ମନୁଷ୍ୟ ଈଶ୍ବରଙ୍କ ପ୍ରତିମୂର୍ତ୍ତି ଓ ସାଦୃଶ୍ୟରେ ନିର୍ମିତ (ଆଦି ୧:୨୬-୨୭) କହିଲେ କ'ଣ ବୁଝାଏ?


ପ୍ରଶ୍ନ: ମନୁଷ୍ୟ ଈଶ୍ବରଙ୍କ ପ୍ରତିମୂର୍ତ୍ତି ଓ ସାଦୃଶ୍ୟରେ ନିର୍ମିତ (ଆଦି ୧:୨୬-୨୭) କହିଲେ କ'ଣ ବୁଝାଏ?

ଉତ୍ତର:
ସୃଷ୍ଟିର ଶେଷ ଦିନରେ ଈଶ୍ବର କହିଲେ, "ଆମ୍ଭେମାନେ ଆପଣା ପ୍ରତିମୂର୍ତ୍ତିରେ ଓ ଆପଣା ସାଦୃଶ୍ୟରେ ମନୁଷ୍ୟର ନିର୍ମାଣ କରୁ" (ଆଦି ୧:୨୬) । ଏଇପରି ଭାବରେ ସେ ଏକ "ଶେଷ ଶ୍ବର୍ଶ"ରେ ତାଙ୍କ କାର୍ଯ୍ୟ ସମାପ୍ତ କଲେ । ଈଶ୍ବର ଧୂଳିରୁ ମନୁଷ୍ୟକୁ ନିର୍ମାଣ କଲେ ଏବଂ ତାଙ୍କ ନିଶ୍ବାସ ଦେଇ ତାଙ୍କୁ ଜୀବନ ଦେଲେ (ଆଦି ୨:୭) । ସେହି ଅନୁଯାୟୀ, ଈଶ୍ବରଙ୍କ ସମସ୍ତ ସୃଷ୍ଟିରେ ମନୁଷ୍ୟ ସ୍ବତନ୍ତ୍ର ଅଟେ, ଯାହାର ଉଭୟ ପାର୍ଥିବ ଶରୀର ଏବଂ ଅପାର୍ଥିବ ପ୍ରାଣ/ଆତ୍ମା ଅଛି ।

ସବୁଠାରୁ ଅତିସରଳ ପଦରେ ଈଶ୍ବରଙ୍କ "ପ୍ରତିମୂର୍ତ୍ତି" ଏବଂ "ସାଦୃଶ୍ୟ"ର ଅର୍ଥ ହେଉଛି ଆମେ ଈଶ୍ବରଙ୍କ ପରି ହେବା ନିମନ୍ତେ ନିର୍ମିତ ହୋଇଥିଲୁ । ଆଦମ ଈଶ୍ବରଙ୍କ ପରି ଥିଲେ ତାହା ଈଶ୍ବରଙ୍କ ମାଂସ ଏବଂ ରକ୍ତ ଥିଲା ଏହି ଅର୍ଥରେ ନୁହେଁ । ଶାସ୍ତ୍ର କୁହେ "ଈଶ୍ବର ଆତ୍ମା" (ଯୋହନ ୪:୨୪) ଅତଏବ ଏକ ଶରୀର ବିହୁନେ ସେ ରହିଛନ୍ତି । ଅଥଚ, ଆଦମଙ୍କ ଶରୀର ଯେତେଦୂର ଈଶ୍ବରଙ୍କ ଜୀବନକୁ ପ୍ରତିଫଳିତ କରୁଥିଲା ଯେହେତୁ ଏହା ସମ୍ପୂର୍ଣ୍ଣ ସ୍ବାସ୍ଥ୍ୟ ଓ ମୃତ୍ୟୁ ରହିତ ଭାବେ ନିର୍ମିତ ହୋଇଥିଲା ।

ଈଶ୍ବରଙ୍କ ପ୍ରତିମୂର୍ତ୍ତି ମନୁଷ୍ୟର ଅପାର୍ଥିବ ଅଂଶକୁ ବୁଝାଏ । ଏହା ଅନ୍ୟ ପ୍ରାଣୀ ଜଗତରୁ ମନୁଷ୍ୟକୁ ଭିନ୍ନ କରେ, ଏହା ମନୁଷ୍ୟକୁ ପୃଥିବୀ ଉପରେ ଦିଆଯାଇଥିବା ତା'ର କର୍ତ୍ତୃକକୁ (ଆଦି ୧:୨୮) ଜାହିର କରିବାରେ ଉପଯୁକ୍ତ କରେ, ଏବଂ ତାକୁ ତା' ସୃଷ୍ଟିକର୍ତ୍ତାଙ୍କ ସହିତ ଘନିଷ୍ଠ ସମ୍ପର୍କ ରଖିବା ନିମନ୍ତେ ସକ୍ଷମ କରାଏ । ଏହା ମାନସିକ, ନୈତିକ ଏବଂ ସାମାଜିକର ସାଦୃଶ୍ୟ ।

