ମୁଁ କାହିଁକି ସଂଗଠିତ ଧର୍ମରେ ବିଶ୍ଵାସ କରିବା ଉଚିତ?


ପ୍ରଶ୍ନ: ମୁଁ କାହିଁକି ସଂଗଠିତ ଧର୍ମରେ ବିଶ୍ଵାସ କରିବା ଉଚିତ?

ଉତ୍ତର:
“ଧର୍ମ” ର ପରିଭାଷା ଶବ୍ଦକୋଷ ବା ଦିକ୍ଶନେରୀର ସଂଜ୍ଞା ଅନୁସାରେ “ଈଶ୍ଵରଙ୍କୁ ବିଶ୍ଵାସ କରିବା ସାଧାରଣ ରୂପେ ଧାର୍ମିକ-ବିଧି ଅନୁସାରେ ତାହାଙ୍କ ଉପାସନା କରିବା, ଏକ ବିଶେଷ ବିଶ୍ଵାସ ପଦ୍ଧତି, ଆରାଧନା ଇତ୍ୟାଦି ଅନେକ ସମୟରେ ଏକ ନୈତିକ ଚିହ୍ନ ସମ୍ପୃକ୍ତ ଥାଏ” । “ ଏହି ସଂଜ୍ଞାର ପ୍ରକାଶନରେ ବାଇବଲ ସଂଗଠିତ ଧର୍ମ ବିଷୟରେ ଶିକ୍ଷା ଦିଏ, କିନ୍ତୁ ଅନେକ କ୍ଷେତ୍ରରେ “ସଂଗଠିତ ଧର୍ମ” ର ଉଦ୍ଦେଶ୍ୟ ଓ ପ୍ରଭାବ ଏପରି କିଛି ବିଷୟ ନୁହେଁ ଯେଉଁଥିରେ ଈଶ୍ଵର ସନ୍ତୁଷ୍ଟ ଅଟନ୍ତି ।

ଆଦି ୧୧ ପର୍ବରେ ବୋଧହୁଏ ପ୍ରଥମେ ସଂଗଠିତ ଧର୍ମର ଉଦାହରଣ ଦେଖିବାକୁ ମିଳେ, ଯେଉଁଥିରେ ନୋହଙ୍କର ବଂଶଧର ସମଗ୍ର ପୃଥିବୀକୁ ପରିପୂର୍ଣ୍ଣ କରିବା ନିମନ୍ତେ ଈଶ୍ଵରଙ୍କ ଆଦେଶର ବାଧ୍ୟ ହେବା ପରିବର୍ତ୍ତେ ବାବିଲ ଗଡ଼ ନିର୍ମାଣ କରିବା ନିମନ୍ତେ ସଂଗଠିତ ବା ଏକାଠି ହେଲେ । ସେମାନେ ବିଶ୍ଵାସ କଲେ ଯେ ଈଶ୍ଵରଙ୍କ ସହ ସେମାନଙ୍କ ସମ୍ପର୍କ ଅପେକ୍ଷା ସେମାନଙ୍କର ଏକତା ଅଧିକ ଗୁରୁତ୍ଵପୂର୍ଣ୍ଣ । ଈଶ୍ଵର ଏଥିରେ ହସ୍ତକ୍ଷେପ କରି ସେମାନଙ୍କ ଭାଷାରେ ଭେଦ ସୃଷ୍ଟି କଲେ, ଏହା ଦ୍ଵାରା ସେ ଏହି ସଂଗଠିତ ଧର୍ମକୁ ଭାଙ୍ଗିଦେଲେ ।

