settings icon
share icon
ପ୍ରଶ୍ନ

ପ୍ରାର୍ଥନାର ଶକ୍ତି କ'ଣ?

ଉତ୍ତର


ଶକ୍ତି ଯେ ପ୍ରାର୍ଥନାରୁ ଅଧିକାର ସୂତ୍ରରୁ ପାଇଥିବା ଏକ ବିଷୟ ଅଟେ ଏହି ଧାରଣାଟି ଅତି ଜଣାଶୁଣା ଅଟେ । ବାଇବଲ ଅନୁଯାୟୀ ଅନୁଯାୟୀ, ପ୍ରାର୍ଥନାର ଶକ୍ତି ଅତି ସରଳ ଭାବରେ ଈଶ୍ବରଙ୍କ ଶକ୍ତି ଅଟେ, ଯିଏକି ପ୍ରାର୍ଥନା ଶୁଣନ୍ତି ଏବଂ ଉତ୍ତର ଦିଅନ୍ତି । ନିମ୍ନ ବିଷୟଗୁଡିକୁ ବିବେଚନା କରନ୍ତୁ:

୧) ସର୍ବଶକ୍ତିମାନ ପ୍ରଭୁ ଈଶ୍ବର ସମସ୍ତ ବିଷୟ କରିପାରନ୍ତି; ତାଙ୍କଠାରେ କୌଣସି ଅସମ୍ଭବ ବିଷୟ ନାହିଁ (ଲୂକ ୧:୩୭) ।

୨) ସର୍ବଶକ୍ତିମାନ ପ୍ରଭୁ ଈଶ୍ବର ତାଙ୍କ ନିକଟରେ ପ୍ରାର୍ଥନା କରିବା ନିମନ୍ତେ ସମସ୍ତ ଲୋକଙ୍କୁ ନିମନ୍ତ୍ରଣ କରନ୍ତି । ଈଶ୍ବରଙ୍କ ନିକଟରେ ପ୍ରାର୍ଥନା ସର୍ବଦା (ଲୂକ ୧୮:୧) ଧନ୍ୟବାଦ ସହ (ଫିଲିପ୍ପୀୟ ୪:୬) ବିଶ୍ବାସରେ (ଯାକୁବ ୧:୫), ଈଶ୍ବରଙ୍କ ଇଛାରେ (ମାଥିଉ ୬:୧୦), ଈଶ୍ବରଙ୍କ ଗୌରବ ନିମନ୍ତେ (ଯୋହନ ୧୪:୧୩-୧୪) ଏବଂ ଈଶ୍ବରଙ୍କ ସହ ଠିକ୍ ସମ୍ପର୍କ ଥିବା ଏକ ହୃଦୟରୁ (ଯାକୁବ ୫:୧୬) ହେବା ଉଚିତ୍ ।

୩) ସର୍ବଶକ୍ତିମାନ୍ ପ୍ରଭୁ ଈଶ୍ବର ତାଙ୍କ ପିଲାମାନଙ୍କର ପ୍ରାର୍ଥନା ଶୁଣନ୍ତି । ସେ ଆମ୍ଭମାନଙ୍କୁ ପ୍ରାର୍ଥନା କରିବାକୁ ଆଦେଶ ଦିଅନ୍ତି, ଏବଂ ଆମେ ଯେତେବେଳେ ପ୍ରାର୍ଥନା କରୁ, ସେ ତାହା ଶୁଣିବାକୁ ପ୍ରତିଜ୍ଞା କରିଅଛନ୍ତି । "ମୁଁ ଆପଣା ଦୁର୍ଦ୍ଦଶା ସମୟରେ ସଦାପ୍ରାଭୁଙ୍କୁ ଡାକିଲି ଓ ମୋ ପରମେଶ୍ବରଙ୍କ ନିକଟରେ ଆର୍ତ୍ତନାଦ କଲି; ସେ ଆପଣା ମନ୍ଦିରରୁ ମୋହର ରବ ଶୁଣିଲେ, ପୁଣି ତାହାଙ୍କ ସମ୍ମୁଖରେ କୃତ ମୋହର ଆର୍ତ୍ତନାଦ ତାହାଙ୍କ କର୍ଣ୍ଣରେ ପ୍ରବେଶ କଲା " (ଗୀତସଂହିତା ୧୮:୬) ।

