settings icon
share icon
ପ୍ରଶ୍ନ

ମୋ ଜୀବନ ନିମନ୍ତେ ଈଶ୍ଵରଙ୍କ ଇଚ୍ଛାକୁ ମୁଁ କିପରି ଜାଣିପାରିବି?
ଈଶ୍ଵରଙ୍କ ଇଚ୍ଛା ଜାଣିବା ଅତି ଗୁରୁତ୍ୱପୂର୍ଣ୍ଣ I ଯୀଶୁ କହିଲେ ଯେ ଯେଉଁମାନେ ପିତାଙ୍କ ଇଚ୍ଛାକୁ ଜାଣନ୍ତି ଓ ପାଳନ କରନ୍ତି, ସେମାନଙ୍କ ସହିତ ତାହାଙ୍କ ପ୍ରକୃତ ସମ୍ବନ୍ଧରେ ଅଛି : “ଯେ କେହି ଈଶ୍ଵରଙ୍କ ଈଚ୍ଛା ସାଧନ କରେ, ସେ ମୋର ଭାଇ, ଭଉଣୀ ଓ ମା” (ମାର୍କ ୩:୩୫) I ଦୁଇ ପୁତ୍ରଙ୍କ ଦୃଷ୍ଟାନ୍ତରେ, ଯୀଶୁ ପ୍ରଧାନ ଯାଜକ ମାନଙ୍କୁ ଓ ପ୍ରାଚୀନ ମାନଙ୍କୁ ଭର୍ତ୍ସନା କରନ୍ତି କାରଣ ସେମାନେ ପିତାଙ୍କ ଇଚ୍ଛାକୁ ପାଳନ କରିବାରେ ବିଫଳ ହୋଇଥିଲେ; ବିଶେଷରୂପେ, “ସେମାନେ ଅନୁତାପ କରି ବିଶ୍ଵାସ କଲେ ନାହିଁ” (ମାଥିଉ ୨୧:୩୨) I ଏହାର ମୌଳିକ ବିଷୟ ହେଉଛି, ଈଶ୍ଵରଙ୍କ ଇଚ୍ଛା ଯେ ଆମେ ପାପରୁ ମନ ଫେରାଉ ଓ ଖ୍ରୀଷ୍ଟଙ୍କୁ ବିଶ୍ଵାସ କରୁ I ଯଦି ଆମେ ଏହି ପ୍ରଥମ ପଦକ୍ଷେପ ନେଇନାହୁଁ, ତେବେ ଆମେ ଈଶ୍ଵରଙ୍କ ଇଚ୍ଛାକୁ ଗ୍ରହଣ କରିନାହୁଁ I

ଯେବେ ଆମେ ଖ୍ରୀଷ୍ଟଙ୍କୁ ଗ୍ରହଣ କରୁ, ଆମେ ଈଶ୍ଵରଙ୍କ ସନ୍ତାନ ହୋଇଥାଉ (ଯୋହନ ୧:୧୨) ଏବଂ ସେ ଆମଙ୍କୁ ତାହାଙ୍କ ପଥରେ କଢ଼।ଇ ନେବା ପାଇଁ ଇଚ୍ଛା କରନ୍ତି (ଗୀତସଂହିତା ୧୪୩:୧୦) I ଈଶ୍ଵର ଆପଣା ଇଚ୍ଛା ଆମ’ଠାରୁ ଗୁପ୍ତ ରଖିବାକୁ ଚେଷ୍ଟା କରୁନାହାନ୍ତି; ସେ ତାହା ଆମକୁ ପ୍ରକାଶ କରିବାକୁ ଇଚ୍ଛା କରନ୍ତି I ପ୍ରକୃତରେ ସେ, ଆପଣା ବାକ୍ୟରେ ସେ ଆମକୁ ଅନେକ ନେର୍ଦ୍ଦେଶନା ଦେଇ ଅଛନ୍ତି I “ସବୁ ବିଷୟରେ ଧନ୍ୟବାଦ ଦିଅ; କାରଣ ତୁମ୍ଭମାନଙ୍କ ବିଷୟରେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଏହା ଈଶ୍ଵରଙ୍କ ଅଭିମତ” (୧ ଥେସଲନୀୟ ୫:୧୮) I ଆମେ ଉତ୍ତମ କାର୍ଯ୍ୟ କରିବା ଆବଶ୍ୟକ (୧ ପିତର ୨:୧୫) ଏବଂ “କାରଣ ତୁମ୍ଭେମାନେ ପବିତ୍ର ହୁଅ, ଏହା ହିଁ ଈଶ୍ଵରଙ୍କ ଇଚ୍ଛା, ଅର୍ଥାତ୍ ତୁମ୍ଭେମାନେ ଯେପରି ବ୍ୟଭିଚାରରୁ ପୃଥକ ରୁହ” (୧ ଥେସଲନୀୟ ୪:୩) I

