settings icon
share icon
ପ୍ରଶ୍ନ

କ୍ଲେଶର ସମୟ ସମ୍ବନ୍ଧରେ ଅନ୍ତର୍ଧାନ (ରାପଚର୍) କେତେବେଳେ ଘଟିବାକୁ ଯାଉଛି?

ଉତ୍ତର


କ୍ଲେଶର ସମୟ ସମ୍ବନ୍ଧୀୟ ଅନ୍ତର୍ଧାନ (ରାପଚର୍) ଆଜିର ମଣ୍ଡଳୀରେ ସବୁଠାରୁ ଅଧିକ ବିବାଦୀୟ ବିଷୟ । ତିନିଗୋଟି ମୁଖ୍ୟ ମତ ହେଉଛି କ୍ଲେଶର ସମୟ-ପୂର୍ବବର୍ତ୍ତୀ (ଅନ୍ତର୍ଧାନ [(ରାପଚର୍) କ୍ଲେଶର ସମୟ ପୂର୍ବରୁ ସଂଗଠିତ ହେବ], କ୍ଲେଶର ସମୟ-ମଧ୍ୟବର୍ତ୍ତୀ [ଅନ୍ତର୍ଧାନ (ରାପଚର୍) କ୍ଲେଶର ସମୟରେ କିମ୍ବା କ୍ଲେଶର ସମୟର ମଧ୍ୟଭାଗର ନିକଟରେ ସଂଗଠିତ ହେବ] ଏବଂ କ୍ଲେଶର ସମୟ-ପରବର୍ତ୍ତୀ [ଅନ୍ତର୍ଧାନ (ରାପଚର୍) କ୍ଲେଶର ସମୟର ଶେଷରେ ସଂଗଠିତ ହେବ] । ଚତୁର୍ଥ ମତ, ଯାହା କ୍ରୋଧ-ପୂର୍ବବର୍ତ୍ତୀ ଭାବେ ସାଧାରଣରେ ଜଣାଶୁଣା କ୍ଲେଶର ସମୟ-ମଧ୍ୟବର୍ତ୍ତୀ ସ୍ଥିତିର ଅଳ୍ପକିଛି ପରିବର୍ତ୍ତନ ।

ପ୍ରଥମରେ, କ୍ଲେଶର ସମୟର ଉଦ୍ଦେଶ୍ୟକୁ ଚିହ୍ନିପାରିବା ଗୁରୁତ୍ବପୂର୍ଣ୍ଣ ଅଟେ । ଦାନିୟେଲ ୯:୨୭ ଅନୁଯାୟୀ, ଏକ ସତ୍ତୁରି "ସାତ" (ସାତ ବର୍ଷ) ଅଛି ଯାହା ଏବେବି ଆସିବାକୁ ବାକି ଅଛି । ସତ୍ତୁରୀ ସାତ ବିଷୟକ ଦାନିୟେଲଙ୍କ ସମଗ୍ର ଭାବବାଣୀ (ଦାନିୟେଲ ୯:୨୦-୨୭) ଇଶ୍ରାୟେଲ ଜାତି ବିଷୟରେ କୁହେ । ଏହା ଏପରି ଏକ ସମୟ ଯେତେବେଳେ କି ଈଶ୍ବର ତାଙ୍କ ମନୋନିବେଶକୁ ବିଶେଷତଃ ଇଶ୍ରାୟେଲ କେନ୍ଦ୍ରୀଭୂତ କରନ୍ତି । ସତ୍ତୁରୀତମ ସାତ, କ୍ଲେଶର ସମୟ ଏକ ସମୟ ହୋଇଥିବ ଯେତେବେଳେ କି ଈଶ୍ବର ନିର୍ଦ୍ଧିଷ୍ଟ ଭାବେ ଇଶ୍ରାୟେଲ ସହିତ ବ୍ୟବହାର କରିବେ । ଯେତେବେଳେ ମଣ୍ଡଳୀ ରହିପାରିବ ନାହିଁ ବୋଲି ଏହା ଅପରିହାର୍ଯ୍ୟ ଭାବରେ ସୂଚୀତ କରେନାହିଁ, ଏହା ପ୍ରଶ୍ନ ଉଠାଏ ଯେ ସେହି ସମୟରେ ମଣ୍ଡଳୀ କାହିଁକି ପୃଥିବୀରେ ରହିପାରିବ ନାହିଁ ।

