settings icon
share icon
ପ୍ରଶ୍ନ

ଅଶ୍ଲିଳ ଚିତ୍ର ବିଷୟରେ ବାଇବଲ କ'ଣ କୁହେ? ଅଶ୍ଲିଳ ଚିତ୍ର ଦେଖିବା ପାପ ଅଟେକି?

ଉତ୍ତର


ବହୁପରିମାଣରେ, ଇଣ୍ଟରନେଟରେ ଖୋଜାଯାଉଥିବା ଅଧିକାଂଶ ଶବ୍ଦ ଅଶ୍ଲିଳ ଚିତ୍ର ସମ୍ପର୍କିତ ଅଟେ । ଆଜିର ବିଶ୍ବରେ ଅଶ୍ଲିଳ ଚିତ୍ର ସୁଦୂରପ୍ରସାରୀ । ବୋଧହୁଏ ଅନ୍ୟ କୌଣସି ବିଷୟ ଅପେକ୍ଷା ଅଧିକ, ଶୟତାନ ଯୌନକୁ ବିକୃତ ଅର୍ଥ କରିବା ଏବଂ ଅପ୍ରାକୃତିକ ଯୌନ କରିବାରେ ଅଧିକ ସଫଳ ହୋଇଛି । ଯାହା ଉତ୍ତମ ଏବଂ ଠିକ୍ (ଏକ ସ୍ବାମୀ ଏବଂ ସ୍ତ୍ରୀ ମଧ୍ୟରେ ଥିବା ପ୍ରେମମୟ ଯୌନ ସମ୍ପର୍କ) ସେହି ବିଷୟକୁ ସେ ନେଇଯାଇଛି ଏବଂ ଏହାର ସ୍ଥାନରେ କାମୁକତା, ଅଶ୍ଲିଳ ଚିତ୍ର, ବ୍ୟଭିଚାର, ବଳାତ୍କାର ଏବଂ ସମଲିଙ୍ଗୀ ସମ୍ପର୍କକୁ ରଖିଛି । ଯେକୌଣସି ସମୟରେ ବୃଦ୍ଧିପ୍ରାପ୍ତ ହେଉଥିବା ଦୁଷ୍ଟତା ଏବଂ ଅନୈତିକତା ନିମନ୍ତେ ଅଶ୍ଲିଳ ଛବି ପ୍ରତି ଖସଡା ଗଡାଣୀରେ ପ୍ରଥମ ପଦକ୍ଷେପ ହୋଇପାରେ (ରୋମୀୟ ୬:୧୯) । ଅଶ୍ଲିଳ ଛବିରେ ମତ୍ତତା ପ୍ରକୃତି ଭଲ ଭାବେ ଲିଖିତ ପ୍ରମାଣ ହୋଇଛି । ଯେପରି ଏକ ଡ୍ରଗ୍ ବ୍ୟବହାରକାରୀ ସେହି ସମାନ "ଉଚ୍ଚ"ରେ ପାଇବାକୁ ଅଧିକ ଏବଂ ଅଧିକ ଶକ୍ତିଶାଳୀ ଡ୍ରଗ୍ ଗୁଡିକ ବ୍ୟବହାର କରିବା , ଅଶ୍ଲିଳ ଚିତ୍ର ଏହାର ବ୍ୟବହାରକାରୀକୁ ଅଧିକ ଯୌନ ମତ୍ତତା ଏବଂ ଈଶ୍ବରବିହୀନ ଅଭିଳାଷଗୁଡିକ ମଧ୍ୟରେ ଗଭୀରରୁ ଗଭୀର ଯୌନ ମତ୍ତତା ଏବଂ ଈଶ୍ବର ବିହୀନ ଇଛା ମଧ୍ୟକୁ ଟାଣି ଆଣେ ।

ପାପର ତିନୋଟି ମୁଖ୍ୟ ଭାଗ ହେଉଛି ଶାରିରୀକ ଅଭିଳାଷ, ଚକ୍ଷୁର ଅଭିଳାଷ ଏବଂ ଲୌକିକ ଗର୍ବ (୧ଯୋହନ ୨:୧୬) । ଅଶ୍ଲିଳ ଚିତ୍ର ନିଶ୍ଚିତ ଶାରିରୀକ ଅଭିଳାଷ ପତିତ କରାଏ, ଏବଂ ଏହା ନିଃସନ୍ଦେହରେ ଚକ୍ଷୁର ଅଭିଳାଷ ଅଟେ । ଫିଲିପ୍ପୀୟ ୪:୮ ଅନୁଯାୟୀ ଅଶ୍ଲିଳ ଚିତ୍ର ନିଶ୍ଚିତଭାବେ ଆମେ ଭାବିବାକୁ ଥିବା ବିଷୟଗୁଡିକ ମଧ୍ୟରୁ ଗୋଟିଏ ବିଷୟ ଭାବରେ ଯୋଗ୍ୟ କରାଏନାହିଁ । ଅଶ୍ଲିଳ ଚିତ୍ର ହେଉଛି ମତ୍ତତା (୧କରିନ୍ଥୀୟ ୬:୧୨; ୨ପିତର ୨:୧୯), ଏବଂ ବିନାଶଯୋଗ୍ୟ (ହିତୋପଦେଶ ୬:୨୫-୨୮; ଯିହିଜିକଲ ୨୦:୩୦; ଏଫିସୀୟ ୪:୧୯) । ଆମ ମନରେ ଅନ୍ୟ ଲୋକମାନଙ୍କୁ କାମନା କରିବା, ଯାହା ଅଶ୍ଲିଳ ଚିତ୍ରର ସାର ଏବଂ ଏହା ଈଶ୍ବରଙ୍କ ପ୍ରତି ଅପମାନଜନକ (ମାଥିଉ ୫:୨୮) । ଯେତେବେଳେ ଜଣେ ବ୍ୟକ୍ତିଙ୍କ ଜୀବନ ଅଶ୍ଲିଳ ଚିତ୍ରର ଆଦରବିଶିଷ୍ଟ ହୁଏ, ସେତେବେଳେ ସେହି ବ୍ୟକ୍ତି ଯେ ଉଦ୍ଧାରପ୍ରାପ୍ତ ନୁହେଁ ତାହା ପ୍ରଦର୍ଶନ କରେ (୧କରିନ୍ଥୀୟ ୬:୯) ।

