settings icon
share icon
ପ୍ରଶ୍ନ

ଖ୍ରୀଷ୍ଟଙ୍କ ଈଶ୍ଵରତ୍ଵ କଅଣ ବାଇବଲଭିତ୍ତିକ ଶିକ୍ଷା?
ଯୀଶୁ ଖ୍ରୀଷ୍ଟଙ୍କ ସ୍ଵୟଂ ଦାବି କରିବା ସହ, ତାହାଙ୍କ ଶିଷ୍ୟମାନେ ଖ୍ରୀଷ୍ଟଙ୍କ ଈଶ୍ଵରତ୍ଵକୁ ସ୍ଵୀକାର କରିଥିଲେ | ସେମାନେ ଦାବି କରିଥିଲେ ଯେ ପାପ ଯୀଶୁଙ୍କ କ୍ଷମାକରିବା ଅଧିକାର ଥିଲା – ଯାହା କେବଳ ଈଶ୍ଵର ଏକାକୀ କରିପାରିବେ- କାରଣ ଈଶ୍ଵର ପାପକୁ ଘୃଣା କରନ୍ତି (ପ୍ରେରିତ ୫:୩୧; କଲସୀୟ ୩:୧୩; ଗୀତସଂହିତା ୧୩୦:୪; ଯିରିମିୟ ୩୧:୩୪) | ଏହି ଅନ୍ତିମ ଦାବିର ସଂଯୋଗରେ, ଏହା କୁହାଯାଇଛି ଯେ ଯୀଶୁ “ମୃତ ଓ ଜୀବିତର ବିଚାର କରିବେ” (୨ ତୀମଥି ୪:୧) | ଥୋମା ଯୀଶୁଙ୍କୁ ଡାକ ପକାଇ କହିଲେ, “ମୋର ପ୍ରଭୁ ଓ ମୋର ଈଶ୍ଵର” (ଯୋହନ ୨୦:୨୮) | ପାଉଲ, ଯୀଶୁଙ୍କୁ ସମ୍ବୋଧନ କରନ୍ତି, “...ମହାନ ଈଶ୍ଵର ଓ ତ୍ରାଣକର୍ତ୍ତା” (ତୀତସ ୨:୧୩) ଏବଂ ଏହା ଶିକ୍ଷା ଦିଅନ୍ତି ଯେ ଯୀଶୁଙ୍କ ଦେହବନ୍ତ ହେବା ପୂର୍ବରୁ ଯୀଶୁ “ଈଶ୍ଵର ରୂପ” ହୋଇ ବିଦ୍ୟମାନ ଥିଲେ (ଫିଲୀପୀୟ ୨:୫-୮) | ଯୀଶୁଙ୍କ ବିଷୟରେ ପିତା ଈଶ୍ଵର କହନ୍ତି, “ହେ, ଈଶ୍ଵର, ତୁମର ସିଂହାସନ ଅନନ୍ତକାଳସ୍ଥାୟୀ, ପୁଣି, ନ୍ୟାୟର ଦଣ୍ଡ ତୁମ୍ଭର ରାଜଦଣ୍ଡ ଅଟେ” (ଏବ୍ରୀ ୧:୮) | ଯୋହନ ଲେଖନ୍ତି, “ବାକ୍ୟ ଈଶ୍ଵର ଥିଲେ” (ଯୋହନ ୧:୧) | ବାଇବଲରେ ଖ୍ରୀଷ୍ଟଙ୍କ ଈଶ୍ଵରତ୍ଵ ସମ୍ପର୍କରେ ଅନେକ ବିଷୟ ଲେଖାଯାଇଛି (ଦେଖନ୍ତୁ ପ୍ରକାଶିତ ୧:୧୭; ୨:୮; ୨୨:୧୩; ୧ କରନ୍ଥୀୟ ୧୦:୪; ୧ ପିତର ୨:୬-୮; ଗୀତସଂହିତା ୧୮:୨; ୯୫:୧; ୧ ପିତର ୫:୪; ଏବ୍ରୀ ୧୩:୨୦) | କିନ୍ତୁ ଖ୍ରୀଷ୍ଟଙ୍କୁ ଶିଷ୍ୟମାନେ ଈଶ୍ଵର ବୋଲି ବିଶ୍ଵାସ କରୁଥିଲେ ପ୍ରମାଣ କରିବା ପାଇଁ ଏହି ଗୋଟିଏ ପଦ ମଧ୍ୟ ଯଥେଷ୍ଟ |

