settings icon
share icon
ପ୍ରଶ୍ନ

ଅନନ୍ତକାଳୀନ ସୁରକ୍ଷା କଅଣ ବାଇବଲଭିତ୍ତିକ ଶିକ୍ଷା?

ଉତ୍ତର


ଯେତେବେଳେ ଲୋକେ ଖ୍ରୀଷ୍ଟଙ୍କୁ ଉଦ୍ଧାରକର୍ତ୍ତାରୂପେ ବିଶ୍ଵାସ କରନ୍ତି, ସେମାନଙ୍କ ସମ୍ପର୍କ ଈଶ୍ଵରଙ୍କ ସହ ସ୍ଥାପିତ ହୁଏ ଯାହା ସେମାନଙ୍କୁ ଅନନ୍ତକାଳୀନ ସୁରକ୍ଷା ପ୍ରଦାନ କରେ I ଯିହୂଦା ୨୪ ଘୋଷଣା କରେ ଯେ, “ଯିଏ ତୁମ୍ଭମାନଙ୍କୁ ସ୍ଖଳନରୁ ରକ୍ଷା କରିବାକୁ ପୁଣି ଆପଣା ଗୌରବ ସମ୍ମୁଖରେ ମହାନନ୍ଦରେ ନିର୍ଦୋଷରୂପେ ଉପସ୍ଥିତ କରିବାକୁ ସକ୍ଷମ” I ଈଶ୍ଵରଙ୍କ ଶକ୍ତି ଜଣେ ବିଶ୍ଵାସୀକୁ ପତ୍ତନ ହେବାଠାରୁ ରକ୍ଷା କରେ । ଆମକୁ ତାହାଙ୍କ ଗୌରବମୟ ଉପସ୍ଥିତିରେ ଉପସ୍ଥାପନା କରାଇବା ତାହାଙ୍କ ଉପରେ ନିର୍ଭର କରେ, ଆମ ଉପରେ ନୁହେଁ I ଆମ ଅନନ୍ତକାଳୀନ ସୁରକ୍ଷା ହେଉଛି ଈଶ୍ଵର ଆମକୁ ସୁରକ୍ଷିତ ରଖିବାର ଫଳ, ଆମ ପରିତ୍ରାଣକୁ ଆମେ ସାଇତି ରଖିବା ନୁହଁ I

ଯୀଶୁ ଖ୍ରୀଷ୍ଟ ପ୍ରଚାର କଲେ, “ମୁଁ ସେମାନଙ୍କୁ ଅନନ୍ତ ଜୀବନ ଦିଏ, ଆଉ ସେମାନେ କଦାପି କେବେ ହେଁ ବିନଷ୍ଟ ହେବେ ନାହିଁ, ପୁଣି କେହି ମୋ ହସ୍ତରୁ ସେମାନଙ୍କୁ ହରଣ କରିବ ନାହିଁ I ମୋହର ପିତା ମୋତେ ଯାହା ଦେଇଅଛନ୍ତି, ତାହା ସବୁଠାରୁ ବହୁମୂଲ୍ୟ, ଆଉ ପିତାଙ୍କ ହସ୍ତରୁ କେହି ତାହା ହରଣ କରି ପାରେ ନାହିଁ” (ଯୋହନ ୧୦:୨୮-୨୯ଖ) I ଯୀଶୁ ଓ ପିତା ଦୁହେଁ ଆମକୁ ତାହାଙ୍କ ହସ୍ତରେ ଦୃଢ଼ ଭାବରେ ଧରିଅଛନ୍ତି I କିଏ ଆମକୁ ପିତା ଓ ପୁତ୍ରଙ୍କ ହସ୍ତରୁ ବିଛିନ୍ନ କରିବ?

