settings icon
share icon
ପ୍ରଶ୍ନ

ଖ୍ରୀଷ୍ଟଙ୍କ ବିଚାରାସନ କ'ଣ?

ଉତ୍ତର


ରୋମୀୟ ୧୪:୧୦-୧୨ କୁହେ, " କିନ୍ତୁ ତୁମ୍ଭେ କାହିଁକି ଆପଣା ଭାଇର ବିଚାର କରୁଅଛ? କିମ୍ବା ତୁମ୍ଭେ କାହିଁକି ଆପଣା ଭାଇକୁ ତୁଛ କରୁଅଛ? ଆମ୍ଭେମାନେ ସମସ୍ତେ ତ ଈଶ୍ବରଙ୍କ ବିଚାରାସନ ଛାମୁରେ ଠିଆ ହେବା । ଯେଣୁ ଲେଖା ଅଛି, "ପ୍ରଭୁ କହନ୍ତି, ଆମ୍ଭେ ଜୀବିତ ଥିବା ପ୍ରମାଣେ, ପ୍ରତ୍ୟେକ ଜାନୁ ଆମ୍ଭ ଛାମୁରେ ନତ ହେବ, ଆଉ ପ୍ରତ୍ୟେକ ଜିହ୍ବା ଈଶ୍ବରଙ୍କ ପ୍ରଶଂସା କରିବ । ଅତଏବ, ଆମ୍ଭମାନଙ୍କର ପ୍ରତ୍ୟେକ ଜଣକୁ ଈଶ୍ବରଙ୍କ ଛାମୁରେ ନିଜର ହିସାବ ଦେବାକୁ ହେବ ।" ଦ୍ବିତୀୟ କରିନ୍ଥୀୟ ୫:୧୦ ଆମ୍ଭମାନଙ୍କୁ କୁହେ, "କାରଣ ଭଲ ହେଉ ବା ମନ୍ଦ ହେଉ, ପ୍ରତ୍ୟେକ ଜଣ ଆପଣା ଶରୀର ଦ୍ବାରା କୃତ କର୍ମାନୁସାରେ ଫଳ ପାଇବା ନିମନ୍ତେ ଖ୍ରୀଷ୍ଟଙ୍କ ବିଚାରାସନ ଛାମୁରେ ଆମ୍ଭ ସମସ୍ତଙ୍କୁ ପ୍ରକାଶିତ ହେବାକୁ ହେବ ।" ପ୍ରସଙ୍ଗରେ, ଏହା ସ୍ବଷ୍ଟ ଯେ, ଉଭୟ ଶାସ୍ତ୍ର ଅବିଶ୍ବାସୀମାନଙ୍କ ବିଷୟରେ ଉଲ୍ଲେଖ ନ କରି ଖ୍ରୀଷ୍ଟିୟାନମାନଙ୍କ ବିଷୟରେ ଉଲ୍ଲେଖ କରେ । ଅତଏବ, ଖ୍ରୀଷ୍ଟଙ୍କ ବିଚାରାସନ ଖ୍ରୀଷ୍ଟଙ୍କୁ ଜୀବନର ହିସାବ ଦେଉଥିବା ବିଶ୍ବାସୀମାନଙ୍କ ସହ ସଂପୃକ୍ତ । ଖ୍ରୀଷ୍ଟଙ୍କ ବିଚାରାସନ ପରିତ୍ରାଣ ନିର୍ଦ୍ଧାରଣ କରେନାହିଁ; ତାହା ଆମ୍ଭମାନଙ୍କ ପକ୍ଷରୁ ଖ୍ରୀଷ୍ଟଙ୍କ ବଳିଦାନ ଦ୍ବାରା (୧ଯୋହନ ୨:୨) ଏବଂ ତାଙ୍କଠାରେ ଆମର ବିଶ୍ବାସ (ଯୋହନ ୩:୧୬) ଦ୍ବାରା ନିର୍ଦ୍ଧାରିତ । ଆମ୍ଭମାନଙ୍କର ସମସ୍ତ ପାପ କ୍ଷମାପ୍ରାପ୍ତ ହୋଇଛି, ଏବଂ ସେଗୁଡିକ ପାଇଁ ଆମେ କେବେ ବି ଦୋଷୀ ସାବ୍ୟସ୍ତ ହେବାନାହିଁ (ରୋମୀୟ ୮:୧) । ଖ୍ରୀଷ୍ଟଙ୍କ ବିଚାରାସନକୁ - ଈଶ୍ବର ଆମ୍ଭମାନଙ୍କର ପାପର ବିଚାର କରିବା ଭାବେ ଦେଖିବା ଉଚିତ୍ ନୁହେଁ, ବରଂ ଆମ୍ଭମାନଙ୍କ ଜୀବନ ନିମନ୍ତେ ଈଶ୍ବର ଯେ ଆମ୍ଭମାନଙ୍କୁ ପୁରସ୍କୃତ କରୁଅଛନ୍ତି ତାହାକୁ ସେପରି ଦେଖିବା ଉଚିତ୍ । ହଁ, ବାଇବଲ ଯେପରି କୁହେ, ଆମେ ଆମ ନିଜ ନିଜର ହିସାବ ଦେବାକୁ ପଡିବ । ଏହାର କିଛି ଅଂଶ ନିଶ୍ଚିତ ଆମେ କରିଥିବା ପାପଗୁଡିକୁ ଉତ୍ତର ଦେବା ଅଟେ । ଅଥଚ, ତାହା ଖ୍ରୀଷ୍ଟଙ୍କ ବିଚାରାସନର ମୌଳିକ କେନ୍ଦ୍ରୀଭବନ ନୁହେଁ ।