ପୂରାତନ ନିୟମରେ ଥିବା ଯିହୋବାଙ୍କ (ଈଶ୍ଵରଙ୍କ ଔପଚାରିକ ନାମ ) ଅଦ୍ଵିତୀୟ ଉପାଧି ଗୁଡ଼ିକ ଯୀଶୁଙ୍କ ନିମନ୍ତେ ବ୍ୟବହାର କରାଯାଇଛି । | ପୂରାତନ ନିୟମର ଉପାଧି “ଉଦ୍ଧାର କର୍ତ୍ତା ” (ଗୀତସଂହିତା ୧୩୦:୭; ହୋଶେୟ ୧୩:୧୪), ନୂତନ ନିୟମରେ ଯୀଶୁଙ୍କ ପାଇଁ ବ୍ୟବହାର କରାଯାଇଅଛି (ତୀତସ ୨:୧୩; ପ୍ରକାଶିତ ୫:୯) | ଯୀଶୁଙ୍କୁ ଇମ୍ମାନୁୟେଲ ବୋଲି କୁହାଯାଇଅଛି – “ଆମ୍ଭମାନଙ୍କ ସହିତ ଈଶ୍ଵର”- ମାଥିଉ ୧ | ଯିଖରିୟ ୧୨:୧୦ ରେ, ଯିହୋବା କହନ୍ତି, “...ତହିଁରେ ସେମାନେ ଆମ୍ଭ ପ୍ରତି, ଅର୍ଥାତ୍, ଯାହାଙ୍କୁ ସେମାନେ ବିଦ୍ଧ କରିଅଛନ୍ତି, ତାହାଙ୍କ ପ୍ରତି ଦୃଷ୍ଟିପାତ କରିବେ...”| କିନ୍ତୁ ନୂତନ ନିୟମରେ ଏହା ଯୀଶୁଙ୍କ କ୍ରୁଶ ସହ ତୁଳନା କରାଯାଇଅଛି (ଯୋହନ ୧୯:୩୭; ପ୍ରକାଶିତ ୧:୭) | ଯଦି ଏହା ଯିହୋବା ଯାହାଙ୍କୁ ବିଦ୍ଧ କରାଯାଇଛି ଓ ଦୃଷ୍ଟିପାତ କରାଯାଇଅଛନ୍ତି, ଏବଂ ଏବେ ଯୀଶୁ ବିଦ୍ଧ ହେଲେ ଓ ତାହାଙ୍କୁ ଦୃଷ୍ଟିପାତ କରାଗଲା, ତେବେ ଯୀଶୁ ହିଁ ଯିହୋବା ଅଟନ୍ତି | ପାଉଲ ଯିଶାୟ ୪୫:୨୨-୨୩ କୁ ଫିଲିପିୟ ୨:୧୦-୧୧ ରେ ଯୀଶୁଙ୍କ ପାଇଁ ପ୍ରୟୋଗ କରାଯାଇଛି ବୋଲି ଅନୁବାଦ କରନ୍ତି | ପୁଣି, ଯୀଶୁଙ୍କ ନାମ ପ୍ରାର୍ଥନାରେ ଈଶ୍ଵରଙ୍କ ନାମ ସହିତ ବ୍ୟବହାର କରାଯାଇଛି, “ଆମ୍ଭମାନଙ୍କ ପିତା ଇଶ୍ଵର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ.” (ଗାଲାତୀୟ ୧:୩; ଏଫିସୀୟ ୧:୨) | ଯଦି ଯୀଶୁ ଖ୍ରୀଷ୍ଟ ଈଶ୍ଵର ନୁହଁନ୍ତି, ତେବେ ଏହା ଈଶ୍ଵର ନିନ୍ଦା ହେବ | ଯୀଶୁଙ୍କ ନାମ ତାଙ୍କ ବାପ୍ତିସ୍ମ ଦେବା ଆଜ୍ଞାରେ, ଈଶ୍ଵରଙ୍କ ନାମ ସହିତ ବ୍ୟବହାର କରାଯାଇଅଛି, “...