settings icon
share icon
ପ୍ରଶ୍ନ

ଈଶ୍ଵର କଅଣ ବାସ୍ତବ ଅଟନ୍ତି? ମୁଁ କିପରି ସୁନିଶ୍ଚିତ ଭାବରେ ଜାଣିପାରିବି ଯେ ଈଶ୍ଵର ବାସ୍ତବରେ ଅଛନ୍ତି?
ଈଶ୍ଵର ବାସ୍ତବରେ ଅଛନ୍ତି ବୋଲି ଆମେ ଜାଣୁ କାରଣ ସେ ନିଜକୁ ଆମ ନିକଟରେ ତିନି ପ୍ରକାରରେ ପ୍ରକାଶ କରିଅଛନ୍ତି : ତାଙ୍କ ସୃଷ୍ଟିରେ , ତାହାଙ୍କ ବାକ୍ୟରେ ଓ ତାହାଙ୍କ ପୁତ୍ର, ଯୀଶୁ ଖ୍ରୀଷ୍ଟଙ୍କ ଠାରେ |

ତାହାଙ୍କ ଅସ୍ଥିତ୍ଵତାର ପ୍ରାଥମିକ ପ୍ରମାଣ ହେଉଛି ତାଙ୍କ ସୃଷ୍ଟି। “ଜଗତର ସୃଷ୍ଟିକଳାବଧି ତାହାଙ୍କର ଅଦୃଶ୍ୟ ଗୁଣସମୂହ, ଅର୍ଥାତ୍ ତାହାଙ୍କର ଅନାଦି ଅନନ୍ତ ଶକ୍ତି ଓ ଈଶ୍ଵରତ୍ଵ ସୃଷ୍ଟ ବସ୍ତୁ ଗୁଡ଼ିକ ଦ୍ଵାରା ବୋଧଗମ୍ୟ ହୋଇ ସ୍ପଷ୍ଟ ରୂପେ ପ୍ରତୀୟମାନ ହେଉଅଛି, ଯେପରି ସେମାନଙ୍କର ଉତ୍ତର ଦେବାର ବାଟ ନ ଥାଏ” (ରୋମୀୟ ୧:୨୦) | “ଆକାଶମଣ୍ଡଳ ପରମେଶ୍ଵରଙ୍କ ଗୌରବ ବର୍ଣ୍ଣନା କରେ; ଶୂନ୍ୟମଣ୍ଡଳ ତାହାଙ୍କ ହସ୍ତକୃତ କର୍ମ ପ୍ରକାଶ କରେ |” (ଗୀତସଂହିତା ୧୯:୧) |

ଯଦି ତୁମେ କ୍ଷେତ୍ର ମଝିରେ ଗୋଟିଏ ହାତଘଡ଼ି ପାଅ, ତେବେ ତୁମେ ତାହା ଶୂନ୍ୟରୁ ଆସିଅଛି ଭାବିବା ନାହିଁ ଅବା ତାହା ସର୍ବଦା ସେଠାରେ ଥିଲା ବୋଲି ମନେ କରିବ ନାହିଁ ହାତଘଡ଼ିର ରୂପ ଓ ଡିଜାଇନକୁ ଦେଖି ତୁମେ ଏହାର ନିର୍ମାତା ବିଷୟରେ ବିଚାର କରିବ | କିନ୍ତୁ ତାହାଠାରୁ ମହାନ ଡିଜାଇନ ଓ କାରିଗରୀ ଆମ ଚତୁଃପାର୍ଶ୍ଵରେ ଅଛି | ଆମ ସମୟର ମାପ ହାତଘଡ଼ି ଆଧାରରେ ହୁଏ ନାହିଁ, କିନ୍ତୁ ଏହା ଈଶ୍ଵରଙ୍କ ହସ୍ତକୃତ କାର୍ଯ୍ୟ- ପୃଥିବୀର ପରିଭ୍ରମଣ ଅନୁସାରେ ହୋଇଥାଏ | ଏହି ବିଶ୍ଵ ଏକ ମହାନ କାରିଗରୀକୁ ପ୍ରଦର୍ଶନ କରେ, ଏବଂ ଏହା ଏକ ମହାନ କାରୀଗରଙ୍କ ସପକ୍ଷରେ ଯୁକ୍ତି କରେ |