ମାନସିକ ଭାବେ ମନୁଷ୍ୟ ଏକ ବିଚାରଶକ୍ତି ସମ୍ପନ୍ନ ଏବଂ ଇଛାକୃତ କାରକ ଭାବେ ସୃଷ୍ଟି କରାଯାଇଥିଲା । ଅନ୍ୟ ଶବ୍ଦରେ କହିବାକୁ ଗଲେ, ମନୁଷ୍ୟ ଉତ୍ତର ପ୍ରତ୍ୟୁତ୍ତର କରିପାରିବ ଏବଂ ଚୟନ କରିପାରିବ । ଏହା ଈଶ୍ବରଙ୍କ ବୁଦ୍ଧି ବା ବିଚାରଶକ୍ତି ଓ ସ୍ବାଧିନତାର ଏକ ପ୍ରତିଫଳନ । ଯେକୌଣସି ସମୟରେ କେହିଜଣେ ଏକ ମେସିନକୁ ଉଦ୍ଭାବନ କରନ୍ତି, ଏକ ପୁସ୍ତକ ଲେଖନ୍ତି, ଏକ ପ୍ରାକୃତିକ ଦୃଶ୍ୟ ଅଙ୍କନ କରନ୍ତି, ଏକ ଦୀର୍ଘ ସଙ୍ଗୀତ ଉପଭୋଗ କରନ୍ତି, ଏକ ଅଙ୍କ କଷନ୍ତି, କିମ୍ବା ଏକ ପୋଷା ଜୀବର ନାମ ଦିଅନ୍ତି, ସେ ଏହି ସମସ୍ତ କରିବା ଦ୍ବାରା ଘୋଷଣା କରନ୍ତି ଆମେ ଈଶ୍ବରଙ୍କ ପ୍ରତିମୂର୍ତ୍ତିରେ ତିଆରି ଅଟୁ ।

ନୈତିକ ଭାବରେ, ମନୁଷ୍ୟ ଧାର୍ମିକତା ଏବଂ ସମୂର୍ଣ୍ଣ ନିର୍ଦ୍ଦୋଷ ଭାବେ ସୃଷ୍ଟି ହୋଇଥିଲା, ଯାହା ଈଶ୍ବରଙ୍କ ପବିତ୍ରତାର ଏକ ପ୍ରତିଫଳନ । ଈଶ୍ବର କରିଥିବା ସମସ୍ତ ବିଷୟକୁ ଦେଖିଲେ (ମନୁଷ୍ୟ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ଅଟେ) ଏବଂ ଏହାକୁ "ଅତି ଉତ୍ତମ" ବୋଲି କହିଲେ (ଆଦି ୧:୩୧) । ଆମର ବିବେକ କିମ୍ବା "ନୈତିକ ପରିସୀମା" ସେହି ଆଦ୍ୟ ଅବସ୍ଥାର ଏକ ଲକ୍ଷଣ । ଯେତେବେଳେ କେହିଜଣେ ଏକ ନିୟମ ଲେଖେ, ମନ୍ଦରୁ ପଶ୍ଚାତଗମନ କରେ, ଉତ୍ତମ ବ୍ୟବହାରକୁ ପ୍ରଶଂସା କରେ, କିମ୍ବା ଦୋଷୀ ଅନୁଭବ କରେ, ସେ ଏହି ସମସ୍ତ କରିବା ଦ୍ବାରା ଆମ୍ଭେମାନେ ଯେ ଈଶ୍ବରଙ୍କ ପ୍ରତିମୂର୍ତ୍ତିରେ ସୃଷ୍ଟି ହୋଇଛୁ ତାହା ନିଶ୍ଚିତ କରେ ।

ସାମାଜିକ ଭାବେ, ମନୁଷ୍ୟ ସହଭାଗୀତା ନିମନ୍ତେ ସୃଷ୍ଟି ହୋଇଥିଲା । ଏହା ଈଶ୍ବର ତ୍ରିତ୍ବ ପ୍ରକୃତି ଏବଂ ତାଙ୍କ ପ୍ରେମ ପ୍ରତିଫଳନ କରେ । ଏଦନ ଉଦ୍ୟାନରେ, ମନୁଷ୍ୟର ମୁଖ୍ୟ ସମ୍ପର୍କ ଈଶ୍ବରଙ୍କ ସହିତ ଥିଲା (ଆଦି ୩:୮ ଈଶ୍ବରଙ୍କ ସହିତ ସହଭାଗୀତାକୁ ବୁଝାଏ), ଏବଂ ଈଶ୍ବର ପ୍ରଥମ ନାରୀ ତିଆରି କଲେ ଯେହେତୁ "ମନୁଷ୍ୟ ଏକାକୀ ଥିବା ଭଲ ନୁହେଁ" (ଆଦି ୨:୧୮) । ପ୍ରତି ସମୟରେ କେହିଜଣେ ବିବାହ ହୁଅନ୍ତି, ଜଣେ ବନ୍ଧୁ ଲାଭ କରନ୍ତି, ଏକ ପିଲାକୁ ଆଲିଙ୍ଗନ କରନ୍ତି, କିମ୍ବା ଏକ ମଣ୍ଡଳୀରେ ଯୋଗ ଦିଅନ୍ତି, ସେ ଏହି ସମସ୍ତ କରିବା ଦ୍ବାରା ଆମେ ଯେ ଈଶ୍ବରଙ୍କ ସାଦୃଶ୍ୟରେ ନିର୍ମିତ ତାହା ପ୍ରଦର୍ଶିତ କରନ୍ତି ।