ଅଶ୍ଲିଳ ଚିତ୍ରରେ ସଂପୃକ୍ତ ଥିବା ଲୋକମାନଙ୍କ ନିମନ୍ତେ, ଈଶ୍ବର ଜୟ ପ୍ରଦାନ କରିପାରନ୍ତି ଏବଂ ଜୟ ପ୍ରଦାନ କରିବେ । ଆପଣ ଅଶ୍ଲିଳ ଚିତ୍ରରେ ସଂପୃକ୍ତ ଅଛନ୍ତି କି ଓ ଏଥିରୁ ମୁକ୍ତି ପାଇବାକୁ ଇଛା କରୁଅଛନ୍ତି କି? ଜୟଯୁକ୍ତ ହେବା ନିମନ୍ତେ ନିମ୍ନରେ କେତେକ ପଦକ୍ଷେପ ଦିଆଗଲା: (୧) ଈଶ୍ବରଙ୍କ ନିକଟରେ ଆପଣଙ୍କ ପାପ ସ୍ବୀକାର କରନ୍ତୁ (୧ଯୋହନ ୧:୯) । (୨) ଆପଣଙ୍କ ମନକୁ ପରିଷ୍କାର କରିବାକୁ, ନୂତନୀକରଣ କରିବା ନିମନ୍ତେ ଏବଂ ପରିବର୍ତ୍ତନ କରିବା ନିମନ୍ତେ ଈଶ୍ବରଙ୍କୁ କୁହନ୍ତୁ (ରୋମୀୟ ୧୨:୨) । (୩) ଫିଲିପ୍ପୀୟ ୪:୮ରେ ଆପଣଙ୍କ ମନକୁ ପୂର୍ଣ୍ଣ କରିବା ନିମନ୍ତେ ଈଶ୍ବରଙ୍କୁ କୁହନ୍ତୁ । (୪) ପବିତ୍ରତାରେ ଆପଣଙ୍କ ଶରୀରକୁ ଧାରଣ କରିବାର ଶିଖନ୍ତୁ (୧ଥେସଲନିକୀୟ ୪:୩-୪) । (୫) ଯୌନ ଆକର୍ଷଣର ସଠିକ୍ ଅର୍ଥ ବୁଝନ୍ତୁ ଏବଂ ତାହା ପୂରଣ କରିବା ନିମନ୍ତେ କେବଳା ଆପଣଙ୍କ ଜୀବନସାଥିଙ୍କଠାରେ ହିଁ ଆଉଜିପଡନ୍ତୁ (୧କରିନ୍ଥୀୟ ୭:୧-୫ । (୬) ହୃଦୟଙ୍ଗମ କରନ୍ତୁ ଯେ ଯଦି ଆପଣ ଆତ୍ମାଙ୍କଠାରେ ଅନୁଗମନ କରନ୍ତି, ଆପଣ ଶରୀରର କାମନାଗୁଡିକର ବଶବର୍ତ୍ତୀ ହେବେନାହିଁ (ଗାଲାତୀୟ ୫:୧୬) । (୭) ବର୍ଣ୍ଣନାମୂଳକ ଛବିଗୁଡିକର ସଂଶ୍ବର୍ଶରେ କମ୍ ଆସିବା ନିମନ୍ତେ ବ୍ୟବହାରିକ ପଦକ୍ଷେପଗୁଡିକ ଗ୍ରହଣ କରନ୍ତୁ । ଆପଣଙ୍କ କମ୍ପ୍ୟୁଟରରେ ଅଶ୍ଲିଳ ଚିତ୍ର ରୋଧକାରୀ ସଫଟଓ୍ବେର୍ ସଂସ୍ଥାପିତ (ଇନଷ୍ଟାଲ୍) କରନ୍ତୁ, ଟେଲିଭିଜନ୍ ଏବଂ ଭିଡିଓ ଦେଖିବା ଅଭ୍ୟାସସବୁକୁ ସୀମାବଦ୍ଧ କରନ୍ତୁ, ଏବଂ ଅନ୍ୟ ଜଣେ ଖ୍ରୀଷ୍ଟିୟାନଙ୍କର ଅନ୍ବେଷଣ କରନ୍ତୁ ଯିଏକି ଆପଣଙ୍କ ନିମନ୍ତେ ପ୍ରାର୍ଥନା କରିବେ ଏବଂ ଆପଣ କୈଫୟତ୍ ଯୋଗ୍ୟ ହେବାରେ ଆପଣଙ୍କୁ ସାହାଯ୍ୟ କରିବେ ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ଅଶ୍ଲିଳ ଚିତ୍ର ବିଷୟରେ ବାଇବଲ କ'ଣ କୁହେ? ଅଶ୍ଲିଳ ଚିତ୍ର ଦେଖିବା ପାପ ଅଟେକି?
© Copyright Got Questions Ministries