ଯଦି ଆପଣ ସାଙ୍କେତିକ ଚିହ୍ନ ଦ୍ଵାରା ଗୁପ୍ତରେ ଥିବା ଏକ ସମ୍ବାଦ ପାଇବେ , ଆପଣ ତାହାକୁ ଉଦଘୋଷଣ କରିବାକୁ ଚେଷ୍ଟା କରିବେ | ଆପଣଙ୍କ ଅନୁମାନ ହେବ ଯେ ସମ୍ବାଦ ପଛରେ ନିଶ୍ଚିତ ଭାବରେ ଏକ ବୁଦ୍ଧିମାନ ପ୍ରେରକ ଥିବେ, ଯିଏ କି ସେହି ସଙ୍କେତକୁ ସୃଷ୍ଟି କରିଥିବେ | ଆମ ଶରୀରର ପ୍ରତ୍ଵକ କୋଶିକା ରେ ଥିବା ଡି.ଏନ.ଏ “କୋଡ୍” ଯେ କେତେ ଜଟିଳ । କଅଣ ଡି.ଏନ.ଏ ର ଜଟିଳତା ଓ ଏହାର ଉଦ୍ଦେଶ୍ୟ ଏକ ବୁଦ୍ଧିମାନ ଲେଖକଙ୍କ ସପକ୍ଷରେ ଯୁକ୍ତି କରେ ନାହିଁ ?

ଈଶ୍ଵର କେବଳ ଯେ ଏକ ଅତି ଜଟିଳ ଓ ଶ୍ରୁଙ୍ଖଳିତ ଭୌତିକ ପୃଥିବୀ ନିର୍ମାଣ କରିଛନ୍ତି ତାହା ନୁହେଁ, କିନ୍ତୁ ସେ ପ୍ରତ୍ୟେକଙ୍କ ମନୁଷ୍ୟମାନଙ୍କ ହୃଦୟରେ କାଳ ପ୍ରଦାନ କରିଅଛନ୍ତି (ଉପଦେଶକ ୩:୧୧) | ମନୁଷ୍ୟର ଅନ୍ତରରେ ଏକ ବୋଧ ଦିଆଯାଇଅଛି ଯେ ଆଖିକୁ ଯାହା ଦେଖାଯାଏ ତା ବ୍ୟତୀତ ଆନେ ବିଷୟ ଅଛି, ଏହି ପୃଥିବୀର ଦୈନନ୍ଦିନ କ୍ରମ ବ୍ୟତୀତ ଆହୁରି ଏକ ବ୍ୟକ୍ତିର ଅସ୍ଥିତ୍ଵ ଅଛି | ଆମ ମଧ୍ୟରେ ଥିବା ଅନନ୍ତକାଳୀନତାର ଅନୁଭୂତି ଦୁଇ ପ୍ରକାରେ ପ୍ରକାଶ ପାଇଥାଏ : ନିୟମ ସ୍ଥାପନ କରିବା ଓ ଉପାସନା କରିବା ଦ୍ଵାରା |

ସଂପୂର୍ଣ୍ଣ ଇତିହାସରେ ପ୍ରତ୍ୟେକ ସଭ୍ୟତାରେ, କେତେକ ନୈତିକ ନିୟମର ମାନ୍ୟତା ଅଛି, ଯାହାକି ଆଶ୍ଚର୍ଯ୍ୟ ଭାବରେ ବିଭିନ୍ନ ସଂସ୍କୃତିରେ ସମାନ ଅଟେ । ଉଦାହରଣ ସ୍ଵରୁପେ, ପ୍ରେମକୁ ସାର୍ବଜନୀନ ଭାବରେ ସମ୍ମାନ ଦିଆଯାଇଛି , ଯେବେ କି ମିଥ୍ୟାକୁ ସାର୍ବଜନୀନ ଭାବରେ ନିନ୍ଦା କରାଯାଇଅଛି | ଏହି ସଧାରଣ ନୈତିକତା – ଠିକ୍ ଓ ଭୁଲର ଏହି ସାର୍ବଜନୀନ ଭାବନା ଶକ୍ତି – ଏକ ଶ୍ରେଷ୍ଠ ନୈତିକ ବ୍ୟକ୍ତିଙ୍କୁ ଦର୍ଶାଏ ଯିଏ ଆମକୁ ଜ୍ଞାନର ବୋଧ ଦେଇଅଛନ୍ତି |

