settings icon
share icon
ପ୍ରଶ୍ନ

ମୁଁ ଛାଡପତ୍ର ପାଇଛି । ବାଇବଲ ଅନୁଯାୟୀ ମୁଁ ପୁନଃବିବାହ କରିପାରିବିକି?

ଉତ୍ତର


ଅନେକ ସମୟରେ ଆମେ "ମୁଁ ଅମୁକ ଅମୁକ କାରଣ ଯୋଗୁଁ ଛାଡପତ୍ର ପାଇଲି ବା ଛାଡପତ୍ର ଦେଲି । ମୁଁ ପୁନଃବିବାହ କରିପାରେକି?", "ମୋତେ ଦୁଇଥର ଛାଡପତ୍ର ଦିଆଯାଇଛି - ପ୍ରଥମ ଥର ମୋ ଜୀବନସାଥି ଦ୍ବାରା ବ୍ୟଭିଚାର କର୍ମ କରାଯାଇଥିବାରୁ, ଦ୍ବିତୀୟ ଥର ନିମନ୍ତେ ଆମ ଦୁଇଜଣଙ୍କ ମଧ୍ୟରେ ଚଳିବାର ଅସାମଞ୍ଚସ୍ୟତା ଦେଖାଦେବାରୁ । ମୁଁ ଜଣେ ପୁରୁଷଙ୍କ ସହ ଡେଟିଙ୍ଗ୍ କରୁଛି ଯିଏକି ତିନିଥର ଛାଡପତ୍ର ଦେଇଛନ୍ତି - ପ୍ରଥମ ଥର ଅସାମଞ୍ଚସ୍ୟତା ଯୋଗୁଁ, ଦ୍ବିତୀୟ ଥର ତାଙ୍କ ପକ୍ଷରୁ ବ୍ୟଭିଚାର କରାଯାଇଥିବା ଯୋଗୁଁ, ତୃତୀୟ ଥର ତାଙ୍କ ସ୍ତ୍ରୀଙ୍କ ପକ୍ଷରୁ ବ୍ୟଭିଚାର କର୍ମ କରାଯାଇଥିବାରୁ । ଆମେ ପରସ୍ପରକୁ ବିବାହ ବନ୍ଧନରେ ଆବଦ୍ଧ କରିପାରିବୁକି?" ଏହିପରି ପ୍ରଶ୍ନଗୁଡିକର ଉତ୍ତର ଦେବାର କଷ୍ଟକର କାରଣ ଛାଡପତ୍ର ପରେ ପୁନଃବିବାହ କରିବା ନିମନ୍ତେ ବିଭିନ୍ନ ପୃଷ୍ଠଭୂମି ଥାଇ ଏ ବିଷୟରେ ସବିଶେଷ ବିବରଣୀ ପ୍ରଦାନ କରେନାହିଁ ।

ଆମେ ନିଶ୍ଚିତରେ ଯାହା ଜାଣିପାରିବା, ତାହା ହେଉଛି ଉଭୟ ବ୍ୟକ୍ତି ଯେପର୍ଯ୍ୟନ୍ତ ଜୀବିତ ଅଛନ୍ତି ସେମାନେ ବିବାହିତ ରୁହନ୍ତୁ (ଆଦି ୨:୪; ମାଥିଉ ୧୯:୬) । ଛାଡପତ୍ର ପରେ ପୁନଃବିବାହ କରିବାର ଏକମାତ୍ର ଅନୁମତି ହେଉଛି ବ୍ୟଭିଚାର (ମାଥିଉ ୧୯:୯), ଏବଂ ଏପରିକି ଏହି ବିଷୟଟି ଖ୍ରୀଷ୍ଟିୟାନମାନଙ୍କ ମଧ୍ୟରେ ଏକ ଆଲୋଚନାର ବିଷୟ ହୋଇରହିଛି । ଅନ୍ୟ ଏକ ସମ୍ଭାବନା ହେଉଛି ପରିତ୍ୟାଗକରଣ - ଯେତେବେଳେକି ଜଣେ ଅବିଶ୍ବାସୀ ଜୀବନସାଥି ତା'ର ବିଶ୍ବାସୀ ଜୀବନସାଥିକୁ ଛାଡି ପଳାଇଥାଏ (୧କରିନ୍ଥୀୟ ୭:୧୨-୧୫) । ଏହି ଶାସ୍ତ୍ରାଂଶ ଯଦିଓ ପୁନଃବିବାହ ନିମନ୍ତେ ନିର୍ଦ୍ଧିଷ୍ଟ ଭାବେ ଉଲ୍ଲେଖ କରେନାହିଁ, କେବଳ ବିବାହ ବନ୍ଧନରେ ହିଁ ଆବଦ୍ଧ ହେବାକୁ କୁହେ । ଆହୁରି ଜଣାଯାଏ ଯେ, ଶାରିରୀକ, ଯୌନଗତ ଏବଂ ଗଭୀର ଭାବପ୍ରବଣତାର ଅପବ୍ୟବହାର ଛାଡପତ୍ର ଏବଂ ସମ୍ଭବତଃ ପୁନଃବିବାହ ନିମନ୍ତେ ଯଥେଷ୍ଟ କାରଣ ହୋଇପାରେ । ଅଥଚ, ବାଇବଲ ଏ ବିଷୟରେ ନିର୍ଦ୍ଧିଷ୍ଟ ଭାବେ କିଛି ଶିକ୍ଷା ଦିଏନାହିଁ ।

