settings icon
share icon
ପ୍ରଶ୍ନ

ମୃତ୍ୟୁ ଦଣ୍ଡ / ମୁଖ୍ୟ ଦଣ୍ଡ ବିଷୟରେ ବାଇବଲ କ'ଣ କୁହେ?

ଉତ୍ତର


ପୁରାତନ ନିୟମରେ ଥିବା ବ୍ୟବସ୍ଥା ବା ନିୟମ ବିଭିନ୍ନ କାର୍ଯ୍ୟ ପାଇଁ ମୃତ୍ୟୁ ଦଣ୍ଡ ଦେବା ନିମନ୍ତେ ଆଦେଶ ଦିଏ: ନରହତ୍ୟା (ଯାତ୍ରା ୨୧:୧୨), ଅପହରଣ (ଯାତ୍ରା ୨୧:୧୬), ପଶୁ ସଙ୍ଗମ (ଯାତ୍ରା ୨୨:୧୯), ବ୍ୟଭିଚାର (ଲେବୀୟ ୨୦:୧୦), ସମଲିଙ୍ଗୀ ଯୌନସମ୍ପର୍କ (ଲେବୀୟ ୨୦:୧୩), ଭଣ୍ଡ ଭାବବାଦୀ ହୋଇଥିବା (ଦ୍ବିତୀୟ ବିବରଣ ୧୩:୫), ବେଶ୍ୟାକାର୍ଯ୍ୟ ଏବଂ ଦୁଷ୍କର୍ମ ବା ଧର୍ଷଣ (ଦ୍ବିତୀୟ ବିବରଣ ୨୨: ୨୪), ଏବଂ ଅନ୍ୟାନ୍ୟ ଅନେକ ଅପରାଧ । ଅଥଚ, ଯେତେବେଳେ ମୃତ୍ୟୁ ଦଣ୍ଡ ଆସିଥାଏ, ସେତେବେଳେ ଈଶ୍ବର ଅନେକ ସମୟରେ ଦୟା ପ୍ରଦର୍ଶନ କରନ୍ତି । ଦାଉଦ ବ୍ୟଭିଚାର ଏବଂ ନରହତ୍ୟା କଲେ, ତଥାପି ଈଶ୍ବର ତାଙ୍କ ଜୀବନ ନେଲେନାହିଁ (୨ଶାମୁୟେଲ ୧୧:୧-୫, ୧୪-୧୭, ୨ଶାମୁୟେଲ ୧୨:୧୩) । ପରିଶେଷରେ, ଆମେ କରୁଥିବା ପାପ ଯୋଗୁଁ ଆମେ ମୃତ୍ୟୁଦଣ୍ଡ ପାଇବାର ଯୋଗ୍ୟ ଯେହେତୁ ପାପର ବେତନ ମୃତ୍ୟୁ (ରୋମୀୟ ୬:୨୩) । ଧନ୍ୟବାଦର ବିଷୟ ଯେ, ଆମ୍ଭମାନଙ୍କୁ ଦୋଷୀ ସାବସ୍ତ୍ୟ ନ କରି ଈଶ୍ବର ଆମ୍ଭମାନଙ୍କ ନିମନ୍ତେ ତାଙ୍କ ପ୍ରେମ ପ୍ରଦର୍ଶନ କରନ୍ତି (ରୋମୀୟ ୫:୮) ।

