settings icon
share icon
ପ୍ରଶ୍ନ

କଅଣ ଈଶ୍ଵରଙ୍କ ଅସ୍ଥିତ୍ଵ ଅଛି? ଈଶ୍ଵରଙ୍କ ଅସ୍ଥିତ୍ଵର କଅଣ କିଛି ପ୍ରମାଣ ରହିଛି?
ଈଶ୍ଵରଙ୍କ ଅସ୍ଥିତ୍ଵତାକୁ ପ୍ରମାଣ କରିବା ଖଣ୍ଡନ କରାଯାଇ ନ ପାରେ । ବାଇବଲ କହେ ଯେ ଆମେ ବିଶ୍ଵାସରେ ଗ୍ରହଣ କରିବା ଯେ ଇଶ୍ଵର ଅସ୍ଥିତ୍ଵରେ ଅଛନ୍ତି : “ଆଉ ବିଶ୍ଵାସ ବିନା ତାହାଙ୍କ ସନ୍ତୋଷପାତ୍ର ହେବା ଅସମ୍ଭବ, କାରଣ ଈଶ୍ଵର ଯେ ଅଛନ୍ତି, ଆଉ ସେ ଯେ ତାହାଙ୍କ ଅନ୍ଵେଷଣାରୀ ମାନଙ୍କର ପୁରସ୍କାରଦାତା, ଏହା ତାହାଙ୍କ ଛାମୁକୁ ଆସିବା ଲୋକର ବିଶ୍ଵାସ କରିବା ଆବଶ୍ୟକ” (ଏବ୍ରୀ ୧୧:୬) | ଯଦି ଈଶ୍ଵର ଇଚ୍ଛା କରନ୍ତେ, ତେବେ ସେ ଦର୍ଶନ ଦେଇ ସମସ୍ତ ଜଗତକୁ ପ୍ରମାଣ ଦେଇ ପାରିଥାନ୍ତେ ଯେ ସେ ଅସ୍ଥିତ୍ଵରେ ଅଛନ୍ତି | କିନ୍ତୁ ଯଦି ସେ ତାହା କରନ୍ତି, ତେବେ ବିଶ୍ଵାସର କୌଣସି ଆବଶ୍ୟକତା ରହିବ ନାହିଁ | “ଯୀଶୁ ତାଙ୍କୁ କହିଲେ, ତୁମେ ମୋତେ ଦେଖିବାରୁ ବିଶ୍ଵାସ କରୁଅଛ? ଯେଉଁମାନେ ନ ଦେଖି ବିଶ୍ଵାସ କରିଅଛନ୍ତି, ସେମାନେ ଧନ୍ୟ” (ଯୋହନ ୨୦:୨୯) |