ଅନ୍ତର୍ଧାନ (ରାପଚର୍) ବିଷୟରେ ଥିବା ମୁଖ୍ୟ ଶାସ୍ତ୍ରାଂଶ ୧ଥେସଲନିକୀୟ ୪:୧୩-୧୮ ରେ ଦେଖାଯାଏ । ଏହା ସୂଚାଏ ଯେ, ଶାରିରୀକ ମୃତ୍ୟୁଭୋଗ କରିଥିବା ସମସ୍ତ ବିଶ୍ବାସୀଙ୍କ ସହ ସମସ୍ତ ଜୀବିତ ବିଶ୍ବାସୀ ମଧ୍ୟାକାଶରେ ପ୍ରଭୁ ଯୀଶୁଙ୍କୁ ସାକ୍ଷାତ କରିବେ ଏବଂ ତାଙ୍କ ସହିତ (ସ୍ବର୍ଗରେ) ଚିରଦିନ ପର୍ଯ୍ୟନ୍ତ ରହିବେ । ଅନ୍ତର୍ଧାନ (ରାପଚର୍) ହେଉଛି ଈଶ୍ବର ତାଙ୍କ ଲୋକମାନଙ୍କୁ ପୃଥିବୀରୁ ଉଠାଇ ନେବା । ଅଳ୍ପ କିଛି ପଦ ପରେ ୧ଥେସଲନିକୀୟ ୫:୯ରେ ପାଉଲ କୁହନ୍ତି, "କାରଣ ଈଶ୍ବର ଆମ୍ଭମାନଙ୍କୁ କ୍ରୋଧର ପାତ୍ର ହେବା ନିମନ୍ତେ ନିରୂପଣ ନ କରି ବରଂ ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦ୍ବାରା ପରିତ୍ରାଣ ପ୍ରାପ୍ତ ହେବା ନିମନ୍ତେ ନିରୂପଣ କରିଅଛନ୍ତି ।" ପ୍ରକାଶିତ ପୁସ୍ତକ ଯାହା ମୁଖ୍ୟତଃ କ୍ଲେଶର ସମୟର ମଧ୍ୟବର୍ତ୍ତୀ ସମୟ ବିଷୟରେ କୁହେ, ସେଠାରେ ଈଶ୍ବରଙ୍କ ଭବିଷ୍ୟତ୍ ବାର୍ତ୍ତା ଦେଖିବାକୁ ମିଳେ ଯେ ଈଶ୍ବର କିପରି ସେହି କ୍ଲେଶର ସମୟ ସମୟରେ ପୃଥିବୀ ଉପରେ ଆପଣା କ୍ରୋଧ ଢାଳୁଅଛନ୍ତି । ବିଶ୍ବାସୀମାନେ ଯେ କ୍ଲେଶର ସମୟ ଥିବା କ୍ଲେଶ ସହ୍ୟ କରିବେ ନାହିଁ ବୋଲି ଥିବା ଈଶ୍ବର ପ୍ରତିଜ୍ଞା କରି ପରେ ସେମାନଙ୍କୁ ମହାକ୍ଲେଶ ସମୟର କ୍ଲେଶ ଭୋଗିବାକୁ ଦେବା ଈଶ୍ବରଙ୍କ ନିମନ୍ତେ ଅସାମଞ୍ଜସ୍ୟ ଜଣାପଡେ । ବାସ୍ତବତା ହେଉଛି ଈଶ୍ବର ତାଙ୍କ ଲୋକମାନଙ୍କୁ ପୃଥିବୀରୁ ଅପସାରିତ କରି ନେଇଯିବେ ବୋଲି ପ୍ରତିଜ୍ଞା କରିବାର ପରେ ପରେ ସେମାନଙ୍କୁ କ୍ରୋଧରୁ ରକ୍ଷା କରିବେ ବୋଲି ପ୍ରତିଜ୍ଞା କରିବା ଏହି ଦୁଇଗୋଟି ଘଟନାକୁ ଏକାଠି ଭାବେ ସମ୍ପର୍କିତ କରିଥିବାର ଜଣାଯାଏ ।

