settings icon
share icon
ପ୍ରଶ୍ନ

ଯୀଶୁଙ୍କୁ ନିଜ ବ୍ୟକ୍ତିଗତ ଉଦ୍ଧାରକର୍ତ୍ତାରୂପେ ଗ୍ରହଣ କରିବାର ଅର୍ଥ କଅଣ?

ଉତ୍ତର


ତୁମେ ଯୀଶୁ ଖ୍ରୀଷ୍ଟଙ୍କୁ ନିଜର ବ୍ୟକ୍ତିଗତ ଉଦ୍ଧାରକର୍ତ୍ତାରୂପେ ଗ୍ରହଣ କରିଅଛ କି? ଏହି ପ୍ରଶ୍ନଟିକୁ ଉଚିତ୍ ରୂପେ ବୁଝିବା ପାଇଁ, ନିମ୍ନ ଶବ୍ଦଗୁଡ଼ିକ ବୁଝିବା ଆବଶ୍ୟକ ଯଥା: - “ଯୀଶୁ ଖ୍ରୀଷ୍ଟ”, “ବ୍ୟକ୍ତିଗତ”, ଏବଂ “ଉଦ୍ଧାରକର୍ତ୍ତା” |

ଯୀଶୁ ଖ୍ରୀଷ୍ଟ କିଏ? ଅନେକ ଲୋକ ଯୀଶୁ ଖ୍ରୀଷ୍ଟଙ୍କୁ ଏକ ଉତ୍ତମ ବ୍ୟକ୍ତି, ଉତ୍ତମ ଶିକ୍ଷକ ଅବା ଈଶ୍ଵରଙ୍କ ଭାବବାଦୀ ବୋଲି ସ୍ଵୀକାର କରନ୍ତି | ନିଶ୍ଚିତରୂପେ ଏହି ସବୁ ବିଷୟ ଯୀଶୁଙ୍କ ସମ୍ପର୍କରେ ସତ୍ୟ ଅଟେ, କିନ୍ତୁ ଏହି ସବୁ ତଥ୍ୟ ପ୍ରକୃତରେ ଯୀଶୁ କିଏ ସମ୍ପୁର୍ଣ୍ଣ ବର୍ଣ୍ଣନା କରେ ନାହିଁ | ବାଇବଲ ଆମକୁ ଶିକ୍ଷା ଦିଏ ଯେ, ଯୀଶୁ ସ୍ଵୟଂ ଈଶ୍ଵର, ସେ ମନୁଷ୍ୟ ରୂପେ ଈଶ୍ଵର(ଯୋହନ ୧:୧,୧୪କୁ ଦେଖନ୍ତୁ) | ଆମକୁ ଶିକ୍ଷା ଦେବା ପାଇଁ, ସୁସ୍ଥ କରିବା ପାଇଁ, ସୁଧାରିବା ପାଇଁ, କ୍ଷମା ଦେବା ପାଇଁ ଏବଂ ଆମ ନିମନ୍ତେ ମୃତ୍ୟୁଭୋଗ କରିବା ପାଇଁ ଈଶ୍ଵର ଜଗତକୁ ଆସିଥିଲେ | ଯୀଶୁ ଖ୍ରୀଷ୍ଟ ହେଉଛନ୍ତି ଈଶ୍ଵର, ସୃଷ୍ଟିକର୍ତ୍ତା ଓ ସାର୍ବଭୌମିକ ସଦାପ୍ରଭୁ | ତୁମ୍ଭେ କଣ ଏହି ଯୀଶୁଙ୍କୁ ଗ୍ରହଣ କରିଅଛ କି?

ଉଦ୍ଧାରକର୍ତ୍ତା କିଏ ଓ ଆମେ ଉଦ୍ଧାକର୍ତ୍ତାଙ୍କୁ କାହିଁକି ଆବଶ୍ୟକ କରୁ? ବାଇବଲ କୁହେ ଆମେ ସମସ୍ତେ ପାପ କରିଅଛୁ ; ଆମେ ସମସ୍ତେ ମନ୍ଦ କାର୍ଯ୍ୟ କରିଅଛୁ (ରୋମୀୟ ୩:୧୦-୧୮) | ଆମ ପାପର ପ୍ରତିଫଳ ସ୍ଵରୁପେ, ଆମେ ପରମେଶ୍ଵରଙ୍କ କ୍ରୋଧ ଓ ଦଣ୍ଡର ପାତ୍ର ଅଟୁ | ଅସୀମ ଓ ଅନନ୍ତକାଳୀନ ଈଶ୍ଵରଙ୍କ ବିରୋଧରେ ପାପର ଦଣ୍ଡ ହେଉଛି ଅସୀମ ଦଣ୍ଡ (ରୋମୀୟ ୬:୩; ପ୍ରକାଶିତ ୨୦:୧୧-୧୫) | ସେଥିପାଇଁ ଆମେଏକ ଉଦ୍ଧାରକର୍ତ୍ତାଙ୍କୁ ଆବଶ୍ୟକ କରୁ |