ତାହାର ଅର୍ଥ ଏହା ନୁହେଁ ଯେ ଈଶ୍ଵରଙ୍କ ଅସ୍ଥିତ୍ଵର କୌଣସି ପ୍ରମାଣ ନାହିଁ | ବାଇବଲ କହେ ଯେ, “ଆକାଶମଣ୍ଡଳ ପରମେଶ୍ଵରଙ୍କ ଗୌରବ ବର୍ଣ୍ଣନା କରେ; ଶୂନ୍ୟମଣ୍ଡଳ ତାହାଙ୍କ ହସ୍ତକୃତ କର୍ମ ପ୍ରକାଶ କରେ | ଦିବସ ଦିବସ ପ୍ରତି ବାକ୍ୟ ଉଚାରଣ କରେ ଓ ରାତ୍ରି ରାତ୍ରି ପ୍ରତି ଜ୍ଞାନ ପ୍ରକାଶ କରେ. କୌଣସି ବାକ୍ୟ କି ଭାଷା ନ ଥାଏ; ସେମାନଙ୍କ ରବ ଶୁଣାଯାଇ ନ ପାରେ | ସେମାନଙ୍କର ରଜ୍ଜୁ ସମୁଦାୟ ପୃଥିବୀରେ ଓ ସେମାନଙ୍କର ବାକ୍ୟ ଜଗତର ସୀମା ପର୍ଯ୍ୟନ୍ତ ବ୍ୟାପ୍ତ” (ଗୀତସଂହିତା ୧୯:୧-୪) | ତାରାଗଣକୁ ଦେଖିବା, ବ୍ରହ୍ମାଣ୍ଡର ବିଶାଳତାକୁ ବୁଝିବା, ପ୍ରକୃତିର ଆଶ୍ଚର୍ଯ୍ୟକୁ ଧ୍ୟାନ କରିବା, ଓ ସୂର୍ଯ୍ୟଅସ୍ତର ସୌନ୍ଦର୍ଯ୍ୟକୁ ଦେଖିବା –ଏହି ସମସ୍ତ ବିଷୟ ସୃଷ୍ଟିକର୍ତ୍ତା ଈଶ୍ଵରଙ୍କ ସୂଚନା ଦିଏ | ଯଦି ଏହିସବୁ ପ୍ରମାଣ ଯଥେଷ୍ଟ ନୁହେଁ, ଈଶ୍ଵର ଆମ ହୃଦୟରେ ତାହାଙ୍କ ଅସ୍ଥିତ୍ଵତାର ପ୍ରମାଣ ଦେଇଅଛନ୍ତି | ଉପଦେଶକ ୩:୧୧ କହେ ଯେ, “ସେ ପ୍ରତ୍ୟେକ ବିଷୟକୁ ତାହାର ସମୟରେ ଶୋଭିତ କରିଅଛନ୍ତି; ମଧ୍ୟ ସେ ସେମାନଙ୍କ ହୃଦୟରେ ଅନନ୍ତ କାଳ ରଖିଅଛନ୍ତି” | ଆମ ଅନ୍ତଃକରଣରେ ଏକ ବୋଧ ଅଛି ଯେ, ଜୀବନ ଉତ୍ତାରେ ଓ ଏହି ପୃଥିବୀ ବାହାରେ କିଛି ବିଷୟବସ୍ତୁ ରହିଅଛି | ଜ୍ଞାନରେ ଆମେ ଏହି ବିଷୟକୁ ଅସ୍ଵୀକାର କରିପାରୁ, କିନ୍ତୁ ଆମଠାରେ ଈଶ୍ଵରଙ୍କ ଉପସ୍ଥିତି ରହିଅଛି ଏବଂ ଆମ ଚତୁଃପାପାର୍ଶ୍ଵରେ ଏହା ପରିଲିଖିତ ହୁଏ, ଏହା ସତ୍ତ୍ୱେ , ବାଇବଲ ଚେତନା ଦିଏ ଯେ କେତେକ ଲୋକ ଈଶ୍ଵରଙ୍କ ଅସ୍ଥିତ୍ଵତାକୁ ତଥାପି ଅସ୍ଵୀକାର କରିବେ: “ମୂଢ଼ ମନେ ମନେ କହିଅଛି, ପରମେଶ୍ଵର ନାହାନ୍ତି”: (ଗୀତସଂହିତା ୧୪:୧) | କାରଣ ସମଗ୍ର ଇତିହାସରେ, ସମସ୍ତ ସଂସ୍କୃତିରେ, ସମସ୍ତ ସଭ୍ୟତାରେ, ଏବଂ ସମସ୍ତ ମହାଦେଶରେ କୌଣସି ପ୍ରକାରର ଏକ ଈଶ୍ଵରଙ୍କ ଅସ୍ଥିତ୍ଵତାକୁ ବିଶ୍ଵାସ କରନ୍ତି ଏହାର ଅର୍ଥ ନିଶ୍ଚିତ ଭାବେ କୌଣସି ଏକ ବିଷୟ ଅଛି ଯାହା ଫଳରେ ଲୋକେ ଏହି ପରି ଏକ ବିଶ୍ଵାସକୁ ସୃଷ୍ଟି କରୁଛି |

