settings icon
share icon
ପ୍ରଶ୍ନ

ଖ୍ରୀଷ୍ଟିୟାନମାନେ ସେମାନଙ୍କର ପିଲାମାନଙ୍କୁ କିପରି ଶୃଙ୍ଖଳିତ କରିବା ଉଚିତ୍? ବାଇବଲ ଏ ବିଷୟରେ କ'ଣ କୁହେ?

ଉତ୍ତର


ପିଲାମାନଙ୍କୁ କିପରି ଅଧିକ ଉତ୍ତମ ଭାବେ ଶୃଙ୍ଖଳିତ କରାଯାଇପାରିବ ତାହା ଶିଖିବା ନିମନ୍ତେ ଏକ କଷ୍ଟକର ବ୍ୟାପାର କିନ୍ତୁ ଅତି ଏହା ଅତି ଗୁରୁତ୍ବପୂର୍ଣ୍ଣ ଅଟେ । କେତେକ ଦାବୀ କରନ୍ତି ଯେ, ଶାରିରୀକ ଶାସନ (ଶାରିରୀକ ଦଣ୍ଡ) ଯେପରିକି ପିଚା ଉପରେ ଚାପୁଡା ଦେବା ବା ବାଡି ବ୍ୟବହାର କରିବା ହେଉଛି ଏକମାତ୍ର ବାଇବଲ ସମ୍ମତ ପଦ୍ଧତି । ଅନ୍ୟମାନେ ଜିଦ୍ ଧରି କୁହନ୍ତି ଯେ "ଟାଇମ୍-ଆଉଟ୍" ଗୁଡିକ ଏବଂ ଆଉ କେତୋଟି ଦଣ୍ଡ ମଧ୍ୟ ଶାରିରୀକ ଦଣ୍ଡ ନହୋଇ ମଧ୍ୟ ଶାରିରୀକ ଦଣ୍ଡଠାରୁ ଅଧିକ ଫଳପ୍ରଦ ଅଟେ । ବାଇବଲ କ'ଣ କୁହେ? ବାଇବଲ ଶିକ୍ଷା ଦିଏ ଯେ, ଶାରିରୀକ ଶାସନ ଉପଯୁକ୍ତ, ଲାଭଦାୟକ ଏବଂ ଆବଶ୍ୟକ ଅଟେ ।

ଭୁଲ୍ ବୁଝନ୍ତୁ ନାହିଁ - ଆମେ କୌଣସି ପ୍ରକାରେ ଶିଶୁ ନିର୍ଯାତନାର କଥା କହୁନାହୁଁ । ଜଣେ ପିଲାକୁ ଏତେ ପରିମାଣରେ ଶୃଙ୍ଖଳିତ ବା ଶାସନ କରାଯିବା ଅନୁଚିତ୍ ଯାହା ପ୍ରକୃତରେ ତା' ଶରୀରର କ୍ଷତି ସାଧନ କରିବ । ବାଇବଲ ଅନୁଯାୟୀ, ଏକ ପିଲାର ଉପଯୁକ୍ତ ଏବଂ ଦମନ କରାଯାଇଥିବ ଶାସନ ହେଉଛି ଏକ ଉତ୍ତମ ବିଷୟ ଏବଂ ଏହା ପିଲାର ଭଲ ଏବଂ ସଠିକ୍ ଶିକ୍ଷାଦୀକ୍ଷା କରାଇଥାଏ ।

