settings icon
share icon
ପ୍ରଶ୍ନ

ମୁଁ ଈଶ୍ବରଙ୍କ ଇଛାନୁଯାୟୀ ପ୍ରାର୍ଥନା କରୁଛି ବୋଲି କିପରି ନିଶ୍ଚିତ ହୋଇପାରିବି?

ଉତ୍ତର


ଈଶ୍ବରଙ୍କୁ ଗୌରବ ଦେବା ମନୁଷ୍ୟର ସର୍ବୋଚ୍ଚ ଲକ୍ଷ୍ୟ ହେବା ଉଚିତ୍ (୧କରିନ୍ଥୀୟ ୧୦:୩୧), ଏବଂ ଏହା ତାହାଙ୍କ ଇଛାନୁଯାୟୀ ପ୍ରାର୍ଥନା କରିବା ବିଷୟକୁ ଅନ୍ତର୍ଭୁକ୍ତ କରେ । ପ୍ରଥମେ, ଆମେ ବୁଦ୍ଧି ନିମନ୍ତେ ପ୍ରାର୍ଥନା କରିବା ଉଚିତ୍ । "କିନ୍ତୁ ତୁମ୍ଭମାନଙ୍କ ମଧ୍ୟରୁ ଯଦି କାହାରି ଜ୍ଞାନର ଅଭାବ ଥାଏ, ତେବେ ଯେଉଁ ଈଶ୍ବର ଦୋଷ ନ ଧରି ମୁକ୍ତ ହସ୍ତରେ ସମସ୍ତଙ୍କୁ ଦାନ କରନ୍ତି, ତାହାଙ୍କ ଛାମୁରେ ସେ ପ୍ରାର୍ଥନା କରୁ, ସେଥିରେ ତାହାକୁ ଦିଆଯିବ" (ଯାକୁବ ୧:୫) । ବୁଦ୍ଧି / ଜ୍ଞାନ ମାଗିବା ସମୟରେ ଆମେ ମଧ୍ୟ ବିଶ୍ବାସ କରିବା ଉଚିତ୍ ଯେ, ଈଶ୍ବର ଦୟାଳୁ ଅଟନ୍ତି ଏବଂ ଆମ୍ଭମାନଙ୍କର ପ୍ରାର୍ଥନାର ଉତ୍ତର ଦେବା ନିମନ୍ତେ ଇଛା କରୁଅଛନ୍ତି: "କିନ୍ତୁ ସେ କିଛିମାତ୍ର ସନ୍ଦେହ ନ କରି ବିଶ୍ବାସ ସହ ପ୍ରାର୍ଥନା କରୁ, କାରଣ ଯେ ସନ୍ଦେହ କରେ, ସେ ବାୟୁରେ ଇତସ୍ତତଃ ଚାଳିତ ସମୁଦ୍ରର ତରଙ୍ଗ ସଦୃଶ" (ଯାକୁବ ୧:୬; ମାର୍କ ୧୧:୨୪ ମଧ୍ୟ ଦେଖନ୍ତୁ) । ତେଣୁ, ଈଶ୍ବରଙ୍କ ଇଛାନୁଯାୟୀ ପ୍ରାର୍ଥନା କରିବା ତାହାଙ୍କ ବୁଦ୍ଧି / ଜ୍ଞାନ ମାଗିବା (ଈଶ୍ବରଙ୍କ ଇଛା ଜାଣିବା ନିମନ୍ତେ) ଏବଂ ବିଶ୍ବାସରେ (ଈଶ୍ବରଙ୍କ ଇଛାକୁ ବିଶ୍ବାସ କରିବା) ମାଗିବା ଅନ୍ତର୍ଭୁକ୍ତ ଅଟେ ।

ନିମ୍ନରେ ସାତଗୋଟି ବାଇବଲ ନିର୍ଦ୍ଦେଶାବଳୀ ଦତ୍ତ ହେଲା ଯାହା ଈଶ୍ବରଙ୍କ ଇଛାନୁଯାୟୀ ପ୍ରାର୍ଥନା କରିବା ନିମନ୍ତେ ବିଶ୍ବାସୀକୁ ଚାଳିତ କରେ

