କଅଣ ପ୍ରକୃତରେ ଯୀଶୁଙ୍କ ଅସ୍ତିତ୍ତ୍ଵ ଅଛି? ଯୀଶୁ ଖ୍ରୀଷ୍ଟଙ୍କର କୌଣସି ଐତିହାସିକ ପ୍ରମାଣ ରହିଛି କି?


ପ୍ରଶ୍ନ: କଅଣ ପ୍ରକୃତରେ ଯୀଶୁଙ୍କ ଅସ୍ତିତ୍ତ୍ଵ ଅଛି? ଯୀଶୁ ଖ୍ରୀଷ୍ଟଙ୍କର କୌଣସି ଐତିହାସିକ ପ୍ରମାଣ ରହିଛି କି?

ଉତ୍ତର:
ପ୍ରକୃତରେ, ଯେତେବେଳେ ଏହି ପ୍ରଶ୍ନ ପଚରାଯାଏ, ପ୍ରଶ୍ନ ପଚାରୁଥିବା ବ୍ୟକ୍ତି ଆପଣା ପ୍ରଶ୍ନକୁ “ବାଇବଲର ବାହିଅ” ସ୍ରୋତ ଦ୍ଵାରା ଯୋଗ୍ୟ କରିଥାନ୍ତି । ବାଇବଲ ଯୀଶୁଙ୍କ ଅସ୍ତିତ୍ତ୍ଵର ଏକ ପ୍ରମାଣ ନୁହେଁ ବୋଲି କହୁଥିବା କୌଣସି ଧାରଣାକୁ ଆମେ ଗ୍ରହଣ କରୁନାହୁଁ । ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ନୂତନ ନିୟମରେ ଶହ-ଶହ ପଦ ରହିଛି । ଅନେକେ ଅଛନ୍ତି ଯେଉଁମାନେ ସୁସମାଚାର ପୁସ୍ତକଗୁଡ଼ିକର ଲେଖାକୁ ଦ୍ଵିତୀୟ ଶତାବ୍ଦୀ ଅର୍ଥାତ ଯୀଶୁଙ୍କ ମୃତ୍ୟୁର ୧୦୦ ବର୍ଷରୁ ଅଧିକ ସମୟ ବୋଲି କୁହନ୍ତି । ଯଦି ଏହା ସେପରି ହୋଇଥାଏ (ଯାହାକୁ ଆମେ ଦୃଢ ଭାବରେ ବିରୋଧ କରୁ), ପ୍ରାଚୀନ ପ୍ରମାଣ ଭାବରେ, କୌଣସି ଘଟଣା ଘଟିବାର ୨୦୦ବର୍ଷ ମଧ୍ୟରେ ଲେଖାଯିବା ଲେଖାକୁ ଅତି ବିଶ୍ଵାସଯୋଗ୍ୟ ଲେଖା ବୋଲି ଗ୍ରହଣ କରାଯାଇଥାଏ । ଆହୁରି ମଧ୍ୟ, ଅଧିକାଂଶ ବାଇବଲର ବିଦ୍ଵାନ (ଖ୍ରୀଷ୍ଟିୟାନ ଓ ଅଣ-ଖ୍ରୀଷ୍ଟିୟାନ) ଗ୍ରହଣ କରନ୍ତି ଯେ ପାଉଲଙ୍କ ଲେଖାଗୁଡ଼ିକ (ଅନ୍ତତଃ ସେଗୁଡ଼ିକ ମଧ୍ୟରୁ କିଛି) ପ୍ରକୃତରେ ପାଉଲଙ୍କ ଦ୍ଵାରା ପ୍ରଥମ ଶତାବ୍ଦୀର ମଧ୍ୟ ଭାଗରେ ଲେଖାଯାଇଛି ଯାହା ଯୀଶୁଙ୍କ ମୃତ୍ୟୁର ୪୦ବର୍ଷରୁ ମଧ୍ୟ କମ୍‍ ସମୟ ଅଟେ । ପ୍ରାଚୀନ ପାଣ୍ଡୁଲିପିର ପ୍ରମାଣ ଅନୁସାରେ ପ୍ରଥମ ଶତବ୍ଦୀର ପ୍ରଥମ ଭାଗରେ ଇସ୍ରାଏଲରେ ଯୀଶୁ ନାମକ ଜଣେ ବ୍ୟକ୍ତି ରହିଥିବା ବିଷୟରେ ଏହା ବିଶେଷ ଭାବରେ ଏକ ବଳିଷ୍ଠ ପ୍ରମାଣ ଅଟେ ।