୪) ସର୍ବଶକ୍ତିମାନ ପ୍ରଭୁ ଈଶ୍ବର ପ୍ରାର୍ଥନାର ଉତ୍ତର ଦିଅନ୍ତି । "ମୁଁ ତୁମ୍ଭକୁ ଡାକିଅଛି, କାରଣ ହେ ପରମେଶ୍ବର, ତୁମ୍ଭେ ମୋତେ ଉତ୍ତର ଦେବ;" (ଗୀତସଂହିତା ୧୭:୬) । "ଧାର୍ମିକମାନେ କ୍ରନ୍ଦନ କରନ୍ତେ, ସଦାପ୍ରଭୁ ଶୁଣିଲେ ଓ ସେମାନଙ୍କ ସର୍ବ ସଙ୍କଟରୁ ସେମାନଙ୍କୁ ଉଦ୍ଧାର କଲେ" (ଗୀତସଂହିତା ୩୪:୧୭) ।

ଆଉ ଏକ ଅତି ଜଣାଶୁଣା ଧାରଣା ହେଉଛି ଯେ, ଈଶ୍ବର ଆମ୍ଭମାନଙ୍କର ପ୍ରାର୍ଥନା ଶୁଣିବେ ନା ନାହିଁ ତାହା ଆମ୍ଭମାନଙ୍କ ବିଶ୍ବାସର ପରିମାଣ ଉପରେ ନିର୍ଭର କରେ । ଅଥଚ, ବେଳେବେଳେ ଆମ୍ଭମାନଙ୍କ ବିଶ୍ବାସର ଅଭାବ ସତ୍ତ୍ବେ ପ୍ରଭୁ ଆମ୍ଭମାନଙ୍କ ପ୍ରାର୍ଥନାର ଉତ୍ତର ଦିଅନ୍ତି । ପ୍ରେରିତ ୧୨ରେ, ମଣ୍ଡଳୀ କାରାଗାରରୁ ପିତରଙ୍କ ମୁକ୍ତି ନିମନ୍ତେ ପ୍ରାର୍ଥନା କଲେ (୫ ପଦ), ଏବଂ ଈଶ୍ବର ସେମାନଙ୍କ ପ୍ରାର୍ଥନାର ଉତ୍ତର ଦିଅନ୍ତି (୭ ରୁ ୧୧ ପଦ) । ପିତର ପ୍ରାର୍ଥନା ମିଟିଙ୍ଗ୍ ଚାଲୁଥିବା ଗୃହରୁ ଦ୍ବାର ନିକଟକୁ ଯାଇ ଦ୍ବାରରେ ଆଘାତ କରନ୍ତି, କିନ୍ତୁ ପ୍ରାର୍ଥନା କରୁଥିବା ଲୋକମାନେ ପ୍ରଥମେ ବିଶ୍ବାସ କରିପାରିଲେ ନାହିଁ ଯେ, ସେ ବାସ୍ତବରେ ପିତର ଥିଲେ । ସେ ଯେପରି ମୁକ୍ତ ହୁଅନ୍ତି ସେଥିନିମନ୍ତେ ସେମାନେ ପ୍ରାର୍ଥନା କଲେ, କିନ୍ତୁ ସେମାନେ ସେମାନଙ୍କ ପ୍ରାର୍ଥନାର ଉତ୍ତର ପାଇବାର ଆଶା କରିବାରେ ବିଫଳ ହେଲେ ।

