settings icon
share icon
ପ୍ରଶ୍ନ

ଈଶ୍ବରଙ୍କ ପୂର୍ଣ୍ଣ ଯୁଦ୍ଧାବରଣ କ'ଣ?

ଉତ୍ତର


"ଈଶ୍ବର ଦତ୍ତ ସମସ୍ତ ସଜ୍ଜା" ବାକ୍ୟାଂଶଟି ଏଫିସୀୟ ୬:୧୩-୧୭ରୁ ଆନୀତ : "ଏଣୁ ତୁମ୍ଭେମାନେ ଯେପରି ଦୁର୍ଦ୍ଦିନରେ ପ୍ରତିରୋଧ କରି ସର୍ବଜୟୀ ହୋଇ ଅଟଳ ରହିପାର, ଏଥିନିମନ୍ତେ ଈଶ୍ବରଦତ୍ତ ସମସ୍ତ ସଜ୍ଜା ଗ୍ରହଣ କର । ଅତଏବ, ସତ୍ୟରୂପ କଟିବନ୍ଧନୀରେ କଟି ବାନ୍ଧି ଧାର୍ମିକତାରୂପ ଉରସ୍ତ୍ରାଣ ପରିଧାନ କର, ଶାନ୍ତିଦାୟକ ସୁସମାଚାର ନିମନ୍ତେ ସୁସଜ୍ଜତାରୂପ ପାଦୁକା ପାଦରେ ପିନ୍ଧି ଅଟଳ ହୋଇଥାଅ; ସେଥି ସଙ୍ଗେ ସଙ୍ଗେ, ଯଦ୍ଦ୍ବାରା ପାପାତ୍ମାର ଅଗ୍ନିବାଣସବୁ ନିର୍ବାଣ କରିବାକୁ ସମର୍ଥ ହୁଅ, ସେହି ବିଶ୍ବାସରୂପ ଢାଲ ଧାରଣ କର । ପୁଣି ପରିତ୍ରାଣରୂପ ଶିରସ୍ତ୍ରାଣ ପରିଧାନ କର ଓ ଆତ୍ମାଙ୍କ ଖଡ୍ଗ ଅର୍ଥାତ୍ ଈଶ୍ବରଙ୍କ ବାକ୍ୟ ଧାରଣ କର;"

ଏଫିସୀୟ ୬:୧୨ ସ୍ବଷ୍ଟ ରୂପେ ଦର୍ଶାଏ ଯେ, ଶୟତାନ ସହ ଯୁଦ୍ଧ ହେଉଛି ଆତ୍ମିକ, ଏବଂ ସେଇଥିଯୋଗୁଁ ତା ବିରୁଦ୍ଧରେ ଏବଂ ତା ସହଚରଗଣଙ୍କ ବିରୁଦ୍ଧରେ ସ୍ବର୍ଶ୍ବ କରିହେଉଥିବା କୌଣସି ଅସ୍ତ୍ର ସଫଳୀକୃତ ଭାବେ ପ୍ରୟୋଗ କରାଯାଇପାରିବନାହିଁ । ଶୟତାନ ବ୍ୟବହାର କରିବାକୁ ଥିବା ନିର୍ଦ୍ଧିଷ୍ଟ ଚାତୁରୀଗୁଡିକର ଏକ ତାଲିକା ଆମ୍ଭମାନଙ୍କୁ ପ୍ରଦାନ କରାଯାଇନାହିଁ । ଅଥଚ, ଏହି ଶାସ୍ତ୍ରାଂଶଟି ନିଶ୍ଚିତ ସ୍ବଷ୍ଟ ଯେ, ଆମେ ଯେତେବେଳେ ବିଶ୍ବସ୍ତ ଭାବେ ଏହି ସମସ୍ତ ନିର୍ଦ୍ଦେଶାବଳୀକୁ ବିଶ୍ବସ୍ତ ସହକାରେ ଅନୁସରଣ କରୁ, ଆମେ ଯୁଦ୍ଧ କ୍ଷେତ୍ରରେ ଠିଆ ହେବାକୁ ସକ୍ଷମ ହୋଇପାରିବା ଏବଂ ଶୟତାନ ଯେକୌଣସି କୌଶଳ ପ୍ରୟୋଗ କରୁ ନା ଆମେ ଜୟଲାଭ କରିବା ।