ବ୍ୟଭିଚାର କର୍ମରେ ଧରାପଡିଥିବା ଜଣେ ସ୍ତ୍ରୀ ଲୋକକୁ ଯେତେବେଳେ ଫାରୁଶୀମାନେ ଆଣି ପଚାରିଲେ ଯେ, ସେମାନେ ତାକୁ ପଥର ଫୋପାଡି ମାରିବେ ନା ନାହିଁ , ସେତେବେଳେ ଯୀଶୁ ଉତ୍ତର ଦେଲେ "...ତୁମ୍ଭମାନଙ୍କ ମଧ୍ୟରେ ଯେ ନିଷ୍ପାପ, ସେ ପ୍ରଥମରେ ତାକୁ ପଥର ଫୋପାଡୁ" (ଯୋହନ ୮:୭) । ଯୀଶୁ ଯେ ସମସ୍ତ କ୍ଷେତ୍ରରେ ମୁଖ୍ୟ ଦଣ୍ଡ ବା ମୃତ୍ୟୁ ଦଣ୍ଡକୁ ପ୍ରତ୍ୟାଖ୍ୟାନ କରିଥିଲେ ତାହାକୁ ଦର୍ଶାଇବା ନିମନ୍ତେ ଏହି ଘଟନାକୁ ବ୍ୟବହାର କରାଯିବା ଉଚିତ୍ ନୁହେଁ । ଯୀଶୁ ସେଠାରେ କେବଳ ଫାରୁଶୀମାନଙ୍କର କପଟାଚରଣକୁ ପ୍ରକାଶ କରୁଛନ୍ତି । ଫାରୁଶୀମାନେ ଚତୁରତାର ସହ ପୁରାତନ ନିୟମ ଭଙ୍ଗ କରାଇବା ନିମନ୍ତେ ଚାହିଁଲେ; ସେହି ସ୍ତ୍ରୀ ଲୋକକୁ ପଥର ଫୋପାଡି ମରାଯାଉ କିମ୍ବା ମରା ନ ଯାଉ ସେମାନେ ସେଥିପ୍ରତି ଚିନ୍ତିତ ନ ଥିଲେ (ବ୍ୟଭିଚାରରେ ଧରା ପଡିଥିବା ପୁରୁଷଜଣକ କେଉଁଠି ଥିଲେ?) ଈଶ୍ବର ଏକମାତ୍ର ବ୍ୟକ୍ତି ଥିଲେ ଯେ ମୃତ୍ୟୁ ଦଣ୍ଡ ବ୍ୟବସ୍ଥା କରିଥିଲେ: "ଯେକେହି ମନୁଷ୍ୟର ରକ୍ତପାତ କରିବ, ମନୁଷ୍ୟ ଦ୍ବାରା ତାହାର ରକ୍ତପାତ କରାଯିବ; ଯେହେତୁ ପରମେଶ୍ବର ଆପଣା ପ୍ରତିମୂର୍ତ୍ତିରେ ମନୁଷ୍ୟକୁ ନିର୍ମାଣ କରିଅଛନ୍ତି" (ଆଦି ୯:୬) । କିଛି ଘଟନାରେ ଯୀଶୁ ମୃତ୍ୟୁ ଦଣ୍ଡକୁ ସମର୍ଥନ କରିଥାନ୍ତେ । ଯୀଶୁ ମଧ୍ୟ ଅନୁଗ୍ରହ ପ୍ରଦର୍ଶନ କଲେ ଯେତେବେଳେ ମୃତ୍ୟୁଦଣ୍ଡ ପାଇବାର ଥିଲା (ଯୋହନ ୮:୧-୧୧) । ପ୍ରେରିତ ପାଉଲ ନିଶ୍ଚିତ ଭାବରେ ଯେଉଁଠି ପ୍ରଯୁଜ୍ୟ ଥିଲା ସେପରି ସ୍ଥଳରେ ମୃତ୍ୟୁଦଣ୍ଡ ବ୍ୟବସ୍ଥା କରିବା ନିମନ୍ତେ ଶାସନ ବ୍ୟବସ୍ଥାର ଶକ୍ତିକୁ ଚିହ୍ନିପାରିଥିଲେ (ରୋମୀୟ ୧୩:୧-୭) ।

