “କର” ଓ “ନକର” (ନିୟମକାନୁନ) ରେ ବୋଝଗ୍ରସ୍ତ ନୁହେଁ? ଏପରି ଏକ ଧର୍ମ ବାସ୍ତବରେ ଅଛି ଯାହା ମୁଁ ବର୍ତ୍ତମାନ ବର୍ଣ୍ଣନା କଲି, କିନ୍ତୁ ଧର୍ମକୁ ଆଇସ୍-କ୍ରିମ୍ ସ୍ଵାଦକୁ ବାଛିଲା ପରି ଚୟନ କରଯାଇପାରେ କି?

ଆମ୍ଭମାନଙ୍କୁ ଆକର୍ଷଣ କରିବା ପାଇଁ, ଦୁନିଆରେ ଅନେକ ସ୍ଵର ଅଛନ୍ତି, ତେବେ ଜଣେ ବ୍ୟକ୍ତି କାହିଁକି ଯୀଶୁଙ୍କୁ, ଅନ୍ୟ ମାନଙ୍କ ଉପରେ ଯଥା- ମହମ୍ମଦ, କନଫୁସିଅସ୍, ବୁଦ୍ଧଦେବଙ୍କ ଉପରେ ପ୍ରାଧାନ୍ୟତା ଦେବା ଉଚିତ୍? ସବୁକଥା ବିଚାର କଲେ, ପ୍ରଶ୍ନ ଆସେ ଯେ, ସମସ୍ତ ରାସ୍ତା କଅଣ ସ୍ଵର୍ଗକୁ କଢାଇ ନିଏ ନାହିଁ? ସମସ୍ତ ଧର୍ମ କଅଣ ସମାନ ନୁହନ୍ତି? ସତ୍ୟ ବିଷୟ ହେଉଛି ଯେ ସମସ୍ତ ଧର୍ମ ସ୍ଵର୍ଗକୁ କଢ଼।ଏ ନାହିଁ, ଯେପରି ସମସ୍ତ ରାସ୍ତା ଦିଲ୍ଲୀକୁ କଢ଼।ଏ ନାହିଁ |

କେବଳ ଯୀଶୁ ଈଶ୍ଵରଙ୍କ ଅଧିକାର ସହ କଥା କୁହନ୍ତି କାରଣ ସେ ମୃତ୍ୟୁ ଉପରେ ବିଜୟ ହାସଲ କରିଅଛନ୍ତି | ମହମ୍ମଦ, କନଫୁସିଅସ୍ ଓ ଅନ୍ୟ ବ୍ୟକ୍ତିମାନେ ଆଜି ଯାଏ କବରଶାୟୀ ହୋଇ ରହିଅଛନ୍ତି | କିନ୍ତୁ ଯୀଶୁ ରୋମୀୟ କ୍ରୁଶରେ ଦାରୁଣ ଭାବରେ ମୃତ୍ୟୁବରଣ କଲା ଉତ୍ତାରେ ଆପଣା ଶକ୍ତିରେ ତିନି ଦିନ ପରେ ପୁନର୍ଜୀବିତ ହୋଇଥିଲେ | ଯଦି ଏପରି କେହି ମୃତ୍ୟୁ ଉପରେ ବିଜୟ ହାସଲ କରିଥାନ୍ତି, ତେବେ ଆମ ଧ୍ୟାନ ତାହାଙ୍କ ଉପରେ କେନ୍ଦ୍ରିତ ହେବ ଉଚିତ୍ | ଯେ କେହି ମୃତ୍ୟୁ ଉପରେ ବିଜୟ ହାସଲ କରିଅଛି, ତାହାଙ୍କ କଥା ଶୁଣାଯିବା ଉଚିତ୍ |