ଈଶ୍ଵରଙ୍କ ଇଚ୍ଛାକୁ ଜାଣିହୁଏ ଓ ପ୍ରମାଣ ମଧ୍ୟ କରିହୁଏ I ରୋମୀୟ ୧୨:୨ କହେ, “ତୁମ୍ଭେମାନେ ଏହି ବର୍ତ୍ତମାନ ଯୁଗର ଅନୁରୁପୀ ହୁଅ ନାହିଁ, କିନ୍ତୁ ଯେପରି ତୁମ୍ଭେମାନେ ଈଶ୍ଵରଙ୍କ ଇଚ୍ଛା କଅଣ ଅର୍ଥାତ ଉତ୍ତମ, ସୁଗ୍ରାହ୍ୟ ଓ ସିଦ୍ଧ ବିଷୟ କଅଣ, ଏହା ପରୀକ୍ଷା କରି ଜାଣି ପାର, ଏଥିନିମନ୍ତେ ଆପଣା ଆପଣା ମନର ନୂତନୀକରଣ ଦ୍ଵାରା ପରିବର୍ତ୍ତିତ ହୁଅ”I ଏହି ଶାସ୍ତ୍ରାଂସଟି ଆମକୁ ଏକ ମୁଖ୍ୟ ଭାଗକୁ ବୁଝିବାରେ ସାହାଯ୍ୟ କରେ: ଈଶ୍ଵରଙ୍କ ସନ୍ତାନକୁ ଜଗତର ଅନୁରୁପି ହେବାକୁ ମନା କରେ ଓ ବରଂ ଆତ୍ମାଙ୍କ ଦ୍ଵାରା ରୁପାନ୍ତରିତ ହେବାକୁ ନିଜକୁ ଉପଲବ୍ଧ କରାଏ I ଈଶ୍ଵରଙ୍କ ବିଷୟ ଦ୍ଵାରା ତାହାର ମନ ରୁପାନ୍ତରିତ ହେବା ପରେ, ସେ ଈଶ୍ଵରଙ୍କ ସିଦ୍ଧ ଇଚ୍ଛାକୁ ଜାଣିପାରିବ I

ଯେତେବେଳେ ଆମେ ଈଶ୍ଵରଙ୍କ ଇଚ୍ଛାକୁ ସନ୍ଧାନ କରୁ, ଆମେ ସୁନିଶ୍ଚିତ କରିବା ଆବଶ୍ୟକ ଯେ ଆମେ କେଉଁ ବିଷୟ ନିମନ୍ତେ ପ୍ରାର୍ଥନା କରୁଛୁ ସେହି ବିଷୟ ବାଇବଲରେ ମନା ତ କରାଯାଇ ନାହିଁ I ଉଦାହରଣ ସ୍ଵରୂପେ ବାଇବଲରେ ଚୋରି କରିବା ମନା କରେ ନିନ୍ଦା କରାଯାଇଅଛି; ଯେହେତୁ ଈଶ୍ଵର ଏ ସମ୍ପର୍କରେ କଥା କହିସାରିଅଛନ୍ତି, ଆମେ ଜାଣୁ ଯେ ଆମ ପାଇଁ ଈଶ୍ଵରଙ୍କ ଇଚ୍ଛା ନୁହେଁ ଯେ ଆମେ କୌଣସି ବ୍ୟାଙ୍କ ଚୋରୀ କରିବା - ଏ ବିଷୟରେ ଆମକୁ ପ୍ରାର୍ଥନା କରିବା ମଧ୍ୟ ଆବଶ୍ୟକ ନୁହେଁ I ଆହୁରି ମଧ୍ୟ, ଆମେ ସୁନିଶ୍ଚିତ କରିବା ଆବଶ୍ୟକ ଯେ ଆମେ ଯାହା କରିବାକୁ ବା ଈଶ୍ଵରଙ୍କ’ଠାରୁ ପାଇବାକୁ ଚାହୁଁଅଛୁ, ତାହା ଈଶ୍ଵରଙ୍କୁ ଗୌରବ ଦେବ ଏବଂ ଅନ୍ୟମାନଙ୍କୁ ଆତ୍ମିକ ଜୀବନରେ ବୃଦ୍ଧି ପାଇବାକୁ ସାହାଯ୍ୟ କରିବ I

