ଆତ୍ମାଙ୍କ ଆଶ୍ଚର୍ଯ୍ୟ ଜନକ ବରଦାନ ସବୁ ଆଜି ରହିଛିକି?


ପ୍ରଶ୍ନ: ଆତ୍ମାଙ୍କ ଆଶ୍ଚର୍ଯ୍ୟ ଜନକ ବରଦାନ ସବୁ ଆଜି ରହିଛିକି?

ଉତ୍ତର:
ପ୍ରଥମତଃ, ଜାଣିବାର ଆବଶ୍ୟକତା ରହିଛି ଯେ ଈଶ୍ଵର ଆଜି ଆଶ୍ଚର୍ଯ୍ୟକର୍ମ କରନ୍ତି ନା ନାହିଁ ବୋଲି ପ୍ରଶ୍ନ କରିବା ଏକ ମୁର୍ଖାମି । ଈଶ୍ଵର ଲୋକମାନଙ୍କୁ ସୁସ୍ଥ କରନ୍ତି ନାହିଁ, ଲୋକମାନଙ୍କୁ କଥା କୁହନ୍ତି ନାହିଁ ଓ ଆଶ୍ଚର୍ଯ୍ୟକର ଚିହ୍ନ ଓ ଆଶ୍ଚର୍ଯ୍ୟକର୍ମ କରନ୍ତି ନାହିଁ ବୋଲି କହିବା ମୂର୍ଖତା ଓ ବାଇବଲ ଉପରେ ଆଧାରିତ ନୁହେଁ । ପ୍ରଶ୍ନ ହେଉଛି ଯେ ମୁଖ୍ୟତଃ ୧କରିନ୍ଥୀୟ ୧୨-୧୪ ରେ ବର୍ଣ୍ଣିତ ପବିତ୍ରଆତ୍ମାଙ୍କ ଆଶ୍ଚର୍ଯ୍ୟକର ଦାନଗୁଡ଼ିକ ବର୍ତ୍ତମାନ ସୁଦ୍ଧା ଚାଲୁଅଛି । ଏହା ମଧ୍ୟ ଏପରି ପ୍ରଶ୍ନ ନୁହେଁ – ପବିତ୍ରଆତ୍ମା ଜଣେ ବ୍ୟକ୍ତିକୁ ଆଶ୍ଚର୍ଯ୍ୟକର ଦାନ ଦେଇପାରିବେକି । ପ୍ରଶ୍ନଟି ହେଉଛି ପବିତ୍ରଆତ୍ମା ଆଜିସୁଦ୍ଧା ଆଶ୍ଚର୍ଯ୍ୟଜନକ ଦାନଗୁଡ଼ିକୁ ଦେଉଛନ୍ତି କି? ଏ ସମସ୍ତ ସତ୍ତ୍ବେ, ଆମେ ସାମଗ୍ରିକ ଭାବେ ଜାଣିପାରିବା ଯେ ସେ ତାହାଙ୍କ ଇଛା ଅନୁସାରେ ଦାନଗୁଡ଼ିକ ବିତରଣ କରନ୍ତି (୧ କରିନ୍ଥୀୟ ୧୨:୭-୧୧ ) ।

