settings icon
share icon
ପ୍ରଶ୍ନ

ଥରେ ଉଦ୍ଧାରପ୍ରାପ୍ତ ସର୍ବଦା ଉଦ୍ଧାରପ୍ରାପ୍ତ?

ଉତ୍ତର


ଯଦି ଥରେ ଜଣେ ବ୍ୟକ୍ତି ଉଦ୍ଧାରପ୍ରାପ୍ତ ହୁଏ, ତେବେ ସେ କଅଣ ସର୍ବଦା ଉଦ୍ଧାରପ୍ରାପ୍ତ ହୁଏ? ଯେବେ ଲୋକେ ଖ୍ରୀଷ୍ଟଙ୍କୁ ଉଦ୍ଧାରକର୍ତ୍ତା ରୂପେ ବିଶ୍ଵାସ କରନ୍ତି, ସେମାନଙ୍କ ସମ୍ପର୍କ ଈଶ୍ଵରଙ୍କ ସହ ସ୍ଥାପିତ ହୁଏ ଯାହାକି ସେମାନଙ୍କୁ ଅନନ୍ତକାଳୀନ ସୁରକ୍ଷାର ପ୍ରତିଜ୍ଞା ପ୍ରଦାନ କରେ I ଅନେକ ବାଇବଲ ଶାସ୍ତ୍ରାଂସ ଏହି ସତ୍ୟତାକୁ ଘୋଷଣା କରେ (କ) ରୋମୀୟ ୮:୩୦ ଘୋଷଣା କରେ ଯେ, “ଆଉ ଯେଉଁମାନଙ୍କୁ ସେ ପୂର୍ବରୁ ନିରୂପଣ କରିଥିଲେ, ସେମାନଙ୍କୁ ସେ ମଧ୍ୟ ଆହ୍ଵାନ କଲେ, ପୁଣି ଯେଉଁମାନଙ୍କୁ ସେ ଆହ୍ଵାନ କଲେ, ସେମାନଙ୍କୁ ସେ ମଧ୍ୟ ଧାର୍ମିକ ବୋଲି ଗଣିଲେ, ଆଉ ଯେଉଁମାନଙ୍କୁ ସେ ଧାର୍ମିକ ବୋଲି ଗଣିଲେ, ସେମାନଙ୍କୁ ସେ ମଧ୍ୟ ଗୌରବନ୍ଵିତ କଲେ” I ଏହି ପଦ ଶିକ୍ଷା ଦିଏ ଯେ ଯେଉଁ କ୍ଷଣରେ ଈଶ୍ଵର ଆମକୁ ମନୋନୀତ କରନ୍ତି, ଆମେ ସତେ ଯେପରି ସ୍ଵର୍ଗରେ ତାହାଙ୍କ ଉପସ୍ଥିତିରେ ଗୌରବନ୍ଵିତ ହେଉ I ଜଣେ ବିଶ୍ଵାସୀ ସେହି ଦିନ ଗୌରବନ୍ଵିତ ହେବାଠାରୁ କୌଣସି ବିଷୟ ରୋକିପାରିବ ନାହିଁ, କାରଣ ଈଶ୍ଵର ତାହା ସ୍ଵର୍ଗରେ ରଖି ସାରିଅଛନ୍ତି I ଯେତେବେଳେ ଜଣେ ବ୍ୟକ୍ତି ଧାର୍ମିକ ଗଣିତ ହୁଏ, ତାହାର ପରିତ୍ରାଣ ସୁରକ୍ଷିତ ହୁଏ- ସେ ଏତେ ସୁରକ୍ଷିତ ଯେ ସେ ଯେପରି ସ୍ଵର୍ଗରେ ଗୌରବନ୍ଵିତ ହୋଇସାରିଛି I

(ଖ) ରୋମୀୟ ୮:୩୩-୩୪ରେ ପାଉଲ ଦୁଇ ଗୁରୁତ୍ଵପୂର୍ଣ୍ଣ ପ୍ରଶ୍ନ କରନ୍ତି- “ଈଶ୍ଵର ଙ୍କ ମନୋନୀତ ଲୋକମାନଙ୍କ ବିରୁଦ୍ଧରେ କିଏ ଅଭିଯୋଗ କରିବ? ଈଶ୍ଵର ତ ସେମାନଙ୍କୁ ଧାର୍ମିକ ବୋଲି ଗଣନା କରନ୍ତି I କିଏ ଦଣ୍ଡାଜ୍ଞା ଦେବ? ଖ୍ରୀଷ୍ଟ ଯୀଶୁ ତ ମୃତ୍ୟୁଭୋଗ କଲେ, ବରଂ ସେ ଉତଥାପିତ ହେଲେ ସେ ଈଶ୍ଵର ଙ୍କ ଦକ୍ଷିଣ ପାର୍ଶ୍ଵରେ ଅଛନ୍ତି, ସେ ମଧ୍ୟ ଆମ୍ଭମାନଙ୍କ ନିମନ୍ତେ ନିବେଦନ କରୁଅଛନ୍ତି” I ଈଶ୍ଵରଙ୍କ ମନୋନୀତ ବିରୁଦ୍ଧରେ କିଏ ନିନ୍ଦା ଆଣିବ? କେହି ନୁହେଁ, କାରଣ ଖ୍ରୀଷ୍ଟ ଆମ ସାହାଯ୍ୟକାରୀ I କିଏ ଆମକୁ ନିନ୍ଦା କରିବ? କେହି ନୁହେଁ, କାରଣ ଖ୍ରୀଷ୍ଟ, ଯିଏ ଆମ ପାଇଁ ମୃତ୍ୟୁଭୋଗ କଲେ, ସେ ନିନ୍ଦା କରନ୍ତି I ଆମ ପାଖରେ ଦୁହେଁ ସାହାଯ୍ୟକାରୀ ଓ ବିଚାରକର୍ତ୍ତା ଉଦ୍ଧାରକର୍ତ୍ତା ରୂପରେ ଅଛନ୍ତି I