ଏହି ପ୍ରକାରେ, ସମଗ୍ର ପୃଥିବୀର ଲୋକମାନେ, ଯେକୌଣସି ସଂସ୍କୃତି ହେଉନା କାହିଁ ସେମାନେ ଉପାସନାର ଏକ ପଦ୍ଧତି ବୃଦ୍ଧି କରି ଅଛନ୍ତି | ଉପାସନାର ବସ୍ତୁ ଭିନ୍ନ ହୋଇ ପାରେ , କିନ୍ତୁ ମନୁଷ୍ୟ ହୃଦୟରେ “ଏକ ଉଚ୍ଚତ୍ତର ଶକ୍ତି” ର ବୋଧ ଅନସ୍ଵୀକାର୍ଯ୍ୟ ଅଂଶ ଅଟେ | ଆମ ଉପାସନା କରିବାର ପ୍ରବଣତା ପରମେଶ୍ଵର ଆମକୁ ଆପଣା ପ୍ରତିମୂର୍ତ୍ତି ରେ ନିର୍ମାଣ କରିଥିବା ସତ୍ୟତାକୁ ଅନୁମତି ଦିଏ (ଆଦିପୁସ୍ତକ ୧:୨୭) ।

ଈଶ୍ଵର ଆପଣା ବାକ୍ୟ, ବାଇବଲ ଦ୍ଵାରା ନିଜକୁ ଆମଠାରେ ପ୍ରକାଶ କରିଅଛନ୍ତି | ସମସ୍ତ ଧର୍ମଶାସ୍ତ୍ର ଈଶ୍ଵରଙ୍କ ସ୍ଵୟଂ–ଅସ୍ଥିତ୍ଵତାକୁ ସତ୍ୟତା ଭାବରେ ପ୍ରକାଶ କରେ (ଆଦିପୁସ୍ତକ ୧:୧; ଯାତ୍ରାପୁସ୍ତକ ୩:୧୪) | ଯେତେବେଳେ ଜଣେ ମନୁଷ୍ୟ ନିଜର ଆତ୍ମକାହାଣୀ ଲେଖେ, ସେ ନିଜର ଅସ୍ଥିତ୍ଵକୁ ପ୍ରମାଣ କରିବା ପାଇଁ ସମୟ ନଷ୍ଟ କରେ ନାହିଁ | ସେହି ପ୍ରକାରେ, ଈଶ୍ଵର ତାହାଙ୍କ ପୁସ୍ତକରେ ନିଜର ଅସ୍ଥିତ୍ଵକୁ ପ୍ରମାଣ କରିବା ପାଇଁ ବହୁ ସମୟ ବିନିଯୋଗ କରନ୍ତି ନାହିଁ | ବାଇବଲର ଜୀବନ ପରିବର୍ତ୍ତନକାରୀ ଗୁଣ, ଏହାର ଅଖଣ୍ଡତା ଏବଂ ଆଶ୍ଚର୍ଯ୍ୟ କର୍ମ ଯାହା ଏହାର ଲେଖା ଅନୁସାରେ ଯାଏ ସେତିକି ହିଁ ଏହାର ପ୍ରମାଣ ପାଇଁ ଯଥେଷ୍ଟ |

ତୃତୀୟତଃ, ଈଶ୍ଵର ନିଜକୁ ତାହାଙ୍କ ପୁତ୍ର, ଯୀଶୁ ଖ୍ରୀଷ୍ଟଙ୍କ ଦ୍ଵାରା ପ୍ରକାଶ କରିଅଛନ୍ତି (ଯୋହନ ୧୪:୬-୧୧) | “ଆଦ୍ୟରେ ବାକ୍ୟ ଥିଲେ...ବାକ୍ୟ ଈଶ୍ଵରଙ୍କ ସଙ୍ଗରେ ଥିଲେ, ସେହି ବାକ୍ୟ ଇଶ୍ଵର ଥିଲେ । ଆଉ ସେହି ବାକ୍ୟ ଦେହବନ୍ତ ହେଲେ, ପୁଣି ଅନୁଗ୍ରହ ଓ ସତ୍ୟତାରେ ପରିପୂର୍ଣ୍ଣ ହୋଇ ଆମ୍ଭମାନଙ୍କ ମଧ୍ୟରେ ବାସ କଲେ, ଆଉ ପିତାଙ୍କଠାରୁ ଆଗତ ଅଦ୍ଵିତୀୟ ପୁତ୍ରଙ୍କ ମହିମା ସଦୃଶ ଆମ୍ଭେମାନେ ତାହାଙ୍କ ମହିମା ଦେଖିଲୁ ” (ଯୋହନ ୧:୧, ୧୪, ଦେଖନ୍ତୁ କଲସୀୟ ୨:୯) |

