settings icon
share icon
ପ୍ରଶ୍ନ

ମଣ୍ଡଳୀରେ ଯୋଗଦାନ କାହିଁକି ଗୁରୁତ୍ୱପୂର୍ଣ୍ଣ ଅଟେ?

ଉତ୍ତର


ମଣ୍ଡଳୀରେ ଯୋଗଦାନ ଦେବାର ଆବଶ୍ୟକତା ବୁଷାୟ ଆମକୁ କୁହେ ଯେପରିକି ଆମେ ଅନ୍ୟ ବିଶ୍ଵାସୀମାନଙ୍କ ସହ ଈଶ୍ଵରଙ୍କର ଉପାସନା କରିପାରିବା ଏବଂ ଆତ୍ମିକ ବୃଦ୍ଧି ନିମନ୍ତେ ତାହାଙ୍କ ବାକ୍ୟର ଶିକ୍ଷାପ୍ରାପ୍ତ କରିବା । ଆଦ୍ୟ ମଣ୍ଡଳୀ ନିଜକୁ “ପ୍ରେରିତମାନଙ୍କ ଶିକ୍ଷାରେ, ସହଭାଗୀତାରେ, ରୋଟୀ ଭାଙ୍ଗିବାରେ ଓ ପ୍ରାର୍ଥନା କରିବାରେ ନିବିଷ୍ଟଚିତ୍ତ ହୋଇରହିଲେ” (ପ୍ରେରିତ ୨:୪୨) । ଆମକୁ ସେହି ଉଦାହରଣର ଉପାସନାକୁ ଅନୁକରଣ କରିବା ଆବଶ୍ୟକ । ସେ ସମୟରେ ସେମାନଙ୍କ କୌଣସି ଉପାସନା ଗୃହ ନ ଥିଲା, କିନ୍ତୁ ସେମାନେ “ପ୍ରତିଦିନ ମନ୍ଦିରରେ ସମବେତ ହୋଇ ରହୁଥିଲେ ଓ ଘରେ ଘରେ ରୋଟୀ ଭାଙ୍ଗି ଆନନ୍ଦରେ ଓ ସରଳ ହୃଦୟରେ ଭୋଜନପାନ କରି ଈଶ୍ଵରଙ୍କ ପ୍ରଶଂସା କରୁଥିଲେ” (ପ୍ରେରିତ ୨:୪୬) । ଯେତେବେଳେ ମଧ୍ୟ ସହଭାଗିତା ହେଉଥିଲା ବିଶ୍ଵାସୀମାନେ ଅନ୍ୟ ବିଶ୍ଵାସୀମାନଙ୍କ ସହଭାଗୀତା ଓ ଶିକ୍ଷା ନିମନ୍ତେ ତୃଷିତ ଥିଲେ ।

ଉପାସନାରେ ଯୋଗଦେବା କେବଳ ଏକ “ଉତ୍ତମ ପ୍ରସ୍ତାବ” ନୁହଁ; ଏହା ବିଶ୍ଵାସୀମାନଙ୍କ ନିମନ୍ତେ ଈଶ୍ଵରଙ୍କ ଇଛା । ଏବ୍ରୀ ୧୦:୨୫ରେ ଲେଖାଯାଏ “କେହି କେହି ଯେପରି ଆମ୍ଭମାନଙ୍କ ମଣ୍ଡଳୀ ଉପାସନା ପରିତ୍ୟାଗ କରିଥାଆନ୍ତି, ଆମ୍ଭେମାନେ ସେପରି ନ କରୁ, ବରଂ ପରସ୍ପରକୁ ଉତ୍ସାହ ଦେଉ, ବିଶେଷତଃ, ଯେତେବେଳେ ତୁମ୍ଭେମାନେ ପ୍ରଭୁଙ୍କ ଦିନ ନିକଟବର୍ତ୍ତୀ ହୋଇଆସୁଅଛି ବୋଲି ଦେଖୁଅଛ ।” ଏପରିକି ଆଦ୍ୟ ମଣ୍ଡଳୀରେ, କେତେକଙ୍କ ଅନ୍ୟ ବିଶ୍ଵାସୀ ମାନଙ୍କ ସହ ନ ମିଶିବାର ଏକ ମନ୍ଦ ଅଭ୍ୟାସ ଥିଲା । ଏବ୍ରୀ ପୁସ୍ତକର ଲେଖକ ଲେଖନ୍ତି ଯେ ସେପରି ହେବା ଉଚିତ ନୁହେଁ । ଆମେ ଉତ୍ସାହିତ ହେବା ଯେ ମଣ୍ଡଳୀରେ ଯୋଗଦେବାକୁ ଅର୍ଥ ଦେବାକୁ ପଡ଼େ ନାହିଁ । ଏବଂ ଶେଷ ସମୟ ପାଖେଇ ଆସୁଥିବାରୁ ଉପାସନାରେ ଯୋଗ ଦେବା କାର୍ଯ୍ୟରେ ପୂର୍ବ ଅପେକ୍ଷା ଅଧିକ ବିଶ୍ଵସ୍ତ ହେବା ଉଚିତ ।