ଏହା ଜାଣିବା ଗୁରୁତ୍ତ୍ଵପୂର୍ଣ୍ଣ ବିଷୟ ଯେ ୭୦ ଖ୍ରୀଷ୍ଟାବ୍ଦରେ, ରୋମୀୟମାନେ ଆକ୍ରମଣ କରି ଯିରୁଶାଲମ ଓ ଅଧିକାଂଶ ଇସ୍ରାଏଲଙ୍କୁ ଧ୍ଵଂଶ କଲେ, ସେ ସ୍ଥାନର ନିବାସୀଙ୍କୁ ହତ୍ୟା କଲେ । ସମସ୍ତ ନଗରକୁ ନିଆଁରେ ପୋଡ଼ି ଧୂଳିସାତ କଲେ । ତେବେ, ଆମେ ଆଶ୍ଚର୍ଯ୍ୟ ହେବା କଥା ନୁହେଁ ଯେ ଏଥିରେ ଯୀଶୁଙ୍କ ଅସ୍ତିତ୍ତ୍ଵ ବିଷୟରେ ଥିବା ଅଧିକାଂଶ ପ୍ରମାଣ ମଧ୍ୟ ନଷ୍ଟ ହୋଇଗଲା । ଯୀଶୁଙ୍କୁ ନିଜ ଆଖିରେ ଦେଖିଥିବା ଅନେକ ସାକ୍ଷୀଙ୍କୁ ହତ୍ୟା କରାଯାଇଥିବ। ଏହି ସମସ୍ତ ଘଟନା ସମ୍ଭବତଃ ଯୀଶୁଙ୍କୁ ନିଜ ଆଖିରେ ଦେଖିଥିବା ଲୋକମାନଙ୍କର ସାକ୍ଷୀର ପରିମାଣକୁ କମାଇ ଦେଲା ।

ଯେପରି ଯୀଶୁଙ୍କ ସେବାକାର୍ଯ୍ୟ ମୁଖ୍ୟତଃ ରୋମୀୟ ସାମ୍ରାଜ୍ୟର ଏକ ଛୋଟ ଅଞ୍ଚଳରେ ଅପେକ୍ଷାକୃତ ଗୁରୁତ୍ଵ ନ ଥିବା ସ୍ଥାନରେ ସୀମିତ ଥିଲା, ଜାଗତିକ ଇତିହାସରୁ ଯୀଶୁଙ୍କ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସଂଗ୍ରହ କରାଯାଇ ପାରିବ । ନିମ୍ନରେ ଯୀଶୁଙ୍କର କିଛି ଅଧିକ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ତଥ୍ୟ ଦିଆଗଲା:

ପ୍ରଥମ ଶତାବ୍ଦୀର ରୋମାନ୍‍ ତାସିତସ୍‍ ଯାହାଙ୍କୁ ପ୍ରାଚୀନ ଜଗତର ଏକ ସଠିକ୍‍ ଐତିହାସିକଙ୍କ ମଧ୍ୟରୁ ଜଣେ ବୋଲି କୁହାଯାଏ ଅନ୍ଧ-ବିଶ୍ଵାସକୁ ପ୍ରକାଶ କରନ୍ତି ଯେ “ଖ୍ରୀଷ୍ଟିୟାନ” (ଖ୍ରୀଶ୍ତୁସ ଶବ୍ଦରୁ, ଯାହାର ଲାଟିନ୍‍ ଅର୍ଥ ଖ୍ରୀଷ୍ଟରୁ ଆସିଛି), ଯିଏ ତିବିରିଆଙ୍କ ସମୟରେ ପନ୍ତିୟ ପିଲାତଙ୍କ ଦ୍ଵାରା କ୍ଲେଶ ପାଇଥିଲେ । ସମ୍ରାଟ ହାଡ୍ରିଆନ୍‍ଙ୍କ ମୁଖ୍ୟ ସେକ୍ରେଟାରୀ ସିତୋନିୟସ୍‍ ଲେଖିଥିଲେ ଯେ ଖ୍ରୀଶ୍ତୁସ ନାମକ ଜଣେ ବ୍ୟକ୍ତି ଥିଲେ ଯିଏ ପ୍ରଥମ ଶତାବ୍ଦୀରେ ବାସ କରୁଥିଲେ (ଆନାଲ ୧୫.୪୪) ।