ଈଶ୍ବରଙ୍କ ପ୍ରତିମୂର୍ତ୍ତିରେ ନିର୍ମିତ ହେବାର ଏକ ଅଂଶ ହେଉଛି ଆଦମଙ୍କର ସ୍ବାଧୀନ ଭାବରେ ଚୟନ କରିବାର ସକ୍ଷମତା ଥିଲା । ଯଦିଓ ତାଙ୍କୁ ଏକ ଧାର୍ମିକ ଗୁଣ ଦିଆଯାଇଥିଲା, ତାଙ୍କ ସୃଷ୍ଟିକର୍ତ୍ତାଙ୍କ ବିରୁଦ୍ଧରେ ବିଦ୍ରୋହ କରିବା ନିମନ୍ତେ ଆଦମ ଏକ ମନ୍ଦ ଚୟନ କରିଥିଲେ । ଆଦମ ତାଙ୍କ ନିଜ ମଧ୍ୟରେ ଈଶ୍ବରଙ୍କ ପ୍ରତିମୂର୍ତ୍ତିର ସୌନ୍ଦର୍ଯ୍ୟ ନଷ୍ଟ କଲେ, ଏବଂ ସେ ସେହି କ୍ଷତିଗ୍ରସ୍ତ ସାଦୃଶ୍ୟତାକୁ ତାଙ୍କ ସମସ୍ତ ବଂଶଧରଙ୍କୁ ଛାଡି ଚାଲିଗଲେ (ରୋମୀୟ ୫:୧୨) । ଆଜି ବି ଆମେ ଈଶ୍ବରଙ୍କ ପ୍ରତିମୂର୍ତ୍ତିକୁ ବହନ କରୁଛୁ (ଯାକୁବ ୩:୯), କିନ୍ତୁ ଆମେ ପାପର କ୍ଷତ ଦାଗଗୁଡିକ ମଧ୍ୟ ବହନ କରୁଛୁ । ମାନସିକ ଭାବେ, ନୈତିକ ଭାବେ, ସାମାଜିକ ଭାବେ ଏବଂ ଶାରିରୀକ ଭାବେ ଆମେ ପାପର ପ୍ରଭାବସବୁ ପ୍ରଦର୍ଶନ କରୁଛୁ ।

ଶୁଭ ସମ୍ବାଦଟି ହେଉଛି ଯେ, ଯେତେବେଳେ ଈଶ୍ବର ଜଣେ ବ୍ୟକ୍ତିବିଶେଷକୁ ଉଦ୍ଧାର କରନ୍ତି, ସେ "ଈଶ୍ବରଙ୍କ ପ୍ରତିମୂର୍ତ୍ତିରେ ଧାର୍ମିକତା ଓ ସତ୍ୟର ପବିତ୍ରତାରେ ସୃଷ୍ଟ ହୋଇଥିବା" (ଏଫିସୀୟ ୪:୪) ଏକ ସୃଷ୍ଟି କରି ଈଶ୍ବରଙ୍କ ମୂଳ ପ୍ରତିମୂର୍ତ୍ତିକୁ ପୁନଃସ୍ଥାପନ କରିବାର ଆରମ୍ଭ କରନ୍ତି । ସେହି ମୁକ୍ତି ଆମ୍ଭମାନଙ୍କୁ ଈଶ୍ବରଙ୍କଠାରୁ ପୃଥକ୍ କରୁଥିବା ପାପରୁ ଉଦ୍ଧାରକାରୀ ଭାବରେ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ବାସ ମାଧ୍ୟମରେ ଈଶ୍ବରଙ୍କ ଅନୁଗ୍ରହରେ କେବଳ ଉପଲବ୍ଧ ଅଟେ (ଏଫିସୀୟ ୨:୮-୯) । ଖ୍ରୀଷ୍ଟଙ୍କ ମାଧ୍ୟମରେ, ଆମେ ଈଶ୍ବରଙ୍କ ସାଦୃଶ୍ୟରେ ନୂତନ ସୃଷ୍ଟି ହୋଇଅଛୁ (୨କରିନ୍ଥୀୟ ୫:୧୭) ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ



ମନୁଷ୍ୟ ଈଶ୍ବରଙ୍କ ପ୍ରତିମୂର୍ତ୍ତି ଓ ସାଦୃଶ୍ୟରେ ନିର୍ମିତ (ଆଦି ୧:୨୬-୨୭) କହିଲେ କ'ଣ ବୁଝାଏ?