ଈଶ୍ଵରଙ୍କ ଇଚ୍ଛାକୁ କେତକ ସମୟରେ ଜାଣିବା କଷ୍ଟସାଧ୍ୟ କାରଣ ସେଥିପାଇଁ ଧୌର୍ଯ୍ୟର ଆବଶ୍ୟକତା ରହିଅଛି I ଏହା ସ୍ଵଭାବିକ ଯେ ଆମେ ଏକାଥରକେ ଈଶ୍ଵରଙ୍କ ସମସ୍ତ ଇଚ୍ଛାକୁ ଜାଣିବାକୁ ଚାହିଁଥାଉ, କିନ୍ତୁ ସେହି ପ୍ରକାରେ ଈଶ୍ଵର କାର୍ଯ୍ୟ କରନ୍ତି ନାହିଁ I ସେ ଆମକୁ ତାହାଙ୍କ ଠାରେ ଅବିରତ ଭରସା କରିବା ପାଇଁ ପ୍ରେରିତ କରନ୍ତି I ମୁଖ୍ୟ ବିଷୟ ହେଉଛି, ଆମେ ତାହାଙ୍କ ପଥ ପ୍ରଦର୍ଶନର ଅପେକ୍ଷାରେ ଥିବା ବେଳେ ଯେଉଁ ସତ୍କର୍ମ କରିବା ତାହା ଆମେ ଜାଣୁ ଓ ତାହା କରିବାରେ ଆମେ ବ୍ୟସ୍ତ ରହିବା ଉଚିତ (ଯାକୁବ ୪:୧୭) I

ଅନେକ ସମୟରେ, ଆମେ ଚାହିଁଥାଉ ଯେ ଈଶ୍ଵର ଆମକୁ ନିର୍ଦ୍ଧିଷ୍ଟ ରୁପେ ସମସ୍ତ ବିଷୟ କୁହନ୍ତୁ - ଯେପରି କେଉଁଠି କାମ କରିବା, କେଉଁଠି ବାସ କରିବା, କାହାକୁ ବିବାହ କରିବା, କେଉଁ କାର୍ କିଣିବା ଇତ୍ୟାଦି I ଈଶ୍ଵର ଆମକୁ ନିଷ୍ପତି ନେବାକୁ ଅନୁମତି ଦିଅନ୍ତି, ଏବଂ ଯଦି ଆମେ ତାହାଙ୍କ ପାଖରେ ଲାଗିରହୁ, ସେ ଆମକୁ ଭୁଲ୍ ନିଷ୍ପତି ନେବାଠାରୁ ନିବୃତ କରାନ୍ତି (ପ୍ରେରିତ ୧୬:୬-୭)