ଆମ ସଜ୍ଜାର ପ୍ରଥମ ଉପାଦାନ ହେଉଛି ସତ୍ୟ (୧୪ ପଦ) । ବୁଝିବାକୁ ଏହା ସହଜ, ଯେହେତୁ ଶୟତାନକୁ "ମିଥ୍ୟାବାଦୀମାନଙ୍କର ପିତା" (ଯୋହନ ୮:୪୪) ବୋଲି କୁହାଯାଇଛି । ଘୃଣାଯୋଗ୍ୟ ବୋଲି ଈଶ୍ବର ବିବେଚନା କରୁଥିବା ବିଷୟଗୁଡିକର ତାଲିକାରେ ପ୍ରତାରଣା ସର୍ବୋଚ୍ଚରେ ରହିଛି । ଏକ "ମିଥ୍ୟବାଦୀ ଓଷ୍ଠ" ହେଉଛି ଏକ ବିଷୟ ଯାହା "ଈଶ୍ବରଙ୍କ ଘୃଣାଯୋଗ୍ୟ" ବିଷୟଗୁଡିକ ମଧ୍ୟରୁ ଗୋଟିଏ ଅଟେ (ହିତୋପଦେଶ ୬:୧୬-୧୭) । ଅତଏବ ଆମ୍ଭେମାନେ ଆମ୍ଭମାନଙ୍କ ନିଜ ପବିତ୍ରୀକରଣ ଏବଂ ଉଦ୍ଧାର ନିମନ୍ତେ ଏବଂ ସେହିପରି ଆମେ ଯେଉଁମାନଙ୍କ ନିକଟରେ ସାକ୍ଷ୍ୟ ପ୍ରଦାନ କରୁ ସେମାନଙ୍କର ଲାଭ ନିମନ୍ତେ ସତ୍ୟକୁ ପରିଧାନ କରିବା ନିମନ୍ତେ ଉତ୍ସାହିତ କରାଯାଉଛି ।

ପୁଣି, ୧୪ ପଦରେ ଆମ୍ଭମାନଙ୍କୁ ଧାର୍ମିକତାରୂପ ଊରସ୍ତ୍ରାଣ ପରିଧାନ କରିବା ନିମନ୍ତେ କୁହାଯାଇଛି । ଏକ ଊରସ୍ତ୍ରାଣ ଯୋଦ୍ଧାର ମୁଖ୍ୟ ଅଙ୍ଗପ୍ରତ୍ୟଙ୍ଗକୁ ଆକ୍ରମଣରୁ ରକ୍ଷା କରିଥାଏ , ଊରସ୍ତ୍ରାଣ ବିନା ଯୋଦ୍ଧା ସାଂଘାତିକ ଭାବେ ଆକ୍ରମଣର ଶିକାର ହେବ । ଏହି ଧାର୍ମିକତା ମନୁଷ୍ୟମାନଙ୍କ ଦ୍ବାରା କରାଯାଉଥିବା ଧାର୍ମିକତାର କାର୍ଯ୍ୟ ନୁହେଁ । ବରଂ, ଏହା ଖ୍ରୀଷ୍ଟଙ୍କର ଧାର୍ମିକତା ଅଟେ ଯାହା ଈଶ୍ବରଙ୍କ ଦ୍ବାରା ହୋଇ ବିଶ୍ବାସ ଦ୍ବାରା ପ୍ରାପ୍ତ କରାଯାଇଥାଏ, ଯାହାକି ଆମ୍ଭମାନଙ୍କର ହୃଦୟକୁ ଶୟତାନର ଦୋଷାରୋପଣ ଏବଂ ଅଭିଯୋଗରୁ ରକ୍ଷା କରିଥାଏ ଏବଂ ତା' ଆକ୍ରମଣଗୁଡିକରୁ ଆମ୍ଭମାନଙ୍କର ହୃଦୟର ଗଭୀରତମ ସ୍ଥାନରେ ଥିବା ବ୍ୟକ୍ତିଙ୍କୁ ରକ୍ଷା କରିଥାଏ ।

