settings icon
share icon
ପ୍ରଶ୍ନ

ଏକ କଲ୍ଟ୍ ବା ଭ୍ରାନ୍ତ ଧର୍ମମତରେ ଥିବା ଜଣେ ବ୍ୟକ୍ତିଙ୍କ ନିକଟରେ ସୁସମାଚାର ପ୍ରଚାର କରିବାର ସର୍ବୋତ୍ତମ ଉପାୟ କ'ଣ?

ଉତ୍ତର


କଲ୍ଟ୍ ଗୁଡିକ ବା ଭ୍ରାନ୍ତ ଧର୍ମାବଲମ୍ବୀରେ ସଂପୃକ୍ତ ଲୋକମାନଙ୍କ ନିମନ୍ତେ ଆମେ କରିପାରିବାର ଭଳି ସବୁଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ସେମାନଙ୍କ ନିମନ୍ତେ ପ୍ରାର୍ଥନା କରିବା । ଆମେ ପ୍ରାର୍ଥନା କରିବା ଆବଶ୍ୟକ ଯେ ଈଶ୍ବର ସେମାନଙ୍କର ହୃଦୟକୁ ପରିବର୍ତ୍ତନ କରନ୍ତି ଏବଂ ସତ୍ୟ ପ୍ରତି ସେମାନଙ୍କର ଚକ୍ଷୁ ଖୋଲି ଦିଅନ୍ତି (୨କରିନ୍ଥୀୟ ୪:୪) । ଆମେ ପ୍ରାର୍ଥନା କରିବାର ଆବଶ୍ୟକ ଯେ, ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ସେମାନଙ୍କର ପରିତ୍ରାଣର ଆବଶ୍ୟକତାକୁ ଈଶ୍ବର ଯେପରି ସେମାନଙ୍କୁ ହୃତବୋଧ କରାଇବେ (ଯୋହନ ୩:୧୬) । ଈଶ୍ବରଙ୍କ ଶକ୍ତି ବିହୂନେ ଏବଂ ପବିତ୍ରଆତ୍ମାଙ୍କ ହୃତବୋଧ ବିହୂନେ ଆମେ କୌଣସି ବ୍ୟକ୍ତିଙ୍କୁ ସତ୍ୟ ବିଷୟରେ ହୃତବୋଧ କରାଇବାରେ କେବେ ବି ସଫଳ ହୋଇପାରିବା ନାହିଁ (ଯୋହନ ୧୬:୭-୧୧) ।

ଆମେ ମଧ୍ୟ ଏକ ଈଶ୍ବରୀୟ ଖ୍ରୀଷ୍ଟିୟ ଜୀବନଯାପନ କରିବାକୁ ପଡିବ, ଯେପରିକି ଯେଉଁମାନେ କଲ୍ଟଗୁଡିକ ଏବଂ ଭ୍ରାନ୍ତ ଧର୍ମମତଗୁଡିକର ଖାତରେ ପଡିଯାଇଛନ୍ତି ସେମାନେ ଈଶ୍ବର ଆମ୍ଭମାନଙ୍କ ନିଜ ଜୀବନରେ କରିଥିବା ପରିବର୍ତ୍ତନ ସବୁ ଦେଖିପାରିବେ (୧ପିତର ୩:୧-୨) । ଆମେ ସେମାନଙ୍କ ନିକଟରେ କିପରି ଏକ ଶକ୍ତିଶାଳୀ ଉପାୟରେ ସେବାକାର୍ଯ୍ୟ କରିପାରିବା ସେଥିନିମନ୍ତେ ଆବଶ୍ୟକୀୟ ବୁଦ୍ଧି ନିମନ୍ତେ ପ୍ରାର୍ଥନା କରିବା ଉଚିତ୍ (ଯାକୁବ ୧:୫) । ଏହି ସମସ୍ତ ଉପରେ, ଆମେ ସୁସମାଚାର ପ୍ରଚାର କରିବା ବିଷୟରେ ସାହସୀ ହେବା ନିହାତି ଆବଶ୍ୟକ । ଆମେ ଯୀଶୁଖ୍ରୀଷ୍ଟଙ୍କ ମାଧ୍ୟମରେ ନିହାତି ପରିତ୍ରାଣର ବାର୍ତ୍ତାକୁ ପ୍ରଚାର କରିବା ଉଚିତ୍ (ରୋମୀୟ ୧୦:୯-୧୦) । ଆମେ ଆମ ବିଶ୍ବାସକୁ ଧରି ରଖିବା ନିମନ୍ତେ ସର୍ବଦା ପ୍ରସ୍ତୁତ ହୋଇ ରହିବାକୁ ପଡିବ (୧ପିତର ୩:୧୫), କିନ୍ତୁ ଆମେ ନିହାତି ଭଦ୍ରତା ଏବଂ ସମ୍ମାନର ସହ ତାହା କରିବାକୁ ହେବ । ଆମେ ବାଇବଲ ତତ୍ତ୍ବକୁ ସଠିକ୍ ଭାବେ ଘୋଷଣା କରିବା ଉଚିତ୍, ବାକ୍ୟର ଯୁଦ୍ଧରେ ବିଜୟୀ ହେବାକୁ ପଡିବ, ଏବଂ ଏକ କ୍ରୋଧ ଶ୍ରେଷ୍ଠତାର ଏକ ମନୋଭାବରେ ସେହି କାରଣକୁ ପ୍ରତିରୋଧ କରିପାରିବା ।