ମଣ୍ଡଳୀ ଏପରି ଏକ ସ୍ଥାନ ଯେଉଁଠି ବିଶ୍ଵାସୀମାନେ ପରସ୍ପରକୁ ପ୍ରେମ କରନ୍ତି (୧ଯୋହନ ୪:୧୨), ପରସ୍ପରକୁ ଉତ୍ସାହିତ କରନ୍ତି (ଏବ୍ରୀ ୩:୧୩), ପ୍ରେମ ଓ ସତ୍‍‍କ୍ରିୟା କରିବା ନିମନ୍ତେ ପରସ୍ପରକୁ ପ୍ରବର୍ତ୍ତାଇଥାନ୍ତି (ଏବ୍ରୀ ୧୦:୨୪), ପରସ୍ପରର ସେବା କରନ୍ତି (ଗାଲାତୀୟ ୫:୧୩), ପରସ୍ପରକୁ ଶିକ୍ଷା ଦିଅନ୍ତି (ରୋମୀୟ ୧୫:୧୪), ପରସ୍ପରକୁ ଶ୍ରେଷ୍ଠ ଜ୍ଞାନ କରନ୍ତି (ରୋମୀୟ ୧୨:୧୦) ଏବଂ ପରସ୍ପର ପ୍ରତି ଦୟାଳୁ ହୋଇପାରନ୍ତି (ଏଫିସୀୟ ୪:୩୨ ) ।

ଜଣେ ବ୍ୟକ୍ତି ଯେତେବେଳେ ପରିତ୍ରାଣ ପାଇଁ ଯୀଶୁଖ୍ରୀଷ୍ଟଙ୍କଠାରେ ଭରସା ରଖେ, ସେ ଖ୍ରୀଷ୍ଟଙ୍କ ଶରୀରର ଜଣେ ସଭ୍ୟ ହୋଇଯାଏ (୧ କରିନ୍ଥୀୟ ୧୨:୨୭) । ମଣ୍ଡଳୀରୂପକ ଶରୀର ଠିକ୍‍ ଭାବେ କାର୍ଯ୍ୟକ୍ଷମ ହେବା ପାଇଁ, “ଶରୀରର ଅଂଶଗୁଡ଼ିକ” ଉପସ୍ଥିତ ରହି କାମ କରିବାକୁ ପଡ଼ିବ (୧କରିନ୍ଥୀୟ ୧୨:୧୪-୨୦) । କେବଳ ଏକ ମଣ୍ଡଳୀରେ ଯୋଗ ଦେବା ଯଥେଷ୍ଟ ନୁହେଁ; ଈଶ୍ଵର ଆମ୍ଭମାନଙ୍କୁ ଯେଉଁ ଆତ୍ମିକ ଦାନ ଦେଇଅଛନ୍ତି (ଏଫିସୀୟ ୪:୧୧-୧୩) ସେଗୁଡ଼ିକୁ ବ୍ୟବହାର କରି ଆମେ ଅନ୍ୟମାନଙ୍କ ନିକଟରେ ସେବାକାର୍ଯ୍ୟ କରି ଲାଗିରହିବା । ଜଣେ ବିଶ୍ଵାସୀର ଦାନଗୁଡିକ ବାହାରିବାର ସ୍ଥାନ ନ ଥିଲେ ସେ କେବେ ପୂର୍ଣ୍ଣ ଆତ୍ମିକ ପରିପକ୍ବତା ପାଇପାରିବ ନାହିଁ, ଏବଂ ଆମେ ସମସ୍ତେ ଅନ୍ୟ ବିଶ୍ଵାସୀମାନଙ୍କର ସାହାଯ୍ୟ ଓ ଉତ୍ସାହ ପ୍ରଦାନର ଆବଶ୍ୟକ କରୁ (୧କରିନ୍ଥୀୟ ୧୨:୨୧-୨୬) ।