ଆମେ ନିଶ୍ଚିତରେ ଦୁଇଗୋଟି ବିଷୟ ଜାଣୁ । ଈଶ୍ବର ଛାଡପତ୍ର ଘୃଣା କରନ୍ତି (ମାଲାଖି ୨:୧୬), ଏବଂ ଈଶ୍ବର ଦୟାମୟ ଏବଂ କ୍ଷମାବାନ୍ । ଜୀବନସାଥିଙ୍କ ମଧ୍ୟରୁ ଜଣଙ୍କ ଆଡୁ କିମ୍ବା ଉଭୟଙ୍କ ଆଡୁ ପ୍ରତ୍ୟେକ ଛାଡପତ୍ର ପାପର ପରିଣାମ ଅଟେ । ଈଶ୍ବର ଛାଡପତ୍ରକୁ କ୍ଷମା ଦିଅନ୍ତିକି? ନିଶ୍ଚିତଭାବେ! ଅନ୍ୟ ଯେକୌଣସି ପାପ ଅପେକ୍ଷା ଛାଡପତ୍ର କମ୍ କ୍ଷମା ପାଇବାର ଯେ ଯୋଗ୍ୟ ସେପରି ନୁହେଁ । ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ବାସ ଦ୍ବାରା ସମସ୍ତ ପାପକୁ କ୍ଷମା ଅଛି (ମାଥିଉ ୨୬:୨୮; ଏଫିସୀୟ ୧:୭) । ଯଦି ଈଶ୍ବର ଛାଡପତ୍ର ପାପକୁ କ୍ଷମା ଦିଅନ୍ତି, ତେବେ କ'ଣ ଆପଣ ପୁନଃ ବିବାହ କରିବା ନିମନ୍ତେ ମୁକ୍ତ ଅଟନ୍ତି? ଏହା ଅନିବାର୍ଯ୍ୟ ନୁହେଁ । ଈଶ୍ବର ବେଳେବେଳେ ଲୋକମାନଙ୍କୁ ଏକାକୀ ରହିବା ନିମନ୍ତେ ଆହ୍ବାନ କରନ୍ତି (୧କରିନ୍ଥୀୟ ୭:୭-୮) । ଏକାକୀ ରହିବା ଏକ ଅଭିଶାପ ବା ଦଣ୍ଡ ବୋଲି ଧରିନେବା ଉଚିତ୍ ନୁହେଁ, କିନ୍ତୁ ଏହା ଈଶ୍ବରଙ୍କୁ ସର୍ବ ହୃଦୟ ସହ ସେବା କରିବାର ଏକ ସୁଯୋଗ ବୋଲି ଧରିନେବା ଉଚିତ୍ (୧କରିନ୍ଥୀୟ ୭:୩୨-୩୬) । ଅଥଚ, ଈଶ୍ବରଙ୍କ ବାକ୍ୟ ଆମ୍ଭମାନଙ୍କୁ କୁହେ ଯେ, କାମାନଳରେ ଦଗ୍ଧ ହେବା ଅପେକ୍ଷା ବିବାହ କରିବା ଭଲ (୧କରିନ୍ଥୀୟ ୭:୯) । ବୋଧହୁଏ ଏହା ବେଳେବେଳେ ଛାଡପତ୍ର ପରେ ପୁନଃବିବାହ ନିମନ୍ତେ ପ୍ରଯୁଜ୍ୟ ଅଟେ ।

ତେଣୁ, ଆପଣ ପୁନଃବିବାହ କରିପାରିବେ ବା ପୁନଃବିବାହ ହେବା ଉଚିତ୍ କି? ଆମେ ସେହି ପ୍ରଶ୍ନର ଉତ୍ତର ଦେଉନାହୁଁ । ପରିଶେଷରେ, ତାହା ଆପଣ ଏବଂ ଆପଣଙ୍କ ସାମ୍ଭାବ୍ୟ ଜୀବନସାଥୀ ମଧ୍ୟରେ ରହିଛି, ଏବଂ ଅତି ଗୁରୁତ୍ବପୂର୍ଣ୍ଣ ଭାବରେ ଈଶ୍ବରଙ୍କ ମଧ୍ୟରେ ରହିଛି । ଆମେ ଆପଣଙ୍କୁ ଏକମାତ୍ର ପରାମର୍ଶ ଦେଇପାରିବୁ - ଆପଣ କ'ଣ କରିବା ଚାହାନ୍ତି ସେ ବିଷୟରେ ବୁଦ୍ଧି ଦେବା ନିମନ୍ତେ ତାଙ୍କ ନିକଟରେ ପ୍ରାର୍ଥନା କରନ୍ତୁ (ଯାକୁବ ୧:୫) । ଏକ ମୁକ୍ତ ମନରେ ପ୍ରାର୍ଥନା କରନ୍ତୁ ଏବଂ ପ୍ରକୃତ ଭାବେ ଆପଣଙ୍କ ହୃଦୟରେ ତାଙ୍କ ଇଛା ସ୍ଥାପନ କରିବା ନିମନ୍ତେ ତାଙ୍କୁ ପ୍ରାର୍ଥନା କରନ୍ତୁ (ଗୀତ ୩୭:୪) । ଈଶ୍ବରଙ୍କ ଇଛା ଅନ୍ବେଷଣ କରନ୍ତୁ (ହିତୋପଦେଶ ୩:୫-୬) ଏବଂ ତାଙ୍କ ଚାଳନାର ଅନୁଧାବନ କରନ୍ତୁ ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ମୁଁ ଛାଡପତ୍ର ପାଇଛି । ବାଇବଲ ଅନୁଯାୟୀ ମୁଁ ପୁନଃବିବାହ କରିପାରିବିକି?
© Copyright Got Questions Ministries