settings icon
share icon
ପ୍ରଶ୍ନ

ଡେଟିଙ୍ଗ୍ / ପ୍ରେମ ପ୍ରସ୍ତାବ ଦେବା ବିଷୟରେ ବାଇବଲ କ'ଣ କୁହେ?

ଉତ୍ତର


ଯଦିଓ (ବିବାହ ପୂର୍ବରୁ) "ପ୍ରେମ ପ୍ରସ୍ତାବନା" ଏବଂ "ଡେଟିଙ୍ଗ୍" ବାଇବଲରେ ଦେଖିବାକୁ ମିଳେନାହିଁ, ତଥାପି ବିବାହ ପୂର୍ବରୁ ଖ୍ରୀଷ୍ଟିୟାନମାନେ କେତେକ ନୀତି ଅନୁସରଣ କରିବାକୁ ଥିବା କିଛି ବିଷୟ ଏଥିରେ ଆମ୍ଭମାନଙ୍କୁ ଦିଆଯାଇଛି । ପ୍ରଥମଟି ହେଉଛି ଡେଟିଙ୍ଗ୍ ବିଷୟରେ ଆମେ ଜଗତର ଦୃଷ୍ଟିକୋଣକୁ ଭିନ୍ନ କରିବାକୁ ପଡିବ କାରଣ ଈଶ୍ବରଙ୍କ ପଥ ଜଗତର ପଥର ବିରୋଧ କରେ (୨ପିତର ୨:୨୦) । ଯେତେବେଳେ ଜଗତର ଦୃଷ୍ଟିକୋଣ ଆମେ ଚାହୁଁଥିବା ଅନୁଯାୟୀ ଅଧୁନାତନ ଅଟେ, ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଜଣେ ବ୍ୟକ୍ତି ତା' ଜୀବନସାଥୀ ପ୍ରତି କରୁଥିବା କୌଣସି ପ୍ରତିଶ୍ରୁତିବଦ୍ଧତା ପୂର୍ବରୁ ତା' ଚରିତ୍ର ବା ସ୍ବଭାବକୁ ଆବିଷ୍କାର କରିବା । ଆମେ ଖୋଜି ବାହାର କରିବାକୁ ପଡିବ ଯେ, ଜୀବନସାଥୀ ହେବା ବ୍ୟକ୍ତି ଜଣକ ଖ୍ରୀଷ୍ଟଙ୍କ ଆତ୍ମାଙ୍କଠାରେ ପୁନଃଜନ୍ମପ୍ରାପ୍ତ ହୋଇଛି କି ନା (ଯୋହନ ୩:୩-୮) ଏବଂ ସେ ଖ୍ରୀଷ୍ଟ-ସାଦୃଶ୍ୟତା ପ୍ରତି ଇଛା ରଖିଛନ୍ତି ନା ନାହିଁ (ଫିଲିପ୍ପୀୟ ୨:୫) । ଡେଟିଙ୍ଗ୍ କିମ୍ବା ପ୍ରେମ ପ୍ରସ୍ତାବର ଚରମ ଲକ୍ଷ୍ୟ ହେଉଛି ଏକ ଜୀବନସାଥି ପାଇବା । ବାଇବଲ ଆମ୍ଭମାନଙ୍କୁ କୁହେ ଯେ, ଖ୍ରୀଷ୍ଟିୟାନ ଭାବରେ, ଆମେ ଜଣେ ଅବିଶ୍ବାସୀକୁ ବିବାହ କରିବା ଉଚିତ୍ ନୁହେଁ (୨କରିନ୍ଥୀୟ ୬:୧୪-୧୫) କାରଣ ଏହା ଖ୍ରୀଷ୍ଟଙ୍କ ସହ ଥିବା ଆମ ସମ୍ପର୍କକୁ ଦୁର୍ବଳ କରିଦେବ ଏବଂ ଆମ ନୈତିକତା ଏବଂ ମାନ ସହିତ ସାଲିସ୍ କରିବାକୁ ଦେବ ।