ଏହି ସମସ୍ତ କାରଣ ନିମନ୍ତେ ଓ ଆହୁରି ଉପାସନାରେ ଯୋଗଦେବା, ଏଥିରେ ଭାଗନେବା ଏବଂ ସହଭାଗୀତା ରଖିବା ଜଣେ ବିଶ୍ଵାସୀଙ୍କ ଜୀବନର ନିୟମିତ ଗୁଣ ହେବା ଉଚିତ । ସାପ୍ତାହିକ ଉପାସନାରେ ଯୋଗଦାନ ବିଶ୍ଵାସୀମାନଙ୍କ ନିମନ୍ତେ କୌଣସି ପ୍ରକାରେ “ଆବଶ୍ୟକ” ନୁହେଁ, କିନ୍ତୁ ଖ୍ରୀଷ୍ଟଙ୍କର ହୋଇଥିବା କୌଣସି ବ୍ୟକ୍ତି ଈଶ୍ଵରଙ୍କ ଉପାସନା କରିବାକୁ, ତାହାଙ୍କ ବାକ୍ୟ ଗ୍ରହଣ କରିବାକୁ ଏବଂ ଅନ୍ୟ ବିଶ୍ଵାସୀମାନଙ୍କ ସହ ସହଭାଗୀତା ରଖିବାକୁ ଇଛା କରିବ ।

ଯୀଶୁ ହେଉଛନ୍ତି ମଣ୍ଡଳୀର ଭିତ୍ତିମୂଳ (୧ପିତର ୨:୬), ଏବଂ ଆମ୍ଭେମାନେ ତାହାଙ୍କ ନିକଟକୁ ଆସି “ଯୀଶୁଖ୍ରୀଷ୍ଟଙ୍କ ଦ୍ଵାରା ଈଶ୍ଵରଙ୍କ ନିକଟରେ ସୁଗ୍ରାହ୍ୟ ଆତ୍ମିକ ବଳି ଉତ୍ସର୍ଗ କରିବା ନିମନ୍ତେ ପବିତ୍ର ଯାଜକବର୍ଗ ହେବା ପାଇଁ ଜୀବନ୍ତ ପ୍ରସ୍ତର ସ୍ଵରୂପ ହୋଇ ଗୋଟିଏ ପାରମାର୍ଥିକ ଗୃହ ରୂପେ ନିର୍ମିତ...” ହୋଇଅଛୁ (୧ପିତର ୨:୫ ) । ଈଶ୍ଵରଙ୍କ “ଆତ୍ମିକ ଗୃହ” ପାଇଁ ଗୃହ ଉପକରଣ ଭାବରେ, ସାଧାରଣତଃ ଆମ୍ଭମାନଙ୍କର ପରସ୍ପର ସହିତ ସମ୍ପର୍କ ରହିଥାଏ, ଏବଂ ମଣ୍ଡଳୀ ଯେତେଥର “ଉପାସନାରେ ଏକତ୍ର ହୋଇଥାଏ” ସେତେଥର ସେହି ସମ୍ପର୍କ ସୃଷ୍ଟ ହୋଇଥାଏ ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ମଣ୍ଡଳୀରେ ଯୋଗଦାନ କାହିଁକି ଗୁରୁତ୍ୱପୂର୍ଣ୍ଣ ଅଟେ?
© Copyright Got Questions Ministries