ଈଶ୍ଵରଙ୍କ ଅସ୍ଥିତ୍ଵତାର ସପକ୍ଷରେ ବାଇବଲଭିତ୍ତିକ ଯୁକ୍ତି ସହ, ତର୍କସଙ୍ଗତ ଯୁକ୍ତି ଗୁଡ଼ିକ ମଧ୍ୟ ରହିଛି | ପ୍ରଥମତଃ, ଜୀବସତ୍ତାବିଦ୍ୟା । ଜୀବସତ୍ତାବିଦ୍ୟା ଈଶ୍ଵରଙ୍କ ଅସ୍ଥିତ୍ଵକୁ ପ୍ରମାଣ କରିବାକୁ ଅଧିକ ପ୍ରସିଦ୍ଧ ଯୁକ୍ତି ଈଶ୍ଵରୀୟ ଧାରଣାକୁ ବ୍ୟବହାର କରେ । ଏହା ଈଶ୍ଵରଙ୍କ ସଜ୍ଞା ସହ ଆରମ୍ଭ ହୁଏ ଯଥା: - “ଏକ ବ୍ୟକ୍ତି ଯାହାଙ୍କୁ କେହି ଧାରଣ କରି ନ ପାରେ” | ତତ୍ପରେ, ଏହା ଯୁକ୍ତି କରାଯାଏ ଯେ ଅସ୍ଥିତ୍ଵ ହେବା ଅସ୍ଥିତ୍ଵ ନ ଥିବା ଠାରୁ ଉତ୍ତମ ଏବଂ ଏଥିସକାଶୁ ଯାହାଙ୍କର କଲ୍ପନା କରାଯାଇ ପରେ ସେ ନିଶ୍ଚିତ ରୂପେ ଅସ୍ଥିତ୍ଵରେ ଅଛନ୍ତି । ଯଦି ଈଶ୍ଵରଙ୍କ ଅସ୍ଥିତ୍ଵ ନ ଥାନ୍ତା, ତେବେ ଈଶ୍ଵର ଶ୍ରେଷ୍ଠ କଳ୍ପନୀୟ ବ୍ୟକ୍ତି ହୋଇପାରିବେ ନାହିଁ ଏବଂ ତାହା ଈଶ୍ଵରଙ୍କ ପ୍ରକୃତ ସଜ୍ଞାକୁ ଖଣ୍ଡନ କରିବ |

ଦ୍ଵିତୀୟ ଯୁକ୍ତି ହେଉଛି ଉଦ୍ଦେଶ୍ୟବାଦ, ଏହି ଯୁକ୍ତି କୁହେ ଯେ, ଏହି ଜଗତ ଏକ ବିସ୍ମୟକ କାରିଗରୀକୁ ପ୍ରକାଶ କରୁଥିବାରୁ ନିଶ୍ଚିତରୂପେ ଏକ ଦିବ୍ୟ କାରିଗରଙ୍କ ଅସ୍ଥିତ୍ଵ ଅଛି | ଉଦାହରଣ ସ୍ଵରୁପ- ଯଦି ପୃଥିବୀ ସୂର୍ଯ୍ୟଠାରୁ ଅତି କମ୍ ବ୍ୟବଧାନ ଅବା ଅତି ଦୂରରେ ଅବସ୍ଥାପିତ ହୋଇଥାନ୍ତା, ତେବେ ଏହା ଜୀବନ ସହାୟକ ହୋଇପାରିନଥାନ୍ତା | ଯଦି ଆମ ପରିବେଶର ଉପାଦାନ ଗୁଡ଼ିକ ଅଲ୍ପେ ସୁଧା କିଛି ପ୍ରତିଶତ ଭିନ୍ନ ହୋଇଥାନ୍ତା, ତେବେ ପୃଥିବୀରେ ପ୍ରାୟ ସମସ୍ତ ଜୀବିତ ବିଷୟ ମୃତ୍ୟୁବରଣ କରିଥାନ୍ତେ | ଗୋଟିଏ ପ୍ରୋଟିନର ଅଣୁର ସଂଯୋଗରେ ୧୦୨୪୩ ଗୋଟିଏ ହେବାର ସମ୍ଭାବନା ରହିଥାଏ (ଏହାର ଅର୍ଥ ହେଉଛି ଯେ ୧୦ ଉତ୍ତାରେ ୨୪୩ ଶୂନ ଆସିବ) | ଗୋଟିଏ କୋସିକା ଲକ୍ଷେ ପ୍ରଟିନ ଅଣୁକୁ ନେଇ ତିଆରି ହୋଇଥାଏ |