ଅନ୍ତର୍ଧାନ (ରାପଚର୍)ର ଅନ୍ୟ ଏକ ଅତି ଗୁରୁତ୍ବପୂର୍ଣ୍ଣ ଶାସ୍ତ୍ରାଂଶ ହେଉଛି ପ୍ରକାଶିତ ୩:୧୦, ଯେଉଁଠିକି ପୃଥିବୀ ଉପରେ ଆସିବାକୁ ଯାଉଥିବା "ପରୀକ୍ଷାକାଳ"ରୁ ବିଶ୍ବାସୀମାନଙ୍କୁ ରକ୍ଷା କରିବା ନିମନ୍ତେ ଖ୍ରୀଷ୍ଟ ପ୍ରତିଜ୍ଞା କରୁଅଛନ୍ତି । ଏହା ଦୁଇଗୋଟି ବିଷୟକୁ ବୁଝାଇପାରେ । ହୁଏତ ଖ୍ରୀଷ୍ଟ ବିଶ୍ବାସୀମାନଙ୍କୁ କ୍ଲେଶ ମଧ୍ୟରେ ରଖି ତହିଁରୁ ରକ୍ଷା କରିବେ, କିମ୍ବା ସେ ବିଶ୍ବାସୀମାନଙ୍କୁ କ୍ଲେଶ ନ ଦେଇ ସେଥିରୁ ରକ୍ଷା କରିବେ । "ରୁ" ନିମନ୍ତେ ବ୍ୟବହୃତ ଗ୍ରୀକ୍ ଶବ୍ବ ଅନୁବାଦର ଉଭୟର ଯୁକ୍ତିସମ୍ମତ ଅର୍ଥ ଅଛି । ଅଥଚ, ବିଶ୍ବାସୀମାନେ କେଉଁଠିରୁ ରକ୍ଷା ପାଇବା ନିମନ୍ତେ ସେମାନଙ୍କୁ ପ୍ରତିଜ୍ଞା କରାଯାଇଛି ତାହା ଚିହ୍ନିବା ଗୁରୁତ୍ବପୂର୍ଣ୍ଣ ଅଟେ । ଏହା କେବଳ କ୍ଲେଶ ବା ପରୀକ୍ଷା ନୁହେଁ କିନ୍ତୁ ପରୀକ୍ଷା "କାଳ" ଅଟେ । ଖ୍ରୀଷ୍ଟ ସେହି ଠିକ୍ ପରୀକ୍ଷା କାଳରୁ ରକ୍ଷା କରିବା ନିମନ୍ତେ ପ୍ରତିଜ୍ଞା କରନ୍ତି ଯେଉଁ କାଳ ସେହି ପରୀକ୍ଷା ବା କ୍ଲେଶ ଧାରଣ କରିଛି, ଯାହାକୁ କ୍ଲେଶର ସମୟ କୁହାଯାଏ । କ୍ଲେଶର ସମୟର ଉଦ୍ଦେଶ୍ୟ, ଅନ୍ତର୍ଧାନ (ରାପଚର୍)ର ଉଦ୍ଦେଶ୍ୟ, ୧ଥେସଲନିକୀୟ ୫:୯ର ଅର୍ଥ ଏବଂ ପ୍ରକାଶିତ ୩:୧୦ର ଭାବାର୍ଥ ଏହି ସମସ୍ତ କ୍ଲେଶର ସମୟ-ପୂର୍ବବର୍ତ୍ତୀ ସ୍ଥିତିକୁ ସ୍ବଷ୍ଟ ଭାବେ ସମର୍ଥନ କରେ । ଯଦି ବାଇବଲକୁ ଆକ୍ଷରିକ ଭାବେ ଏବଂ ସଙ୍ଗତ ଭାବରେ ବ୍ୟାଖ୍ୟା କରାଯାଏ, କ୍ଲେଶର ସମୟ-ପୂର୍ବବର୍ତ୍ତୀ ସମୟ ହେଉଛି ସବୁଠାରୁ ଅଧିକ ବାଇବଲ-ପର୍ଯ୍ୟବେସିତ ବ୍ୟାଖ୍ୟା ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

କ୍ଲେଶର ସମୟ ସମ୍ବନ୍ଧରେ ଅନ୍ତର୍ଧାନ (ରାପଚର୍) କେତେବେଳେ ଘଟିବାକୁ ଯାଉଛି?
© Copyright Got Questions Ministries