୧) ବାଇବଲରେ ଈଶ୍ବର ପ୍ରାର୍ଥନା ଆଦେଶ ଦେଉଥିବା ବିଷୟଗୁଡିକ ନିମନ୍ତେ ପ୍ରାର୍ଥନା କରନ୍ତୁ । ଆମେ ଆମର ଶତ୍ରୁମାନଙ୍କ ନିମନ୍ତେ କୁହାଯାଇଛି (ମାଥିଉ ୫:୪୪); ଈଶ୍ବର ଯେପରି ମିଶନାରୀମାନଙ୍କୁ ପ୍ରେରଣ କରିବେ (ଲୂକ ୧୦:୨); ଯେପରି ଆମେ ପ୍ରଲୋଭନ ମଧ୍ୟକୁ ନ ଆସୁ (ମାଥିଉ ୨୬:୪୧); ବାକ୍ୟର ସେବକମାନଙ୍କ ନିମନ୍ତେ (କଲସୀୟ ୪:୩; ୨ଥେସଲନିକୀୟ ୩:୧); ଅଧିକାରପ୍ରାପ୍ତ ବ୍ୟକ୍ତିମାନଙ୍କ ନିମନ୍ତେ (୧ତିମଥି ୨:୧-୩); ଯନ୍ତ୍ରଣାରୁ ଉପଶମ ପାଇବା ନିମନ୍ତେ (ଯାକୁବ ୫:୧୩); ଏବଂ ବିଶ୍ବାସୀମାନଙ୍କ ସୁସ୍ଥତା ପାଇଁ (ଯାକୁବ ୫:୧୬) । ଈଶ୍ବର ଯେଉଁଠି ପ୍ରାର୍ଥନା କରିବା ନିମନ୍ତେ ଆଦେଶ ଦିଅନ୍ତି, ଆମେ ଦୃଢତା ସହକାରେ ପ୍ରାର୍ଥନା କାରିବା ଉଚିତ୍ ଯେ ଆମେ ତାହାଙ୍କ ଇଛାନୁଯାୟୀ ପ୍ରାର୍ଥନା କରୁଛୁ ।

୨) ଶାସ୍ତ୍ରରେ ଥିବା ଈଶ୍ବରୀୟ ବ୍ୟକ୍ତିଗଣଙ୍କର ଉଦାହରଣଗୁଡିକ ଅନୁକରଣ କରନ୍ତୁ । ପାଉଲ ଇଶ୍ରାୟେଲର ପରିତ୍ରାଣ ନିମନ୍ତେ ପ୍ରାର୍ଥନା କଲେ (ରୋମୀୟ ୧୦:୧) । ଦାଉଦ ଯେତେବେଳେ ପାପ କଲେ, ସେତେବେଳେ ସେ ଦୟା ଓ କ୍ଷମା ପାଇଁ ପ୍ରାର୍ଥନା କଲେ (ଗୀତସଂହିତା ୫୧:୧-୨) । ଆଦ୍ୟ ମଣ୍ଡଳୀ ସାକ୍ଷ୍ୟ ଦେବା ନିମନ୍ତେ ସାହସ ପାଇବା ନିମନ୍ତେ ପ୍ରାର୍ଥନା କଲେ (ପ୍ରେରିତ ୪:୨୯) । ଏହି ସମସ୍ତ ପ୍ରାର୍ଥନା ଈଶ୍ବରଙ୍କ ଇଛାନୁଯାୟୀ ହୋଇଥିଲା, ଏବଂ ଏହି ଧରଣର ସମାନ ପ୍ରାର୍ଥନା ମଧ୍ୟ ଆଜି କରାଯାଇପାରେ । ଯେପରି ପାଉଲ ଏବଂ ଆଦ୍ୟ ମଣ୍ଡଳୀ କରିଥିଲେ, ଆମ୍ଭେମାନେ ମଧ୍ୟ ସର୍ବଦା ଅନ୍ୟମାନଙ୍କର ପରିତ୍ରାଣ ନିମନ୍ତେ ପ୍ରାର୍ଥନା କରିବା ଉଚିତ୍ । ଆମ ନିଜ ନିଜ ନିମନ୍ତେ, ଦାଉଦ ପ୍ରାର୍ଥନା କରିବା ଭଳି ଆମେ ଆମ୍ଭମାନଙ୍କର ପାପ ବିଷୟରେ ଅବଗତ ହୋଇ ଈଶ୍ବରଙ୍କ ନିକଟକୁ ସେସବୁ ଆଣି ତାଙ୍କ ସହିତ ଆମର ସମ୍ପର୍କରେ ପ୍ରତିବନ୍ଧକ ଆସିଯିବା ପୂର୍ବରୁ ଏବଂ ଏହା ଆମ୍ଭମାନଙ୍କ ପ୍ରାର୍ଥନାକୁ ବ୍ୟର୍ଥ କରାଇବା ପୂର୍ବରୁ ପ୍ରାର୍ଥନା କରିବା ଉଚିତ୍ ।