ପ୍ରେରିତ ପୁସ୍ତକ ଓ ପାଉଲଙ୍କ ପତ୍ର ଗୁଡ଼ିକରେ, ଅଧିକାଂଶ ଆଶ୍ଚର୍ଯ୍ୟକର୍ମ ପ୍ରେରିତ ଓ ସେମାନଙ୍କର ଘନିଷ୍ଠ ସହଯୋଗୀମାନଙ୍କ ଦ୍ଵାରା କରାଯାଉଥିଲା। ପାଉଲ ଏଥିର କାରଣ ଉଲ୍ଲେଖ କରନ୍ତି: “ପୁଣି ଯେ ସମସ୍ତ ଚିହ୍ନ ଓ ଅଦ୍ଭୁତ କର୍ମ ପୁଣି ଶକ୍ତିର କାର୍ଯ୍ୟ ପ୍ରେରିତଙ୍କ ଲକ୍ଷଣ ସ୍ବରୂପ ସେହିସବୁ ପ୍ରକୃତରେ ତୁମ୍ଭମାନଙ୍କ ମଧ୍ୟରେ ସମ୍ପୂର୍ଣ୍ଣ ଧୈର୍ଯ୍ୟ ସହକାରେ ସାଧିତ ହୋଇଅଛି“ (୨ କରିନ୍ଥୀୟ ୧୨:୧୨) । ଯଦି ଖ୍ରୀଷ୍ଟଙ୍କଠାରେ ପ୍ରତି ବିଶ୍ଵାସୀ ଚିହ୍ନ, ଆଶ୍ଚର୍ଯ୍ୟକର୍ମ, ଆଶ୍ଚର୍ଯ୍ୟକର ବିଷୟ କରିବାର ସକ୍ଷମତା ପାଇଥାନ୍ତେ ତେବେ ଚିହ୍ନ, ଆଶ୍ଚର୍ଯ୍ୟକର୍ମ ଓ ଆଶ୍ଚର୍ଯ୍ୟକର ବିଷୟ ଦାନଗୁଡ଼ିକ ପ୍ରେରିତମାନଙ୍କ ଚିହ୍ନଗୁଡ଼ିକ ଭାବରେ ଚିହ୍ନିତ ହୋଇନଥାନ୍ତେ । ପ୍ରେରିତ ୨:୨୨ ଆମ୍ଭମାନଙ୍କୁ କୁହେ ଯେ “ନାଜରିତୀୟ ଯୀଶୁ ନାନା ଶକ୍ତିର କାର୍ଯ୍ୟ ଅଦ୍ଭୁତ କର୍ମ ଓ ଲକ୍ଷଣ“ ଦ୍ଵାରା “ପ୍ରମାଣିତ“ ହୋଇଅଛନ୍ତି । ଠିକ୍‍ ସେହିପରି ଭାବରେ ପ୍ରେରିତମାନେ ଈଶ୍ଵରଙ୍କ ଦ୍ଵାରା ପଠାଯାଇଥିବା ଦୂତ ବା ବାର୍ତ୍ତାବହ ଭାବରେ “ଚିହ୍ନିତ” ହୋଇଥିଲେ । ପ୍ରେରିତ ୧୪:୩ ପାଉଲ ଓ ବର୍ଣ୍ଣବ୍ବାଙ୍କ ଦ୍ଵାରା କରାଯାଇଥିବା ଆଶ୍ଚର୍ଯ୍ୟକର୍ମଗୁଡିକ ଦ୍ଵାରା “ନିଶ୍ଚିତ” ହୋଇଥିବାର ସୁସମାଚାର ବାର୍ତ୍ତାକୁ ବୁଝାଏ ।

୧କରିନ୍ଥୀୟ ୧୨-୧୪ ଅଧ୍ୟାୟ ମୁଖ୍ୟତଃ ଆତ୍ମାଙ୍କର ଦାନଗୁଡିକ ବିଷୟରେ ଲେଖିଛି । ସେହି ଶାସ୍ତ୍ରାଂଶରୁ “ସାଧାରଣ” ଖ୍ରୀଷ୍ଟିୟାନମାନଙ୍କୁ ବେଳେବେଳେ ଆଶ୍ଚର୍ଯ୍ୟକର ଦାନଗୁଡିକ ଦିଆଯାଉଥିବା (୧୨:୮-୧୦, ୨୮-୩0) ବିଷୟରେ ଲେଖାଯାଇଛି । ଏହା କେତେ ସାଧାରଣ ସ୍ଥାନ ଥିଲା ତାହା ଆମ୍ଭମାନଙ୍କୁ କୁହାଯାଇନାହିଁ । ଉପରୁ ଆମେ ଯାହା ଶିଖିଲୁ ତାହା ହେଉଛି ପ୍ରେରିତମାନେ ଚିହ୍ନ ଓ ଆଶ୍ଚର୍ଯ୍ୟକର୍ମଗୁଡିକ ଦ୍ଵାରା “ଚିହ୍ନିତ” ହେଉଥିଲେ, ଜଣାଯାଏ ଯେ ଆଶ୍ଚର୍ଯ୍ୟକର ବିଷୟଗୁଡିକୁ “ସାଧାରଣ” ଖ୍ରୀଷ୍ଟିୟାନମାନଙ୍କୁ ଦିଆଯିବା ଏକ ବ୍ୟତିକ୍ରମ ଥିଲା ଓ ଏହା ଏକ ନିୟମ ନ ଥିଲା । ପ୍ରେରିତମାନେ ଓ ସେମାନଙ୍କ ଘନିଷ୍ଠ ସହଯୋଗୀମାନଙ୍କ ବ୍ୟତୀତ ନୂତନ ନିୟମର କୌଣସି ସ୍ଥାନରେ ମଧ୍ୟ ନିର୍ଦ୍ଧିଷ୍ଟ ଭାବରେ ବର୍ଣ୍ଣନା କରାଯାଇନାହିଁ ଯେ ବ୍ୟକ୍ତିବିଶେଷମାନେ ଆତ୍ମାଙ୍କର ଆଶ୍ଚର୍ଯ୍ୟକର ବିଷୟଗୁଡିକ କରୁଥିଲେ ।