୧୫ ପଦ ଆତ୍ମିକ ଯୁଦ୍ଧ ନିମନ୍ତେ ଚରଣର ପ୍ରସ୍ତୁତିକରଣ ବିଷୟରେ କୁହେ । ଯୁଦ୍ଧକ୍ଷେତ୍ରରେ, ବେଳେବେଳେ ଶତ୍ରୁ ଆଗେଇ ଯାଉଥିବା ସୈନ୍ୟମାନଙ୍କ ରାସ୍ତାରେ ବିପଦପୂର୍ଣ୍ଣ ପ୍ରତିବନ୍ଧକଗୁଡିକୁ ରୋପଣ କରିଥାଏ । ପାଦୁକା ଭାବରେ ସୁସମାଚାରର ପ୍ରସ୍ତୁତିକରଣର ଧାରଣା ସେହି ବିଷୟକୁ ମନରେ ଧାରଣା ଜନ୍ମାଏ ଯେ ସୁସମାଚାର ରାସ୍ତାରେ ଫାନ୍ଦଗୁଡିକ ରହିବାର ଅବଗତ ହୋଇ ଖ୍ରୀଷ୍ଟଙ୍କ ନିମନ୍ତେ ଆତ୍ମାଲାଭ କରିବା ନିମନ୍ତେ ଅତ୍ୟାବଶ୍ୟକ ହେଉଥିବା ଅନୁଗ୍ରହର ବାର୍ତ୍ତା ଧରି ଶୟତାନର ରାଜତ୍ବ ଅଞ୍ଚଳରେ ଆଗେଇ ଯିବାକୁ ପଡିବ । ସୁସମାଚାର ପ୍ରଚାରକୁ ଅଟକାଇବା ପାଇଁ ଶୟତାନ ରାସ୍ତାରେ ଅନେକ ପ୍ରତିବନ୍ଧକଗୁଡିକ ସ୍ଥାପନ କରିଅଛି ।

୧୬ ପଦରେ କୁହାଯାଇଥିବା ବିଶ୍ବାସରୂପକ ଢାଲ ଈଶ୍ବରଙ୍କ ଓ ତାଙ୍କ ବାକ୍ୟର ବିଶ୍ବସ୍ତନୀୟତା ବିଷୟରେ ଶୟତାନର ସନ୍ଦେହର ବୀଜ ବୁଣିକୁ ଫଳପ୍ରଦହୀନ କରେ । ଆମର ବିଶ୍ବାସ - ଖ୍ରୀଷ୍ଟ ଯେଉଁଥିର "ନେତା ଓ ସିଦ୍ଧିଦାତା" ଅଟନ୍ତି (ଏବ୍ରୀ ୧୨: ୧) ଏକ ସ୍ବର୍ଣ୍ଣ ଢାଲ ପରି, ବହୁମୂଲ୍ୟ, ଅପରିବର୍ତ୍ତନୀୟ ଓ ମୂଲ୍ୟବାନ୍ ।

୧୭ ପଦରେ ଥିବା ପରିତ୍ରାଣର ଶିରସ୍ତ୍ରାଣ, ମସ୍ତକର ସୁରକ୍ଷା କବଚ, ଯାହା ଶରୀରର ଏକ ଅତିଗୁରୁତ୍ବପୂର୍ଣ୍ଣ ଅଂଶକୁ ସ୍ବତନ୍ତ୍ର ଭାବେ ସୁରକ୍ଷା ଦିଏ । ଆମେ କହିପାରୁ ଯେ, ଆମ ଚିନ୍ତା କରିବାର ଉପାୟ ସଂରକ୍ଷଣର ଆବଶ୍ୟକତା କରେ । ମସ୍ତକ ହେଉଛି ମନର ଆସନ, ଯାହା ଯେତେବେଳେ ଅନନ୍ତ ଜୀବନର ନିଶ୍ଚିତ ସୁସମାଚାର ଆଶା ବଳପୂର୍ବକ ଅଧିକାର କରେ, ଏହା ଭ୍ରାନ୍ତ ମତବାଦ ଏବଂ ଶୟତାନର ପ୍ରଲୋଭନଗୁଡିକୁ ସ୍ଥାନ ଦେବ ନାହିଁ । ଉଦ୍ଧାରପ୍ରାପ୍ତ ହୋଇନଥିବା ବ୍ୟକ୍ତି ଭ୍ରାନ୍ତ ମତଗୁଡିକର ତୀରଗୁଡିକୁ ନିବାରଣ କରିବାର ଆଶା ନ ଥାଏ କାରଣ ସେ ପରିତ୍ରାଣର ଶିରସ୍ତ୍ରାଣ ବିନା ରହିଛି ଏବଂ ତା' ମନ ଆତ୍ମିକ ସତ୍ୟତା ଏବଂ ଆତ୍ମିକ ପ୍ରତାରଣାକୁ ଚିହ୍ନିବାରେ ଅସମର୍ଥ ଅଟେ ।