ଅନେକ ଶାସ୍ତ୍ରାଂଶ ପ୍ରକୃତରେ ଶାରିରୀକ ଶାସନ କରିବାକୁ ଦିଏ । "ପିଲାକୁ ଶାସ୍ତି ଦେବାକୁ ତ୍ରୁଟି କରନାହିଁ, ତୁମ୍ଭେ ତାହାକୁ ବାଡିରେ ମାଇଲେ ହେଁ ସେ ମରିବ ନାହିଁ । ତୁମ୍ଭେ ତାହାକୁ ବାଡିରେ ମାରିବ ଓ ପାତାଳରୁ ତାହାର ପ୍ରାଣ ରକ୍ଷା କରିବ" (ହିତୋପଦେଶ ୨୩:୧୩-୧୪; ଆହୁରି ଦେଖନ୍ତୁ ୧୩:୨୪; ୨୨:୧୫; ୨୦:୩୦) ବାଇବଲ ଦୃଢ ଭାବରେ ଶାସନକୁ ଗୁରୁତ୍ବପ୍ରଦାନ କରେ; ଆମେ ସମସ୍ତେ ବହୁପ୍ରସୁ ଲୋକ ହେବା ନିମନ୍ତେ ଆମଠାରେ ଶାସନ ରହିବା ଉଚିତ୍, ଏବଂ ଆମେ ଶିଶୁ ଥିବା ସମୟରେ ଯଦି ଏହାକୁ ଶିଖୁ ତେବେ ଅଧିକ ସହଜରେ ଆମେ ଶିଖି ପାରିବା । ଯେଉଁ ପିଲାମାନେ ଶୃଙ୍ଖଳିତ ହୋଇନଥାନ୍ତି ସେମାନେ ଅନେକ ସମୟରେ ବିଦ୍ରୋହୀ ହୋଇ ଉଠନ୍ତି, ସେମାନେ ଅଧିକାରପ୍ରାପ୍ତ ବ୍ୟକ୍ତିମାନଙ୍କୁ ସମ୍ମାନ ପ୍ରଦାନ କରନ୍ତି ନାହିଁ, ଏବଂ ଫଳ ସ୍ବରୂପ ନିଜ ଇଛାରେ ଈଶ୍ବରଙ୍କର ବାଧ୍ୟ ହେବା ଏବଂ ତାଙ୍କ ଅନୁଗମନ କରିବା ନିମନ୍ତେ ସେମାନଙ୍କ ନିମନ୍ତେ କଷ୍ଟକର ହୋଇଥାଏ । ଆମ୍ଭମାନଙ୍କୁ ଶୃଙ୍ଖଳିତ କରିବା ନିମନ୍ତେ ଈଶ୍ବର ନିଜେ ଶାସନ ବା ଶାସନ ବ୍ୟବହାର କରିଥାନ୍ତି ଏବଂ ଆମେ ଯେପରି ଆମର ଭୁଲ୍ କାର୍ଯ୍ୟଗୁଡିକ ନିମନ୍ତେ ଅନୁତପ୍ତ ହେବା ସେଥିପ୍ରତି ଉତ୍ସାହିତ କରିବା ନିମନ୍ତେ ସଠିକ୍ ପଥରେ ଯିବା ନିମନ୍ତେ ଆମ୍ଭମାନଙ୍କୁ ପରିଚାଳିତ କରିଥାନ୍ତି । (ଗୀତ ୯୪:୧୩; ହିତୋପଦେଶ ୧:୭; ୬:୨୩; ୧୨:୧; ୧୩:୧; ୧୫:୫; ଯିଶାଇୟ ୩୮:୧୬; ଏବ୍ରୀ ୧୨:୯) ।

