settings icon
share icon
ପ୍ରଶ୍ନ

ନରକ ବାସ୍ତବ ଅଟେ କି? ନରକ ଅନନ୍ତ ଅଟେ କି?

ଉତ୍ତର


ଏକ ମଜାର ବିଷୟ ଯେ, ଅଧିକାଂଶ ଲୋକ ନରକ ଅପେକ୍ଷା ସ୍ବର୍ଗର ଅସ୍ତିତ୍ବରେ ବିଶ୍ବାସ କରନ୍ତି । ଅଥଚ, ବାଇବଲ ଅନୁଯାୟୀ ସ୍ବର୍ଗ ପରି ନରକ ମଧ୍ୟ ବାସ୍ତବ ଅଟେ । ବାଇବଲ ସ୍ବଷ୍ଟ ଭାବେ ଏବଂ ନିର୍ଦ୍ଧିଷ୍ଟ ଶିକ୍ଷା ଦିଏ ଯେ, ନରକ ଏକ ବାସ୍ତବ ସ୍ଥାନ ଯେଉଁଠିକୁ ଦୁଷ୍ଟ/ଉଦ୍ଧାର ନ ପାଇଥିବା ବ୍ୟକ୍ତିମାନେ ସେମାନଙ୍କ ମୃତ୍ୟୁ ପ୍ରେରିତ ହୁଅନ୍ତି । ଆମେ ସମସ୍ତେ ଈଶ୍ବରଙ୍କ ବିରୁଦ୍ଧରେ ପାପ କରିଅଛୁ (ରୋମୀୟ ୩:୨୩) । ସେହି ପାପ ନିମନ୍ତେ ସଠିକ୍ ଦଣ୍ଡ ହେଉଛି ମୃତ୍ୟୁ (ରୋମୀୟ ୬:୨୩) । ଯେହେତୁ ଆମ୍ଭମାନଙ୍କର ସମସ୍ତ ପାପ ଈଶ୍ବରଙ୍କ ବିରୁଦ୍ଧରେ ଅଟେ (ଗୀତସଂହିତା ୫୧:୪), ଏବଂ ଯେହେତୁ ଈଶ୍ବର ଜଣେ ଅସୀମ ଏବଂ ଅନନ୍ତ ବ୍ୟକ୍ତି ଅଟନ୍ତି, ପାପର ଦଣ୍ଡ ମୃତ୍ୟୁ ମଧ୍ୟ ଅସୀମ ଏବଂ ଅନନ୍ତ ହେବାକୁ ପଡିବ । ନରକ ହେଉଛି ଏହି ଅସୀମ ଏବଂ ଅନନ୍ତ ମୃତ୍ୟୁ ଯାହା ଆମେ ଆମ୍ଭମାନଙ୍କର ପାପ ଯୋଗୁଁ ଅର୍ଜନ କରିଅଛୁ ।

ନରକରେ ଦୁଷ୍ଟ ମୃତ ବ୍ୟକ୍ତିମାନଙ୍କ ଦଣ୍ଡ ସମଗ୍ର ଶାସ୍ତ୍ରରେ "ଅନନ୍ତ ଅଗ୍ନି" (ମାଥିଉ ୨୫:୪୧), "ଅନିର୍ବାଣ ଅଗ୍ନି" (ମାଥିଉ ୩:୧୨), "ଲଜ୍ଜା ଓ ଅନନ୍ତ ଅବଜ୍ଞା", ଏକ ସ୍ଥାନ ଯେଉଁଠି "ଅଗ୍ନି ନିର୍ବାପିତ ହୁଏନାହିଁ" (ମାର୍କ ୯:୪୪-୪୯), "ଯନ୍ତ୍ରଣା" ଏବଂ "ଅଗ୍ନି"ର ଏକ ସ୍ଥାନ (ଲୂକ ୧୬:୨୩-୨୪), "ଅନନ୍ତ ବିନାଶ" (୨ଥେସଲନିକୀୟ ୧:୧୦), ଏକ ସ୍ଥାନ ଯେଉଁଠି "ଯନ୍ତ୍ରଣାର ଧୂମ ଯୁଗେ ଯୁଗେ ଉଠୁଥିବ" (ପ୍ରକାଶିତ ୨୦:୧୦) ଭାବରେ ବର୍ଣ୍ଣିତ ହୋଇଛି ।

ସ୍ବର୍ଗରେ ଯେପରି ଧାର୍ମିକମାନଙ୍କ ସୁଖ କେବେ ଶେଷ ହୁଏନାହିଁ, ସେହିପରି ନରକରେ ଦୁଷ୍ଟମାନଙ୍କ ଦଣ୍ଡ କେବେ ବି ଶେଷ ହୁଏନାହିଁ । ଯୀଶୁ ନିଜେ ଦର୍ଶାଇଲେ ଯେ, ସ୍ବର୍ଗରେ ଅନନ୍ତ ଜୀବନ ଯେପରି, ଠିକ୍ ସେହିପରି ନରକରେ ଅନନ୍ତକାଳୀନ ଦଣ୍ଡ ଅଛି (ମାଥିଉ ୨୫:୪୬) । ଦୁଷ୍ଟ ଲୋକମାନେ ଚିରଦିନ ନିମନ୍ତେ ଈଶ୍ବରଙ୍କ କୋପ ଏବଂ କ୍ରୋଧ ନିମନ୍ତେ ରକ୍ଷିତ । ଯେଉଁମାନେ ନରକରେ ଅଛନ୍ତି ସେମାନେ ଈଶ୍ବରଙ୍କ ସିଦ୍ଧ ନ୍ୟାୟକୁ ସ୍ବୀକାର କରିବେ (ଗୀତ ୭୬:୧୦) । ଯେଉଁମାନେ ନରକରେ ଅଛନ୍ତି ସେମାନେ ଜାଣିବେ ଯେ, ସେମାନଙ୍କର ଦଣ୍ଡ ଉଚିତ୍ ଅଟେ ଏବଂ ସେମାନେ ଏକାକୀ ହିଁ ନିନ୍ଦା ପାଇବାର ଯୋଗ୍ୟ (ଦ୍ବିତୀୟ ବିବରଣ ୩୨:୩-୫) । ହଁ, ନରକ ବାସ୍ତବ ଅଟେ । ହଁ, ନରକ ଯନ୍ତ୍ରଣା ଏବଂ ଦଣ୍ଡର ସ୍ଥାନ ଯାହା ଯୁଗ ଯୁଗ ଧରି ବିନା ଶେଷରେ ଲାଗିରହିବ । ଈଶ୍ବର ପ୍ରଶଂସା ହେଉ ଯେ, ଯୀଶୁଙ୍କ ଦ୍ବାରା ଆମେ ଏହି ଅନନ୍ତ ବିଧିବିଧାନରୁ ରକ୍ଷା ପାଇପାରିବା (ଯୋହନ ୩:୧୬, ୧୮, ୩୬) ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ନରକ ବାସ୍ତବ ଅଟେ କି? ନରକ ଅନନ୍ତ ଅଟେ କି?
© Copyright Got Questions Ministries