ଯୀଶୁ ଖ୍ରୀଷ୍ଟ ଏହି ଜଗତକୁ ଆସିଲେ ଓ ଆମ ସ୍ଥାନରେ ମୃତ୍ୟୁଭୋଗ କଲେ | ଯୀଶୁଙ୍କ ମୃତ୍ୟୁ ଆମ ପାପ ପାଇଁ ଅସୀମ ମୂଲ୍ୟ ପରିଶୋଧ ଥିଲା (୨ କରିନ୍ଥୀୟ ୫:୨୧) | ଯୀଶୁ ଖ୍ରୀଷ୍ଟ ଆମ ପାପର ମୂଲ୍ୟ ପରିଶୋଧ କରିବା ପାଇଁ ମୃତ୍ୟୁବରଣ କଲେ (ରୋମୀୟ ୫:୮) | ଯୀଶୁ ମୂଲ୍ୟ ପରିଶୋଧ କାଲେ ଯେପରି ଆମକୁ ମୂଲ୍ୟ ଦେବାକୁ ନ ପଡ଼େ | ଯୀଶୁ ଖ୍ରୀଷ୍ଟଙ୍କ ପୁନରୁତଥାନ ପ୍ରମାଣ କରେ ଯେ, ଆମର ପାପର ମୂଲ୍ୟ ପରିଶୋଧ କରିବା ପାଇଁ ତାହାଙ୍କ ମୃତ୍ୟୁ ଯଥେଷ୍ଟ ଥିଲା | ସେଥି ସକାଶୁ, ଯୀଶୁ ହିଁ କେବଳ ଏକମାତ୍ର ଉଦ୍ଧାରକର୍ତ୍ତା ଅଟନ୍ତି ! (ଯୋହନ ୧୪:୬; ପ୍ରେରିତ ୪:୧୨) ତୁମେ ଯୀଶୁ ଖ୍ରୀଷ୍ଟଙ୍କୁ ନିଜର ଉଦ୍ଧାରକର୍ତ୍ତାରୂପେ ଭରସା କରୁଅଛ କି?

ଯୀଶୁ ତୁମର “ବ୍ୟକ୍ତିଗତ” ଉଦ୍ଧାରକର୍ତ୍ତା ଅଟନ୍ତି କି? ଅନେକ ଲୋକ ଖ୍ରୀଷ୍ଟିଆନ ଧର୍ମ ବିଷୟରେ ଏହି ପ୍ରକାର ବିଚାର ମତପୋଷଣ କରିଥାନ୍ତି ଯଥା:- ମଣ୍ଡଳୀର ଉପାସନାରେ ଯୋଗଦାନ କରିବା, ନାନା ବିଧି ପାଳନ କରିବା, କେତେକ ନିର୍ଦ୍ଧିଷ୍ଟ ପାପ ନ କରିବା, କିନ୍ତୁ ତାହା ପ୍ରକୃତ ଖ୍ରୀଷ୍ଟିଆନ ନୁହେଁ; ପ୍ରକୃତ ଖ୍ରୀଷ୍ଟିଆନ ହେଉଛି, ଯୀଶୁ ଖ୍ରୀଷ୍ଟଙ୍କ ସହ ବ୍ୟକ୍ତିଗତ ସମ୍ପର୍କ ରଖିବା, ଯୀଶୁଙ୍କୁ ନିଜର ବ୍ୟକ୍ତିଗତ ଉଦ୍ଧାରକର୍ତ୍ତାରୁପେ ଗ୍ରହଣ କରିବାର, ଅର୍ଥାତ୍, ତାହାଙ୍କଠାରେ ବ୍ୟକ୍ତିଗତ ବିଶ୍ଵାସ ଏବଂ ଭରସା ରଖିବା | ଅନ୍ୟମାନଙ୍କ ବିଶ୍ଵାସ ଦ୍ଵାରା କେହି ଉଦ୍ଧାର ପାଏ ନାହିଁ | ସାମାନ୍ୟ ଉତ୍ତମ କର୍ମ କରିବା ଦ୍ଵାରା କାହାକୁପାପ କ୍ଷମା ମିଳେ ନାହିଁ | ଉଦ୍ଧାର ପାଇବା ପାଇଁ ଏକମାତ୍ର ପଥ ହେଉଛି ଯୀଶୁ ଖ୍ରୀଷ୍ଟଙ୍କୁ ନିଜର ଉଦ୍ଧାରକର୍ତ୍ତାରୁପେ ଗ୍ରହଣ କରିବା, ତୁମ ପାପର ପରିଶୋଧ ନିମନ୍ତେ ତାହାଙ୍କର ମୃତ୍ୟୁରେ ବିଶ୍ଵାସ କରି ଏବଂ ତାହାଙ୍କ ପୁନରୁଥାନ ତୁମ ଅନନ୍ତଜୀବନର ପ୍ରତିଶ୍ରୁତି ବୋଲି ବିଶ୍ଵାସ କରିବା ହିଁ ତୁମକୁ ପରିତ୍ରାଣ ପ୍ରଦାନ କରିବ (ଯୋହନ ୩:୧୬) | ଯୀଶୁ ତୁମର ବ୍ୟକ୍ତିଗତ ଉଦ୍ଧାରକର୍ତ୍ତା ଅଟନ୍ତି କି?