ଯୀଶୁଙ୍କ ପୁନରୁଥାନ ସପକ୍ଷରେ ଅନେକ ପ୍ରମାଣ ରହିଅଛି. ପ୍ରଥମତଃ, ୫୦୦ରୁ ଉର୍ଦ୍ଧ ପୁନରୁଥିତ ଖ୍ରୀଷ୍ଟଙ୍କ ଚାକ୍ଷୁଷ ଥିଲେ! ଏହା ନିଶ୍ଚିତରୁପେ ଏକ ବୃହତ୍ତ ସଂଖ୍ୟା | ୫୦୦ଟି ବ୍ୟକ୍ତିଙ୍କର ସ୍ଵର ଅବହେଳିତ କରାଯାଇ ନ ପାରେ | ଶୁନ୍ୟ କବରର ବିଷୟ ମଧ୍ୟ ପୁନରୁଥାନର ଆଉ ଏକ ପ୍ରମାଣ | ଯୀଶୁଙ୍କ ଶତ୍ରୁମାନେ ଅତି ଆରାମରେ କ୍ଷୟ ପାଉଥିବା ମୃତ ଶରୀରରକୁ ସମସ୍ତଙ୍କୁ ଦେଖାଇ, ତାହାଙ୍କ ପୁନରୁଥାନକୁ ଭୁଲ ସାବ୍ୟସ୍ତ କରିପାରିଥାନ୍ତେ | କିନ୍ତୁ ସେମାନଙ୍କ ପାଖରେ ଉପସ୍ଥାପନା କରିବା ପାଇଁ ତାହାଙ୍କ ମୃତ ଶରୀର ହିଁ ନ ଥିଲା! କବର ଶୂନ୍ୟ ଥିଲା! ତାହେଲେ, କଅଣ ଶିଷ୍ୟମାନେ ତାହାଙ୍କ ଶରୀରକୁ ଚୋରି କରିଥାଇପାରନ୍ତି କି? ସମ୍ଭବ ନୁହେଁ | କାରଣ ସେହି ପ୍ରକାର ଘଟଣାକୁ ରୋକିବା ପାଇଁ, ଅନେକ ସିପାହୀମାନଙ୍କୁ ସେଠାରେ ନିଯୁକ୍ତ କରାଯାଇଥିଲା | ଯୀଶୁଙ୍କ ଘନିଷ୍ଠ ଅନୁଗାମୀମାନେ ତାହାଙ୍କୁ ଛାଡ଼ି ଚାଲିଯାଇଥିଲେ, ଏହି ବିଷୟକୁ ବିଚାରରେ ରଖି, ଏହା ଭାବିବା ଅସମ୍ଭବ ଯେ, ଭୟଭୀତ ମାଛୁଆମାନେ ସୁସଜ୍ଜିତ ସିପାହୀମାନଙ୍କ ସହ ଲଢ଼।ଇ କରିବାକୁ ପ୍ରସ୍ତୁତ ହୋଇଥିବେ | ଅଧିକତଃ, ଏକ ମନ୍ଦ ଅବା ଭୁଲ ବିଷୟକୁ ପ୍ରମାଣ କରିବାକୁ ଯାଇ କେହି ବି ନିଜ ଜୀବନର ବାଜି ଲଗାଇବେ ନାହିଁ ଓ ସହୀଦ ହେବାକୁ ପ୍ରସ୍ତୁତ ହେବ ନାହିଁ | ସରଳ ସତ୍ୟତା ହେଉଛି ଯେ ପୁନରୁଥାନକୁ କେହି ଲୁଚାଇ ପାରିବେ ନାହିଁ!