ଆଉ ଏକ ବିଷୟ ହୃଦୟ ସହ ଜାଣିବାର ଗୁରୁତ୍ବପୂର୍ଣ୍ଣ ଅଟେ ଯେ ଆମ ନିକଟରେ ଆଜି ଯେପରି ବାଇବଲ ରହିଛି (୨ତିମଥି ୩:୧୬-୧୭) ଆଦ୍ୟ ମଣ୍ଡଳୀ ନିକଟରେ ସେପରି ସମ୍ପୂର୍ଣ୍ଣ ବାଇବଲ ନ ଥିଲା | ତେଣୁ, ଭାବବାଣୀ କହିବାର ଦାନ, ଜ୍ଞାନ, ବୁଦ୍ଧି ଇତ୍ୟାଦି ଆଦ୍ୟ ମଣ୍ଡଳୀ ଲୋକମାନଙ୍କର ଆବଶ୍ୟକ ଥିଲା ଯେପରିକି ସେମାନଙ୍କ ପ୍ରତି ଈଶ୍ଵରଙ୍କ ଇଛା କ’ଣ ତାହା ସେମାନେ ଜାଣିପାରିବେ । ଭାବବାଣୀର ଦାନ ବିଶ୍ଵାସୀମାନଙ୍କୁ ନୂତନ ସତ୍ୟତାରେ ଯୋଗାଯୋଗ କରିବା ଓ ଈଶ୍ଵରଙ୍କଠାରୁ ପ୍ରକାଶନ ପାଇବାରେ ବିଶ୍ଵାସୀମାନଙ୍କୁ ସାହାଯ୍ୟ କଲା । ବର୍ତ୍ତମାନ ଈଶ୍ଵରଙ୍କ ପ୍ରକାଶନ ବାଇବଲରେ ସମ୍ପୂର୍ଣ୍ଣ ହୋଇଛି, ସେଇଥିଯୋଗୁଁ “ପ୍ରକାଶଯୋଗ୍ୟ” ଦାନର ଆଉ ଆବଶ୍ୟକ ନାହିଁ, ଅନ୍ତତଃ ନୂତନ ନିୟମର ପ୍ରଥମେ ପ୍ରଥମେ ଯେପରି ଦାନ ଥିଲା ସେପରି ସକ୍ଷମତାର ଦାନ ଆଉ ହେବନାହିଁ ।

ଈଶ୍ଵର ପ୍ରତିଦିନ ଆଶ୍ଚର୍ଯ୍ୟ ଭାବରେ ଲୋକମାନଙ୍କୁ ସୁସ୍ଥ କରୁଅଛନ୍ତି । ଈଶ୍ଵର ରବ ଦ୍ଵାରା ହେଉ କିମ୍ବା ମନରେ ହେଉ କିମ୍ବା ଚେତନାରେ ହେଉ ବା ଭାବନାରେ ହେଉ ଆଜି ସୁଦ୍ଧା ଲୋକମାନଙ୍କୁ କଥା କହୁଅଛନ୍ତି । ଈଶ୍ଵର ଆଜି ସୁଦ୍ଧା ଆଶ୍ଚର୍ଯ୍ୟକର ଆଶ୍ଚର୍ଯ୍ୟକର୍ମ, ଚିହ୍ନ, ଆଶ୍ଚର୍ଯ୍ୟ ବିଷୟ ଓ ବେଳେବେଳେ ଜଣେ ଖ୍ରୀଷ୍ଟିୟାନ ଦ୍ଵାରା ଏହି ସମସ୍ତ ବିଷୟ କରୁଅଛନ୍ତି । ଅଥଚ, ଏହି ସମସ୍ତ ଆତ୍ମାଙ୍କର ଆଶ୍ଚର୍ଯ୍ୟକର ବିଷୟ ବୋଲି ନିହାତି ବୁଝାଏ ନାହିଁ । ସୁସମାଚାର ଯେ ସତ୍ୟ ଓ ଶିଷ୍ୟମାନେ ପ୍ରକୃତରେ ଈଶ୍ଵର ଙ୍କ ବାର୍ତ୍ତାବହ ଥିଲେ ବୋଲି ପ୍ରମାଣ କରିବା ଆଶ୍ଚର୍ଯ୍ୟକର ଦାନଗୁଡିକର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ବାଇବଲ ସିଧାସଳଖ କୁହେ ନାହିଁ ଯେ ଆଶ୍ଚର୍ଯ୍ୟକର ଦାନଗୁଡିକ ବନ୍ଦ ହୋଇଯାଇଛି, କିନ୍ତୁ ନୂତନ ନିୟମର ପ୍ରଥମ ଅବସ୍ଥା ସମୟରେ ଏହା ଯେପରି ହେଉଥିଲା ସେହି ପରିମାଣରେ ଏହା ଆଉ କାହିଁକି ହୋଇପାରିବ ନାହିଁ ସେଥିନିମନ୍ତେ ଏହା ଏକ ଭିତ୍ତିମୂଳ ସ୍ଥାପନ କରେ ।

English
ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ
ଆତ୍ମାଙ୍କ ଆଶ୍ଚର୍ଯ୍ୟ ଜନକ ବରଦାନ ସବୁ ଆଜି ରହିଛିକି?