settings icon
share icon
ପ୍ରଶ୍ନ

ସହସ୍ର ବର୍ଷର ରାଜ୍ୟ (ଶାନ୍ତିରାଜ୍ୟ) କ'ଣ, ଏବଂ ଏହାକୁ ଆକ୍ଷରିକ ଭାବେ ବୁଝିବା ଉଚିତ୍ କି?

ଉତ୍ତର


ସହର୍ଷ ବର୍ଷର ରାଜ୍ୟ (ଶାନ୍ତିରାଜ୍ୟ) ହେଉଛି ଏହି ପୃଥିବୀ ଉପରେ ଯୀଶୁଖ୍ରୀଷ୍ଟଙ୍କ ୧୦୦୦ ବର୍ଷର ରାଜତ୍ବକୁ ଦିଆଯାଇଥିବା ଶିରୋନାମା । କେତେକ ରୂପକ ଭାବରେ ଏହି ୧୦୦୦ ବର୍ଷକୁ ଭାବାନୁବାଦ କରନ୍ତି । କେତେକ ୧୦୦୦ ବର୍ଷକୁ "ଏକ ଦୀର୍ଘ ସମୟ" କହିବା ନିମନ୍ତେ ଏକ ସାଙ୍କେତିକ ଉପାୟକୁ କେବଳ ବୁଝାଏ, ଏହା ପୃଥିବୀ ଉପରେ ଯୀଶୁଖ୍ରୀଷ୍ଟଙ୍କର ଏକ ଆକ୍ଷରିକ, ପ୍ରାକୃତିକ ବର୍ଷ ନୁହେଁ ବୋକି କୁହନ୍ତି । ଅଥଚ, ପ୍ରକାଶିତ ୨୦:୨-୭ରେ ସହସ୍ର ବର୍ଷର ରାଜ୍ୟ (ଶାନ୍ତିରାଜ୍ୟ)କୁ ୧୦୦୦ ବର୍ଷର ସମୟ ଭାବରେ ଛ' ଥର ଉଲ୍ଲେଖିତ ହୋଇଛି । ଯଦି ଈଶ୍ବର "ଏକ ଦୀର୍ଘ ସମୟ" କହିବା ନିମନ୍ତେ ଚାହିଁଥାନ୍ତେ, ତେବେ ସେ ସ୍ବଷ୍ଟ ଭାବେ ବାରମ୍ବାର ଏକ ସଠିକ୍ ସମୟ ମାପଦଣ୍ଡ ବ୍ୟବହାର ନ କରି ସହଜରେ ଦୀର୍ଘ ସମୟ ବୋଲି କହିଦେଇଥାନ୍ତେ ।

ବାଇବଲ ଅମ୍ଭମାନଙ୍କୁ କୁହେ ଯେ, ଯେତେବେଳେ ଖ୍ରୀଷ୍ଟ ପୁନଃଆଗମନ କରିବେ, ସେ ଦାଉଦଙ୍କ ସିଂହାସନରେ ବସି (ଲୂକ ୧:୩୨-୩୩) ନିଜକୁ ଯିରୁଶାଲମର ରାଜା ଭାବରେ ପ୍ରତିଷ୍ଠା କରିବେ । ସର୍ତ୍ତବିହୀନ ଚୁକ୍ତିନାମା ରାଜ୍ୟ ପ୍ରତିଷ୍ଠା କରିବା ନିମନ୍ତେ ଖ୍ରୀଷ୍ଟଙ୍କ ଏକ ଆକ୍ଷରିକ, ପ୍ରାକୃତିକ ପୁନଃଆଗମନର ଆବଶ୍ୟକ କରେ । ଅବ୍ରହାମଙ୍କ ଚୁକ୍ତିନାମା ଇଶ୍ରାୟେଲକୁ ଏକ ଦେଶ, ଏକ ଉତ୍ତରପୁରୁଷଗଣ ଏବଂ ଏକ ଶାସକ ଏବଂ ଏକ ଆତ୍ମିକ ଆଶୀର୍ବାଦ ଦେବା ନିମନ୍ତେ ପ୍ରତିଜ୍ଞା କରିଛି (ଆଦି ୧୨:୧-୩) । ପଲେଷ୍ଟିୟ ଚୁକ୍ତିନାମା ଇଶ୍ରାୟେଲକୁ ଦେଶ ପୁନଃସ୍ଥାପନ ଏବଂ ଏହାକୁ ଅଧିକାର କରିବାର ପ୍ରତିଜ୍ଞା ଦେଇଛି (ଦ୍ବିତୀୟ ବିବରଣ ୩୦:୧-୧୦) । ଦାଉଦଙ୍କ ଚୁକ୍ତିନାମା ଇଶ୍ରାୟେଲକୁ କ୍ଷମା ପ୍ରତିଜ୍ଞା କରେ ଯଦ୍ଦ୍ବାରାକି ଦେଶଟି ଆଶୀର୍ବାଦପ୍ରାପ୍ତ ହୋଇପାରିବ (ଯିରିମିୟ ୩୧:୩୧-୩୪) ।