ପୁନର୍ବାର, ଯେଉଁ ବ୍ୟକ୍ତି ମୃତ୍ୟୁ ଉପରେ ବିଜୟ ହାସଲ କରିଅଛି, ସେ ଶୁଣାଯିବା ଆବଶ୍ୟକ | ମୃତ୍ୟୁ ଉପରେ ତାହାଙ୍କ ଅଧିକାର ଅଛି ବୋଲି ଯୀଶୁ ପ୍ରମାଣ ଦେଲେ; ତେଣୁ, ସେ ଯାହା କହନ୍ତି ଆମେ ଶୁଣିବା ଆବଶ୍ୟକ | ଯୀଶୁ ଦାବି କରନ୍ତି ଯେ ସେ ପରିତ୍ରାଣର ଏକମାତ୍ର ପଥ (ଯୋହନ ୧୪:୬) | ସେ ଏକ ରାସ୍ତା ନୁହନ୍ତି; ଅନେକ ରାସ୍ତା ମଧ୍ୟରୁ ଏକ ରାସ୍ତା | କିନ୍ତୁ ଯୀଶୁ ହିଁ ଏକମାତ୍ର ପଥ ଅଟନ୍ତି |

ସେହି ଯୀଶୁ କହନ୍ତି, “ହେ ପରିଶ୍ରାନ୍ତ ଓ ଭାରଗ୍ରସ୍ତ ଲୋକ ସମସ୍ତେ, ମୋ’ନିକଟକୁ ଆସ, ମୁଁ ତୁମ୍ଭମାନଙ୍କୁ ବିଶ୍ରାମ ଦେବି” (ମାଥିଉ ୧୧:୨୮) | ଏହି ଦୁନିଆ ଅତି କଠୋର ଓ ଏଠାରେ ଜୀବନ ବହୁତ କଷ୍ଟ ଅଟେ | ଆମ ମଧ୍ୟରୁ ଅନେକ ଦୁନିଆରେ ଦୁଃଖ, ଆଘାତ ଓ ପ୍ରତିଘାତ ପାଇଅଛୁ | ଏ କଥାରେ ରାଜି ଅଟନ୍ତି ନା? ତେବେ, ବର୍ତ୍ତମାନ ତୁମେ କଅଣ ଚାହଁ? ଈଶ୍ବରଙ୍କ ସହ ସମ୍ପର୍କର ପୁନଃସ୍ଥାପନ ନା କେବଳ ଧର୍ମ? ଏକ ଜୀବନ୍ତ ଉଦ୍ଧାରକର୍ତ୍ତା ନା ଭାବବାଦୀ ମାନଙ୍କ ମଧ୍ୟରୁ ଏକ ମୃତ ଭାବବାଦୀ? ଏକ ଅର୍ଥପୂର୍ଣ୍ଣ ସମ୍ପର୍କ ନା ତୁଚ୍ଛ ରୀତିନୀତି? ଯୀଶୁ ଏକ ବିକଳ୍ପ ନୁହନ୍ତି- ସେ ଏକମାତ୍ର ବିକଳ୍ପ ଅଟନ୍ତି!

ଯୀଶୁ ହେଉଛନ୍ତି ଠିକ୍ “ଧର୍ମ”, ଯଦି ତୁମେ ପାପକ୍ଷମାର ସନ୍ଧାନ କରୁଅଛ (ପ୍ରେରିତ ୧୦:୪୩), ଯଦି ତୁମେ ଈଶ୍ଵରଙ୍କ ସହ ଅର୍ଥପୂର୍ଣ୍ଣ ସମ୍ପର୍କ ଖୋଜୁଅଛ, ତେବେ ଯୀଶୁ ହେଉଛନ୍ତି ଠିକ୍ “ଧର୍ମ” (ଯୋହନ ୧୦:୧୦) | ଯଦି ତୁମେ ସ୍ଵର୍ଗରେ ଅନନ୍ତକାଳୀନ ବାସ ଖୋଜୁଅଛ, ତେବେ ଯୀଶୁ ହେଉଛନ୍ତି ଯୀଶୁ ହେଉଛନ୍ତି ଠିକ୍ “ଧର୍ମ” (ଯୋହନ ୩:୧୬) | ଯୀଶୁ ଖ୍ରୀଷ୍ଟଙ୍କୁ ନିଜର ଉଦ୍ଧାରକର୍ତ୍ତାରୁପେ ବିଶ୍ଵାସ କର; ତୁମେ ନିରାଶ ହେବ ନାହିଁ! ତୁମ ପାପ କ୍ଷମା ପାଇଁ ତାହାଙ୍କଠାରେ ବିଶ୍ଵାସ କର; ତୁମେ ନିରୁତ୍ସାହିତ ହେବ ନାହିଁ |

