settings icon
share icon
ପ୍ରଶ୍ନ

ଈଶ୍ଵରଙ୍କ ସହ ମୁଁ କିପରି ସଠିକ୍ ହୋଇପାରିବି?

ଉତ୍ତର


ଈଶ୍ଵରଙ୍କ ସହ “ଠିକ୍” ସମ୍ପର୍କ ରଖିବାକୁ ହେଲେ, ପ୍ରଥମେ, ଆମକୁ “ଭୁଲ” କଅଣ ବୁଝିବାକୁ ହେବ | ଏହାର ଉତ୍ତର ହେଉଛି ପାପ | “...କେହି ଜଣେ ସୁଦ୍ଧା ଧାର୍ମିକ ନାହିଁ” (ଗୀତ ୧୪:୩) | ଆମେ ଈଶ୍ଵରଙ୍କ ଆଜ୍ଞା ବିରୁଦ୍ଧରେ ବିଦ୍ରୋହ କରିଅଛୁ; ଆମେ “ମେଷ ଭଳି ବିପଥଗାମୀ ହୋଇଅଛୁ” (ଯିଶାୟ ୫୩:୬) |

ଦୁସମ୍ବାଦ ହେଉଛି ଯେ ପାପର ବେତନ ମୃତ୍ୟୁ ଅଟେ | “ଯେଉଁ ପ୍ରାଣୀ ପାପ କରେ, ସେହି ମରିବ” (ଯିହିଜିକଲ ୧୮:୪) | ଶୁଭ ସମ୍ବାଦ ହେଉଛି ଯେ ପ୍ରେମିକ ପରେମେଶ୍ଵର ଆମକୁ ପରିତ୍ରାଣ ଦେବା ପାଇଁ ଆମର ଅନୁଧାବନ କଲେ | ଯୀଶୁ ତାହାଙ୍କ ଉଦ୍ଦେଶ୍ୟ ଘୋଷଣା କରିଥିଲେ, “କାରଣ ଯାହା ହଜିଅଛି, ତାହା ଖୋଜି ରକ୍ଷା କରିବାକୁ ମନୁଷ୍ୟପୁତ୍ର ଆସିଅଛନ୍ତି “ (ଲୂକ ୧୯:୧୦) ଏବଂ ସେ ତାହାଙ୍କ ଉଦ୍ଦେଶ୍ୟ ପୂରଣ କଲେ ବୋଲି ପ୍ରମାଣ ଦେଇ, ଯେବେ ସେ ଏହି ଶବ୍ଦକୁ ଉଚ୍ଚାରଣ କରି କ୍ରୁଶରେ ପ୍ରାଣ ଦେଲେ, “ସମାପ୍ତ ହେଲା” (ଯୋହନ ୧୯:୩୦) |

ଈଶ୍ଵରଙ୍କ ସହିତ ଠିକ୍ ସମ୍ପର୍କ ପାପ ସ୍ଵୀକାର କରିବା ଦ୍ୱାରା ହିଁ ଆରମ୍ଭ ହୋଇ ଥାଏ । ପରବର୍ତ୍ତୀ ପଦକ୍ଷେପ ହେଉଛି ନମ୍ରତାର ସହ ଈଶ୍ଵର ଙ୍କ ନିକଟରେ ନିଜ ପାପକୁ ସ୍ଵୀକାର କରିବା (ଯିଶାୟ ୫୭:୧୫) ଏବଂ ପାପକୁ ସଂପୂର୍ଣ୍ଣ ଭାବରେ ତ୍ୟାଗ କରିବାକୁ ଏକ ଦୃଢ଼ ରୂପେ ପ୍ରତିଜ୍ଞାବଦ୍ଧ ହେବା | “କାରଣ ଧାର୍ମିକତାପ୍ରାପ୍ତି ନିମନ୍ତେ ମନୁଷ୍ୟ ହୃଦୟରେ ବିଶ୍ଵାସ କରେ ଓ ପରିତ୍ରାଣ ପ୍ରାପ୍ତି ନିମନ୍ତେ ମୁଖରେ ସ୍ଵୀକାର କରେ” (ରୋମୀୟ ୧୦:୧୦) |

