settings icon
share icon
ପ୍ରଶ୍ନ

ମଣ୍ଡଳୀର ଉଦ୍ଦେଶ୍ୟ କ'ଣ?

ଉତ୍ତର


ପ୍ରେରିତ ୨:୨୪କୁ ମଣ୍ଡଳୀ ପାଇଁ ଏକ ଉଦ୍ଦେଶ୍ୟପୂର୍ଣ୍ଣ ବକ୍ତବ୍ୟ ଭାବରେ ବିଚାର କରାଯାଇପାରିବ: “ସେମାନେ ପ୍ରେରିତମାନଙ୍କ ଶିକ୍ଷାରେ, ସହଭାଗୀତାରେ, ରୋଟୀ ଭାଙ୍ଗିବାରେ ଓ ପ୍ରାର୍ଥନା କରିବାରେ ନିବିଷ୍ଟଚିତ୍ତ ହୋଇ ରହିଲେ ।” ଏହି ପଦ ଅନୁସାରେ, ମଣ୍ଡଳୀର ଉଦ୍ଦେଶ୍ୟଗୁଡ଼ିକ/କାର୍ଯ୍ୟଗୁଡ଼ିକ ନିମ୍ନ ପ୍ରକାରେ ହେବାକୁ ପଡ଼ିବ (୧) ବାଇବଲ ତତ୍ତ୍ୱ ଶିକ୍ଷା ଦେବା (୨) ବିଶ୍ଵାସୀମାନଙ୍କ ସହଭାଗୀତା ନିମନ୍ତେ ଏକ ସ୍ଥାନ ଯୋଗାଇଦେବା (୩) ପ୍ରଭୁଭୋଜ ପାଳନ କରିବା (୪) ପ୍ରାର୍ଥନା କରିବା ।

ମଣ୍ଡଳୀ ବାଇବଲ ତତ୍ତ୍ୱ ଶିକ୍ଷା ଦେବ ଯେପରିକି ଆମେ ଆମ୍ଭମାନଙ୍କ ବିଶ୍ଵାସରେ ଦୃଢ ଭାବରେ ରହିପାରିବା । ଏଫିସୀୟ ୪:୧୪ ଆମ୍ଭମାନଙ୍କୁ କୁହେ “ଯେପରି ଆମ୍ଭେମାନେ ଆଉ ଶିଶୁ ପରି ନ ହୋଇ ମନୁଷ୍ୟମାନଙ୍କ ଶଠତା ଓ ଭ୍ରାନ୍ତିଯୁକ୍ତ କଳ୍ପନା ଅନୁସାରେ ଧୂର୍ତ୍ତତା ଦ୍ଵାରା ବିଭିନ୍ନ ଶିକ୍ଷାରୂପ ବାୟୁରେ ଇତସ୍ତତଃ ଚାଳିତ ନ ହେଉ ।” ମଣ୍ଡଳୀ ଏକ ସହଭାଗୀତାର ସ୍ଥାନ ହେବା ଉଚିତ, ଯେଉଁଠି ଖ୍ରୀଷ୍ଟିୟାନମାନେ ପରସ୍ପର ପ୍ରତି ବିଶ୍ବସ୍ତ ହେବେ ଓ ପରସ୍ପରକୁ ସମାଦର କରିବେ (ରୋମୀୟ ୧୨:୧୦), ପରସ୍ପରକୁ ଶିକ୍ଷା ଦେବେ (ରୋମୀୟ ୧୫:୧୪ ), ପରସ୍ପର ପ୍ରତି ଦୟାଳୁ ହେବେ ଓ ପରସ୍ପର ପ୍ରତି କୋମଳହୃଦୟ ହେବେ (ଏଫିସୀୟ ୪:୩୨), ପରସ୍ପରକୁ ଉତ୍ସାହିତ କରିବେ (୧ଥେସଲନିକୀୟ ୫:୧୧), ଏବଂ ଅଧିକ ଗୁରୁତ୍ବପୂର୍ଣ୍ଣ ବିଷୟ ଯେ ସେମାନେ ପରସ୍ପରକୁ ପ୍ରେମ କରିବେ (୧ଯୋହନ ୩:୧୧) ।