ଫ୍ଲେଭିୟସ୍‍ ଯୋଷେଫସ୍‍ ଜଣେ ଅତି ପ୍ରସିଦ୍ଧ ଯିହୂଦୀ ଐତିହାସିକ ଥିଲେ । ତାହାଙ୍କ ଲେଖା ଆନ୍ତିକୁଇତି ରେ ସେ ଯାକୁବଙ୍କ ବିଷୟରେ ଏପରି ଲେଖନ୍ତି “ଖ୍ରୀଷ୍ଟ ନାମରେ ନାମିତ ଯୀଶୁଙ୍କ ଭାଇ” । ସେଥିରେ ଏକ ବିବାଦପୂର୍ଣ୍ଣ ପଦ ରହିଛି (୧୮:୩) ଯାହା କୁହେ “ଏହି ସମୟରେ ଯୀଶୁ ନାମକ ଜଣେ ବିଜ୍ଞ ବ୍ୟକ୍ତି ଥିଲେ, ଯଦି ତାହାଙ୍କୁ ଜଣେ ମନୁଷ୍ୟ ବୋଲି କୁହାଯିବାର ନ୍ୟାୟସଙ୍ଗତ । କାରଣ ସେ ଏପରି ଜଣେ ବ୍ୟକ୍ତି ଥିଲେ ଯିଏ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ ସାଧନ କରୁଥିଲେ...ସେ ଖ୍ରୀଷ୍ଟ ଥିଲେ....ଯେପରି ସ୍ଵର୍ଗୀୟ ଭାବବାଦୀମାନେ ତାଙ୍କ ବିଷୟରେ ପୂର୍ବରୁ କହିଥିଲେ ଓ ଏହିପରି ଅନ୍ୟ ଦଶ ହଜାର ଆଶ୍ଚର୍ଯ୍ୟକର ବିଷୟ କହିଥିଲେ ସେହି ଅନୁଯାୟୀ ସେ ତୃତୀୟ ଦିବସରେ ସେମାନଙ୍କୁ ପୁନର୍ବାର ଦେଖାଦେଲେ ।” ଏକ ସଂସ୍କରଣରେ ଏପରି ଲେଖାଯାଏ “ଏହି ସମୟରେ, ଯୀଶୁ ନାମକ ଜଣେ ବିଜ୍ଞ ବ୍ୟକ୍ତି ଥିଲେ । ତାହାଙ୍କ ଆଚରଣ ଉତ୍ତମ ଥିଲା ଏବଂ ସେ ଧାର୍ମିକ ଥିବାର ଜଣାଯାଇଥିଲେ । ଏବଂ ଯିହୂଦୀମାନଙ୍କ ମଧ୍ୟରୁ ଓ ଅନ୍ୟ ଦେଶଗୁଡ଼ିକରୁ ଅନେକ ଲୋକ ତାହାଙ୍କର ଶିଷ୍ୟ ହେଲେ । ପିଲାତ ତାହାଙ୍କୁ କ୍ରୁଶବିଦ୍ଧ କରି ମୃତ୍ୟୁଭୋଗ କରିବା ନିମନ୍ତେ ଆଦେଶ ଦେଲେ । କିନ୍ତୁ ଯେଉଁମାନେ ତାହାଙ୍କ ଶିଷ୍ୟ ହୋଇଥିଲେ, ସେମାନେ ତାହାଙ୍କ ଶିଷ୍ୟତ୍ଵ ପରିତ୍ୟାଗ କଲେନାହିଁ । ସେମାନେ ଘୋଷଣା କରି କହିଲେ ଯେ ସେ ତାଙ୍କ କ୍ରୁଶବିଦ୍ଧର ତିନିଦିନ ପରେ ସେମାନଙ୍କୁ ଦେଖାଦେଲେ, ଏବଂ ସେଥିଯୋଗୁଁ ସେ ଜୀବିତ ଥିଲେ; ସେହି ଅନୁଯାୟୀ ବୋଧହୁଏ ସେ ମଶୀହ ଅଟନ୍ତି, ଯାହାଙ୍କ ବିଷୟରେ ଭାବବାଦୀମାନେ ଆଶ୍ଚର୍ଯ୍ୟକର ବିଷୟଗୁଡ଼ିକ କୁହନ୍ତି ।”

ଯୁଲିୟସ୍‍ ଆଫ୍ରିକାନସ୍‍ ତାଙ୍କ ଏକ ଆଲୋଚନରେ ଯୀଶୁଙ୍କ କ୍ରୁଶବିଦ୍ଧ ପରେ ହୋଇଥିବା ଅନ୍ଧକାର ହୋଇଥିବା ବିଷୟରେ ଐତିହାସିକ ଥାଲସ୍‍‍ଙ୍କ ଲେଖାରୁ ଉଦ୍ଧୃତ କରି ଲେଖନ୍ତି (ଏକ୍ସଟେଣ୍ଟ ରାଇଟିଙ୍ଗ ,୧୮ ) ।