ଈଶ୍ଵରଙ୍କ ଅସ୍ଥିତ୍ଵର ତୃତୀୟ ଯୁକ୍ତି ବ୍ରହ୍ମାଣ୍ଡ ସମ୍ବନ୍ଧୀୟ | ପ୍ରତ୍ୟେକ ପରିଣାମର ନିଶ୍ଚିତରୂପେ ଏକ କାରଣ ଅଛି | ଏହି ଜଗତ ଏବଂ ଏଠାରେ ଥିବା ସମସ୍ତ ବିଷୟ ହେଲା ଏକ ପରିଣାମ | ସମସ୍ତ ବିଷୟକୁ ଅସ୍ଥିତ୍ଵକୁ ଆଣିବା ପଛରେ ନିଶ୍ଚିତରୂପେ ଏକ କାରଣ ରହିଛି । ଅନ୍ତିମରେ, ସମସ୍ତ ବିଷୟକୁ ଅସ୍ଥିତ୍ଵକୁ ଆଣିବାକୁ ନିଶ୍ଚିତରୂପେ ଏକ “କାରଣ ରହିତଙ୍କ” ଆବଶ୍ୟକ | ସେହି “କାରଣ ରହିତ” ହେଉଛନ୍ତି ଈଶ୍ଵର |

ଚତୁର୍ଥ ଯୁକ୍ତି ହେଉଛି, ନୈତିକ ଯୁକ୍ତି । ସଂପୂର୍ଣ୍ଣ ଇତିହାସରେ ପ୍ରତ୍ୱେକ ସଂସ୍କୃତିରେ ଏକ ପ୍ରକାର ନିୟମ ରହିଛି | ସମସ୍ତଙ୍କ ପାଖରେ ଠିକ୍ ଓ ଭୁଲର ବୋଧ ରହିଛି | ହତ୍ୟା, ମିଥ୍ୟା, ଚୋରି, ଓ ଅନୈତିକତା ସାର୍ବଜନୀନ ଭାବରେ ଅଗ୍ରାହ୍ୟ କରାଯାଇଅଛି | ଏହି ଠିକ୍ ଓ ଭୁଲର ବୋଧ କେଉଁ ସ୍ଥାନରୁ ଆସିଲା, ଯଦି ଏହା ପବିତ୍ର ଈଶ୍ଵରଙ୍କ ଠାରୁ ଆଗତ ହୋଇ ନାହିଁ?

ଏହି ସମସ୍ତ ବିଷୟ ସତ୍ତ୍ୱେ, ବାଇବଲ ଶିକ୍ଷା ଦିଏ ଯେ ଲୋକମାନେ ଈଶ୍ଵରଙ୍କ ସ୍ପଷ୍ଟ ଅକାଟ୍ୟ ଜ୍ଞାନକୁ ଅଗ୍ରାହ୍ୟ କରିବେ ଏବଂ ତା ପରିବର୍ତ୍ତେ ମିଥ୍ୟାକୁ ବିଶ୍ଵାସ କରିବେ | ରୋମୀୟ ୧:୨୫ ଘୋଷଣା କରେ ଯେ “କାରଣ ସେମାନେ ଈଶ୍ଵରଙ୍କ ସତ୍ୟ ପରିବର୍ତ୍ତେ ମିଥ୍ୟା ଗ୍ରହଣ କଲେ ଓ ସ୍ରଷ୍ଟାଙ୍କ ପରିବର୍ତ୍ତେ ସୃଷ୍ଟ ବସ୍ତୁର ପୂଜା ଓ ସେବା କଲେ; ସେ ଯୁଗେ ଯୁଗେ ଧନ୍ୟ | ଆମେନ୍” | ବାଇବଲ ଏହା ମଧ୍ୟ ଘୋଷଣା କରେ ଯେ ଲୋକମାନେ ଈଶ୍ଵରଙ୍କଠାରେ ବିଶ୍ଵାସ କରି ନ ଥିବା ହେତୁ କୌଣସି କ୍ଷମା ପାଇବେ ନାହିଁ: “ଜଗତର ସୃଷ୍ଟିକଳାବଧି ତାହାଙ୍କର ଅଦୃଶ୍ୟ ଗୁଣସମୂହ, ଅର୍ଥାତ୍ ତାହାଙ୍କର ଅନାଦି ଅନନ୍ତ ଶକ୍ତି ଓ ଈଶ୍ଵରତ୍ଵ, ସୃଷ୍ଟ ବସ୍ତୁ ଗୁଡ଼ିକ ଦ୍ଵାରା ବୋଧଗମ୍ୟ ହୋଇ ସ୍ପଷ୍ଟ ରୂପେ ପ୍ରତୀୟମାନ ହେଉଅଛି, ଯେପରି ସେମାନଙ୍କର ଉତ୍ତର ଦେବାର ବାଟ ନ ଥାଏ” (ରୋମୀୟ ୧:୨୦) |