ଜଣେ ଖ୍ରୀଷ୍ଟିୟାନ ମୃତ୍ୟୁଦଣ୍ଡକୁ କିପରି ଭାବରେ ଦେଖିବା ଉଚିତ୍? ପ୍ରଥମତଃ, ଆମେ ନିହାତି ସ୍ମରଣରେ ରଖିବା ଉଚିତ୍ ଯେ, ଈଶ୍ବର ତାଙ୍କ ବାକ୍ୟରେ ମୃତ୍ୟୁଦଣ୍ଡ ବ୍ୟବସ୍ଥା କରିଛନ୍ତି; ଅତଏବ, ଆମ୍ଭମାନଙ୍କ ନିମନ୍ତେ ଏହା ଏକ ଉଦ୍ଧତପଣ ହେବ ଯଦି ଆମେ ଏକ ଉଚ୍ଚତର ମାନ ଆରମ୍ଭ କରୁ । ଯେକୌଣସି ବ୍ୟକ୍ତି ବିଷୟରେ ଈଶ୍ବରଙ୍କର ସର୍ବୋଚ୍ଚ ମାନ ରହିଛି; ସେ ସିଦ୍ଧ ଅଟନ୍ତି । ଏହି ମାନ କେବଳ ଆମ୍ଭମାନଙ୍କ ନିମନ୍ତେ ନୁହେଁ କିନ୍ତୁ ତାଙ୍କ ନିମନ୍ତେ ମଧ୍ୟ ପ୍ରଯୁଜ୍ୟ ଅଟେ । ଅତଏବ, ସେ ଆମ୍ଭମାନଙ୍କୁ ଏକ ଅସୀମ ମାତ୍ରାରେ ପ୍ରେମ କରନ୍ତି, ଏବଂ ଏକ ଅସୀମ ମାତ୍ରାରେ ତାଙ୍କ ନିକଟରେ ଦୟା ରହିଛି । ଆମେ ମଧ୍ୟ ଦେଖୁ ଯେ ତାଙ୍କ ନିକଟରେ ଏକ ଅସୀମ ମାତ୍ରାର କ୍ରୋଧ ମଧ୍ୟ ରହିଛି, ଏବଂ ଏହି ସମସ୍ତ ଏକ ସିଦ୍ଧ ସନ୍ତୁଳନରେ ଚାଲିଥାଏ ।

ଦ୍ବିତୀୟତଃ, ଆମେ ନିହାତି ଚିହ୍ନିବା ଉଚିତ୍ ଯେ, କେତେବେଳେ ମୃତ୍ୟୁଦଣ୍ଡ ଦିଆଯିବ ତାହା ନିର୍ଦ୍ଧାରଣ କରିବା ନିମନ୍ତେ ଈଶ୍ବର ଶାସନ ବ୍ୟବସ୍ଥା ଦେଇଅଛନ୍ତି (ଆଦି ୯:୬; ରୋମୀୟ ୧୩:୧-୭) । ଈଶ୍ବର ଯେ ସମସ୍ତ କ୍ଷେତ୍ରରେ ମୃତ୍ୟୁଦଣ୍ଡର ବିରୋଧୀ ଅଟନ୍ତି ଏହା ଦାବୀ କରିବା ବାଇବଲ ସମ୍ମତ ନୁହେଁ । ଯେତେବେଳେ କୌଣସି ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡ ଦିଆଯାଏ, ଖ୍ରୀଷ୍ଟିୟାନମାନେ ଆନନ୍ଦ କରିବା ଉଚିତ୍ ନୁହେଁ, କିନ୍ତୁ ସେହି ସମୟରେ ମଧ୍ୟ ସବୁଠାରୁ ଅଧିକ ମନ୍ଦ ଅପରାଧଗୁଡିକ ଘଟାଉଥିବା ଅପରାଧୀମାନଙ୍କୁ ମୃତ୍ୟୁଦଣ୍ଡ ଦେବାର ଅଧିକାର ଶାସନ ବ୍ୟବସ୍ଥା (ସରକାର)ଙ୍କଠାରେ ଥିବା ଯୋଗୁଁ ସରକାର ବା ଶାସନ ବ୍ୟବସ୍ଥା ବିରୁଦ୍ଧରେ ଯୁଦ୍ଧ କରିବା ଉଚିତ୍ ନୁହେଁ ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ମୃତ୍ୟୁ ଦଣ୍ଡ / ମୁଖ୍ୟ ଦଣ୍ଡ ବିଷୟରେ ବାଇବଲ କ'ଣ କୁହେ?
© Copyright Got Questions Ministries