settings icon
share icon
ପ୍ରଶ୍ନ

ବିବାହ ବିଷୟରେ ବାଇବଲ କ'ଣ କୁହେ?

ଉତ୍ତର


ବିବାହର ସୃଷ୍ଟି ଆଦି ୨:୨୩-୨୪ରେ ଲିପିବଦ୍ଧ କରାଯାଇଛି: "ତହୁଁ ଆଦମ କହିଲେ, ଏଥର ହେଲା; ଏ ମୋହର ଅସ୍ଥିର ଅସ୍ଥି ଓ ମାଂସର ମାଂସ; ଏହାର ନାମ ନାରୀ, ଯେହେତୁ ଏ ନରଠାରୁ ନୀତା ହୋଇଅଛି । ଏନିମନ୍ତେ ମନୁଷ୍ୟ ଆପଣା ପିତାମାତାଙ୍କୁ ଛାଡି ଆପଣା ଭାର୍ଯ୍ୟାଠାରେ ଆସକ୍ତ ହେବ, ଆଉ ସେମାନେ ଏକାଙ୍ଗ ହେବେ । ଈଶ୍ବର ମନୁଷ୍ୟକୁ ନିର୍ମାଣ କଲେ ଏବଂ ତା'ପରେ ସ୍ତ୍ରୀଙ୍କୁ ତାଙ୍କ ସାଥି ହେବା ନିମନ୍ତେ ନିର୍ମାଣ କଲେ । ବିବାହ ହେଉଛି "ମନୁଷ୍ୟ ଏକାକୀ ଥିବା ଭଲ ନୁହେଁ" (ଆଦି ୨:୧୮) ବାସ୍ତବତା ନିମନ୍ତେ ଈଶ୍ବରଙ୍କ "ବନ୍ଦୋବସ୍ତ" ଅଟେ ।

ଆଦି ୨:୨୦ ରେ ହବାଙ୍କ ନିମନ୍ତେ ବ୍ୟବହୃତ ହୋଇଥିବା "ସାହାଯ୍ୟକାରିଣୀ" "ଚତୁର୍ଦ୍ଦିଗ ଘେରିବା, ସୁରକ୍ଷା ଦେବା କିମ୍ବା ସାହାଯ୍ୟ କରିବା" ବୁଝାଏ । ହବା ଆଦମଙ୍କ "ଅର୍ଦ୍ଧେକ" ଭାବରେ ତାଙ୍କ ପାର୍ଶ୍ବରେ ରହି ତାଙ୍କ ସାହାଯ୍ୟ ଓ ସାହାଯ୍ୟକାରିଣୀ ହେବା ନିମନ୍ତେ ନିର୍ମିତ ହୋଇଥିଲେ । ଜଣେ ପୁରୁଷ ଏବଂ ଜଣେ ସ୍ତ୍ରୀ ବିବାହ କଲେ "ଏକ ଶରୀର" ହୁଅନ୍ତି । ଏହି ଏକତା ଯୌନଗତ ଘନିଷ୍ଠତାର ଶାରିରୀକ ମିଳନରେ ସବୁଠାରୁ ଅଧିକ ପୂର୍ଣ୍ଣ ଭାବେ ପ୍ରକାଶିତ ହୁଏ । ନୂତନ ନିୟମ ଏହି ଏକତ୍ବତା ବିଷୟରେ ଏକ ଚେତାବନୀ ଦିଏ । "ଏଣୁ ସେମାନେ ଆଉ ଦୁଇ ନୁହଁନ୍ତି, କିନ୍ତୁ ଏକାଙ୍ଗ ଅଟନ୍ତି । ଅତଏବ, ଈଶ୍ବର ଯାହା ସଂଯୁକ୍ତ କରିଅଛନ୍ତି, ମନୁଷ୍ୟ ତାହା ବିଭିନ୍ନ ନ କରୁ ।” (ମାଥିଉ ୧୯:୬) ।

ପ୍ରେରିତ ପାଉଲଙ୍କ ଦ୍ବାରା ଅନେକ ପ୍ରେରିତକ ଲେଖା ଲେଖାଯାଇଥିଲା ଯାହା ବିବାହକୁ ଦର୍ଶାଉଛି ଏବଂ ବିଶ୍ବାସୀମାନେ କିପରି ବିବାହ ସମ୍ପର୍କ ମଧ୍ୟରେ କାର୍ଯ୍ୟ କରିପାରିବେ । ଏପରି ଏକ ଶାସ୍ତ୍ରାଂଶ ହେଉଛି ୧କରିନ୍ଥୀୟ ୭ ଅଧ୍ୟାୟ, ଏବଂ ଅନ୍ୟ ଏକ ଶାସ୍ତ୍ରାଂଶ ହେଉଛି ଏଫିସୀୟ ୫:୨୨-୨୩ । ଯେତେବେଳେ ଏ ଦୁଇକୁ ଏକାଠି ଅଧ୍ୟୟନ କରାଯାଏ, ଏହି ଦୁଇ ଶାସ୍ତ୍ରାଂଶ ବାଇବଲ ନୀତିଗୁଡିକ ପ୍ରଦାନ କରନ୍ତି ଯାହା ଏକ ଈଶ୍ବରଙ୍କ ସନ୍ତୋଷଜନକ ବିବାହ ସମ୍ପର୍କ ନିମନ୍ତେ ଏକ ଆଧାର ଗଠନ କରନ୍ତି ।