ଏଫିସୀୟ ୪:୩୦ କହେ ଯେ ବିଶ୍ଵାସୀମାନେ “ପରିତ୍ରାଣର ଦିନ ପାଇଁ ମୁଦ୍ରଣ” କରାଯାଇଅଛନ୍ତି I ଯଦି ବିଶ୍ଵାସୀମାନଙ୍କ ଅନନ୍ତକାଳୀନ ସୁରକ୍ଷା ବା ନିରାପତ୍ତା ନ ଥାଏ, ତେବେ ମୁଦ୍ରାଙ୍କନ, ପରିତ୍ରାଣ ଦିବସ ପର୍ଯ୍ୟନ୍ତ ହୋଇ ପାରିବ ନାହିଁ, କିନ୍ତୁ ଏହା କେବଳ ପାପ କରିବା ଦିନ, ବିପଦ, ଅବିଶ୍ଵାସ ପର୍ଯ୍ୟନ୍ତ ହିଁ ସୀମିତ ରହିବ I ଯୋହନ ୩:୧୫-୧୬ ଆମକୁ କହେ ଯେ ଯେଉଁ ମାନେ ଖ୍ରୀଷ୍ଟଙ୍କୁ ବିଶ୍ଵାସ କରନ୍ତି, ସେମାନେ “ଅନନ୍ତ ଜୀବନ ପ୍ରାପ୍ତ” ହେବେ I ଯଦି ଜଣେ ବ୍ୟକ୍ତିକୁ ଅନନ୍ତ ଜୀବନ ପ୍ରତିଜ୍ଞା କରାଯାଇଅଛି, ପୁଣି ତାହା ସେହି ବ୍ୟକ୍ତିଠାରୁ ଛଡ଼।ଇନିଆଯାଏ, ତେବେ ତାହା ବାସ୍ତବରେ କଦାପି “ଅନନ୍ତ ଜୀବନ” ନ ଥିଲା I ଯଦି ଅନନ୍ତକାଳୀନ ସୁରକ୍ଷା ସତ୍ୟ ନୁହେଁ, ତେବେ ବାଇବଲରେ ପ୍ରତିଜ୍ଞା କରାଯାଇଥିବା ଅନନ୍ତଜୀବନ ବିଷୟ ଭୁଲ ସାବ୍ୟସ୍ତ ହେବ I

ଅନନ୍ତକାଳୀନ ସୁରକ୍ଷା ସବୁଠାରୁ ଶକ୍ତିଶାଳୀ ଯୁକ୍ତି ହେଉଛି ରୋମୀୟ ୮:୩୮-୩୯, “କାରଣ ମୃତ୍ୟୁ କି ଜୀବନ, ଦୂତ କି କର୍ତ୍ତାପଣ, ବର୍ତ୍ତମାନ କି ଭବିଷ୍ୟତ କି ପରାକ୍ରମ, ଉଚସ୍ଥ ବିଷୟ କି ନୀଚସ୍ଥ ବିଷୟ କି ଅନ୍ୟ କୌଣସି ସୃଷ୍ଟ ବସ୍ତୁ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ବାରା ପ୍ରକାଶିତ ଈଶ୍ଵରଙ୍କ ପ୍ରେମରୁ ଯେ ଆମ୍ଭମାନଙ୍କୁ ବିଛିନ୍ନ କରିପାରିବ ନାହିଁ, ଏହା ମୁଁ ନିଶ୍ଚୟ ଜାଣେ” I ଆମ ଅନନ୍ତକାଳୀନ ସୁରକ୍ଷା ଈଶ୍ଵରଙ୍କ ପ୍ରେମ ଉପରେ ଆଧାରିତ ଯାହା ସେ ପରିତ୍ରାଣ ଦେଇଥିବା ଲୋକ ମାନଙ୍କୁ ଦେଇ ଅଛନ୍ତି I ଆମ ଅନନ୍ତକାଳୀନ ସୁରକ୍ଷା ଖ୍ରୀଷ୍ଟଙ୍କ ଦ୍ଵାରା କ୍ରୟ କରାଯାଇଅଛି, ପିତାଙ୍କ ଦ୍ଵାରା ପ୍ରତିଜ୍ଞାତ ହୋଇଅଛି ଓ ପବିତ୍ର ଆତ୍ମାଙ୍କ ଦ୍ଵାରା ମୁଦ୍ରାଙ୍କିତ ହୋଇଅଛି I

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ଅନନ୍ତକାଳୀନ ସୁରକ୍ଷା କଅଣ ବାଇବଲଭିତ୍ତିକ ଶିକ୍ଷା?
© Copyright Got Questions Ministries