ଖ୍ରୀଷ୍ଟଙ୍କ ବିଚାରାସନରେ, ବିଶ୍ବାସୀମାନେ କେତେ ବିଶ୍ବସ୍ତ ଭାବରେ ଖ୍ରୀଷ୍ଟଙ୍କୁ ସେବା କରିଅଛନ୍ତି (୧କରିନ୍ଥୀୟ ୯:୪-୨୭; ୨ତିମଥି ୨:୫) ଉପରେ ଆଧାରିତ ଅଟେ । ଆମେ ଯେଉଁ କିଛି ବିଷୟ ଉପରେ ବିଚାରିତ ହେବୁ ସେଥିମଧ୍ୟରୁ ଆମେ କେତେ ଉତ୍ତମ ଭାବେ ମହାନ୍ ଆଦେଶକୁ ପାଳନ କରିଛୁ (ମାଥିଉ ୨୮:୧୮-୨୦), ଆମେ ପାପ ଉପରେ କେତେ ଜୟକାରୀ ହୋଇଥିଲୁ (ରୋମୀୟ ୬:୧-୪), ଏବଂ ଆମେ ଆମର ଜିହ୍ବାକୁ କେତେ ଉତ୍ତମ ଭାବେ ନିୟନ୍ତ୍ରଣ କରିଥିଲୁ (ଯାକୁବ ୩:୧-୯) ଅଟେ । ବିଶ୍ବାସୀମାନେ କେତେ ବିଶ୍ବସ୍ତ ଭାବରେ ଖ୍ରୀଷ୍ଟଙ୍କର ସେବା କରିଛନ୍ତି (୧କରିନ୍ଥୀୟ ୯:୪-୨୭; ୨ତିମଥି ୨:୫) ସେଥିର ଆଧାରରେ ସେମାନେ ବିଭିନ୍ନ ବିଷୟ ପାଇଁ ମୁକୁଟ ପ୍ରାପ୍ତ ହେବା ବିଷୟରେ ବାଇବଲ ପ୍ରକାଶ କରେ । ବିଭିନ୍ନ ପ୍ରକାର ମୁକୁଟ ୨ତିମଥି ୨:୫; ୪:୮; ଯାକୁବ ୧:୧୨; ୧ପିତର ୫:୪ ଏବଂ ପ୍ରକାଶିତ ୨:୧୦ରେ ଦେଖାଯାଏ । ଖ୍ରୀଷ୍ଟଙ୍କ ବିଚାରାସନକୁ ଆମେ କିପରି ଭାବିବା ଉଚିତ୍ ତାହାର ଏକ ଉତ୍ତମ ସାରାଂଶ ହେଉଛି ଯାକୁବ ୧:୧୨ : "ଯେଉଁ ଲୋକ ପରୀକ୍ଷା ସହ୍ୟ କରେ, ସେ ଧନ୍ୟ, କାରଣ ପ୍ରଭୁ ଆପଣା ଲୋକମାନଙ୍କୁ ଯେଉଁ ଜୀବନରୂପ ମୁକୁଟ ଦେବାକୁ ପ୍ରତିଜ୍ଞା କରିଅଛନ୍ତି, ପରୀକ୍ଷାସିଦ୍ଧ ହେଲା ଉତ୍ତାରେ ସେହି ଲୋକ ସେହି ମୁକୁଟ ପ୍ରାପ୍ତ ହେବ ।"

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ଖ୍ରୀଷ୍ଟଙ୍କ ବିଚାରାସନ କ'ଣ?
© Copyright Got Questions Ministries