ଯୀଶୁଙ୍କ ଆଶ୍ଚର୍ଯ୍ୟମୟ ଜୀବନରେ, ସେ ସମ୍ପୂର୍ଣ୍ଣ ପୂରାତନ ନିୟମକୁ ପୂର୍ଣ୍ଣ ରୂପେ ପାଳନ କରିଥିଲେ ଓ ମଶିହ ସମ୍ପର୍କୀୟ ଭାବବାଣୀ ସବୁ ସଫଳ କରିଥିଲେ (ମାଥିଉ ୫:୧୭) | ତାହାଙ୍କ ସମ୍ବାଦ ଓ ଈଶ୍ଵରତ୍ତ୍ଵକୁ ପ୍ରମାଣ କରିବା ପାଇଁ, ସେ ଅସଂଖ୍ୟ କରୁଣାମୟ କାର୍ଯ୍ୟ କରିଥିଲେ ଓ ଜନସାଧାରଣଙ୍କ ସମ୍ମୁଖରେ ଅନେକ ଆଶ୍ଚର୍ଯ୍ୟକର୍ମ ସାଧନ କରିଥିଲେ (ଯୋହନ ୧:୨୪-୨୮) | ତତ୍ପରେ, କ୍ରୁଶୀୟ ମରଣର ତିନି ଦିନ ଉତ୍ତାରେ, ସେ ପୁନର୍ଜୀବିତ ହେଲେ, ଏହିପରି ଏକ ସତ୍ୟତା ଯାହା ଶହଶ୍ର ପ୍ରତ୍ୟକ୍ଷଦର୍ଶୀ ଦ୍ଵାରା ଦୃଢ଼ିକୃତ ହୋଇଛି (୧ କରନ୍ଥୀୟ ୧୫:୬) | ଐତିହାସିକ ତଥ୍ୟ ସୁଧା ଯୀଶୁ କିଏ ତାହାର ପ୍ରମାଣ ପ୍ରଚୁର ଭାବରେ ଦିଏ | ଯେପରି ପ୍ରେରିତ ପାଉଲ କହିଲେ, ଏହି ବିଷୟ “ଗୋଟିଏ କୋଣରେ” କରାଯାଇନାହିଁ” (ପ୍ରେରିତ ୨୬:୨୬) |

ଆମେ ଜାଣୁ ଯେ ସନ୍ଦେହୀମାନେ ସର୍ବଦା ରହିବେ ଯେଉଁମାନେ ଈଶ୍ଵରଙ୍କ ବିଷୟରେ ନିଜର ବ୍ୟକ୍ତିଗତ ମତ ରଖନ୍ତି ଓ ସେମାନେ ସ୍ଵଇଚ୍ଛାରେ ପ୍ରମାଣ ଗୁଡ଼ିକୁ ନିଜ ଦୃଷ୍ଟିକୋଣରୁ ପଢ଼ିବେ । ଏବଂ ଏପରି ଅନେକ ଲୋକମାନେ ଅଛନ୍ତି ଯେ ସେମାନଙ୍କୁ କୌଣସି ପ୍ରକାର ପ୍ରମାଣ ପ୍ରଭାବିତ କରିବ ନାହିଁ (ଗୀତସଂହିତା ୧୪:୧) | ଏହି ସମସ୍ତ ବିଷୟ କେବଳ ବିଶ୍ୱାସ ଦ୍ୱାରା ହିଁ ସମ୍ଭବ ଅଟେ (ଏବ୍ରୀ ୧୧:୬) |

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ଈଶ୍ଵର କଅଣ ବାସ୍ତବ ଅଟନ୍ତି? ମୁଁ କିପରି ସୁନିଶ୍ଚିତ ଭାବରେ ଜାଣିପାରିବି ଯେ ଈଶ୍ଵର ବାସ୍ତବରେ ଅଛନ୍ତି?

© Copyright Got Questions Ministries