୩) ସଠିକ୍ ମନୋଭାବରେ ପ୍ରାର୍ଥନା କରନ୍ତୁ । ସ୍ବାର୍ଥପର ଉଦ୍ଦେଶ୍ୟଗୁଡିକ ଈଶ୍ବରଙ୍କ ଦ୍ବାରା ଆଶୀର୍ବାଦଯୁକ୍ତ ହେବନାହିଁ । "ତୁମ୍ଭେମାନେ ମାଗିଥାଅ, କିନ୍ତୁ ପାଇନଥାଅ, କାରଣ ଆପଣା ଆପଣା ସୁଖାଭିଳାଷରେ ବ୍ୟୟ କରିବା ନିମନ୍ତେ ମନ୍ଦ ଅଭିପ୍ରାୟରେ ମାଗିଥାଅ" (ଯାକୁବ ୪:୩) । ଆମ୍ଭମାନଙ୍କର ଦାମ୍ଭିକ ଶବ୍ଦ ଗୁଡିକ ଯେପରି ଲୋକମାନେ ଶୁଣିପାରିବେ, ସେଥିନିମନ୍ତେ କିମ୍ବା ଅନ୍ୟମାନଙ୍କ ଦ୍ବାରା "ଆତ୍ମିକ" ଦେଖାଯିବା ନିମନ୍ତେ ପ୍ରାର୍ଥନା କରିବା ଉଚିତ୍ ନୁହେଁ, କିନ୍ତୁ ଆମର ପ୍ରାର୍ଥନା ଅଧିକାଂଶ ସମୟରେ ଏକାନ୍ତ ଏବଂ ଗୁପ୍ତ ହେବା ଉଚିତ୍, ଯେପରିକି ଆମ୍ଭମାନଙ୍କର ସ୍ବର୍ଗସ୍ଥ ପିତା ଆମ୍ଭମାନଙ୍କୁ ଏକାନ୍ତ ଭାବରେ ଶୁଣିପାରିବେ ଏବଂ ସମସ୍ତଙ୍କ ସାକ୍ଷାତରେ ଆମ୍ଭମାନଙ୍କୁ ପୁରସ୍କାର ଦେବେ (ମାଥିଉ ୬:୫-୬) ।