ସଠିକ୍ ଭାବରେ ଶାସନକୁ ପ୍ରୟୋଗ କରିବା ନିମନ୍ତେ ଏବଂ ବାଇବଲ ନୀତି ଅନୁଯାୟୀ, ଶାସନ ବିଷୟରେ ଶାସ୍ତ୍ରଗତ ଉପଦେଶ ସହ ପିତାମାତାମାନେ ନିହାତି ଅଭ୍ୟସ୍ତ ହେବାକୁ ପଡିବ । ହିତୋପଦେଶ ପୁସ୍ତକ ସନ୍ତାନଗଣଙ୍କୁ ପ୍ରତିପାଳନ କରିବା ବିଷୟରେ ଯଥେଷ୍ଟ ପରିମାଣର ବୁଦ୍ଧିର ବାକ୍ୟ ଧାରଣ କରିଛି, ଯେପରିକି "ବାଡି ଓ ଅନୁଯୋଗ ଜ୍ଞାନ ଦିଏ, ମାତ୍ର ପିଲାକୁ ତାହାର ଇଛାରେ ଛାଡିଦେଲେ, ସେ ତାହାର ମାତାକୁ ଲଜ୍ଜା ଦିଏ" (ହିତୋପଦେଶ ୨୯:୧୫) । ଏହି ପଦ ପିଲାକୁ ଶାସନ ନ କରିବାର ପରିଣାମଗୁଡିକ ବିଷୟରେ ରୂପରେଖ ପ୍ରଦାନ କରେ - ଏଇଥିଯୋଗୁଁ ପିତାମାତାମାନେ ଲଜ୍ଜା ପାଆନ୍ତି । ବାସ୍ତବରେ, ଶାସନ ପିଲାର ଭଲ ନିମନ୍ତେ ଉଦ୍ଧିଷ୍ଟ ହେବା ଉଚିତ୍ ଏବଂ ଏହା ପିଲାମାନଙ୍କୁ ନିର୍ଯ୍ୟାତନା ଦେବା ଏବଂ ଖରାପ ବ୍ୟବହାର କରିବାର ଯୁକ୍ତିଯୁକ୍ତତା ନିମନ୍ତେ ବ୍ୟବହାର କରାଯିବା ଅନୁଚିତ୍ । ଏହା କ୍ରୋଧ କିମ୍ବା ନୈରାଶ୍ୟର ମୁକ୍ତ ପ୍ରକାଶ କରିବା ନିମନ୍ତେ ବ୍ୟବହାର କରାଯିବା ଉଚିତ୍ ନୁହେଁ ।

ଶାସନ ଲୋକମାନଙ୍କୁ ସଂଶୋଧନ ଓ ସଠିକ୍ ପଥରେ ଯିବା ନିମନ୍ତେ ତାଲିମ ଦେବା କାର୍ଯ୍ୟ ଅଟେ । "ଶାସନ ବର୍ତ୍ତମାନ ଆନନ୍ଦ ବୋଧ ନ ହୋଇ ଦୁଃଖଜନକ ବୋଧ ହୁଏ, ତଥାପି ଯେଉଁମାନେ ତଦ୍ଦ୍ବାରା ଶିକ୍ଷାପ୍ରାପ୍ତ ହୋଇଅଛନ୍ତି, ତାହା ପରେ ସେମାନଙ୍କୁ ଶାନ୍ତିର ଫଳସ୍ବରୂପ ଧାର୍ମିକତା ପ୍ରଦାନ କରେ" (ଏବ୍ରୀ ୧୨:୧୧) । ଈଶ୍ବରଙ୍କ ଶାସନ ପିତାମାତା ଏବଂ ପିଲା ମଧ୍ୟରେ ହେବା ପରି ପ୍ରେମପୂର୍ଣ୍ଣ ଅଟେ । ଶରିରୀକ ଶାସନ ଦୀର୍ଘସ୍ଥାୟୀ ଶାରିରୀକ କ୍ଷତି କିମ୍ବା ଯନ୍ତ୍ରଣା ନିମନ୍ତେ କେବେ ବି ବ୍ୟବହାର କରାଯିବା ଉଚିତ୍ ନୁହେଁ । ଶାରିରୀକ ଦଣ୍ଡ ପରେ ପିଲାକୁ ସାଙ୍ଗେ ସାଙ୍ଗେ ସାନ୍ତ୍ବନା ଦେଇ କୁହାଯିବା ଉଚିତ୍ ଯେ ତାକୁ ପ୍ରେମ କରାଯାଉଛି । ଏହି ସମସ୍ତ ସମୟ ପିଲାମାନଙ୍କୁ ଶିକ୍ଷା ଦେବାର ପ୍ରକୃଷ୍ଟ ସମୟ ଯେ ଈଶ୍ବର ଆମ୍ଭମାନଙ୍କୁ ପ୍ରେମ କରୁଥିବାରୁ ଆମ୍ଭମାନଙ୍କୁ ଶାସନ କରନ୍ତି ଏବଂ ଆମେ ପିତାମାତା ହିସାବରେ ଆମ୍ଭମାନଙ୍କ ପିଲାମାନଙ୍କୁ ସେପରି କରୁ ।