ଏହି ଅନୁତାପ, ବିଶ୍ଵାସ ସହ ହେବା ଆବଶ୍ୟକ-ବିଶେଷ ଭାବରେ, ଏହି ବିଶ୍ଵାସ ଯେ ଯୀଶୁଙ୍କ ବଳୀକୃତ ମୃତ୍ୟୁ ତଥା ଆଶ୍ଚର୍ଯଜନକ ପୁନରୁଥାନ, ତାହାଙ୍କୁ ତୁମ ଜୀବନର ଉଦ୍ଧାରକର୍ତ୍ତା ରୂପେ ଯୋଗ୍ୟ କରେ | “ଯେଣୁ ଯଦି ତୁମେ ମୁଖରେ ଯୀଶୁଙ୍କୁ ପ୍ରଭୁ ବୋଲି ସ୍ଵୀକାର କରିବା, ଆଉ ଈଶ୍ଵର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଅଛନ୍ତି ବୋଲି ହୃଦୟରେ ବିଶ୍ଵାସ କରିଵ, ତେବେ ପରିତ୍ରାଣ ପାଇବ” (ରୋମୀୟ ୧୦:୯) | ଆହୁରି, ବାଇବଲର ଅନେକ ଶାସ୍ତ୍ରାଂସ ବିଶ୍ଵାସ କରିବାର ଆବଶ୍ୟକତାକୁ ଗୁରୁତ୍ଵ ଦିଏ, ଯଥା ଯୋହନ ୨୦:୨୭; ପ୍ରେରିତ ୧୬:୩୧; ଗାଲାତୀୟ ୨:୧୬; ୩:୧୧, ୨୬; ଏଫିସୀୟ ୨:୮ |

ଈଶ୍ଵରଙ୍କ ସହ ସଠିକ୍ ହେବା ହେଉଛି, ଈଶ୍ଵର ଯାହା ତୁମ ପାଇଁ କରିଅଛନ୍ତି, ସେଥିପ୍ରତି ତୁମର ପ୍ରତିକ୍ରିୟା ଦେବା | ସେ ଉଦ୍ଧାରକର୍ତ୍ତାକୁ ପ୍ରେରଣ କଲେ, ପାପ ଦୂର କରିବା ପାଇଁ ସେ ବଳିଦାନ ଯୋଗାଇଲେ (ଯୋହନ ୧:୨୯) ଏବଂ ସେ ଏହି ପ୍ରତିଜ୍ଞା ଯାଚୁଛନ୍ତି: “ଯଦି କେହି ପ୍ରଭୁଙ୍କ ନାମରେ ପ୍ରାର୍ଥନା କରିବା, ସେ ପରିତ୍ରାଣ ପାଇବ” (ପ୍ରେରିତ ୨:୨୧) |

ଅପବ୍ୟୟୀ ପୁତ୍ରର ଦୃଷ୍ଟାନ୍ତ ହେଉଛି ଅନୁତାପ ଓ ପାପକ୍ଷମାର ଏକ ସୁନ୍ଦର ଚିତ୍ରଣ (ଲୂକ ୧୫:୧୧-୩୨) | ସାନ ପୁଅ ଲଜ୍ଜାଜନକ ପାପରେ ପିତାଙ୍କ ଦାନକୁ ଅପବ୍ୟୟ କରିଦେଲା (ପଦ ୧୩) | ଯେତେବେଳେ ସେ ନିଜର ଭୁଲକୁ ସ୍ଵୀକାର କଲା, ସେ ଘରକୁ ଫେରିବାକୁ ନିଷ୍ପତି ନେଲା (ପଦ ୧୮) | ସେ ଭାବିଥିଲା ଯେ ସେ ପୁଅ ଭାବରେ ଆଉ କେବେ ବି ଗ୍ରହଣ କରାଯିବ ନାହିଁ (ପଦ ୧୯), କିନ୍ତୁ ତାହାର ଭାବନା ଭୁଲ ଥିଲା | ବାପା, ମନ ଫେରାଇଥିବା ବିଦ୍ରୋହୀ ପୁଅକୁ ପୂର୍ବ ପରି ବହୁତ ପ୍ରେମ କଲେ (ପଦ ୨୦) | ତାହାର ସମସ୍ତ ପାପ କ୍ଷମା କରାଗଲା ଓ ତାହାର ଫେରିବା ଆନନ୍ଦରେ ଭୋଜର ଆୟୋଜନ କରାଗଲା (ପଦ ୨୪) | ଈଶ୍ଵର ଆପଣା ପ୍ରତିଜ୍ଞାଗୁଡ଼ିକୁ ରକ୍ଷା କରିବାରେ ବିଶ୍ଵସ୍ତ ଅଟନ୍ତି, ତାହା ପାପ କ୍ଷମା କରିବାର ପ୍ରତିଜ୍ଞାକୁ ସୁଦ୍ଧା ସାମିଲ କରେ | “ସଦାପ୍ରଭୁ ଭଗ୍ନ ଅନ୍ତଃକରଣ ମାନଙ୍କର ନିକଟବର୍ତ୍ତୀ ଅଟନ୍ତି ଓ ସେ ଚୁର୍ଣ୍ଣମନାମାନଙ୍କୁ ପରିତ୍ରାଣ କରନ୍ତି” (ଗୀତ ୩୪:୧୮) |