୪) ଅନ୍ୟମାନଙ୍କ ପ୍ରତି କ୍ଷମାର ଏକ ଆତ୍ମା ସହ ପ୍ରାର୍ଥନା କରନ୍ତୁ (ମାର୍କ ୧୧:୨୫) । ଅନ୍ୟମାନଙ୍କ ପ୍ରତି ତିକ୍ତତା, କ୍ରୋଧ, ପ୍ରତିଶୋଧା ଏବଂ ଘୃଣାର ଏକ ଆତ୍ମା ଆମ୍ଭମାନଙ୍କୁ ଈଶ୍ବରଙ୍କୁ ସମସ୍ତ ସମର୍ପଣର ହୃଦୟରେ ପ୍ରାର୍ଥନା କରିବାରେ ଆମ୍ଭମାନଙ୍କୁ ନିଷେଧ କରିବ । ଠିକ୍ ଯେପରି ଆମ ମଧ୍ୟରେ ଓ ଅନ୍ୟ ଜଣେ ଖ୍ରୀଷ୍ଟିୟାନଙ୍କ ମଧ୍ୟରେ କଳହ ଥିଲେ ଆମେ ଈଶ୍ବରଙ୍କୁ ଦାନ ନ ଦେବା ନିମନ୍ତେ କୁହାଯାଇଛି (ମାଥିଉ ୫:୨୩-୨୪), ଠିକ୍ ସେହିପରି ଖ୍ରୀଷ୍ଟଙ୍କଠାରେ ଥିବା ଆମ୍ଭମାନଙ୍କ ଭାଇ ଓ ଭ ଉଣୀଙ୍କ ସହ ଆମେ ପୁନଃମିଳିତ ନ ହେବା ପର୍ଯ୍ୟନ୍ତ ଈଶ୍ବର ଆମ୍ଭମାନଙ୍କ ଅର୍ପିତ ପ୍ରାର୍ଥନା ଚାହାନ୍ତି ନାହିଁ ।

୫) ଧନ୍ୟବାଦାର୍ପଣ ସହ ପ୍ରାର୍ଥନା କରନ୍ତୁ (କଲସୀୟ ୪:୨; ଫିଲିପ୍ପୀୟ ୪:୬-୭) । ଆମ୍ଭମାନଙ୍କର ଅଭାବ ଓ ଆବଶ୍ୟକତା ଗୁଡିକ ଦ୍ବାରା ଆମେ ଯେତେ ବୋଝଗ୍ରସ୍ତ ହୋଇଥାଉନା କାହିଁକି ଆମେ କିଛି ବିଷୟ ନିମନ୍ତେ ଧନ୍ୟବାଦୀ ହେବା ଉଚିତ୍ । ମୁକ୍ତିର ପ୍ରେମ ନିମନ୍ତେ ଏହି ପୃଥିବୀରେ ଥିବା ସବୁଠାରୁ ଅଧିକ କ୍ଷତି ସହିଥିବା ବ୍ୟକ୍ତି, ଏବଂ ଯିଏ ତା' ସମ୍ମୁଖରେ ସ୍ବର୍ଗର ଦିଆଯିବାର ପ୍ରତିଜ୍ଞା ପାଏ, ସେ ଈଶ୍ବରଙ୍କୁ ଧନ୍ୟବାଦୀ ହେବାରେ କାରଣ ଅଛି ।

୬) ଧୈର୍ଯ୍ୟର ସହ ପ୍ରାର୍ଥନା କରନ୍ତୁ (ଲୂକ ୧୮:୧; ୧ଥେସଲନିକୀୟ ୫:୧୭) । ଆମେ ପ୍ରାର୍ଥନାରେ ଅଧ୍ୟବସାୟ ହେବାକୁ ପଡିବ ଏବଂ ଏହାକୁ ବନ୍ଦ ନ କରିବାକୁ ହେବ କାରଣ ଆମେ ଏକ ତାତକ୍ଷଣିକ ଉତ୍ତର ପାଇନାହୁଁ । ଈଶ୍ବରଙ୍କ ଇଛାରେ ପ୍ରାର୍ଥନା କରିବାର ଏକ ଅଂଶ ହେଉଛି, ବିଶ୍ବାସ କରିବା ଯେ, ତାଙ୍କ ଉତ୍ତର "ହଁ", "ନା", କିମ୍ବା "ଅପେକ୍ଷା କର" ହେଲେ ଆମେ ତାଙ୍କ ବିଚାରକୁ ଗ୍ରହଣ କରୁ, ତାଙ୍କ ଇଛା ନିକଟରେ ନିଜକୁ ସମର୍ପଣ କରୁ ଏବଂ ପ୍ରାର୍ଥନା କରିବା ଜାରି ରଖୁ ।