"ଟାଇମ୍-ଆଉଟ୍" ପରି ଅନ୍ୟ ପ୍ରକାର ଶାସନ ଶାରିରୀକ ଶାସନ ପରିବର୍ତ୍ତେ ବ୍ୟବହାର କରାଯିବା ଉଚିତ୍ କି? କେତେକ ପିତାମାତା ଜାଣିବାକୁ ପାଇଛନ୍ତି ଯେ ସେମାନଙ୍କର ପିଲାମାନେ ଶାରିରୀକ ଶାସନ କଲେ ପରିବର୍ତ୍ତିତ ହୁଅନ୍ତି ନାହିଁ । କିଛି ପିତାମାତା ଜାଣିବାକୁ ପାଇଛନ୍ତି ଯେ, "ଟାଇମ୍-ଆଉଟ୍" ଗୁଡିକ, ସମ୍ପୂର୍ଣ୍ଣ ଶିକ୍ଷାଦାନ, ଏବଂ/କିମ୍ବା ପିଲାମାନଙ୍କଠାରୁ କିଛି ବିଷୟ ନେଇଯିବା କାର୍ଯ୍ୟ ସେମାନଙ୍କର ବ୍ୟବହାରରେ ପରିବର୍ତ୍ତନ ଆଣିବାରେ ଉତ୍ସାହିତ କରିବା ଅଧିକ ଫଳପ୍ରଦ ଅଟେ । ଯଦି ସମସ୍ତ ମାଧ୍ୟମରେ, ବାସ୍ତବରେ ସେପରି ଘଟନା ଘଟିଥାଏ, ତେବେ ଆବଶ୍ୟକୀୟ ବ୍ୟବହାର ପରିବର୍ତ୍ତନକୁ ସର୍ବୋତ୍ତମ ଭାବେ ପ୍ରଦର୍ଶନ କରୁଥିବା ପଦ୍ଧତିଗୁଡିକୁ ପିତାମାତା ଉପଯୋଗ କରିପାରିବେ । ଯେତେବେଳେ ବାଇବଲ ଅଣ ଅସ୍ବୀକାର୍ଯ୍ୟ ଭାବରେ ଶାରିରୀକ ଶାସନ ସପକ୍ଷରେ କୁହେ, ବାଇବଲ ଈଶ୍ବରୀୟ ସ୍ବଭାବ ଗଢି ତୋଳିବାର ଲକ୍ଷ୍ୟ ଉତ୍ପନ୍ନ କରୁଥିବା ସଂକ୍ଷିପ୍ତ ପଦ୍ଧତି ବିଷୟରେ ଭାରଗ୍ରସ୍ତ ନ ହୋଇ ଈଶ୍ବରୀୟ ସ୍ବଭାବର ଲକ୍ଷ୍ୟ ବିଷୟରେ ଅଧିକ ଚିନ୍ତିତ ଅଟେ ।