ଯଦି ଆପଣ ଈଶ୍ଵରଙ୍କ ସହ ଠିକ୍ ହେବାକୁ ଇଚ୍ଛା କରନ୍ତି, ତେବେ ନିମ୍ନରେ ପ୍ରାର୍ଥନାର ଏକ ନମୁନା ଦିଆଯାଇଅଛି | ମନେ ରଖନ୍ତୁ, ଏହି ପ୍ରାର୍ଥନା କରିବା ଦ୍ଵାରା ଅବା ଏହି ପରି ଅନ୍ୟ କୌଣସି ପ୍ରାର୍ଥନା ଆପଣଙ୍କୁ ଉଦ୍ଧାର କରି ପାରିବ ନାହିଁ କିନ୍ତୁ କେବଳ ଖ୍ରୀଷ୍ଟଙ୍କ ଠାରେ ବିଶ୍ଵାସ କରିବା ଦ୍ଵାରା ହିଁ ପାପରୁ ଉଦ୍ଧାର ପାଇପାରିବେ |

ଏହି ପ୍ରାର୍ଥନାର ଉଦ୍ଦେଶ୍ୟ ହେଉଛି, ଇଶ୍ଵରଙ୍କଠାରେ ନିଜ ବିଶ୍ଵାକୁ ପ୍ରକାଶ କରିବ। ଓ ସେ ତୁମ ପାଇଁ ପରିତ୍ରାଣ ଯୋଗାଇ ଥିବାରୁ ତାହାଙ୍କ ପ୍ରତି ଧନ୍ୟବାଦୀ ହେବ| । ପ୍ରାର୍ଥନା - “ହେ ଇଶ୍ଵର, ମୁଁ ଜାଣେ ଯେ ମୁଁ ତୁମ ବିରୁଦ୍ଧରେ ପାପ କରିଅଛି ଏବଂ ମୁଁ ଦଣ୍ଡ ପାଇବା ପାଇଁ ଯୋଗ୍ୟ | କିନ୍ତୁ ମୁଁ ବିଶ୍ଵାସ କରେ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ମୋର ପାପର ଦଣ୍ଡକୁ କୃଶରେ ଭୋଗ କରି ଅଛନ୍ତି | ତାହାଙ୍କ ଠାରେ ବିଶ୍ଵାସ କରିବା ଦ୍ଵାରା ମୋର ପାପକ୍ଷମା ହୋଇପାରିବ | ପରିତ୍ରାଣ ପାଇବା ପାଇଁ ମୁଁ ତୁମ୍ଭଠାରେ ବିଶ୍ଵାସ କରୁଅଛି | ତୁମର ମହା ଅନୁଗ୍ରହ, କ୍ଷମା ଓ ଅନନ୍ତ ଜୀବନ ପାଇଁ ମୁଁ ତୁମକୁ ଧନ୍ୟବାଦ ଦେଉଅଛି” ଆମେନ୍ |

ଏଠାରେ ଆପଣ ଯାହା ପଢିଲେ ସେହି କାରଣରୁ ଆପଣ ଖ୍ରୀଷ୍ଟଙ୍କ ନିମନ୍ତେ ଗୋଟିଏ ନିଷ୍ପତ୍ତି ନେଲେ କି? ଦୟାକରି ନିମ୍ନରେ ଥିବା "ଆଜି ମୁଁ ଖ୍ରୀଷ୍ଟଙ୍କୁ ଗ୍ରହଣ କରିଅଛି" ବୋତାମକୁ କ୍ଲିକ୍ କରନ୍ତୁ

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ଈଶ୍ଵରଙ୍କ ସହ ମୁଁ କିପରି ସଠିକ୍ ହୋଇପାରିବି?
© Copyright Got Questions Ministries