ପ୍ଲିନି ଦ ୟଙ୍ଗର୍‍, ଲେଟର ୧୦: ୯୬ ରେ ଲିପିବଦ୍ଧ କରନ୍ତି ଯେ ଆଦ୍ୟ ଖ୍ରୀଷ୍ଟିୟାନ ଉପାସନା ଏବଂ ଖ୍ରୀଷ୍ଟିୟାନମାନେ ଯୀଶୁଙ୍କୁ ଈଶ୍ଵର ଭାବରେ ଉପାସନା କରିବା ନୈତିକ ଅଟେ । ସେତିରେ ସେ ପ୍ରେମଭୋଜ ଓ ପ୍ରଭୁଭୋଜ ବିଷୟ ମଧ୍ୟ ଲେଖନ୍ତି ।

ବାବିଲୋନୀୟାନ ତାଳମୁଣ୍ଡ (ସେନହେଡରିନ ୪୩ଅ ) ନିସ୍ତାରପର୍ବର ପୂର୍ବ ରାତ୍ରି ଯୀଶୁଙ୍କ କ୍ରୁଶବିଦ୍ଧ ଏବଂ ଯୀଶୁ ଗୁଣିବିଦ୍ୟା କରୁଥିବା ପୁଣି ଯିହୂଦୀ ଧର୍ମକୁ ତ୍ୟାଗ କରିବାକୁ ଉତ୍ସାହିତ କରୁଥିବା ଅଭିଯୋଗକୁ ଦୃଢ କରେ ।

ସମୋସଟାର ଲୂସିଆନ୍‍ ଦ୍ଵିତୀୟ ଶତାବ୍ଦୀର ଜଣେ ଗ୍ରୀକ୍‍ ଲେଖକ ଥିଲେ ଯିଏ ସ୍ଵୀକାର କରନ୍ତି ଯେ ଖ୍ରୀଷ୍ଟିୟାନମାନଙ୍କ ଦ୍ଵାରା ଯୀଶୁଙ୍କୁ ଉପାସନା କରାଯାଉଥିଲା, ନୂତନ ଶିକ୍ଷା ପରିଚୟ କରିଥିଲେ ଏବଂ ସେମାନଙ୍କ ନିମନ୍ତେ କ୍ରୁଶବିଦ୍ଧ ହୋଇଥିଲେ । ସେ କହିଲେ ଯେ ଯୀଶୁଙ୍କ ଶିକ୍ଷାରେ ବିଶ୍ଵାସୀମାନଙ୍କର ଭାଇଚାରା, ପରିବର୍ତ୍ତନ ହେବା ଗୁରୁତ୍ଵ ଏବଂ ଅନ୍ୟ ଦେବତାମାନଙ୍କୁ ଅସ୍ଵୀକାର କରିବାର ଗୁରୁତ୍ଵ ରହିଥିଲା । ଖ୍ରୀଷ୍ଟିୟାନମାନେ ଯୀଶୁଙ୍କ ନିୟମ ଅନୁଯାୟୀ ଜୀବନଯାପନ କରୁଥିଲେ, ସେମାନେ ନିଜନିଜକୁ ଅମର ବୋଲି ବିଶ୍ଵାସ କରୁଥିଲେ, ଏବଂ ମୃତ୍ୟୁର ଘୃଣିତ ଭାବେ ବିବେଚନା କରାଯାଉଥିଲେ, ସ୍ଵଇଛାରେ ନିଜେ ଉପାସନା କରୁଥିଲେ, ଏବଂ ପାର୍ଥିବ ଦ୍ରବ୍ୟକୁ ପରିତ୍ୟାଗ କରୁଥିଲେ ।

ମାରା ବାର୍‍-ସେରାପିଅନ୍‍ ସୁନିଶ୍ଚିତ କରି ଲେଖିଥିଲେ ଯେ ଯୀଶୁ ଜଣେ ବୁଦ୍ଧିମାନ୍‍ ଓ ଧାର୍ମିକ ବ୍ୟକ୍ତି ଭାବରେ ଜଣାଯାଉଥିଲେ, ଅନେକେ ତାଙ୍କୁ ଯିହୂଦୀମାନଙ୍କର ରାଜା ବୋଲି ଭାବୁଥିଲେ, ସେ ଯିହୂଦୀମାନଙ୍କ ଦ୍ଵାରା ମୃତ୍ୟୁଭୋଗ କରିଥିଲେ, ଏବଂ ତାହାଙ୍କ ଅନୁଗାମୀମାନେ ସେମାନଙ୍କ ଶିକ୍ଷାରେ ଯୀଶୁଙ୍କୁ ଜୀବିତ ବୋଲି ଦେଖାଉଥିଲେ ।