ଡେଟିଙ୍ଗ୍ ହେଉ କିମ୍ବା ପ୍ରେମ ପ୍ରସ୍ତାବ ହେଉ, ଜଣେ ଯେତେବେଳେ ପ୍ରତିଶ୍ରୁତିବଦ୍ଧ ସମ୍ପର୍କରେ ରହିଛି, ସେତେବେଳେ ଅନ୍ୟ ଯେକୌଣସି ବିଷୟ ଅପେକ୍ଷା ପ୍ରଭୁଙ୍କୁ ପ୍ରେମ କରିବା ଗୁରୁତ୍ବପୂର୍ଣ୍ଣ ଅଟେ (ମାଥିଉ ୧୦:୩୭) । ଅନ୍ୟ ଜଣେ ବ୍ୟକ୍ତି "ସବୁକିଛି" ଅଟେ ବୋଲି କହିବା କିମ୍ବା ବିଶ୍ବାସ କରିବା କିମ୍ବା ଜଣେ ବ୍ୟକ୍ତିର ଜୀବନରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ପ୍ରତିମାପୂଜା, ଯାହାକି ପାପ ଅଟେ (ଗାଲାତୀୟ ୫:୨୦; କଲସୀୟ ୩:୫) । ପୁଣି, ପ୍ରାକ୍-ବିବାହ ଯୌନ ସମ୍ପର୍କ ରଖି ଆମେ ଆମର ଶରୀରକୁ କଳୁଷିତ କରିବାକୁ ହେବନାହିଁ (୧କରିନ୍ଥୀୟ ୬:୯, ୧୩; ୨ତିମଥି ୨:୨୨) । ଯୌନଗତ ଅନୈତିକତା କେବଳ ଯେ ଈଶ୍ବରଙ୍କ ବିରୁଦ୍ଧରେ ପାପ ଅଟେ ତାହା ନୁହେଁ କିନ୍ତୁ ଆମ ନିଜ ଶରୀର ବିରୁଦ୍ଧରେ ମଧ୍ୟ ପାପ ଅଟେ (୧କରିନ୍ଥୀୟ ୬:୧୮) । ଆମେ ଯେପରି ନିଜକୁ ପ୍ରେମ କରୁଛୁ ଠିକ୍ ସେହିପରି ଅନ୍ୟମାନଙ୍କୁ ପ୍ରେମ ଓ ସମାଦର କରିବା ଗୁରୁତ୍ବପୂର୍ଣ୍ଣ ଅଟେ (ରୋମୀୟ ୧୨:୯-୧୦), ଏବଂ ଏହା ନିଶ୍ଚିତ ଭାବରେ ଏକ ପ୍ରେମ ପ୍ରସ୍ତାବ କିମ୍ବା ଡେଟିଙ୍ଗ୍ ସମ୍ପର୍କରେ ସତ୍ୟ ଅଟେ । ପ୍ରେମ ପ୍ରସ୍ତାବ ହେଉ କିମ୍ବା ଡେଟିଙ୍ଗ୍ ହେଉ, ବିବାହ ନିମନ୍ତେ ଏକ ସୁରକ୍ଷିତ ଭିତ୍ତିମୂଳ ନିମନ୍ତେ ନିମ୍ନ ବାଇବଲ ନୀତିଗୁଡିକୁ ପାଳନ କରିବା ସର୍ବୋତ୍ତମ ଉପାୟ ଅଟେ । ଆମେ କେବେ ନେଉଥିବା ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିଗୁଡିକ ମଧ୍ୟରେ ଏହା ଗୋଟିଏ ଅଟେ, କାରଣ ଯେତେବେଳେ ଦୁଇଜଣ ବିବାହ କରନ୍ତି, ସେମାନେ ଏକକୁ ଆରେକ ଲାଗି ରୁହନ୍ତି ଏବଂ ଏକ ସମ୍ପର୍କରେ ଏକ ଶରୀର ହୁଅନ୍ତି ଯାହା ସ୍ଥାୟୀ ଏବଂ ଭଗ୍ନ ନ ହେବା ନିମନ୍ତେ ଈଶ୍ବରଙ୍କ ଦ୍ବାରା ଉଦ୍ଧିଷ୍ଟ (ଆଦି ୨:୨୪; ମାଥିଉ ୧୯:୫) ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ଡେଟିଙ୍ଗ୍ / ପ୍ରେମ ପ୍ରସ୍ତାବ ଦେବା ବିଷୟରେ ବାଇବଲ କ'ଣ କୁହେ?
© Copyright Got Questions Ministries