ମଣ୍ଡଳୀ ଏପରି ଏକ ସ୍ଥାନ ହେବା ଉଚିତ ଯେଉଁଠି ବିଶ୍ବାସୀମାନେ ଆମ୍ଭମାନଙ୍କ ପକ୍ଷରୁ ଖ୍ରୀଷ୍ଟଙ୍କ ମରଣ ଓ ରକ୍ତ ବୁହାଇବା ବିଷୟକୁ ମନେ ପକାଇ ପ୍ରଭୁଭୋଜ ପାଳନ କରିବେ (୧କରିନ୍ଥୀୟ ୧୧:୧୩:-୨୬) । “ରୋଟୀ ଭାଙ୍ଗିବା”ର ଧାରଣା (ପ୍ରେରିତ ୨:୪୨) ମିଳିମିଶି ଖାଇବା ବିଷୟକୁ ମଧ୍ୟ ବୁଝାଏ । ମଣ୍ଡଳୀ ସହଭାଗୀତା ବଢାଇବାର ଏହା ଆଉ ଏକ ଉଦାହରଣ । ପ୍ରେରିତ ୨:୪୨ ଅନୁଯାୟୀ ମଣ୍ଡଳୀର ଶେଷ ଉଦ୍ଦେଶ୍ୟ ହେଉଛି ପ୍ରାର୍ଥନା । ମଣ୍ଡଳୀ ଏପରି ଏକ ସ୍ଥାନ ହେବା ଉଚିତ ଯେଉଁଠି ମଣ୍ଡଳୀ ପ୍ରାର୍ଥନାର କାର୍ଯ୍ୟକୁ ବଢାଇବ, ପ୍ରାର୍ଥନା ବିଷୟରେ ଶିକ୍ଷା ଦେବ ଏବଂ ପ୍ରାର୍ଥନା ଅଭ୍ୟାସ କରିବ । ଫିଲିପ୍ପୀୟ ୪:୬-୭ ଆମ୍ଭମାନଙ୍କୁ ନିମ୍ନ ବିଷୟ କହି ଉତ୍ସାହିତ କରେ “କୌଣସି ବିଷୟରେ ଚିନ୍ତିତ ହୁଅନାହିଁ, କିନ୍ତୁ ସମସ୍ତ ବିଷୟରେ ପ୍ରାର୍ଥନା ଓ ବିନତି ଦ୍ଵାରା ଧନ୍ୟବାଦ ସହ ତୁମ୍ଭମାନଙ୍କ ନିବେଦନସବୁ ଈଶ୍ଵରଙ୍କ ନିକଟରେ ଜଣାଅ । ସେଥିରେ ସମସ୍ତ ବୋଧର ଅଗମ୍ୟ ଯେ ଈଶ୍ଵରଙ୍କ ଶାନ୍ତି, ତାହା ତୁମ୍ଭମାନଙ୍କର ହୃଦୟ ଓ ମନକୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗୀତାରେ ସୁରକ୍ଷା କରି ରଖିବ ।”

ମଣ୍ଡଳୀକୁ ଦିଆଯାଇଥିବା ଅନ୍ୟ ଏକ ଆଦେଶ ହେଉଛି ଯୀଶୁଖ୍ରୀଷ୍ଟଙ୍କ ଦ୍ଵାରା ପରିତ୍ରାଣକୁ ଘୋଷଣା କରିବା (ମାଥିଉ ୨୮:୧୮-୨୦ ; ପ୍ରେରିତ ୧:୮) । ମଣ୍ଡଳୀ ବାକ୍ୟରେ ଓ କାର୍ଯ୍ୟରେ ସୁସମାଚାର ପ୍ରଚାର କରି ବିଶ୍ଵସ୍ତ ହେବାକୁ ଆହ୍ଵାନ ପାଇଛି । ମଣ୍ଡଳୀ ଗୋଷ୍ଠୀରେ “ବତୀଖୁଣ୍ଟ” ହେବାକୁ ପଡିବ, ଯିଏ ଲୋକମାନଙ୍କୁ ଆମ୍ଭମାନଙ୍କର ପ୍ରଭୁ ଓ ଉଦ୍ଧାରକର୍ତ୍ତା ଯୀଶୁଖ୍ରୀଷ୍ଟଙ୍କୁ ଦେଖାଏ । ମଣ୍ଡଳୀ ସୁସମାଚାର ବଢାଇବା ସହିତ ଏହାର ସଭ୍ୟମାନଙ୍କୁ ସୁସମାଚାର ଘୋଷଣା କରିବା ନିମନ୍ତେ ପ୍ରସ୍ତୁତ କରିବାକୁ ପଡ଼ିବ ।