ଯାତ୍ରା ୬ ପର୍ବ ଓ ପରବର୍ତ୍ତୀ ପର୍ବରେ, ଈଶ୍ଵର ଇଶ୍ରାୟେଲ ଦେଶ ନିମନ୍ତେ ଏକ ଧର୍ମ “ସଂଗଠିତ” କଲେ । ଦଶଆଜ୍ଞା, ସମାଗମ ତମ୍ବୁ ବିଷୟକ ନିୟମଗୁଡ଼ିକ ଏବଂ ବଳିପ୍ରଥା ସମସ୍ତ ଈଶ୍ଵରଙ୍କ ଦ୍ଵାରା ପ୍ରତିଷ୍ଠା କରାଯାଇଥିଲା ଯାହା ଇଶ୍ରାୟେଲକୁ ପାଳନ କରିବାକୁ ଥିଲା । ନୂତନ ନିୟମକୁ ଅଧିକ ଅଧ୍ୟୟନ କଲେ ସ୍ପଷ୍ଟ ହୋଇଯାଏ ଯେ ଏହି ଧର୍ମର ଉଦ୍ଦେଶ୍ୟ ଥିଲା ଜଣେ ଉଦ୍ଧାରକର୍ତ୍ତା ମଶୀହଙ୍କର ଆବଶ୍ୟକତାକୁ ସୂଚୀତ କରିବା (ଗାଲାତୀୟ ୩; ରୋମୀୟ ୭) । ଅଥଚ, ଅନେକେ ଏହାକୁ ଭୁଲ୍‍ ବୁଝିଛନ୍ତି ଏବଂ ଈଶ୍ଵରଙ୍କର ଉପାସନା କରିବା ପରିବର୍ତ୍ତେ ନୀତିନିୟମ ଓ ଧର୍ମକର୍ମ କରୁଅଛନ୍ତି ।

ଇଶ୍ରାୟେଲର ସଂପୂର୍ଣ୍ଣ ଇତିହାସରେ, ଇଶ୍ରାୟେଲୀୟମାନେ ଅନୁଭବ କରିଥିବା ଯୁଦ୍ଧଗୁଡ଼ିକ ମଧ୍ୟରୁ ଅନେକ ଯୁଦ୍ଧରେ ସଂଗଠିତ ଧର୍ମର ସଂପୃକ୍ତି ଥିଲା । ଏଗୁଡ଼ିକ ମଧ୍ୟରୁ ବାଲ୍‍ (ବିଚାରକର୍ତ୍ତା ୬ ; ୧ରାଜାବଳୀ ୧୮), ଦାଗୋନ୍‍ (୧ଶାମୁୟେଲ୫) ଓ ମୋଲେକ୍‍ (୨ରାଜାବଳୀ ୨୩:୧୦)ର ପୂଜା କରିବା । ଈଶ୍ଵର ତାଙ୍କର ସାର୍ବଭୌମତ୍ଵ ଓ ଶକ୍ତିକୁ ଦେଖାଇ ଏହି ସମସ୍ତ ଧର୍ମର ଅନୁଗାମୀମାନଙ୍କୁ ପରାସ୍ତ କଲେ ।

ସୁସମାଚାର ପୁସ୍ତକଗୁଡ଼ିକରେ, ଖ୍ରୀଷ୍ଟଙ୍କ ସମୟରେ ଫାରୁଶୀ ଓ ସାଦ୍ଦୂକୀମାଙ୍କୁ ସଂଗଠିତ ଧର୍ମର ପ୍ରତିନିଧି ଭାବେ ଚିତ୍ରଣ କରାଯାଇଛି । ଯୀଶୁ ବାରମ୍ବାର ସେମାନଙ୍କର ଭ୍ରାନ୍ତ ଶିକ୍ଷା ଓ କପଟ ଜୀବନଶୈଳୀ ବିଷୟରେ ସେମାନଙ୍କ ସହ ଯୁକ୍ତି କରୁଥିଲେ । ପତ୍ର ଗୁଡ଼ିକରେ, ସଂଗଠିତ ଦଳଗୁଡ଼ିକ ଦେଖିବାକୁ ମିଳେ ଯେଉଁମାନେ ନିର୍ଦ୍ଧିଷ୍ଟ ଆବଶ୍ୟକୀୟ କର୍ମ ଓ ଧାର୍ମିକ ବିଧି ସହ ସୁସମାଚାରକୁ ମିଶ୍ରିତ କରୁଥିଲେ । ପୁଣି ସେମାନେ ବିଶ୍ଵାସୀ ମାନଙ୍କ ଚାପ ପକାଉ ଥିଲେ ଯେପରି ସେମାନେ “ଖ୍ରୀଷ୍ଟବିଶ୍ଵାସ ସହିତ” ଧର୍ମକୁ ଗ୍ରହଣ କରିବେ । ଗାଲାତୀୟ ଓ କଲସୀୟ ଏପରି ଧର୍ମ ବିଷୟରେ ସତର୍କବାଣୀ ଦିଏ । ପ୍ରକାଶିତ ପୁସ୍ତକର ଲେଖା ଅନୁଯାୟୀ ଜଗତ ଉପରେ ସଂଗଠିତ ଧର୍ମର ପ୍ରଭାବ ପଡ଼ିବ ଯେତେବେଳେ ଭଣ୍ଡଖ୍ରୀଷ୍ଟ ଏକ-ବିଶ୍ଵ ଧର୍ମ ସ୍ଥାପନ କରିବ ।