ଦ୍ବିତୀୟ ଆଗମନରେ, ଏହି ସମସ୍ତ ଚୁକ୍ତିନାମା ସଫଳୀକୃତ ହେବ ଯେହେତୁ ଇଶ୍ରାୟେଲ ଦେଶଗୁଡିକରୁ ପୁନଃସଂଗୃହିତ ହେବେ (ମାଥିଉ ୨୪:୩୧), ପରିବର୍ତ୍ତିତ ହେବେ (ଯିଖରିୟ ୧୨:୧୦-୧୪), ଏବଂ ମଶୀହ ବା ଯୀଶୁଖ୍ରୀଷ୍ଟଙ୍କ ଶାସନ ଅଧୀନରେ ଦେଶକୁ ପୁନଃସ୍ଥାପିତ କରାଗଲା । ବାଇବଲ ପ୍ରାକୃତିକ ବା ଶାରିରୀକ ଭାବେ ଏବଂ ଆତ୍ମିକ ଭାବେ ଏକ ସିଦ୍ଧ ପରିବେଶ ଭାବରେ ସହସ୍ର ବର୍ଷ (ଶାନ୍ତିରାଜ୍ୟ) ସମୟର ଅବସ୍ଥାଗୁଡିକ ବିଷୟରେ କୁହେ । ଏହା ଏକ ଶାନ୍ତିର (ମୀଖା ୪:୨-୪; ଯିଶାଇୟ ୩୨:୧୭-୧୮), ଆନନ୍ଦର (ଯିଶାଇୟ ୬୧:୭, ୧୦), ସାନ୍ତ୍ବନାର (ଯିଶାଇୟ ୪୦:୧-୨), ଏବଂ ଦାରିଦ୍ର୍ୟ କିମ୍ବା ଅସୁସ୍ଥତା ନ ହେବା (ଆମୋଷ ୯:୧୩-୧୫; ଯୋୟେଲ ୨:୨୮-୨୯)ର ସମୟ ହେବ ।ବାଇବଲ ମଧ୍ୟ ଆମ୍ଭମାନଙ୍କୁ କୁହେ ଯେ କେବଳ ବିଶ୍ବାସୀମାନେ ସହସ୍ର ବର୍ଷ ରାଜ୍ୟ (ଶାନ୍ତିରାଜ୍ୟ)ରେ ପ୍ରବେଶ କରିବେ । ଏହି କାରଣ ଯୋଗୁଁ, ଏହା ଏକ ସମ୍ପୂର୍ଣ୍ଣ ଧାର୍ମିକତାର ସମୟ (ମାଥିଉ ୨୫:୩୭; ଗୀତସଂହିତା ୨୪:୩-୪); ବାଧ୍ୟତାର ସମୟ (ଯିରିମିୟ ୩୧:୩୩), ପବିତ୍ରତାର ସମୟ (ଯିଶାଇୟ ୩୫:୮), ସତ୍ୟତାର ସମୟ (ଯିଶାଇୟ ୬୫:୧୬), ଏବଂ ପବିତ୍ରଆତ୍ମାରେ ପୂର୍ଣ୍ଣତାର ସମୟ ହେବ (ଯୋୟେଲ ୨:୨୮-୨୯) । ଖ୍ରୀଷ୍ଟ ରାଜା ଭାବରେ ଶାସନ କରିବେ (ଯିଶାଇୟ୯:୩-୭; ୧୧:୧-୧୦) ଯେଉଁଠି ରାଜ ପ୍ରତିନିଧି ହେବେ (ଯିରିମିୟ ୩୩:୧୫-୨୧; ଆମୋଷ ୯:୧୧) । କୁଳୀନ ଓ ଅଧିପତିମାନେ ମଧ୍ୟ ଶାସନ କରିବେ (ଯିଶାଇୟ ୩୨:୧; ମାଥିଉ ୧୯:୨୮), ଏବଂ ଯିରୁଶାଲମ ଜଗତର ରାଜନୈତିକ କେନ୍ଦ୍ର ହେବ (ଯିଖରିୟ ୮:୩) ।

ପ୍ରକାଶିତ ୨୦:୨-୭ ସହସ୍ର ବର୍ଷ ରାଜ୍ୟ (ଶାନ୍ତିରାଜ୍ୟ)ର ସଠିକ୍ ସମୟ ଅବଧି ପ୍ରକାଶ କରେ । ଏପରିକି ଏହି ସମସ୍ତ ଶାସ୍ତ୍ର ବିହୁନେ, ପୃଥିବୀରେ ମଶୀହଙ୍କ ଆକ୍ଷରିକ ରାଜତ୍ବର ବିଷୟକୁ ସୂଚୀତ କରୁଥିବା ଅନ୍ୟ ଅସଂଖ୍ୟ ଶାସ୍ତ୍ର ଅଛି । ଈଶ୍ବରଙ୍କ ଚୁକ୍ତିନାମାର ଅନେକ ସଫଳତା ଏବଂ ଈଶ୍ବରଙ୍କ ପ୍ରତିଜ୍ଞା ସକଳ ଏକ ଆକ୍ଷରିକ, ପ୍ରାକୃତିକ ଭବିଷ୍ୟଦ୍ ରାଜ୍ୟ ବିଷୟ ରହିଅଛି । ସହସ୍ର ବର୍ଷ ରାଜ୍ୟ (ଶାନ୍ତିରାଜ୍ୟ) ଏବଂ ଏହାର ଅବଧି ୧୦୦୦ ବର୍ଷ ହୋଇଥିବାର ଆକ୍ଷରିକ ଅନୁବାଦକୁ ଅସ୍ବୀକାର କରିବାର କୌଣସି ଦୃଢ ଓ ଅପରିବର୍ତ୍ତନୀୟ ଆଧାର ନାହିଁ ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ସହସ୍ର ବର୍ଷର ରାଜ୍ୟ (ଶାନ୍ତିରାଜ୍ୟ) କ'ଣ, ଏବଂ ଏହାକୁ ଆକ୍ଷରିକ ଭାବେ ବୁଝିବା ଉଚିତ୍ କି?
© Copyright Got Questions Ministries