ଯଦି ତୁମେ ଈଶ୍ଵରଙ୍କ ସହ ଠିକ୍ ସମ୍ପର୍କ ସ୍ଥାପନ କରିବାକୁ ଚାହଁ, ତେବେ ନିମ୍ନରେ ପ୍ରାର୍ଥନାର ଏକ ନମୁନା ଦିଆ ଯାଇଛି । ମନେ ରଖନ୍ତୁ, ଏହି ପ୍ରାର୍ଥନା କରିବା ଦ୍ଵାରା ଆପଣ ପରିତ୍ରାଣ ପାଇବେ ନାହିଁ କିନ୍ତୁ କେବଳ ଖ୍ରୀଷ୍ଟଙ୍କ ଠାରେ ବିଶ୍ଵାସ କରିବା ଦ୍ଵାରା ଉଦ୍ଧାର ପାଇପାରିବେ | ଏହି ପ୍ରାର୍ଥନାର ଉଦ୍ଦେଶ୍ୟ ହେଉଛି, ଇଶ୍ଵରଙ୍କଠାରେ ନିଜ ବିଶ୍ଵାକୁ ପ୍ରକାଶ କରିବ। ଓ ସେ ତୁମ ପାଇଁ ପରିତ୍ରାଣ ଯୋଗାଇ ଥିବାରୁ ତାହାଙ୍କ ପ୍ରତି ଧନ୍ୟବାଦୀ ହେବ| । ପ୍ରାର୍ଥନା - “ହେ ଇଶ୍ଵର , ମୁଁ ଜାଣେ ଯେ ମୁଁ ତୁମ ବିରୁଦ୍ଧରେ ପାପ କରିଅଛି ଏବଂ ମୁଁ ଦଣ୍ଡ ପାଇବା ପାଇଁ ଯୋଗ୍ୟ | କିନ୍ତୁ ମୁଁ ବିଶ୍ଵାସ କରେ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ମୋର ପାପର ଦଣ୍ଡକୁ କୃଶରେ ଭୋଗ କରି ଅଛନ୍ତି | ତାହାଙ୍କ ଠାରେ ବିଶ୍ଵାସ କରିବା ଦ୍ଵାରା ମୋର ପାପକ୍ଷମା ହୋଇପାରିବ | ପରିତ୍ରାଣ ପାଇବା ପାଇଁ ମୁଁ ତୁମ ଠାରେ ବିଶ୍ଵାସ କରୁଅଛି | ତୁମର ମହା ଅନୁଗ୍ରହ, କ୍ଷମା ଓ ଅନନ୍ତ ଜୀବନ ପାଇଁ ମୁଁ ତୁମକୁ ଧନ୍ୟବାଦ ଦେଉଅଛି” ଆମେନ୍ |

ଏଠାରେ ଆପଣ ଯାହା ପଢିଲେ ସେହି କାରଣରୁ ଆପଣ ଖ୍ରୀଷ୍ଟଙ୍କ ନିମନ୍ତେ ଗୋଟିଏ ନିଷ୍ପତ୍ତି ନେଲେ କି? ଦୟାକରି ନିମ୍ନରେ ଥିବା "ଆଜି ମୁଁ ଖ୍ରୀଷ୍ଟଙ୍କୁ ଗ୍ରହଣ କରିଅଛି" ବୋତାମକୁ କ୍ଲିକ୍ କରନ୍ତୁ

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ମୋ’ପାଇଁ କେଉଁ ଧର୍ମ ଠିକ୍ ଅଟେ?
© Copyright Got Questions Ministries