ପ୍ରଶ୍ନ
ଈଶ୍ବର ମନ୍ଦତା ସୃଷ୍ଟି କଲେକି?
ଉତ୍ତର
ପ୍ରଥମେ ଈଶ୍ବର ସମସ୍ତ ବିଷୟ ସୃଷ୍ଟି କରିଥିବା ପରି ଜଣାଯାଇପାରେ, ତେବେ ମନ୍ଦତା ମଧ୍ୟ ଈଶ୍ବରଙ୍କ ଦ୍ବାରା ସୃଷ୍ଟି ହୋଇଥିବ । ଅଥଚ, ମନ୍ଦତା ପଥର ବା ବିଦ୍ୟୁତ୍ ପରି ଏକ “ଜିନିଷ” ନୁହେଁ । ଆପଣ ଏକ ପାତ୍ରର ମନ୍ଦତା ପାଇପାରିବେ ନାହିଁ । ମନ୍ଦତାର ନିଜର ବୋଲି କିଛି ଅସ୍ତିତ୍ବ ନାହିଁ; ଏହା ପ୍ରକୃତରେ ଭଲ ବା ଉତ୍ତମତାର ଅନୁପସ୍ଥିତି । ଉଦାହରଣ ସ୍ବରୂପ, ଗାତଗୁଡିକ ବାସ୍ତବରେ ରହିଛି କିନ୍ତୁ ସେଗୁଡିକ ଆଉ କୌଣସି ଜିନିଷର ଭିତରେ ରହିଛି । ଆମେ ଗାତରେ ମଇଳା ଭରିନଥିବାର କହିପାରୁ, କିନ୍ତୁ ଏହା ମଇଳାରୁ ପୃଥକ୍ ହୋଇରହିପାରିବ ନାହିଁ । ତେଣୁ, ଈଶ୍ବର ଯେତେବେଳେ ସୃଷ୍ଟି କଲେ, ଏହା ସତ୍ୟ ଯେ ସେ ସୃଷ୍ଟି କରିଥିବା ସମସ୍ତ ବିଷୟ ଭଲ ଥିଲା । ଈଶ୍ବର ସୃଷ୍ଟି କରିଥିବା କିଛି ଭଲ ବିଷୟ ମଧ୍ୟରେ ଜୀବନ୍ତ ପ୍ରାଣୀଗୁଡିକ ରହିଛନ୍ତି ଯେଉଁମାନେ ଭଲ କାମ କରିବା ପାଇଁ ମନୋନୀତ କରିପାରିବେ । ପ୍ରକୃତ ମନୋନୟନ କରିବା ପାଇଁ, ଭଲ ବ୍ୟତୀତ ଆଉ କିଛି ମନୋନୀତ କରିବାର କିଛି ବିଷୟ ରହିବା ନିମନ୍ତେ ଈଶ୍ବର ଅନୁମତି ଦେଲେ । ତେଣୁ ଈଶ୍ବର ଏହି ସମସ୍ତ ସ୍ବାଧୀନ ଦୂତ ଓ ମନୁଷ୍ୟକୁ ଭଲ ମନୋନୀତ କରିବା କିମ୍ବା ଭଲକୁ ପ୍ରତ୍ୟାଖ୍ୟାନ କରିଦେବା (ମନ୍ଦ) ନିମନ୍ତେ ଅନୁମତି ଦେଲେ । ଯେତେବେଳେ ଦୁଇଗୋଟି ଭଲ ବିଷୟ ମଧ୍ୟରେ ଏକ ଖରାପ ବା ମନ୍ଦ ସମ୍ପର୍କ ରହିଥାଏ, ତାହାକୁ ଆମେ ମନ୍ଦ କହୁ, କିନ୍ତୁ ଏହା ଏକ ବିଷୟ ବା ଜିନିଷ ହେବନାହିଁ, ଯାହାକୁ ଈଶ୍ବର ସୃଷ୍ଟି କରିବାର ଆବଶ୍ୟକତା ରହିଛି ।