ମଣ୍ଡଳୀର କିଛି ବିଶେଷ ଉଦ୍ଦେଶ୍ୟଗୁଡିକୁ ଯାକୁବ ୧:୨୭ରେ ଦିଆଗଲା: “ଅନାଥ ଓ ବିଧବାମାନଙ୍କୁ ସେମାନଙ୍କ ଦୁଃଖାବସ୍ଥାରେ ସଂଖୋଳିବା ପୁଣି ସଂସାରରୁ ଆପଣାକୁ ନିଷ୍କଳଙ୍କରୂପେ ରକ୍ଷା କରିବା, ଏହା ଆମ୍ଭମାନଙ୍କ ଈଶ୍ଵର ପିତାଙ୍କ ଛାମୁରେ ବିଶୁଦ୍ଧ ଓ ନିର୍ମଳ ଓ ଧର୍ମପରାୟଣତା ଅଟେ ।” ଯେଉଁମାନେ ଅଭାବଗ୍ରସ୍ତ ସେମାନଙ୍କ ନିକଟରେ ମଣ୍ଡଳୀ ସେବାକାର୍ଯ୍ୟ କରିବାକୁ ହେବ । ଏଥିରେ କେବଳ ସୁସମାଚାର ଦେବା ରହିନାହିଁ, କିନ୍ତୁ ଶାରିରୀକ ଆବଶ୍ୟକତାଗୁଡିକ (ଖାଦ୍ୟ, ବସ୍ତ୍ର, ବାସଗୃହ) ଆବଶ୍ୟକ ଓ ଉପଯୁକ୍ତ ପ୍ରକାରେ ରହିଛି। ବିଶ୍ୱାସୀମାନେ ଯେପରି ପାପ ଉପରେ ଜୟଯୁକ୍ତ ହୋଇପାରିବେ ଓ ଜଗତର କଳୁଷତାରୁ ରକ୍ଷା ପାଇପାରିବେ ସେଥିନିମନ୍ତେ ଆବଶ୍ୟକୀୟ ବିଷୟ ସହ ସେମାନଙ୍କୁ ଖ୍ରୀଷ୍ଟଙ୍କ ସହ ସଜ୍ଜିତ କରିବା ମଧ୍ୟ ମଣ୍ଡଳୀର କର୍ତ୍ତବ୍ୟ ।

ତେବେ, ମଣ୍ଡଳୀର ଉଦ୍ଦେଶ୍ୟ କ’ଣ? ପାଉଲ ଏ ବିଷୟରେ କରିନ୍ଥୀୟ ମଣ୍ଡଳୀରେ ଥିବା ବିଶ୍ଵାସୀମାନଙ୍କୁ ଏକ ଉତ୍କୃଷ୍ଟ ଉଦାହରଣ ଦେଲେ । ମଣ୍ଡଳୀ ହେଉଛି ଏହି ଜଗତରେ ଈଶ୍ଵରଙ୍କ ଶରୀର – ଅର୍ଥାତ୍‍ ଈଶ୍ଵରଙ୍କ ହାତ, ପାଟି ଓ ଗୋଡ (୧କରିନ୍ଥୀୟ ୧୨:୧୨-୨୭) । ଯୀଶୁଖ୍ରୀଷ୍ଟ ଆଜି ଏହି ପୃଥିବୀରେ ଶାରିରୀକ ଭାବେ ରହିଥିଲେ ଯେଉଁ ବିଷୟଗୁଡ଼ିକ କରିଥାନ୍ତେ, ଆମେ ସେ ସମସ୍ତ ବିଷୟ କରିବା ଉଚିତ । ମଣ୍ଡଳୀ “ଖ୍ରୀଷ୍ଟିୟାନ”, “ଖ୍ରୀଷ୍ଟଙ୍କ ପରି” ଓ ଖ୍ରୀଷ୍ଟଙ୍କ ଅନୁଗାମୀ ହେବାକୁ ପଡିବ ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ମଣ୍ଡଳୀର ଉଦ୍ଦେଶ୍ୟ କ'ଣ?
© Copyright Got Questions Ministries