settings icon
share icon
ପ୍ରଶ୍ନ

ଆମେ ଆମ ବନ୍ଧୁ ଓ ପରିବାର ସଦସ୍ୟଙ୍କୁ ସ୍ବର୍ଗରେ ଦେଖିବାକୁ ଓ ଜାଣିବାକୁ ସକ୍ଷମ ହୋଇପାରିବାକି?

ଉତ୍ତର


ଅନେକ ଲୋକ କୁହନ୍ତି ଯେ ସେମାନେ ସ୍ବର୍ଗରେ ପହଞ୍ଚିଲା ପରେ ପ୍ରଥମେ ସେମାନଙ୍କ ପୂର୍ବରୁ ଯେଉଁମାନେ ଜଗତରୁ ବିଦାୟ ନେଇଅଛନ୍ତି ଏପରି ସେମାନଙ୍କର ବନ୍ଧୁ ଓ ପ୍ରିୟଜନଙ୍କୁ ଦେଖିବେ । ଅନନ୍ତକାଳରେ, ଆମ ବନ୍ଧୁ ଓ ପରିଜନଙ୍କୁ ଦେଖିବା ନିମନ୍ତେ, ଜାଣିବା ନିମନ୍ତେ ଏବଂ ସେମାନଙ୍କ ସହ ସମୟ ବିତାଇବା ନିମନ୍ତେ ଯଥେଷ୍ଟ ସମୟ ଅଛି । ଅଥଚ, ସ୍ବର୍ଗରେ ତାହା ଆମ୍ଭମାନଙ୍କର ମୁଖ୍ୟ କେନ୍ଦ୍ର ମନୋନିବେଶ କରିବାର ବିଷୟ ନୁହେଁ । ଆମେ ଈଶ୍ବରଙ୍କ ଉପାସାନା କରିବା ଏବଂ ସ୍ବର୍ଗର ଆଶ୍ଚର୍ଯ୍ୟ ବିଷୟଗୁଡିକୁ ଉପଭୋଗ କରିବାରେ ଅଧିକ ଅଭିନିବିଷ୍ଟ ହୋଇପଡିବା । ଆମ୍ଭମାନଙ୍କ ପ୍ରିୟଜନଙ୍କ ସହ ଆମ୍ଭମାନଙ୍କର ପୁନଃମିଳନ ଆମ୍ଭମାନଙ୍କ ଜୀବନରେ ଈଶ୍ବରଙ୍କ ଅନୁଗ୍ରହ ଏବଂ ଗୌରବକୁ, ତାଙ୍କ ଆଶ୍ଚର୍ଯ୍ୟ ପ୍ରେମ ଏବଂ ତାଙ୍କ ମହାନ୍ କାର୍ଯ୍ୟଗୁଡିକର ପୁନଃଗଣତି କରିବାରେ ପରିପୂର୍ଣ୍ଣ ହେବା ସମ ହେବ । ଆମେ ଅଧିକରୁ ଅଧିକ ଆନନ୍ଦ କରିବା କାରଣ ଆମେ ଅନ୍ୟା ବିଶ୍ବାସୀମାନଙ୍କ ଗହଣରେ ପ୍ରଭୁଙ୍କୁ ପ୍ରଶଂସା ଏବଂ ଉପାସନା କରିବା, ବିଶେଷତଃ ଯେଉଁମାନଙ୍କୁ ଆମେ ପୃଥିବୀରେ ପ୍ରେମ କରୁଥିଲୁ ।

ଆମେ ପରଜୀବନରେଏ ଲୋକମାନଙ୍କୁ ଚିହ୍ନିପାରିବା ନା ନାହିଁ ସେ ବିଷୟରେ ବାଇବଲା କ'ଣ କୁହେ? ଏନଦରର ଗୁଣିବିଦ୍ୟା କରୁଥିବା ବୃଦ୍ଧା ଯେତେବେଳେ ଶାମୁୟେଲଙ୍କୁ ମୃତମାନଙ୍କ ସାମ୍ରଜ୍ୟରୁ ଉଠାଇ ଆଣିଲେ ସେତେବେଳେ ଶାଉଲ ରାଜା ଶାମୁୟେଲଙ୍କୁ ଦେଖି ପାରିଲେ(୧ଶାମୁୟେଲ ୨୮:୮-୧୭) । ଯେତେବେଳେ ଦାଉଦଙ୍କ ଶିଶୁ ପୁତ୍ରର ମୃତ୍ୟୁ ହେଲା, ଦାଉଦ ଘୋଷଣା କଲେ, "ମୁଁ ତାହା ନିକଟକୁ ଯିବି, ମାତ୍ର ସେ ମୋ ନିକଟକୁ ଫେରିଆସିବ ନାହିଁ (୨ଶାମୁୟେଲ ୧୨:୨୩) । ଦାଉଦ ଧରିନେଲେ ଯେ, ସେ ସ୍ବର୍ଗରେ ତାଙ୍କ ପୁତ୍ରଙ୍କୁ ସ୍ବର୍ଗରେ ଦେଖିପାରିବେ ଯଦିଓ ସେ ଏକ ଶିଶୁ ଭାବରେ ମରିଥିଲା । ଲୂକ ୧୬:୧୯-୩୧ରେ, ଅବ୍ରହାମ, ଲାଜାର ଏବଂ ଧନୀ ବ୍ୟକ୍ତି ସମସ୍ତେ ମୃତ୍ୟୁ ପରେ ଚିହ୍ନା ଯାଆନ୍ତି । ଯୀଶୁଙ୍କ ରୂପାନ୍ତରିତ ଘଟନାରେ ମୋଶା ଏବଂ ଏଲୀୟ ଚିହ୍ନା ଯାଇଥିଲେ (ମାଥିଉ ୧୭:୩-୪) । ଏହି ସମସ୍ତ ଉଦାହରଣରେ, ବାଇବଲ ସୂଚୀତ କଲାପରି ଜଣାପଡେ ଯେ ଆମେ ମୃତ୍ୟୁ ପରେ ଚିହ୍ନାଯିବା ।