ଜଣେ ବ୍ୟକ୍ତିଙ୍କୁ ଆମେ ଯେତେ ଭଲ ଭାବରେ ଜାଣିଥାଉ, ତାହାଙ୍କ ଇଚ୍ଛା ସହିତ ଆମେ ସେତେ ବେଶୀ ସୁପରିଚିତ ହୋଇଥାଉ I ଉଦାହରଣ ସ୍ଵରୂପେ, ଜଣେ ବାଳକ ଏକ ଜନଗହଳି ରାସ୍ତାରେ ଗୋଟେ ବଲକୁ ଗଡ଼ିବା ଦେଖିପାରେ, କିନ୍ତୁ ସେ ବଲ ପଛରେ ଦୌଡ଼େ ନାହିଁ, କାରଣ ସେ ଜାଣେ ଯେ “ମୋ ପିତା ମୁଁ ଏହିପରି କରେ ବୋଲି କେବେ ଚାହିଁବେ ନାହିଁ I ପ୍ରତ୍ଵକ ପରିସ୍ଥିତିରେ ସେ ନିଜ ପିତାଙ୍କୁ ଉପଦେଶ ମାଗିବ ନାହିଁ ; ସେ ଜାଣେ ଯେ ତାହାଙ୍କ ପିତା କଅଣ କହିବେ କାରଣ ସେ ନିଜ ପିତାଙ୍କୁ ଜାଣେ I ଈଶ୍ଵରଙ୍କ ସହ ଆମ ସମ୍ପର୍କ ମଧ୍ୟ ଠିକ୍ ସେହି ପ୍ରକାର ଅଟେ I ଯେବେ ଆମେ ଈଶ୍ଵରଙ୍କ ସହିତ ଗମନାଗମନ କରିବା, ତାହାଙ୍କ ବାକ୍ୟର ଆଜ୍ଞାବହ ହେବା ଓ ତାହାଙ୍କ ଆତ୍ମା ଉପରେ ଭରସା ରଖିବା ତେବେ ଆମେ ଜାଣିପାରିବା ଯେ ଆମକୁ ଖ୍ରୀଷ୍ଟଙ୍କ ମନ ଦିଆଯାଇଛି (୧ କରନ୍ଥୀୟ ୨:୧୬) I ଆମେ ତାହାଙ୍କୁ ଜାଣୁ ଏବଂ ସେ ଆମକୁ ତାହାଙ୍କ ଇଚ୍ଛା ଜାଣିବାକୁ ସାହାଯ୍ୟ କରନ୍ତି I ଆମ ପାଇଁ ଈଶ୍ଵରଙ୍କ ମାର୍ଗ ଦର୍ଶନ ପ୍ରସ୍ତୁତ ଅଛି I “ସାଧୁର ଧାର୍ମିକତା ତାହାର ପଥ ନିର୍ଦ୍ଦେଶ କରିବା, ମାତ୍ର ଦୁଷ୍ଟ ଆପଣା ଦୁଷ୍ଟତାରେ ନିପାତିତ ହେବ” (ହିତୋପଦେଶ ୧୧:୫) I

ଯଦି ଈଶ୍ଵରଙ୍କ ସହ ଆମେ ଘନିଷ୍ଠ ଭାବରେ ଗମନାଗମନ କରୁଅଛୁ, ଏବଂ ତାହାଙ୍କ ଇଚ୍ଛାକୁ ଆମ ଜୀବନରେ ଲୋଡୁଅଛୁ, ଈଶ୍ଵର ଆପଣା ଇଚ୍ଛା ଆମ ହୃଦୟରେ ଦେବେ I ଚାବିକାଠି ହେଲା ଈଶ୍ଵରଙ୍କ ଇଚ୍ଛାକୁ ଜାଣିବା, ଆମର ନୁହେଁ “ମଧ୍ୟ ସଦାପ୍ରଭୁଙ୍କଠାରେ ଆନନ୍ଦ କର; ତହିଁରେ ସେ ତୁମ୍ଭର ମନୋସ୍କାମନା ପୂର୍ଣ୍ଣ କରିବେ” (ଗୀତସଂହିତା ୩୭:୪) I

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ମୋ ଜୀବନ ନିମନ୍ତେ ଈଶ୍ଵରଙ୍କ ଇଚ୍ଛାକୁ ମୁଁ କିପରି ଜାଣିପାରିବି?

© Copyright Got Questions Ministries