୭) ପ୍ରାର୍ଥନାରେ ଈଶ୍ବରଙ୍କ ଆତ୍ମାଙ୍କଠାରେ ଭରସା କରନ୍ତୁ । ଏହା ଏକ ଆଶ୍ଚର୍ଯ୍ୟ ସତ୍ୟ ଅଟେ: "ଆଉ ସେହି ପ୍ରକାରେ ଆତ୍ମା ମଧ୍ୟ ଆମ୍ଭମାନଙ୍କ ଦୁର୍ବଳତାରେ ସାହାଯ୍ୟ କରନ୍ତି, କାରଣ କ'ଣ ପ୍ରାର୍ଥନା କରିବା ଉଚିତ୍, ତାହା ଆମ୍ଭେମାନେ ଜାଣୁନାହୁଁ, କିନ୍ତୁ ଆତ୍ମା ସ୍ବୟଂ ଅକଥନୀୟ ଆର୍ତ୍ତନାଦରେ ଆମ୍ଭମାନଙ୍କ ନିମନ୍ତେ ନିବେଦନ କରନ୍ତି । ପୁଣି, ଯେ ଆମ୍ଭମାନଙ୍କ ହୃଦୟ ଅନୁସନ୍ଧାନ କରନ୍ତି, ସେ ଆତ୍ମାଙ୍କ ଭାବ କ'ଣ ତାହା ଜାଣନ୍ତି, କାରଣ ସେ ଈଶ୍ବରଙ୍କ ଇଛାନୁସାରେ ସାଧୁମାନଙ୍କ ନିମନ୍ତେ ନିବେଦନ କରନ୍ତି" (ରୋମୀୟ ୮:୨୬-୨୭) । ଆମେ ପ୍ରାର୍ଥନାରେ ଆତ୍ମାଙ୍କ ସାହାଯ୍ୟ ପାଉ । ଆମ୍ଭମାନଙ୍କର ଗଭୀରତମ ମାନସିକ ଅବସାଦ ଏବଂ ଦୁଃଖରେ, ଆମେ "ପ୍ରାର୍ଥନା କରିପାରିବୁନାହିଁ" ବୋଲି ଅନୁଭବ କଲା ସମୟରେ, ପବିତ୍ରଆତ୍ମା ଯେ ପ୍ରକୃତରେ ଆମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କରୁଅଛନ୍ତି ତାହା ଜାଣି ଆମେ ସାନ୍ତ୍ବନାପ୍ରାପ୍ତ ହେଉ ! ଆମର କେଡେ ଚମତ୍କାର ଈଶ୍ବର ସତେ!

ଆମେ ଶରୀରରେ ଗମନ ନ କରି ଆତ୍ମାରେ ଗମନ କରିବା ଅନ୍ବେଷଣ କରିବା ସମୟରେ ଆମେ କେଉଁ ଭରସା ପାଉ! ତା'ପରେ ପବିତ୍ରଆତ୍ମାଙ୍କ ଇଛା ଏବଂ ସମୟାନୁଯାୟୀ ପବିତ୍ରଆତ୍ମା ପିତାଙ୍କ ନିକଟରେ ଆମ୍ଭମାନଙ୍କ ପ୍ରାର୍ଥନାକୁ ଉପସ୍ଥାପନ କରିବାରେ ତାଙ୍କ କାର୍ଯ୍ୟ ସମ୍ପାଦନ କରିବେ ବୋଲି ଆମ୍ଭମାନଙ୍କର ଦୃଢ ନିଶ୍ଚିତତା ରହିବ, ଏବଂ ସେ ଆମ୍ଭମାନଙ୍କ ମଙ୍ଗଳ ନିମନ୍ତେ ସମସ୍ତ ବିଷୟରେ କାର୍ଯ୍ୟ କରନ୍ତି ତାହା ଜ୍ଞାତ ହୋଇ ଆମେ ରହିପାରିବା (ରୋମୀୟ ୮:୨୮) ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ମୁଁ ଈଶ୍ବରଙ୍କ ଇଛାନୁଯାୟୀ ପ୍ରାର୍ଥନା କରୁଛି ବୋଲି କିପରି ନିଶ୍ଚିତ ହୋଇପାରିବି?
© Copyright Got Questions Ministries