ବୋଧହୁଏ, ଅଧିକ ବ୍ୟାଖ୍ୟା କରିଲେ ଏହା ବୁଝିବାରେ ସାହାଯ୍ୟ କରିବ । ଯଦି ଜଣେ ବ୍ୟକ୍ତିକୁ ପଚରାଯାଏ “ଥଣ୍ଡାର ଅସ୍ତିତ୍ବ ରହିଛିକି?” ତେବେ ଉତ୍ତର “ହଁ” ବୋଲି ଆସିବାର ସମ୍ଭାବନା ରହିଛି । ଅଥଚ, ଏହା ଭୁଲ୍ ଉତ୍ତର । ଥଣ୍ଡାର ଅସ୍ତିତ୍ବ ନାହିଁ । ଥଣ୍ଡା ହେଉଛି ଗରମ ବା ଉତ୍ତାପର ଅନୁପସ୍ଥିତି । ଠିକ୍ ସେହିପରି ଅନ୍ଧାରର ଅସ୍ତିତ୍ବ ନାହିଁ; ଏହା ହେଉଛି ଆଲୋକର ଅନୁପସ୍ଥିତି । ମନ୍ଦତା ହେଉଛି ଭଲ ବା ଅତି ଭଲର ଅନୁପସ୍ଥିତି, ମନ୍ଦତା ହେଉଛି ଈଶ୍ବରଙ୍କ ଅନୁପସ୍ଥିତି । ଈଶ୍ବର ମନ୍ଦତା ସୃଷ୍ଟି କରିବାର ଆବଶ୍ୟକତା ନାହିଁ, କିନ୍ତୁ ଭଲ ବା ଉତ୍ତମତାର ଅନୁପସ୍ଥିତିକୁ ଅନୁମତି ଦେଇପାରନ୍ତି ।
ଈଶ୍ବର ମନ୍ଦତା ସୃଷ୍ଟି କରିନଥିଲେ, କିନ୍ତୁ ସେ ମନ୍ଦତାକୁ ଅନୁମତି ଦେଲେ । ଯଦି ମନ୍ଦତା ରହିବାର ସମ୍ଭାବନାକୁ ଈଶ୍ବର ଅନୁମତି ଦେଇନଥାନ୍ତେ, ତେବେ ମନୁଷ୍ୟ ଓ ଦୂତମାନେ ନିଜ ନିଜ ଇଛାରେ ଈଶ୍ବରଙ୍କର ସେବା ନକରି ବାଧ୍ୟ ବାଧକତାରେ ତାହାଙ୍କର ସେବା କରିଥାନ୍ତେ । ଈଶ୍ବର କେବଳ “ରୋବୋଟ୍”ଗୁଡିକୁ କରିବାକୁ ଚାହିଁଲେ ନାହିଁ, ଯେଉଁ ସବୁ ସେମାନଙ୍କର ପ୍ରୋଗ୍ରାମିଂ କାରଣ ଯୋଗୁଁ ସେ ସେମାନଙ୍କୁ ଯାହା କରିବାକୁ କହିବେ କେବଳ ତାହା ହିଁ କରିବେ । ଈଶ୍ବର ମନ୍ଦତାର ସମ୍ଭାବନାକୁ ଅନୁମତି ଦେଲେ ଯେପରିକି ଆମେ ତାହାଙ୍କର ସେବା କରିବା ବା ନାହିଁ ସେ ବିଷୟରେ ଆମେ ପ୍ରକୃତରେ ଇଛା ଶକ୍ତି ପାଇପାରିବା ।
