settings icon
share icon
ପ୍ରଶ୍ନ

ଶେଷ ସମୟ ଭାବବାଣୀ ଅନୁଯାୟୀ କ'ଣ ଘଟିବାକୁ ଯାଉଛି?

ଉତ୍ତର


ବାଇବଲ ଶେଷ ସମୟ ବିଷୟରେ ଅନେକ କିଛି କୁହେ । ବାଇବଲର ପ୍ରାୟ ପ୍ରତ୍ୟେକ ପୁସ୍ତକରେ ଶେଷ ସମୟ ବିଷୟକ ଭାବବାଣୀ ରହିଛି । ଏହି ସମସ୍ତ ଭାବବାଣୀକୁ ନେଇ ସେଗୁଡିକୁ ସଂଗଠିତ କରିବା କଷ୍ଟକର ହେବ । ନିମ୍ନ ଲିଖିତ ବିଷୟ ହେଉଛି ଶେଷ ସମୟରେ କ'ଣ ଘଟିବ ସେ ବିଷୟରେ ବାଇବଲ ଘୋଷଣା କରୁଥିବାର ଏକ ଅତି ସଂକ୍ଷିପ୍ତ ସାରାଂଶ ।

ଖ୍ରୀଷ୍ଟ ରାପଚର୍ (rapture) ଭାବେ ଜଣାଶୁଣା ଏକ ଘଟନାରେ ପୃଥିବୀରୁ ପୁନଃଜନ୍ମପ୍ରାପ୍ତ ବିଶ୍ବାସୀମାନଙ୍କୁ ଅପସାରଣ କରିବେ (୧ଥେସଲନିକୀୟ ୪:୧୩-୧୮; ୧କରିନ୍ଥୀୟ ୧୫:୫୧-୫୪) । ଖ୍ରୀଷ୍ଟଙ୍କ ବିଚାରାସନରେ, ଏହି ବିଶ୍ବାସୀଗଣ ପୃଥିବୀରେ ସେମାନେ କରିଥିବା ଉତ୍ତମ କାର୍ଯ୍ୟଗୁଡିକ ଏବଂ ବିଶ୍ବସ୍ତ ସେବା ନିମନ୍ତେ ପୁରସ୍କୃତ ହେବେ କିମ୍ବା ପୁରସ୍କାର ହରାଇବା, କିନ୍ତୁ ସେମାନେ ସେବା ଓ ବାଧ୍ୟତାର ଅଭାବ ଥିବା ଯୋଗୁଁ ଅନନ୍ତ ଜୀବନ ହରାଇବେ ନାହିଁ (୧କରିନ୍ଥୀୟ ୩:୧୧-୧୫; ୨କରିନ୍ଥୀୟ ୫:୧୦) ।

ଭଣ୍ଡଖ୍ରୀଷ୍ଟ (ପ୍ରକାଶିତ ପୁସ୍ତକରେ ବର୍ଣ୍ଣିତ ପଶୁ) କ୍ଷମତାର ଅଧିକାରୀ ହେବ ଏବଂ ଇଶ୍ରାୟେଲ ସହିତ ସାତ ବର୍ଷ ଏକ ଚୁକ୍ତିନାମା ସ୍ବାକ୍ଷର କରିବ (ଦାନିୟେଲ ୯:୨୭) । ଏହି ସାତ ବର୍ଷ ସମୟକୁ "କ୍ଲେଶ"ର ସମୟ କୁହାଯାଏ । ଏହି କ୍ଲେଶର ସମୟରେ, ଭୟଙ୍କର ଯୁଦ୍ଧ, ଦୁର୍ଭିକ୍ଷ, ମହାମାରୀ ଏବଂ ପ୍ରାକୃତିକ ବିପର୍ଯ୍ୟୟ ଘଟିବ । ଈଶ୍ବର ପାପ, ମନ୍ଦ ଏବଂ ଦୁଷ୍ଟତା ବିରୁଦ୍ଧରେ ଆପଣା କ୍ରୋଧ ଢାଳୁଥିବେ । ଏହି କ୍ଲେଶର ସମୟରେ Apocalypseରେ ଥିବା ଚାରିଜଣ ଅଶ୍ବ ଚଢାଳୀ ଦେଖାଦେବେ, ଏବଂ ସାତଗୋଟି ମୁଦ୍ରା, ସାତଗୋଟି ତୂରୀ ଏବଂ ବିଚାରର ପାତ୍ରଗୁଡିକ ଦେଖାଦେବ ।