ତା’ ପରେ ଆମେ ଆଧ୍ୟାତ୍ମିକ ଜ୍ଞାନ ଥିବା ଲେଖା ପାଉ (ଦ ଗୋଶପେଳ ଅଫ ଟ୍ରୁଥ, ଦ ଏପୋକ୍ରିପା ଅଫ ଜନ, ଦ ଗୋଶପେଳ ଓଫ ଥୋମା, ଦ ତ୍ରୀଟିସ ଅଫ ରେସୁରରେକସୋନ ଇତ୍ୟାଦି) ଯେଉଁ ସମସ୍ତ ଯୀଶୁଙ୍କ ବିଷୟରେ ଉଲ୍ଲେଖ କରନ୍ତି ।

ପ୍ରକୃତରେ, କେବଳ ଅଣ-ଖ୍ରୀଷ୍ଟିୟାନ ଲେଖାଗୁଡ଼ିକର ଆଧାରରେ ଆମେ ସୁସମାଚାରକୁ ପୁନଃଗଠନ କରିପାରିବା ନାହିଁ: ଯୀଶୁଙ୍କୁ ଖ୍ରୀଷ୍ଟ ବୋଲି କୁହାଯାଉଥିଲା (ଜୋସେଫୁସ), ସେ “ଯାଦୁବିଦ୍ୟା” କରୁଥିଲେ, ଇଶ୍ରାୟେଲୀୟମାନଙ୍କୁ ନୂତନ ନୂତନ ଶିକ୍ଷା ଦେଉଥିଲେ, ଏବଂ ଯିହୂଦା ପ୍ରଦେଶରେ (ଟେକିଟୁସ) ସେମାନଙ୍କ ପାଇଁ ନିସ୍ତାରପର୍ବରେ କ୍ରୁଶରେ ଝୁଲିଲେ (ବାବିଲୋନିୟନ ତାଳମୁଣ୍ଡ), କିନ୍ତୁ ସେ ଈଶ୍ଵର ହୋଇଥିବାର ଦାବୀ କଲେ ଓ ସେ ପୁନର୍ବାର ଫେରି ଆସିବେ (ଏଲିୟାଜର), ଯାହା ତାହାଙ୍କ ଅନୁଗାମୀମାନେ ବିଶ୍ଵାସ କରି ତାହାଙ୍କୁ ଈଶ୍ଵର ଭାବରେ ପୂଜା କରୁଥିଲେ (ପ୍ଳିନୀ ଦ ୟଙ୍ଗର) ।

ଉଭୟ ଜାଗତିକ ଓ ବାଇବଲ ଇତିହାସରେ ଯୀଶୁ ଖ୍ରୀଷ୍ଟଙ୍କ ଅସ୍ତିତ୍ତ୍ଵ ବିଷୟରେ ଅକାଟ୍ୟ ପ୍ରମାଣ ରହିଛି । ଏହାର ସବୁଠାରୁ ବିଶେଷ ପ୍ରମାଣ ହେଉଛି ବାରଜଣ ଶିଷ୍ୟଙ୍କ ସମେତ ଆକ୍ଷରିକ ଭାବେ ପ୍ରଥମ ଶତାବ୍ଦୀର ହଜାର ହଜାର ଖ୍ରୀଷ୍ଟିୟାନ ଯୀଶୁଖ୍ରୀଷ୍ଟଙ୍କ ନିମନ୍ତେ ନିଜ ନିଜ ଜୀବନକୁ ବଳି ଦେବାକୁ ମଧ୍ୟ ଇଛା ପ୍ରକାଶ କରୁଥିଲେ । ଯେଉଁ ବିଷୟ ସତ ବୋଲି ଲୋକମାନେ ବିଶ୍ଵାସ କରନ୍ତି ସେଥିଯୋଗୁଁ ଲୋକମାନେ ମରିବାକୁ ଇଛା କରିବେ, କିନ୍ତୁ କେହି ବି ସେହି ବିଷୟ ଯୋଗୁଁ ମରିବାକୁ ଇଛା କରିବେ ନାହିଁ ଯାହା ସେମାନେ ମିଛ ବୋଲି ଜାଣନ୍ତି ।



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ



କଅଣ ପ୍ରକୃତରେ ଯୀଶୁଙ୍କ ଅସ୍ତିତ୍ତ୍ଵ ଅଛି? ଯୀଶୁ ଖ୍ରୀଷ୍ଟଙ୍କର କୌଣସି ଐତିହାସିକ ପ୍ରମାଣ ରହିଛି କି?