ତୁମ୍ଭେମାନେ ଯାଇ ସମସ୍ତ ଜାତିର ଲୋକଙ୍କୁ ପିତା, ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ଦେଇ...” (ମାଥିଉ ୨୮:୧୯; ଦେଖନ୍ତୁ ୨ କରନ୍ଥୀୟ ୧୩:୧୪) |

ଯେଉଁ କାର୍ଯ୍ୟ କେବଳ ଈଶ୍ଵରଙ୍କ ଦ୍ଵାରା ସମ୍ଭବ, ସେହିସବୁର ଶ୍ରେୟ ଯୀଶୁଙ୍କୁ ଦିଆଯାଇଛି | ଯୀଶୁ କେବଳ ଯେ ମୃତମାନଙ୍କୁ ଜୀବିତ କଲେ (ଯୋହନ ୫:୨୧; ୧୧:୩୮-୪୪) ଓ ପାପକ୍ଷମା କଲେ (ପ୍ରେରିତ ୫:୩୧; ୧୩:୩୮) ତାହା ନୁହେଁ, ସେ ସାରା ବ୍ରହ୍ମାଣ୍ଡକୁ ସୃଷ୍ଟି କଲେ ଓ ସେ ତାକୁ ସମ୍ଭାଳି ରଖନ୍ତି (ଯୋହନ ୧:୨; କଲସୀୟ ୧:୧୬-୧୭) | ଏହା ଆହୁରି ସୁଧା ସ୍ପଷ୍ଟ ହୁଏ ଯେବେ ଜଣେ ଏହା ବିଚାର କରିବ ଯେ ସୃଷ୍ଟି କରିବା ସମୟରେ ଯିହୋବା ଏକାକୀ ଥିଲେ (ଯିଶାୟ ୪୪:୨୪) | ଆହୁରି, ଖ୍ରୀଷ୍ଟଙ୍କ’ଠାରେ ଏପରି ଚରିତ୍ରମାନ ରହିଅଛି, ଯାହା କେବଳ ଈଶ୍ଵରଙ୍କ ପାଖରେ ହିଁ ରହିପାରେ: ଅନନ୍ତକାଳୀନତା (ଯୋହନ ୮:୫୮), ସର୍ବଜ୍ଞାନୀ (ମାଥିଉ ୧୮:୨୦; ୨୮:୨୦), ସର୍ବବ୍ୟାପୀ (ମାଥିଉ ୧୬:୨୧) ଏବଂ ସର୍ବଶକ୍ତିମାନ (ଯୋହନ ୧୧:୩୮-୪୪) |

ବର୍ତ୍ତମାନ, ଏହା ଏକ ବିଷୟ ଯେ ଈଶ୍ଵର ବୋଲି ଦାବି କରିବା ଏବଂ ଏହା ସତ୍ୟ ବୋଲି କହି ଅନ୍ୟକୁ ବୋକା ବନାଇ ବିଶ୍ଵାସ କରାଇବା, ଅବା ଏହାକୁ ପ୍ରମାଣ କରିବା ନିମନ୍ତେ ଅନ୍ୟ କୌଣସି କରିବା । ଖ୍ରୀଷ୍ଟ ଅନେକ ଆଶ୍ଚର୍ଯ୍ୟ କର୍ମ କରିଥିଲେ ଯାହା ତାହାଙ୍କ ଈଶ୍ଵରତ୍ଵକୁ ଦାବିକୁ ପ୍ରମାଣ କରେ | କେବଳ ତାଙ୍କ କେତେକ ଆଶ୍ଚର୍ଯ୍ୟ କର୍ମ ହେଲା, ଜଳକୁ ଦ୍ରାକ୍ଷାରସରେ ପରିଣତ କରିବା (ଯୋହନ ୨:୭), ପାଣି ଉପରେ ଚାଲିବା (ମାଥିଉ ୧୪:୨୫), ଭୌତିକ ବସ୍ତୁକୁ ବହୁଗୁଣ କରିବା (ଯୋହନ ୬:୧୧), ଅନ୍ଧକୁ ଚକ୍ଷୁ ଦେବା (ଯୋହନ ୯:୭), ଛୋଟାକୁ (ମାର୍କ ୨:୩) ଓ ରୋଗୀମାନଙ୍କୁ ସୁସ୍ଥ କରିବା (ମାଥିଉ ୯:୩୫; ମାର୍କ ୧:୪୦-୪୨), ପୁଣି ମୃତମାନଙ୍କୁ ଜୀବିତ କରିବା (ଯୋହନ ୧୧:୪୩-୪୪; ଲୂକ ୭:୧୧-୧୫; ମାର୍କ ୫:୩୫) | ଆହୁରି ସୁଦ୍ଧା, ଖ୍ରୀଷ୍ଟ ନିଜେ ମୃତରୁ ଜୀବିତ ହୋଇଥିଲେ | ବିଜାତିମାନଙ୍କ କାଳ୍ପନିକ କାହାଣୀରେ ସେମାନଙ୍କ ଦେବତାଗଣର ମୃତଭୋଗ କରିବା ଓ ଜୀବିତ ହେବା କାହାଣୀ’ଠାରୁ, ସଂପୂର୍ଣ୍ଣ ଭିନ୍ନ ଅଟେ । ଯୀଶୁଙ୍କ ପୁନରୁଥାନ ବିଷୟ ଆଉ କୌଣସି ଧର୍ମରେ ଦାବି କରାଯାଇ ନହିଁ ବା ଆଉ କୌଣସି ଅଧିକ – ଧର୍ମଗ୍ରନ୍ଥ ସମ୍ବନ୍ଧୀୟ ପୁଷ୍ଟି କରାଯାଇ ନାହିଁ ।

ଯୀଶୁଙ୍କ ବିଷୟରେ ଅନ୍ତତଃ ଏପରି ୧୨ଟି ଐତିହାସିକ ଘଟଣା ରହିଛି, ଯାହା ଅଣଖ୍ରୀଷ୍ଟିଆନ ପାରମାର୍ଥିକ ବିଦ୍ଵାନମାନେ ସ୍ଵୀକାର କରିବେ |

୧. ଯୀଶୁ କ୍ରୁଶରେ ହତ ହୋଇଥିଲେ |
୨. ସେ କବରଶାୟୀ ହେଲେ |
୩. ତାହାଙ୍କ ମୃତ୍ୟୁ ଶିଷ୍ୟମାନଙ୍କୁ ନିରାଶ ଓ ହତାଶ କରିଥଲା |
୪. କିଛି ଦିନ ଉତ୍ତାରେ ଯୀଶୁଙ୍କ କବର ଶୂନ୍ୟ ଭାବରେ ଲୋକମାନେ ଦେଖିବାକୁ ପାରିଲେ |
୫. ଶିଷ୍ୟମାନେ ପୁନରୁଥିତ ଯୀଶୁଙ୍କ ଆବିର୍ଭାବ ହେବା ଦେଖି ବିଶ୍ଵାସ କଲେ |
୬. ଏହା ଉତ୍ତାରେ, ଶିଷ୍ୟମାନେ ସନ୍ଦେହୀ ହେବା’ଠାରୁ ସାହାସୀ ବିଶ୍ଵାସୀଭାବେ ପରିବର୍ତ୍ତିତ ହେଲେ |
