settings icon
share icon
ପ୍ରଶ୍ନ

ବାଇବଲ ସମଲିଙ୍ଗ ଯୌନ ସମ୍ପର୍କରେ କଅଣ କହେ? ସମଲିଙ୍ଗ ଯୌନ ସମ୍ବନ୍ଧ କଅଣ ପାପ?

ଉତ୍ତର


ବାଇବଲ ବାରମ୍ବାର କହେ ଯେ ସମଲିଙ୍ଗ ଯୌନ କାର୍ଯ୍ୟକଳାପ ପାପ ଅଟେ (ଆଦିପୁସ୍ତକ ୧୯:୧-୩; ଲେବୀୟ ୧୮:୨୨; ରୋମୀୟ ୧:୨୬-୨୭; ୧ କରନ୍ଥୀୟ ୬:୯) I ରୋମୀୟ ୧:୨୬-୨୭ ନିର୍ଦ୍ଧିଷ୍ଟରୂପେ ଶିକ୍ଷା ଦିଏ ଯେ ସମଲିଙ୍ଗ ଯୌନ ସମ୍ବନ୍ଧ ହେଉଛି ଇଶ୍ଵରଙ୍କୁ ଅସ୍ଵୀକାର ଓ ତାହାଙ୍କ ଅନାଜ୍ଞବହ ହେବାର ପ୍ରତିଫଳ I ଯେବେ ଲୋକମାନେ ପାପ ଓ ଅବିଶ୍ଵାସରେ ଲିପ୍ତ ରୁହନ୍ତି, ଆପଣା ଠାରୁ ଦୂରରେ ରହି ଯେଉଁ ଅସାର ଓ ଆଶାଶୂନ୍ୟ ଜୀବନ ରହିଛି ତାହା ଜଣାଇବା ପାଇଁ ଇଶ୍ଵର ସେମାନଙ୍କୁ ଆହୁରି ଦୁଷ୍ଟ ଓ ଜଘନ୍ୟ ପାପରେ “ସମର୍ପଣ” କରନ୍ତି । ୧ କରନ୍ଥୀୟ ୬:୯ ସ୍ପଷ୍ଟ କରେ ଯେ ସମଲିଙ୍ଗ ଯୌନ ସମ୍ବନ୍ଧରେ ଲିପ୍ତ “ଅପରାଧକାରୀ” ଲୋକମାନେ ଇଶ୍ଵରଙ୍କ ରାଜ୍ୟରେ ପ୍ରବେଶ କରିବେ ନାହିଁ I

ଇଶ୍ଵର ମନୁଷ୍ୟକୁ ସମଲିଙ୍ଗ ଯୌନ କାମନା ସହ ସୃଷ୍ଟି କରନ୍ତି ନାହିଁ I ବାଇବଲ ଆମକୁ କୁହେ ଯେ ଲୋକମାନେ ସେମାନଙ୍କ ପାପ ସକାଶୁ ସମଲିଙ୍ଗ ଯୌନ ସମ୍ବନ୍ଧ ବ୍ୟକ୍ତି ହୁଅନ୍ତି (ରୋମୀୟ ୧:୨୪-୨୭) ଏବଂ ଶେଷରେ ସେମାନଙ୍କ ନିଷ୍ପତି ହେତୁ ସେମାନେ ତାହା କରନ୍ତି I ଜଣେ ବ୍ୟକ୍ତି ହୁଏତ ସମଲିଙ୍ଗ ଯୌନ ପ୍ରବଣତାର ସହ ଜନ୍ମ ହୋଇପାରେ, ଯେପରି କି କେତେକ ଲୋକ ହିଂସା ଓ ଅନ୍ୟ ପାପ କରିବାର ସ୍ଵଭାବ ନେଇ ଜନ୍ମ ହୋଇଥାନ୍ତି I ଏହାର ଅର୍ଥ ନୁହେଁ ଯେ ଯଦି ଜଣେ ବ୍ୟକ୍ତି ପାପ କରିବାପାଇଁ ନିଷ୍ପତି ନେଇ ପାପମୟ ସ୍ଵଭାବ ପ୍ରତି ନିଜକୁ ଦିଏ ତାକୁ କ୍ଷମା କରାଯିବ I ଯଦି ଜଣେ ବ୍ୟକ୍ତି କ୍ରୋଧର/ରାଗ ସ୍ଵଭାବ ନେଇ ଜନ୍ମ ହୋଇଥାଏ, ସେହି ସ୍ଵଭାବ ପ୍ରତି ନିଜକୁ ଦେବା ତା ପାଇଁ କଅଣ ଠିକ୍ ଅଟେ ? ଅବଶ୍ୟ ନୁହେଁ ! ଠିକ୍ ସେହିପ୍ରକାରେ ସମଲିଙ୍ଗ ଯୌନ ସମ୍ବନ୍ଧ ଅଟେ I

ତଥାପି, ବାଇବଲ ସମାଲିଙ୍ଗ ଯୌନକୁ ଅନ୍ୟ ପାପଠାରୁ “ଅଧିକ” ବୋଲି ବର୍ଣ୍ଣନା କରେ ନାହିଁ I ସମସ୍ତ ପାପ ଇଶ୍ଵରଙ୍କ ବିରୋଧରେ ଅଟେ I ସମଲିଙ୍ଗ ଯୌନ ସମ୍ବନ୍ଧ ୧ କରନ୍ଥୀୟ ୬:୯-୧୦ରେ ଉଲ୍ଲେଖ କରାଯାଇଥିବା ପାପଗୁଡ଼ିକ ମଧ୍ୟରୁ ଏକ ଅଟେ ଯାହା ଜଣେ ବ୍ୟକ୍ତିଙ୍କୁ ଇଶ୍ଵରଙ୍କ ରାଜ୍ୟରେ ପ୍ରବେଶ କରିବାରୁ ନିବୃତ୍ତ କରାଏ I ବାଇବଲ ଅନୁସାରେ, ଇଶ୍ଵରଙ୍କ କ୍ଷମା ସମାଲିଙ୍ଗ ଯୌନ ବ୍ୟକ୍ତି ପାଇଁ ସୁଧା ଉପଲବଧ ଅଛି ଯେପରି ଏହା ବ୍ୟଭିଚାରୀ, ପ୍ରତିମାପୂଜକ, ହତ୍ୟାକାରୀ, ଚୋର, ଇତ୍ୟାଦି ପାଇଁ ରହିଅଛି I ପାପ ଉପରେ ବିଜୟ ଲାଭ କରିବା ପାଇଁ ଇଶ୍ଵର ଶକ୍ତି ଦେବା ପାଇଁ ପ୍ରତିଜ୍ଞା କରନ୍ତି, ଯେଉଁମାନେ ପରିତ୍ରାଣ ନିମନ୍ତେ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ଵାସ କରନ୍ତି ଏବଂ ସମଲିଙ୍ଗ ବ୍ୟକ୍ତି ପାଇଁ , (୧ କରନ୍ଥୀୟ ୬:୧୧; ୨ କରନ୍ଥୀୟ ୫:୧୭; ଫିଲିପୀୟ ୪:୧୩) I

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ବାଇବଲ ସମଲିଙ୍ଗ ଯୌନ ସମ୍ପର୍କରେ କଅଣ କହେ? ସମଲିଙ୍ଗ ଯୌନ ସମ୍ବନ୍ଧ କଅଣ ପାପ?
© Copyright Got Questions Ministries