ଆମେ ସସୀମ ମନୁଷ୍ୟ ହୋଇଥିବା ଯୋଗୁଁ କେବେ ସୁଦ୍ଧା ଜଣେ ଅସୀମ ଈଶ୍ବରଙ୍କୁ ସମ୍ପୂର୍ଣ୍ଣରୂପେ ବୁଝିପାରିବା ନାହିଁ (ରୋମୀୟ 11:33-34) । ବେଳେବେଳେ ଈଶ୍ବର କିଛି କରୁଥିବା ବିଷୟକୁ ସେ କାହିଁକି କରୁଅଛନ୍ତି ସେ ବିଷୟରେ ଆମେ କିଛି ବୁଝିଥାଉ, କିନ୍ତୁ ପରେ ଜାଣିପାରୁଥାଉ ଯେ ଆମେ ଭାବୁଥିବା ବିଷୟ ଯୋଗୁଁ ନୁହେଁ କିନ୍ତୁ ଈଶ୍ବରଙ୍କ ଉଦ୍ଦେଶ୍ୟ ଅନ୍ୟ କିଛି ଥିବା ଯୋଗୁଁ ସେ ତାହା କରୁଥିଲେ । ଈଶ୍ବର ବିଷୟଗୁଡିକୁ ପବିତ୍ର ଓ ଅନନ୍ତ ଦୃଷ୍ଟିକୋଣରୁ ଦେଖିଥାନ୍ତି । ଆମେ ପାପପୂର୍ଣ୍ଣ, ପାର୍ଥିବ ଓ ଅସ୍ଥାୟୀ ଦୃଷ୍ଟିକୋଣରୁ ଦେଖିଥାଉ । ଆଦମ ଓ ହବା ଯେ ପାପ କରିବେ ଓ ସେମାନଙ୍କର ପାପ ଯେ ସମସ୍ତ ମନୁଷ୍ୟ ଉପରକୁ ମନ୍ଦତା, ମୃତ୍ୟୁ ଓ କ୍ଲେଶ ଆଣିବ ତାହା ଈଶ୍ବର ଜାଣିଥିଲେ ସୁଦ୍ଧା ସେ କାହିଁକି ପୃଥିବୀରେ ମନୁଷ୍ୟକୁ ରଖିଲେ? ସେ କାହିଁକି ଆମ୍ଭମାନଙ୍କୁ ସୃଷ୍ଟି କଲାପରେ ସ୍ବର୍ଗରେ ଛାଡଦିଅନ୍ତି ନାହିଁ ଯେଉଁଠି ଆମେ ବିନା କ୍ଲେଶ ପାଇ ସିଦ୍ଧ ହୋଇପାରିବା? ଏହି ପ୍ରଶ୍ନଗୁଡିକୁ ଅନନ୍ତର ଏହି ପାଖ (ପାର୍ଶ୍ବ)ରେ ଉତ୍ତର ଦେଲେ ଯଥେଷ୍ଟ ହେବନାହିଁ । ଆମେ କେବଳ ଏତିକି ଜାଣୁ ଯେ ଈଶ୍ବର ଯାହା କରନ୍ତି, ତାହା ପବିତ୍ର ଓ ପରିଶେଷରେ ତାହାଙ୍କୁ ଗୌରବ ଦେବ । ଆମେ ଈଶ୍ବରଙ୍କର ଉପାସନା କରିବା ନା ନାହିଁ ସେ ବିଷୟରେ ମନୋନୀତ କରିବା ନିମନ୍ତେ ଈଶ୍ବର ପାପ ରହିବାକୁ ଅନୁମତି ଦେଲେ । ଈଶ୍ବର ମନ୍ଦତା ସୃଷ୍ଟି କରିନଥିଲେ, କିନ୍ତୁ ଏହାକୁ ଅନୁମତି ଦେଇଥିଲେ । ଯଦି ସେ ମନ୍ଦତାକୁ ଅନୁମତି ଦେଇନଥାନ୍ତେ, ତେବେ ଆମେ ଆମ୍ଭମାନଙ୍କ ଇଛାରେ ତାହାଙ୍କର ଉପାସନା ନ କରି ବାଧ୍ୟବାଧକତାରେ ତାହାଙ୍କର ଉପାସନା କରିଥାନ୍ତେ ।
English
ଈଶ୍ବର ମନ୍ଦତା ସୃଷ୍ଟି କଲେକି?