ଯଦି ତୁମେ ଯୀଶୁ ଖ୍ରୀଷ୍ଟଙ୍କୁ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରିବାକୁ ଚାହଁ, ତେବେ ନିମ୍ନରେ ପ୍ରାର୍ଥନାର ଏକ ନମୁନା ଦିଆଯାଇଅଛି | ମନେ ରଖନ୍ତୁ, ଏହି ପ୍ରାର୍ଥନା କରିବା ଦ୍ଵାରା ଅବା ଏହି ପରି ଅନ୍ୟ କୌଣସି ପ୍ରାର୍ଥନା ଆପଣଙ୍କୁ ଉଦ୍ଧାର କରି ପାରିବ ନାହିଁ କିନ୍ତୁ କେବଳ ଖ୍ରୀଷ୍ଟଙ୍କ ଠାରେ ବିଶ୍ଵାସ କରିବା ଦ୍ଵାରା ହିଁ ପାପରୁ ଉଦ୍ଧାର ପାଇପାରିବେ |

ଏହି ପ୍ରାର୍ଥନାର ଉଦ୍ଦେଶ୍ୟ ହେଉଛି, ଇଶ୍ଵରଙ୍କଠାରେ ନିଜ ବିଶ୍ଵାକୁ ପ୍ରକାଶ କରିବ। ଓ ସେ ତୁମ ପାଇଁ ପରିତ୍ରାଣ ଯୋଗାଇ ଥିବାରୁ ତାହାଙ୍କ ପ୍ରତି ଧନ୍ୟବାଦୀ ହେବ| । ପ୍ରାର୍ଥନା - “ହେ ଇଶ୍ଵର, ମୁଁ ଜାଣେ ଯେ ମୁଁ ତୁମ ବିରୁଦ୍ଧରେ ପାପ କରିଅଛି ଏବଂ ମୁଁ ଦଣ୍ଡ ପାଇବା ପାଇଁ ଯୋଗ୍ୟ | କିନ୍ତୁ ମୁଁ ବିଶ୍ଵାସ କରେ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ମୋ ପାପର ଦଣ୍ଡକୁ କୃଶରେ ଭୋଗ କରି ଅଛନ୍ତି | ତାହାଙ୍କ ଠାରେ ବିଶ୍ଵାସ କରିବା ଦ୍ଵାରା ମୋହର ପାପ କ୍ଷମା ହୋଇପାରିବ | ପରିତ୍ରାଣ ପାଇବା ପାଇଁ ମୁଁ ତୁମ୍ଭଠାରେ ବିଶ୍ଵାସ କରୁଅଛି | ତୁମ ମହା ଅନୁଗ୍ରହ, କ୍ଷମା ଓ ଅନନ୍ତ ଜୀବନ ପାଇଁ ମୁଁ ତୁମକୁ ଧନ୍ୟବାଦ ଦେଉଅଛି” ଆମେନ୍ |

ଏଠାରେ ଆପଣ ଯାହା ପଢିଲେ ସେହି କାରଣରୁ ଆପଣ ଖ୍ରୀଷ୍ଟଙ୍କ ନିମନ୍ତେ ଗୋଟିଏ ନିଷ୍ପତ୍ତି ନେଲେ କି? ଦୟାକରି ନିମ୍ନରେ ଥିବା "ଆଜି ମୁଁ ଖ୍ରୀଷ୍ଟଙ୍କୁ ଗ୍ରହଣ କରିଅଛି" ବୋତାମକୁ କ୍ଲିକ୍ କରନ୍ତୁ

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ଯୀଶୁଙ୍କୁ ନିଜ ବ୍ୟକ୍ତିଗତ ଉଦ୍ଧାରକର୍ତ୍ତାରୂପେ ଗ୍ରହଣ କରିବାର ଅର୍ଥ କଅଣ?
© Copyright Got Questions Ministries