୭. ଏହି ସମାଚାର ଆଦ୍ୟ ମଣ୍ଡଳୀର , ପ୍ରଚାରର କେନ୍ଦ୍ରବିନ୍ଦୁ ଥିଲା |
୮. ଏହି ସମ୍ବାଦକୁ ଯିରୂଶାଲେମରେ ପ୍ରଚାର କରଯାଇଥିଲା |
୯. ଏହି ପ୍ରଚାରର ଫଳସ୍ବରୂପେ, ମଣ୍ଡଳୀର ଜନ୍ମ ହେଲା ଓ ବୃଦ୍ଧି ପାଇଲା |
୧୦. ପୁନରୁଥିତ ଦିବସ, ରବିବାର, ବିଶ୍ରାମବାରର (ଶନିବାର) ମୁଖ୍ୟ ଆରାଧନାର ଦିବସ ରୁପେ ସ୍ଥାନ ନେଲା |
୧୧. ଯାକୁବ, ଜଣେ ସନ୍ଦେହୀ, ଯେବେ ପୁନରୁଥିତ ଯୀଶୁଙ୍କ ଦର୍ଶନ କଲେ, ମନ ଫେରଣ କଲେ |
୧୨. ପାଉଲ, ଖ୍ରୀଷ୍ଟିଆନ ଧର୍ମର ଶତ୍ରୁ, ପୁନରୁଥିତ ଯୀଶୁଙ୍କୁ ଦର୍ଶନ କରି ମନ ଫେରଣ କରିଥିଲେ |

ଯଦିଓ, ଏହି ତାଲିକାକୁ କେତେକ ପ୍ରତିରୋଧ କରନ୍ତି, ଅନେକ ଲୋକ ଏହି ପୁନରୁଥାନକୁ ପ୍ରମାଣ କରନ୍ତି ଓ ସୁସମାଚାରକୁ ସ୍ଥାପନ କରନ୍ତି: ଯୀଶୁଙ୍କ ମୃତ୍ୟୁ, କବରଶାୟୀ ଓ ଦର୍ଶନ (୧ କରନ୍ଥୀୟ ୧୫:୧-୫) | ଯଦିଓ, ଉର୍ଦ୍ଧରେ ଦିଆଯାଇଥିବା ସତ୍ୟତାକୁ ବ୍ୟାଖ୍ୟା କରିବା କେତକ ତତ୍ତ୍ଵ ରହିଥାଇପାରେ, କିନ୍ତୁ ଯୀଶୁଙ୍କ ପୁନରୁଥାନ ସମସ୍ତ ପ୍ରଶ୍ନର ଉତ୍ତର ଦିଏ ଓ ବୁଝାଏ | ସମାଲୋଚକ ଏହି ସତ୍ୟକୁ ମାନନ୍ତି ଯେ ପୁନରୁଥିତ ଯୀଶୁଙ୍କୁ ଦେଖିଥିବା ଶିଷ୍ୟମାନେ ଦାବି କରିଥିଲେ | ମିଥ୍ୟା ଅବା ମତିଭ୍ରମ (ହାଲୁସିନେସନ୍) ଲୋକମାନଙ୍କୁ ପରିବର୍ତ୍ତନ କରିପାରେ ନାହିଁ, ଯେପରି କି ପୁନରୁଥାନ ପରିବର୍ତ୍ତନ କରେ | ପ୍ରଥମତଃ, ମିଥ୍ୟା କହିବା ଦ୍ଵାରା ଶିଷ୍ୟମାନଙ୍କୁ କଅଣ ଲାଭ ପାଇବାକୁ ଥିଲା ? ଖ୍ରୀଷ୍ଟିଆନ ଧର୍ମ ପ୍ରସିଦ୍ଧ ନ ଥିଲା ଓ ନିଶ୍ଚିତ ରୂପେ, ଏହା ସେମାନଙ୍କୁ ଅର୍ଥ ଉପାର୍ଜନ କରିବାରେ କୌଣସି ସାହାଯ୍ୟ କରିନଥିବ | ଦ୍ଵିତୀୟତଃ, ମିଥ୍ୟାବାଦୀମାନେ କେବେ ସୁଧା ଏକ ଆଦର୍ଶ ସହୀଦ ହୋଇ ପାରିବେ ନାହିଁ | ପୁନରୁତ୍ଥାନ ପାଇଁ ଏହାଠାରୁ ଆଉ କୌଣସି ସ୍ପଷ୍ଟତା ନାହିଁ ଯେ ଯୀଶୁଙ୍କ ଶିଷ୍ୟମାନଙ୍କୁ ସେମାନଙ୍କ ବିଶ୍ଵାସ ପାଇଁ ଭୟାବହ ମୃତ୍ୟୁ ଭୋଗ କରିବାକୁ ପ୍ରସ୍ତୁତ ଥିଲେ । ହଁ, ଅନେକ ଲୋକ ମିଥ୍ୟା, ଯାହାକୁ ସେମାନେ ସତ୍ୟ ବୋଲି ମାନନ୍ତି ତା ପାଇଁ ମୃତ୍ୟୁଭୋଗ କରନ୍ତି, କିନ୍ତୁ ଲୋକମାନେ ଯାହା ମିଥ୍ୟା ବୋଲି ଜାଣନ୍ତି, ସେଥି ସକାଶେ କେବେ ସୁଧା ପ୍ରାଣର ବଳିଦାନ କରନ୍ତି |

ଉପସଂହାରରେ, ଖ୍ରୀଷ୍ଟ ଦାବି କରିଥିଲେ ଯେ ସେ ଯିହୋବା ଅଟନ୍ତି, ସେ ଈଶ୍ଵର ଅଟନ୍ତି (ଏକ ଦେବତା ନୁହେଁ, କିନ୍ତୁ ଏକମାତ୍ର ପରମେଶ୍ଵର); ତାହାଙ୍କ ଶିଷ୍ୟମାନେ (ଯେଉଁ ଯିହୂଦୀମାନେ ପ୍ରତିମାପୂଜାକୁ ଘୃଣା କରୁଥିଲେ ଓ ଅତି ସାବଧାନତା ରକ୍ଷା କରୁଥିଲେ) ବିଶ୍ଵାସ କଲେ ଏବଂ ତାହାଙ୍କୁ ଈଶ୍ଵର ବୋଲି ଆଖ୍ୟା ଦେଲେ | ଆଶ୍ଚର୍ଯ୍ୟକର୍ମ ଦ୍ଵାରା ଖ୍ରୀଷ୍ଟ ନିଜର ଈଶ୍ଵରତ୍ଵର ପ୍ରମାଣ ଦେଲେ, ଏଥିରେ ପୁନରୁତ୍ଥାନକୁ ପରିବର୍ତ୍ତିତ ଜଗତ ସାମିଲ ଅଟେ | ଆଉ କୌଣସି କାଳ୍ପନିକ କଥା ଏହି ସତ୍ୟତାକୁ ବୁଝାଇ ପାରିବ ନାହିଁ ବା ପରିକଳ୍ପନା, ଏହି ସତ୍ୟତାକୁ ବ୍ୟାଖ୍ୟା କରିପାରିବ ନାହିଁ | ହଁ, ଖ୍ରୀଷ୍ଟଙ୍କ ଈଶ୍ଵରତ୍ଵ ବାଇବଲଭିତ୍ତିକ ଶିକ୍ଷା ଅଟେ |

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ଖ୍ରୀଷ୍ଟଙ୍କ ଈଶ୍ଵରତ୍ଵ କଅଣ ବାଇବଲଭିତ୍ତିକ ଶିକ୍ଷା?

© Copyright Got Questions Ministries