ଏହି ବିଷୟକୁ ଅଧିକ କଷ୍ଟକର କରିବାର ଘଟନା ହେଉଛି ସରକାର ସମସ୍ତ ପ୍ରକାର ଶାରିରୀକ ଶାସନକୁ ଶିଶୁ ନିର୍ଯ୍ୟାତନା ଭାବରେ ଶ୍ରେଣୀଭୁକ୍ତ କରିବା । ଅନେକ ପିତାମାତା ସେମାନଙ୍କ ପିଲାମାନଙ୍କୁ ବାଡି ବ୍ୟବହାର କରନ୍ତି ନାହିଁ କାରଣ ସେମାନେ ସେହି ବାଡି ବ୍ୟବହାର କରିବାର ବିଷୟକୁ ଶାରିରୀକ ନିର୍ଯ୍ୟାତନା ଭାବରେ ସରକାରଙ୍କ ନିକଟକୁ ବିବରଣୀ ପଳାଇଯିବ ଏବଂ ଏହାର ଆଉ ଏକ ଆଶଙ୍କା ଯେ, ସେହି ଶାସନ ଯୋଗୁଁ ସେମାନଙ୍କ ପିଲାଙ୍କୁ ସେମାନଙ୍କ ନିକଟରୁ ଛଡାଇ ନିଆଯିବ । ଯଦି ପିଲାମାନଙ୍କୁ ଶାରିରୀକ ଶାସନ କରିବା ବିଷୟକୁ କୌଣସି ସରକାର ଅବୈଧ ଘୋଷଣା କରନ୍ତି ତେବେ ପିତାମାତାମାନେ କ'ଣ କରିବା ଉଚିତ୍? ରୋମୀୟ ୧୩:୧-୭ ଅନୁଯାୟୀ ପିତାମାତାମାନେ ଶାସନକର୍ତ୍ତାଙ୍କର ବଶୀଭୂତ ହେବାକୁ ପଡିବ । ଏକ ସରକାର ଈଶ୍ବରଙ୍କ ବାକ୍ୟର କେବେ ବି ବିରୋଧାଭାସ ହେବା ଉଚିତ୍ ନୁହେଁ, ଏବଂ ବାଇବଲ ଅନୁଯାୟୀ କହିବାକୁ ଗଲେ ଶାରିରୀକ ଶାସନ ପିଲାମାନଙ୍କର ସର୍ବୋତ୍ତମ ଲାଭ ନିମନ୍ତେ ହିଁ କରାଯାଇଛି । ଅଥଚ, ପିଲାମାନଙ୍କୁ ପରିବାରର ପରିସର ମଧ୍ୟରେ ରଖିବା ଯଦ୍ଦ୍ବାରା କି ସେମାନେ ଅନ୍ତତଃ କିଛି ଶୃଙ୍ଖଳା ଗ୍ରହଣ କରିପାରିବେ ତାହା ସରକାରର "ଯତ୍ନ"ରେ ଛାଡିଦେଇ ପିଲାମାନଙ୍କୁ ହରାଇବାଠାରୁ ଯଥେଷ୍ଟ ଗୁଣରେ ଉତ୍ତମ ।

ଏଫିସୀୟ ୬:୪ରେ, ପିତାମାନେ ସେମାନଙ୍କର ପିଲାମାନଙ୍କୁ ତୀବ୍ର ଭାବରେ ବିରକ୍ତିଭାବ ନ ଜନ୍ମାଇବା ନିମନ୍ତେ କୁହାଯାଇଛି । ବରଂ ସେମାନେ ଈଶ୍ବରଙ୍କ ପଥରେ ସେମାନଙ୍କୁ ବଢାଇବା ନିମନ୍ତେ କୁହାଯାଇଛି । "ପ୍ରଭୁଙ୍କ ଶିକ୍ଷା ଏବଂ ଚେତନା" ପିଲାମାନଙ୍କୁ ବୃଦ୍ଧି କରାଇବା ବିଷୟ ମଧ୍ୟରେ ଦମନ ମୂଳକ, ସଂଶୋଧନ ମୂଳକ ଏବଂ ହଁ ପ୍ରେମପୂର୍ଣ୍ଣ ଶାରିରୀକ ଶାସନ ଅନ୍ତର୍ଭୁକ୍ତ ଅଟେ ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ଖ୍ରୀଷ୍ଟିୟାନମାନେ ସେମାନଙ୍କର ପିଲାମାନଙ୍କୁ କିପରି ଶୃଙ୍ଖଳିତ କରିବା ଉଚିତ୍? ବାଇବଲ ଏ ବିଷୟରେ କ'ଣ କୁହେ?
© Copyright Got Questions Ministries