ବାଇବଲ ଘୋଷଣା କରେ ଯେ, ଆମେ ଯେତେବେଳେ ସ୍ବର୍ଗରେ ପହଞ୍ଚିବୁ, ଆମ୍ଭେମାନେ "ତାହାଙ୍କ [ଯୀଶୁଙ୍କ] ସଦୃଶ ହେବା; କାରଣ ସେ ଯେପରି, ଆମ୍ଭେମାନେ ସେପରି ତାହାଙ୍କୁ ଦର୍ଶନ କରିବା" (୧ଯୋହନ ୩:୨) । ଠିକ୍ ଯେପରି ଆମ୍ଭମାନଙ୍କ ପାର୍ଥିବ ଶରୀରଗୁଡିକ ପ୍ରଥମ ଆଦମଙ୍କ ସଦୃଶ ଥିଲା, ସେହିପରି ଆମ୍ଭମାନଙ୍କ ପୁନରୁତ୍ଥିତ ଶରୀରସବୁ ଖ୍ରୀଷ୍ଟଙ୍କ ପରି ହେବ (୧କରିନ୍ଥୀୟ ୧୫:୪୭) । "ଆଉ ଆମ୍ଭେମାନେ ଯେପରି ମୃତ୍ତିକାରେ ନିର୍ମିତା ସେହି ମନୁଷ୍ୟର ପ୍ରତିମୂର୍ତ୍ତି ଧାରଣ କରିଅଛୁ, ସେପରି ସେହି ସ୍ବର୍ଗୀୟ ବ୍ୟକ୍ତିଙ୍କ ପ୍ରତିମୂର୍ତ୍ତି ମଧ୍ୟ ଧାରଣ କରିବା । କାରଣ ଏହି କ୍ଷୟ ଶରୀରକୁ ଅକ୍ଷୟତାରୂପ ବସ୍ତ୍ର ପରିଧାନ କରିବାକୁ, ଆଉ ଏହି ମର୍ତ୍ତ୍ୟ ଶରୀରକୁ ଅମରତାରୂପ ବସ୍ତ୍ର ପରିଧାନ କରିବାକୁ ହେବ " (୧କରିନ୍ଥୀୟ ୧୫:୪୯, ୫୩) । ଅନେକ ଲୋକ ଯୀଶୁ ପୁନରୁତ୍ଥିତ ହେଲା ପରେ ତାଙ୍କୁ ଚିହ୍ନିପାରିଥିଲେ (ଯୋହନ ୨୦:୧୬, ୨୦; ୨୧:୧୨; ୧କରିନ୍ଥୀୟ ୧୫:୪-୭) । ଯଦି ଯୀଶୁ ତାଙ୍କ ଗୌରବମୟ ଶରୀରରେ ଚିହ୍ନାଗଲେ, ଆମେ ମଧ୍ୟ ଆମ୍ଭମାନଙ୍କ ଗୌରବମୟ ଶରୀରରେ ଚିହ୍ନାଯିବା । ଆମ୍ଭମାନଙ୍କ ପ୍ରିୟଜନଙ୍କୁ ସ୍ବର୍ଗରେ ଦେଖିବା ଏକ ଗୌରବମୟ ଦିଗ ଅଟେ, କିନ୍ତୁ ସ୍ବର୍ଗ ଈଶ୍ବରଙ୍କ ବିଷୟରେ ଅତି ଅଧିକ ଓ ଆମ୍ଭମାନଙ୍କ ବିଷୟରେ ଅତି କମ୍ ଅଟେ । ଆମେ ଆମ୍ଭମାନଙ୍କ ପ୍ରିୟଜନଙ୍କ ସହ ପୁନଃମିଳିତ ହୋଇ ସେମାନଙ୍କ ସହ ଈଶ୍ବରଙ୍କୁ ଅନନ୍ତକାଳ ଉପାସନା କରିବା କେତେ ଖୁସୀର ବିଷୟ ନ ହେବ ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ଆମେ ଆମ ବନ୍ଧୁ ଓ ପରିବାର ସଦସ୍ୟଙ୍କୁ ସ୍ବର୍ଗରେ ଦେଖିବାକୁ ଓ ଜାଣିବାକୁ ସକ୍ଷମ ହୋଇପାରିବାକି?
© Copyright Got Questions Ministries