ଅନେକ କ୍ଷେତ୍ରରେ, ସଂଗଠିତ ଧର୍ମର ଅନ୍ତିମ ଫଳ ହେଉଛି ଈଶ୍ଵରଙ୍କ ଉଦ୍ଦେଶ୍ୟରୁ ଦୃଷ୍ଟି ହଟାଇବା । ଅଥଚ, ବାଇବଲ ସଂଗଠିତ ବିଶ୍ଵାସୀମାନଙ୍କ ବିଷୟରେ କୁହେ ଯେଉଁମାନେ ତାହାଙ୍କ ଯୋଜନାର ଅଂଶ ଅଟନ୍ତି । ଈଶ୍ଵର ଏହି ସମସ୍ତ ସଂଗଠିତ ବିଶ୍ଵାସୀମାନଙ୍କୁ “ମଣ୍ଡଳୀ(ଗୁଡ଼ିକ)” କୁହନ୍ତି । ପ୍ରେରିତ ପୁସ୍ତକ ଓ ପ୍ରେରିତିକ ପତ୍ରରେ ଥିବା ବର୍ଣ୍ଣନା ଦର୍ଶାଏ ଯେ ମଣ୍ଡଳୀ ସଂଗଠିତ ଓ ପରସ୍ପର ନିର୍ଭରଶୀଳ ହେବାକୁ ପଡ଼ିବ । ସଂଗଠନ ସୁରକ୍ଷା, ଉତ୍ପାଦନକ୍ଷମ ଓ ପହଞ୍ଚିବା କାର୍ଯ୍ୟ କରାଇଥାଏ (ପ୍ରେରିତ ୨:୪୧:୪୭) । ମଣ୍ଡଳୀ କ୍ଷେତ୍ରରେ, ଏହାକୁ “ସଂଗଠିତ ସମ୍ପର୍କ” କହିବା ସବୁଠାରୁ ଭଲ ହେବ ।

ଧର୍ମ ହେଉଛି ଈଶ୍ଵରଙ୍କ ସହ ସମ୍ପର୍କ ରଖିବାକୁ ଉଦ୍ୟମ କରିବା । ଖ୍ରୀଷ୍ଟିୟ ବିଶ୍ଵାସ ହେଉଛି ଈଶ୍ଵରଙ୍କ ସହ ସମ୍ପର୍କ ରଖିବା, କାରଣ ଯୀଶୁଖ୍ରୀଷ୍ଟଙ୍କ ବଳିଦାନ ଦ୍ଵାରା ସେ ଯାହା ଆମ୍ଭମାନଙ୍କ ନିମନ୍ତେ କରିଅଛନ୍ତି । ଈଶ୍ଵରଙ୍କ ନିକଟରେ ପହଞ୍ଚିବା ନିମନ୍ତେ (ସେ ଆମ୍ଭମାନଙ୍କ ନିକଟରେ ପହଞ୍ଚିଲେ – ରୋମୀୟ ୫:୮) କୌଣସି ଯୋଜନା ନାହିଁ । ଗର୍ବ କରିବାର କୌଣସି ବିଷୟ ନାହିଁ (ସମସ୍ତ ବିଷୟ ଅନୁଗ୍ରହରୁ ହୋଇଛି – ଏଫିସୀୟ ୨:୮-୯) । ନେତୃତ୍ଵକୁ ନେଇ କୌଣସି ଦ୍ଵନ୍ଦ ନାହିଁ (ଖ୍ରୀଷ୍ଟ ମସ୍ତକ ଅଟନ୍ତି- କଲସୀୟ ୧:୧୮) । କୌଣସି ପକ୍ଷପାତ ହେବନାହିଁ (ଆମେ ସମସ୍ତେ ଖ୍ରୀଷ୍ଟଙ୍କଠାରେ ଏକ ଅଟୁ – ଗାଲାତୀୟ 3:28) । ସଂଗଠିତ ହେବା ସମସ୍ୟା ନୁହେଁ । ନୀତିନିୟମ ଓ ଧର୍ମକର୍ମ ଉପରେ ଅଧିକ ଦୃଷ୍ଟି ଦେବା ହେଉଛି ସମସ୍ୟା ।



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ



ମୁଁ କାହିଁକି ସଂଗଠିତ ଧର୍ମରେ ବିଶ୍ଵାସ କରିବା ଉଚିତ?