ଏହି ସାତ ବର୍ଷର ଅର୍ଦ୍ଧେକ ସମୟରେ, ଭଣ୍ଡଖ୍ରୀଷ୍ଟ ଈଶ୍ରାୟେଲ ସହିତ କରିଥିବା ଚୁକ୍ତିନାମା ଭଙ୍ଗ କରିବ ଏବଂ ଏହା ବିରୁଦ୍ଧରେ ଯୁଦ୍ଧ କରିବ । ଭଣ୍ଡଖ୍ରୀଷ୍ଟ "ଘୃଣାଯୋଗ୍ୟ ବସ୍ତୁ" କରିବ ଏବଂ ଯିରୁଶାଲମ ମନ୍ଦିରରେ ପୂଜା ପାଇବା ନିମନ୍ତେ ତା ନିଜ ପ୍ରତିମୂର୍ତ୍ତି ସ୍ଥାପନ କରିବ (ଦାନିୟେଲ ୯:୨୭; ୨ଥେସଲନିକୀୟ ୨:୩-୧୦), ଯାହା ପୁନଃନିର୍ମିତ ହୋଇସାରିଥିବ । କ୍ଲେଶ ସମୟର ଦ୍ବିତୀୟ ଅର୍ଦ୍ଧଭାଗ "ମହାକ୍ଲେଶ"(ପ୍ରକାଶିତ ୭:୧୪) ଏବଂ "ଯାକୁବର ସଙ୍କଟ କାଳ" (ଯିରିମିୟ ୩୦:୭) ଭାବରେ ଜଣାଶୁଣା ।

ସାତ ବର୍ଷ କ୍ଲେଶର ଶେଷରେ, ଭଣ୍ଡଖ୍ରୀଷ୍ଟ ଯିରୁଶାଲମ ଉପରେ ଶେଷ ଆକ୍ରମଣ କରିବ, ଯାହା ଆର୍ମାଗିଦ୍ଦୋନ୍ ଯୁଦ୍ଧ ରୂପରେ ଶେଷ ହେବ । ଯୀଶୁଖ୍ରୀଷ୍ଟ ଆସିବେ, ଭଣ୍ଡଖ୍ରୀଷ୍ଟ ଓ ତା' ସୈନ୍ୟସକଳକୁ ବିନାଶ କରିବେ ଏବଂ ସେମାନଙ୍କୁ ଅଗ୍ନିମୟ ହ୍ରଦରେ ନିକ୍ଷେପ କରିବେ (ପ୍ରକାଶିତ ୧୯:୧୧-୧୨) । ତା'ପରେ ଖ୍ରୀଷ୍ଟ ଶୟତାନକୁ ପାତାଳକୁଣ୍ଡରେ ୧୦୦୦ ବର୍ଷ ନିମନ୍ତେ ବାନ୍ଧି ନିକ୍ଷେପ କରିବେ ଏବଂ ପୃଥିବୀରେ ତାଙ୍କ ଏକ-ହଜାର ବର୍ଷ ସମୟ ଶାସନ କରିବେ (ପ୍ରକାଶିତ ୨୦:୧-୬) ।

ଏକ ହଜାର ବର୍ଷର ଶେଷରେ, ଶୟତାନକୁ ମୁକ୍ତ କରାଯିବ, ତାକୁ ପୁନର୍ବାର ପରାସ୍ତ କରାଯିବ ଏବଂ ଅନନ୍ତକାଳ ନିମନ୍ତେ ଅଗ୍ନିମୟ ହ୍ରଦରେ ନିକ୍ଷେପ କରାଯିବ (ପ୍ରକାଶିତ ୨୦:୭-୧୦) । ଖ୍ରୀଷ୍ଟ ତା'ପରେ ସମସ୍ତ ଅବିଶ୍ବାସୀମାନଙ୍କୁ (ପ୍ରକାଶିତ ୨୦:୧୦-୧୫) ବୃହତ୍ ଶ୍ବେତ ସିଂହାସନ ସମ୍ମୁଖରେ ବିଚାର କରି ସେମାନଙ୍କୁ ଅଗ୍ନିମୟ ହ୍ରଦରେ ନିକ୍ଷେପ କରିବେ । ଖ୍ରୀଷ୍ଟ ତା'ପରେ ଏକ ନୂତନ ଆକାଶମଣ୍ଡଳ ଏବଂ ନୂତନ ପୃଥିବୀ ଏବଂ ନୂତନ ଯିରୁଶାଲମ ଯାହାକି ବିଶ୍ବାସୀମାନଙ୍କ ନିମନ୍ତେ ଅନନ୍ତକାଳୀନ ବାସସ୍ଥାନ ଆବାହନ କରିବେ । ସେଠାରେ ଆଉ ପାପ, ଦୁଃଖ କିମ୍ବା ମୃତ୍ୟୁ ରହିବନାହିଁ (ପ୍ରକାଶିତ ୨୧ ରୁ ୨୨ ଅଧ୍ୟାୟ) ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ଶେଷ ସମୟ ଭାବବାଣୀ ଅନୁଯାୟୀ କ'ଣ ଘଟିବାକୁ ଯାଉଛି?
© Copyright Got Questions Ministries