ପ୍ରାର୍ଥନାର ଶକ୍ତି ଆମ୍ଭମାନଙ୍କ ମଧ୍ୟରୁ ପ୍ରବାହିତ ହୁଏନାହିଁ; ଏହା ଆମେ କହୁଥିବା ବିଶେଷ ଶବ୍ଦଗୁଡିକ ନୁହେଁ କିମ୍ବା ଆମେ ସେଗୁଡିକୁ କହୁଥିବାର ଏକ ବିଶେଷ ଉପାୟ ନାହିଁ କିମ୍ବା ଏପରିକି ଆମେ ସେଗୁଡିକୁ କେତେଥର କହୁଛୁ ତାହା ବି ନୁହେଁ । ପ୍ରାର୍ଥନାର ଶକ୍ତି ଆମେ ସମ୍ମୁଖୀନ ହେଉଥିବା ଏକ ନିର୍ଦ୍ଧିଷ୍ଟ ଦିଗ ଉପରେ ଆଧାରିତ ନୁହେଁ କିମ୍ବା ଆମ୍ଭମାନଙ୍କ ଶରୀରର ନିର୍ଦ୍ଧିଷ୍ଟ ଭଙ୍ଗୀ ନୁହେଁ । ପ୍ରାର୍ଥନାର ଶକ୍ତି ତିଆରି କରାଯାଇଥିବା କିଛି ବସ୍ତୁ କିମ୍ବା ଅନୁରୂପ ଛବି କିମ୍ବା ମହମବତୀ କିମ୍ବା ଜପମାଳାର ବ୍ୟବହାରରୁ ଆସିନଥାଏ । ପ୍ରାର୍ଥନାର ଶକ୍ତି ସର୍ବଶକ୍ତିମାନ୍ ବ୍ୟକ୍ତିଙ୍କଠାରୁ ଆସିଥାଏ ଯେ ଆମ୍ଭମାନଙ୍କ ପ୍ରାର୍ଥନା ଶୁଣନ୍ତି ଏବଂ ସେଗୁଡିକର ଉତ୍ତର ଦିଅନ୍ତି । ପ୍ରାର୍ଥନା ସର୍ବଶକ୍ତିମାନ୍ ପରମେଶ୍ବରଙ୍କ ସହ ସମ୍ପର୍କ ରଖିବା ସ୍ଥାନରେ ଆମ୍ଭମାନଙ୍କୁ ଅବସ୍ଥାପିତ କରେ, ଏବଂ ଆମେ ଆଶା କରିବା ଉଚିତ୍ ଯେ, ସର୍ବଶକ୍ତିମାନ୍ ସେଥିର ଫଳାଫଳ ଦେଇଥାନ୍ତି, ହୋଇପାରେ ସେ ଆମ୍ଭମାନଙ୍କ ନିବେଦନଗୁଡିକୁ ଗ୍ରାହ୍ୟ କରିବା ନିମନ୍ତେ ଚୟନ କରିଥାନ୍ତି କିମ୍ବା ଆମ୍ଭମାନଙ୍କର ନିବେଦନଗୁଡିକ ଅଗ୍ରାହ୍ୟ କରିଦେଇଥାନ୍ତି । ଆମ୍ଭମାନଙ୍କ ପ୍ରାର୍ଥନାର ଉତ୍ତର ଯାହା ହେଉନା କାହିଁକି, ଆମେ ପ୍ରାର୍ଥନା କରୁଥିବା ଈଶ୍ବର ହେଉଛନ୍ତି ପ୍ରାର୍ଥନାର ଶକ୍ତି, ଏବଂ ସେ ଆମ୍ଭମାନଙ୍କୁ ଉତ୍ତର ଦେଇପାରନ୍ତି ଏବଂ ତାହାଙ୍କ ସିଦ୍ଧ ଇଛା ଏବଂ ସମୟ ଅନୁଯାୟୀ ଉତ୍ତର ଦେବେ ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ପ୍ରାର୍ଥନାର ଶକ୍ତି କ'ଣ?
© Copyright Got Questions Ministries