ଲୋକମାନେ ଈଶ୍ଵରଙ୍କ ଅସ୍ଥିତ୍ଵତାକୁ ଅଗ୍ରାହ୍ୟ କରିବା ପାଇଁ ଦାବି କରନ୍ତି କାରଣ ଏହା “ବୈଜ୍ଞାନିକ ନୁହେଁ ” ବା “କୌଣସି ପ୍ରମାଣ ନାହିଁ ” | ପ୍ରକୃତ କାରଣ ହେଉଛି ଯେତେବେଳେ ସେମାନେ ଈଶ୍ଵର ଅଛନ୍ତି ବୋଲି ସ୍ଵୀକାର କରିବେ, ସେମାନଙ୍କୁ ଏହା ମଧ୍ୟ ସ୍ଵୀକାର କରିବାକୁ ବାଧ୍ୟ ଯେ ଈଶ୍ଵରଙ୍କ ନିକଟରେ ସେମାନେ ଉତ୍ତରଦାୟୀ ଏବଂ ସେମାନଙ୍କୁ ତାହାଙ୍କଠାରୁ ପାପ କ୍ଷମାର ଆବଶ୍ୟକତା ଅଛି (ରୋମୀୟ ୩:୨୩; ୬:୨୩) | ଯଦି ଇଶ୍ଵର ଅଛନ୍ତି ତେବେ ଆମେ ତାହାଙ୍କଠାରେ ଉତ୍ତରଦାୟୀ ଅଟୁ । ଯଦି ଈଶ୍ଵର ନାହାନ୍ତି ତେବେ ଆମେ ତାଙ୍କ ଦଣ୍ଡବିଚାର ବିଷୟରେ ଚିନ୍ତା ନ କରି ଯାହା ଇଚ୍ଛା ତାହା କରିପାରି ବା । ଏଥିପାଇଁ ଯେଉଁମାନେ ଈଶ୍ଵରଙ୍କ ଅସ୍ଥିତ୍ଵତାକୁ ଅସ୍ଵୀକାର କରନ୍ତି, ସେମାନେ ପ୍ରାକୃତିକ ବିବର୍ତ୍ତନ ତତ୍ତ୍ଵକୁ ଦୃଢ଼ଭାବରେ ବିଶ୍ଵାସ କରନ୍ତି - ଏହା ସେମାନଙ୍କୁ ସୃଷ୍ଟିକର୍ତ୍ତା ଈଶ୍ଵରଙ୍କଠାରେ ବିଶ୍ଵାସ ନ କରିବା ପାଇଁ ଏକ ବିକଳ୍ପ ପ୍ରଦାନ କରେ | ଈଶ୍ଵର ଅସ୍ଥିତ୍ଵରେ ଅହହନ୍ତି ଏବଂ ସର୍ବଶେଷରେ, ସମସ୍ତେ ଜାଣନ୍ତି ଯେ ସେ ଅଛନ୍ତି | ଏହି ବାକ୍ୟ ସତ୍ୟ ଅଟେ ଯେ, କେତେକେ ଲୋକ ତାହାଙ୍କ ଅସ୍ଥିତ୍ଵକୁ ଭୁଲ ସାବ୍ୟସ୍ତ କରିବାକୁ ଏତେ ଚେଷ୍ଟା କରନ୍ତି ଯେ, ଏହି ବିଷୟ ହିଁ ତାହାଙ୍କ ଅସ୍ଥିତ୍ଵ ହେବାର ଏକ ବୃହତ ଯୁକ୍ତି ଭାବରେ ପ୍ରମାଣିତ ହୁଏ |