ପରିଶେଷରେ, ଆମେ ଯେଉଁମାନଙ୍କ ନିକଟରେ ସାକ୍ଷୀ ହେଉଛୁ ସେମାନଙ୍କର ପରିତ୍ରାଣକୁ ନିହାତି ଈଶ୍ବରଙ୍କ ନିକଟରେ ଛାଡିଦେବାକୁ ପଡିବ । ଆମ୍ଭମାନଙ୍କ ପ୍ରଚେଷ୍ଟା ନୁହେଁ କିନ୍ତୁ ଈଶ୍ବରଙ୍କ ଶକ୍ତି ଏବଂ ଅନୁଗ୍ରହ ହିଁ ଲୋକମାନଙ୍କୁ ରକ୍ଷା କରେ । ଯେତେବେଳେ ଭ୍ରାନ୍ତ ବିଶ୍ବାସମତକୁ ବଳିଷ୍ଠ ରୂପେ ପ୍ରତିରୋଧ କରିବା ନିମନ୍ତେ ପ୍ରସ୍ତୁତ ହେବା ଓ ସେ ବିଷୟକ ଜ୍ଞାନ ପାଇପାରିବା ଏକ ଉତ୍ତମ ବିଷୟ ଅଟେ, ଏହି ବିଷୟଗୁଡିକ ମଧ୍ୟରୁ କୌଣସିଟି ମଧ୍ୟ କଲ୍ଟ୍ ଓ ଭ୍ରାନ୍ତ ଧର୍ମମତର ମିଥ୍ୟାରୂପକ ଫାନ୍ଦରେ ପଡିଥିବା ଲୋକମାନଙ୍କୁ ପରିବର୍ତ୍ତିତ କରିବାରେ ସହାୟକ ହେବନାହିଁ । ଆମେ ସେମାନଙ୍କ ନିମନ୍ତେ କରିପାରିବା ଭଳି ସର୍ବୋତ୍ତମ ବିଷୟ ହେଉଛି ସେମାନଙ୍କ ନିମନ୍ତେ ପ୍ରାର୍ଥନା କରିବା, ସେମାନଙ୍କ ନିକଟରେ ସାକ୍ଷ୍ୟ ଦେବା, ଏବଂ ସେମାନଙ୍କ ସମ୍ମୁଖରେ ଖ୍ରୀଷ୍ଟିୟ ଜୀବନଯାପନ କରିବା, ଏବଂ ଏହି ବିଶ୍ବାସ ରଖିବା ଯେ ପବିତ୍ରଆତ୍ମା ଆକର୍ଷଣ କରିବା, ହୃତବୋଧ କରିବା ଏବଂ ପରିବର୍ତ୍ତିତ କରିବାର କାର୍ଯ୍ୟ କରିବେ ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ଏକ କଲ୍ଟ୍ ବା ଭ୍ରାନ୍ତ ଧର୍ମମତରେ ଥିବା ଜଣେ ବ୍ୟକ୍ତିଙ୍କ ନିକଟରେ ସୁସମାଚାର ପ୍ରଚାର କରିବାର ସର୍ବୋତ୍ତମ ଉପାୟ କ'ଣ?
© Copyright Got Questions Ministries