୧୭ ପଦ ଆତ୍ମାଙ୍କ ଖଡ୍ଗ ନିଜକୁ ନିଜେ ବ୍ୟାଖ୍ୟା କରି କୁହେ ଯେ ଏହା ଈଶ୍ବରଙ୍କ ବାକ୍ୟ ଅଟେ । ଯେତେବେଳେ କି ଅନ୍ୟ ସମସ୍ତ ଆତ୍ମିକ ସଜ୍ଜାଗୁଡିକ ପ୍ରକୃତିରେ ଆକ୍ରମଣରୁ ରକ୍ଷା କରିବା ନିମନ୍ତେ ଉଦ୍ଧିଷ୍ଟ ଅଟେ, ଆତ୍ମାଙ୍କ ଖଡ୍ଗ କିନ୍ତୁ ଈଶ୍ବରଙ୍କ ସଜ୍ଜା ମଧ୍ୟରେ ଆକ୍ରମଣାତ୍ମକ ଅଟେ । ଏହା ଈଶ୍ବରଙ୍କ ବାକ୍ୟର ପବିତ୍ରତାର ଶକ୍ତି ବିଷୟରେ କୁହେ । ଏକ ମହାନ ଆତ୍ମିକ ଯୁଦ୍ଧାସ୍ତ୍ର ଅକଳନୀୟ ଅଟେ । ପ୍ରାନ୍ତରରେ ଯୀଶୁଙ୍କ ପରୀକ୍ଷା ସମୟରେ, ଈଶ୍ବରଙ୍କ ବାକ୍ୟ ଶୟତାନ ପ୍ରତି ଯୀଶୁଙ୍କ ଅତି ତୀବ୍ର ଉତ୍ତର ଥିଲା । ଆମେ କେଡେ ଆଶୀର୍ବାଦପ୍ରାପ୍ତ ଯେ ସେହି ବାକ୍ୟ ହିଁ ଆମ୍ଭମାନଙ୍କ ନିମନ୍ତେ ଉପଲବ୍ଧ ଅଟେ!

୧୮ ପଦରେ, ଈଶ୍ବରଙ୍କ ସମସ୍ତ ସଜ୍ଜା ପରିଧାନ କରିବା ସମେତ ଆମ୍ଭମାନଙ୍କୁ ଆତ୍ମାରେ ପ୍ରାର୍ଥନା କରିବା ନିମନ୍ତେ କୁହାଯାଇଛି (ତାହା ହେଉଛି, ଖ୍ରୀଷ୍ଟଙ୍କ ମନରେ, ତାହାଙ୍କ ହୃଦୟ ସହ ଏବଂ ତାଙ୍କ ଅଗ୍ରାଧିକାର ଅନୁସାରେ) । ଆମେ ପ୍ରାର୍ଥନାକୁ ଅବହେଳା କରି ନ ପାରୁ, ଯେହେତୁ ଏହା ଏକ ମାଧ୍ୟମ ଯାହା ମାଧ୍ୟମରେ ଆମେ ଈଶ୍ବରଙ୍କଠାରୁ ଆତ୍ମିକ ଶକ୍ତି ଆହରଣ କରିଥାଉ । ପ୍ରାର୍ଥନା ବିନା, ଈଶ୍ବରଙ୍କଠାରେ ଆଉଜିପଡିବା ବିନା, ଆତ୍ମିକ ଯୁଦ୍ଧକ୍ଷେତ୍ରରେ ଆମର ପ୍ରଚେଷ୍ଟା ସକଳ ଶୂନ୍ୟ ଏବଂ ନିଷ୍ଫଳ । ଈଶ୍ବରଙ୍କ ସମସ୍ତ ସଜ୍ଜା - ସତ୍ୟତା, ଧାର୍ମିକତା, ସୁସମାଚାର, ବିଶ୍ବାସ, ପରିତ୍ରାଣ, ଈଶ୍ବରଙ୍କ ବାକ୍ୟ ଏବଂ ପ୍ରାର୍ଥନା ହେଉଛନ୍ତି ଈଶ୍ବରଦତ୍ତ ଉପକରଣଗୁଡିକ, ଯାହା ଦ୍ବାରା ଆମେ ଶୟତାନର ଆକ୍ରମଣଗୁଡିକ ଏବଂ ତାହାର ପ୍ରଲୋଭନସବୁକୁ ଆୟତ୍ତ କରି ଆତ୍ମିକ ଭାବେ ବିଜୟୀ ଅଟୁ ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ଈଶ୍ବରଙ୍କ ପୂର୍ଣ୍ଣ ଯୁଦ୍ଧାବରଣ କ'ଣ?
© Copyright Got Questions Ministries