ଆମେ କିପରି ଜାଣୁ ଯେ, ଈଶ୍ଵର ଅସ୍ଥିତ୍ଵରେ ଅଛନ୍ତି ? ଖ୍ରୀଷ୍ଟିଆନ ଭାବରେ ଆମେ ଜାଣୁ ଯେ ଈଶ୍ଵର ଅସ୍ଥିତ୍ଵ ଅଛନ୍ତି କାରଣ ସେ ଆମ ସହ ଦୈନିକ କଥୋପକଥନ କରନ୍ତି | ଆମେ ତାଙ୍କ ସ୍ଵର ଶୁଣୁ ନାହୁଁ, କିନ୍ତୁ ଆମେ ତାହାଙ୍କ ଉପସ୍ଥିତିକୁ ଅନୁଭବ କରୁ, ଆମେ ତାହାଙ୍କ ପରିଚାଳନାକୁ ଅନୁଭବ କରୁ, ଆମେ ତାହାଙ୍କ ପ୍ରେମକୁ ଜାଣୁ ଏବଂ ଆମେ ତାହାଙ୍କ ଅନୁଗ୍ରହକୁ କାମନା କରିଥାଉ | ଆମ ଜୀବନର ଅନେକ ବିଷୟ ଘଟିଅଛି ଯାହାର ସମ୍ଭାବିକ ବ୍ୟାଖ୍ୟା ଈଶ୍ଵରଙ୍କ ଛଡ଼ ଆଉ କେଉଁ ଠାରେ ମିଳିବ ନାହିଁ | ଈଶ୍ଵର ଆମକୁ ଆଶ୍ଚର୍ଯ୍ୟରୁପେ ଉଦ୍ଧାର କରିଅଛନ୍ତି ଏବଂ ଆମ ଜୀବନକୁ ପରିବର୍ତ୍ତନ କରିଅଛନ୍ତି ଯାହା ଦ୍ଵାରା ଆମେ ତାହାଙ୍କୁ ସ୍ଵୀକାର କରି ତାହାଙ୍କ ଅସ୍ଥିତ୍ଵତା ସକାଶେ ଧନ୍ୟବାଦ ଦେଇ ରହି ନ ପାରୁ |

ଏହି ଯୁକ୍ତି ମଧ୍ୟରୁ କୌଣସି ଯୁକ୍ତି ଈଶ୍ଵରଙ୍କ ଅସ୍ଥିତ୍ଵ ବିଷୟରେ ସେମାନଙ୍କୁ ପ୍ରବର୍ତ୍ତାଇ ପାରିବ ନାହିଁ ଯେଉଁମାନେ ଯାହା ସ୍ପଷ୍ଟ ଅଛି ତାକୁ ଅଗ୍ରାହ୍ୟ କରନ୍ତି | ଶେଷରେ ଈଶ୍ଵରଙ୍କ ଅସ୍ଥିତ୍ଵତାକୁ ବିଶ୍ଵାସର ସହ ଗ୍ରହଣ କରାଯିବା ଆବଶ୍ୟକ (ଏବ୍ରୀ ୧୧:୬) | ଈଶ୍ଵରଙ୍କୁ ବିଶ୍ଵାସ କରିବା ଅନ୍ଧଭାବେ ଅନ୍ଧକାରକୁ ଡେଇଁବା ନୁହେଁ; ଏହା ଆଲୋକିତ କକ୍ଷକୁ ଯିବା ପାଇଁ ସୁରକ୍ଷିତ ପଦକ୍ଷେପ ଯେଉଁଠାରେ ବିଶାଳ ଜନତା ଈଶ୍ଵରଙ୍କ ସମ୍ମୁଖରେ ଛିଡ଼ା ହୋଇଅଛନ୍ତି |

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

କଅଣ ଈଶ୍ଵରଙ୍କ ଅସ୍ଥିତ୍ଵ ଅଛି? ଈଶ୍ଵରଙ୍କ ଅସ୍ଥିତ୍ଵର କଅଣ କିଛି ପ୍ରମାଣ ରହିଛି?

© Copyright Got Questions Ministries