ଏଫିସୀୟ ଶାସ୍ତ୍ରାଂଶ ଏକ ସଫଳ ବାଇବଲ ସମ୍ମତ ବିବାହ ନିମନ୍ତେ ସମ୍ବନ୍ଧ ଉଲ୍ଲେଖରେ ଭରପୁର । "ହେ ସ୍ତ୍ରୀମାନେ, ତୁମ୍ଭେମାନେ ଯେପରି ପ୍ରଭୁଙ୍କର ବଶୀଭୂତା, ସେହିପରି ଆପଣା ଆପଣା ସ୍ବାମୀର ବଶୀଭୂତା ହୁଅ, କାରଣ ଖ୍ରୀଷ୍ଟ ଯେପରି ସ୍ତ୍ରୀର ମସ୍ତକ ସ୍ବରୂପ, ପୁଣି ଖ୍ରୀଷ୍ଟ ଆପଣା ଶରୀରରୂପ ମଣ୍ଡଳୀର ତ୍ରାଣକର୍ତ୍ତା ।" (ଏଫିସୀୟ ୫:୨୨-୨୩) । "ହେ ସ୍ବାମୀମାନେ, ଖ୍ରୀଷ୍ଟ ଯେପରି ମଣ୍ଡଳୀକି ପ୍ରେମ କଲେ, ତୁମ୍ଭେମାନେ ମଧ୍ୟ ସେହିପରି ଆପଣା ଆପଣା ସ୍ତ୍ରୀମାନଙ୍କୁ ପ୍ରେମ କର, ସେ ତ ତାହା ନିମନ୍ତେ ଆପଣାକୁ ଉତ୍ସର୍ଗ କଲେ ।" (ଏଫିସୀୟ ୫:୨୫) । " ସେହିପରି ସ୍ବାମୀମାନଙ୍କର ମଧ୍ୟ ଆପଣା ଆପଣା ସ୍ତ୍ରୀମାନଙ୍କୁ ନିଜ ନିଜ ଶରୀର ସଦୃଶ ପ୍ରେମ କରିବା ଉଚିତ୍, ଯେ ନିଜ ସ୍ତ୍ରୀକୁ ପ୍ରେମ କରେ ସେ ଆପଣାକୁ ପ୍ରେମ କରେ । କେହି ତ ଆପଣା ଶରୀରକୁ କେବେ ଘୃଣା କରେନାହିଁ, ମାତ୍ର ତାହା ଭରଣପୋଷଣ ଓ ଲାଳନପାଳନ କରେ, ଖ୍ରୀଷ୍ଟ ମଧ୍ୟ ମଣ୍ଡଳୀ ପ୍ରତି ସେହିପରି କରନ୍ତି,” (ଏଫିସୀୟ ୫:୨୮-୨୯) । "ଏହି କାରଣରୁ ପୁରୁଷ ପିତାମାତାଙ୍କୁ ପରିତ୍ୟାଗ କରି ନିଜ ସ୍ତ୍ରୀଠାରେ ଆସକ୍ତ ହେବ, ଆଉ ସେ ଦୁହେଁ ଏକାଙ୍ଗ ହେବେ ।" (ଏଫିସୀୟ ୫:୩୧) ।

ଯେତେବେଳେ ଜଣେ ବିଶ୍ବାସୀ ସ୍ବାମୀ ଏବଂ ସ୍ତ୍ରୀ ଈଶ୍ବରଙ୍କ ନୀତିସକଳକୁ ସ୍ଥାପନ କରନ୍ତି, ବାଇବଲ ପର୍ଯ୍ୟବେସିତ ବିବାହ ହୋଇଥାଏ । ଏକ ବାଇବଲ ପର୍ଯ୍ୟବେସିତ ବିବାହ ହେଉଛି ସେହି ବିବାହ ଯେଉଁଠି ଖ୍ରୀଷ୍ଟ ପୁରୁଷ ଓ ସ୍ତ୍ରୀ ଉଭୟଙ୍କ ମସ୍ତକ ହୋଇ ନିୟନ୍ତ୍ରିତ ହୋଇଥାଏ । ବାଇବଲ ଧାରଣାର ବିବାହ ହେଉଛି ଏକ ଏକତ୍ବତା ଯାହା ଦୁଇଗୋଟି ବ୍ୟକ୍ତିଙ୍କ ମଧ୍ୟରେ ହୋଇଥାଏ, ଯାହା ଖ୍ରୀଷ୍ଟ ଓ ତାଙ୍କ ମଣ୍ଡଳୀ ମଧ୍ୟରେ ଥିବା ଏକତ୍ବତାକୁ ଚିତ୍ରଣ କରେ ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ବିବାହ ବିଷୟରେ ବାଇବଲ କ'ଣ କୁହେ?
© Copyright Got Questions Ministries