(ଗ) ଯେବେ ସେମାନେ ବିଶ୍ଵାସ କରନ୍ତି, ବିଶ୍ଵାସୀମାନେ ନୂତନ ଜନ୍ମ ପ୍ରାପ୍ତ ହୁଅନ୍ତି (ଯୋହନ ୩:୩; ତୀତସ ୩:୫) I ଜଣେ ଖ୍ରୀଷ୍ଟିଆନ ପରିତ୍ରାଣ ହରାଇବାକୁ ହେଲେ, ସେ ଅପୁର୍ନଜନ୍ମ ହେବାକୁ ହେବ I ବାଇବଲ ଏପରି କୌଣସି ପ୍ରମାଣ ଦିଏ ନାହିଁ ଯେ ନୂତନ ଜନ୍ମକୁ ଛଡାଇ ନିଆଯାଇପାରିବ I (ଘ) ପବିତ୍ର ଆତ୍ମା ସମସ୍ତ ବିଶ୍ଵାସୀଙ୍କ ମଧ୍ୟରେ ବାସ କରନ୍ତି (ଯୋହନ ୧୪:୧୭; ରୋମୀୟ ୮:୯) ଏବଂ ଖ୍ରୀଷ୍ଟଙ୍କ ଶରୀରରେ ସେ ସମସ୍ତଙ୍କୁ ବାପ୍ତିଜିତ କରାନ୍ତି (୧ କରନ୍ଥୀୟ ୧୨:୧୩) I ଜଣେ ବିଶ୍ଵାସୀକୁ “ଅ-ଉଦ୍ଧାର ପ୍ରାପ୍ତ” ହେବାକୁ ହେଲେ, ତାହାଙ୍କଠାରେ ପବିତ୍ର ଆତ୍ମା ବାସ ନ କରିବା ହେବାକୁ ପଡ଼ିବ ଓ ସେ ଖ୍ରୀଷ୍ଟଙ୍କ ଶରୀରଠାରୁ ପୃଥକୀକୃତ ହେବାକୁ ପଡ଼ିବ I

(ଙ) ଯୋହନ ୩:୧୫ କହେ ଯେ ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ଵାସ କରିବେ, ସେମାନେ “ଅନନ୍ତଜୀବନ ପ୍ରାପ୍ତ” ହେବେ I ଯଦି ତୁମେ ଖ୍ରୀଷ୍ଟଙ୍କ ଠାରେ ଆଜି ବିଶ୍ଵାସ କରିବ କିନ୍ତୁ ଆସନ୍ତାକାଲି ତାହାକୁ ହରାଇବ, ତେବେ ତାହା କଦାପି “ଅନନ୍ତଜୀବନ” ନ ଥିଲା I ସୁତରାଂ, ଯଦି ତୁମେ ପରିତ୍ରାଣ ହରାଅ, ତେବେ ବାଇବଲରେ ପରିତ୍ରାଣର ପ୍ରତିଜ୍ଞା ଭୁଲ୍ ସାବ୍ୟସ୍ତ ହେବ I (ଚ) ମୋ ଚିନ୍ତାରେ ସବୁଠାରୁ ଶକ୍ତିଶାଳୀ ଯୁକ୍ତି ରୋମୀୟ ୮:୩୮-୩୯ରେ ଦିଆଯାଇଅଛି, “କାରଣ ମୃତ୍ୟୁ କି ଜୀବନ, ଦୂତ କି କର୍ତ୍ତାପଣ, ବର୍ତ୍ତମାନ କି ଭବିଷ୍ୟତ କି ପରାକ୍ରମ, ଉଚସ୍ଥ ବିଷୟ କି ନୀଚସ୍ଥ ବିଷୟ କି ଅନ୍ୟ କୌଣସି ସୃଷ୍ଟ ବସ୍ତୁ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ଵାରା ପ୍ରକାଶିତ ଈଶ୍ଵରଙ୍କ ପ୍ରେମରୁ ଯେ ଆମ୍ଭମାନଙ୍କୁ ବିଛିନ୍ନ କରିପାରିବ ନାହିଁ, ଏହା ମୁଁ ନିଶ୍ଚୟ ଜାଣେ” I ମନେ ରଖନ୍ତୁ, ଯେଉଁ ଈଶ୍ଵର କି ତୁମକୁ ଉଦ୍ଧାର କଲେ, ସେ ହିଁ ତୁମକୁ ସୁରକ୍ଷିତ ରଖିବେ I ଥରେ ଆମେ ପରିତ୍ରାଣ ପ୍ରାପ୍ତ ହେଲେ, ଆମେ ସର୍ବଦା ପରିତ୍ରାଣ ପ୍ରାପ୍ତ ହେଉ I ଆମ ପରିତ୍ରାଣ ନିଶ୍ଚିତରୂପେ ଅନନ୍ତକାଳ ନିମନ୍ତେ ସୁରକ୍ଷିତ !

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ଥରେ ଉଦ୍ଧାରପ୍ରାପ୍ତ ସର୍ବଦା ଉଦ୍ଧାରପ୍ରାପ୍ତ?
© Copyright Got Questions Ministries