ବାଇବଲର କେନନ କିପରି ଓ କେବେ କରାଯାଇଥିଲା?


ପ୍ରଶ୍ନ: ବାଇବଲର କେନନ କିପରି ଓ କେବେ କରାଯାଇଥିଲା?

ଉତ୍ତର:
ଈଶ୍ଵରଙ୍କ ଦ୍ଵାରା ପ୍ରେରିତ ପୁସ୍ତକଗୁଡ଼ିକ ପାଇଁ “କେନନ୍‍” ଶବ୍ଦ ବ୍ୟବହାର ହୋଇଛି ସେଥି ଯୋଗୁଁ ସେହି ପୁସ୍ତକଗୁଡ଼ିକ ବାଇବଲରେ ଅଛି । କେନନ ନିର୍ଦ୍ଧାରଣ କରିବାରେ କଷ୍ଟକର ବିଷୟ ହେଉଛି ବାଇବଲରେ କେଉଁ ପୁସ୍ତକଗୁଡ଼ିକ ରହିବ ତାହାର ତାଲିକା ବାଇବଲ ଦିଏ ନାହିଁ । ବାଇବଲ କେନନକୁ ନିର୍ଦ୍ଧାରଣ କରିବା ଏକ ପଦ୍ଧତି ଯାହା ପ୍ରଥମେ ଯିହୂଦୀ ରାବ୍‍‍ବୀ ଓ ବିଦ୍ଵାନ ମାନଙ୍କ ଦ୍ଵାରା ଓ ପରେ ଆଦ୍ୟ ଖ୍ରୀଷ୍ଟିୟାନମାନଙ୍କ ଦ୍ଵାରା କରାଯାଇଥିଲା । ପରିଶେଷରେ ଏହା ପରମେଶ୍ଵରଙ୍କ ନିଷ୍ପତ୍ତି ଥିଲା ଯେ କେଉଁ ପୁସ୍ତକଗୁଡ଼ିକ ବାଇବଲ କେନନରେ ରହିବ । ଈଶ୍ଵର ଏକ ପୁସ୍ତକ ଲିପିବଦ୍ଧ କରିବା ପାଇଁ ପ୍ରେରଣା କରିବା କ୍ଷଣି ତାହା କେନନରେ‍ ଅନ୍ତର୍ଭୁକ୍ତ ଅଟେ । ଏହା କେବଳ ଈଶ୍ଵର ତାହାଙ୍କ ଅନୁଗମନକାରୀ ମନୁଷ୍ୟକୁ ହୃତ୍‍‍ବୋଧ କରାଇବା ବିଷୟ ଅଟେ ।

ନୂତନ ନିୟମ ତୁଳନାରେ, ପୁରାତନ ନିୟମ କାନନ୍‍‍ ଉପରେ ଅତି ଅଳ୍ପ ବିରୋଧାଭାସ ରହିଛି । ଏବ୍ରୀୟ ବିଶ୍ଵାସୀମାନେ ଈଶ୍ଵରଙ୍କ ବାର୍ତ୍ତାବହକ - ମାନଙ୍କୁ ଚିହ୍ନିଥିଲେ ଓ ସେମାନଙ୍କ ଲେଖାକୁ ଈଶ୍ଵରଙ୍କ ଦ୍ଵାରା ଅନୁପ୍ରେରିତ ବୋଲି ଗ୍ରହଣ କରିଥିଲେ । ଯଦିଓ ପୁରାତନ ନିୟମ କେନନରେ କେତେକ ଅକାଟ୍ୟ ଯୁକ୍ତି ରହିଥିଲା, ୨୫୦ ଖ୍ରୀଷ୍ଟାବ୍ଦ ବେଳକୁ ହିବ୍ରୁ ଶାସ୍ତ୍ରର କେନନ୍‍ ସାର୍ବଜନୀନ ଭାବରେ ଗ୍ରହଣ କରାଯାଇଥିଲା । ଆପୋକ୍ରିଫା ହିଁ ଏକମାତ୍ର ବିଷୟ ଥିଲା ଯାହାକୁ ଗ୍ରହଣ କରାଯିବ ନା ନାହିଁ ସେ ବିଷୟରେ ଦ୍ଵନ୍ଦ ଥିଲା ଓ ବର୍ତ୍ତମାନ ସୁଦ୍ଧା ଆଲୋଚନା ଚାଲିଛି । ଅଧିକାଂଶ ହିବ୍ରୁ ପଣ୍ଡିତ ଆପୋକ୍ରିଫାକୁ ଏକ ଉତ୍ତମ ଐତିହାସିକ ଓ ଧାର୍ମିକ ଗ୍ରନ୍ଥ ବୋଲି ଗ୍ରହଣ କରନ୍ତି, କିନ୍ତୁ ହିବ୍ରୁ ଶାସ୍ତ୍ର ସହିତ ସମାନ ଅଧିକାର ଦିଅନ୍ତି ନାହିଁ ।

ନୂତନ ନିୟମ ପାଇଁ, କେନନରେ ଅନ୍ତର୍ଭୁକ୍ତ ପଦ୍ଧତି ଏବଂ ଏହାର ସଂଗ୍ରହ ପ୍ରଥମ ଶତାବ୍ଦୀର ଖ୍ରୀଷ୍ଟ ମଣ୍ଡଳୀରୁ ଆରମ୍ଭ ହୋଇଥିଲା । ପୂର୍ବରୁ ନୂତନ ନିୟମର କିଛି ପୁସ୍ତକକୁ ଶାସ୍ତ୍ର ରୂପେ ଚିହ୍ନିତ କରାଯାଇଥିଲା । ପାଉଲ ଲୂକଙ୍କ ଲେଖାକୁ ପୁରାତନ ନିୟମ ସହିତ ସମାନ ଅଧିକାର ରୂପେ ଗ୍ରହଣ କରିଥିଲେ (୧ତିମଥି ୫:୧୮; ଦ୍ୱିତୀୟ ବିବରଣ ୨୫:୪ଓ ଲୂକ ୧୦:୭ ମଧ୍ୟ ଦେଖନ୍ତୁ) । ପାଉଲଙ୍କ ଲେଖାକୁ ପିତର ଶାସ୍ତ୍ର ରୂପେ ଗ୍ରହଣ କରିଥିଲେ (୨ପିତର ୩:୧୫-୧୬) । ନୂତନ ନିୟମରେ ଥିବା କେତେକ ପୁସ୍ତକ ମଣ୍ଡଳୀଗୁଡ଼ିକରେ ପ୍ରଚାଳନରେ ଥିଲା (କଲସୀୟ ୪:୧୬; ୧ ଥେସଲନିକୀୟ ୫:୨୭) । ରୋମ୍‍‍ର କ୍ଲେମେଣ୍ଟ୍‍ ଅନ୍ତତଃ ଆଠଗୋଟି ନୂତନ ନିୟମର ପୁସ୍ତକ ବିଷୟରେ ପ୍ରକାଶ କରନ୍ତି (୯୫ ଖ୍ରୀଷ୍ଟାବ୍ଦ) । ଆନ୍ତିୟଖିଆର ଇଗ୍ନାସିଅସ୍‍ ପ୍ରାୟ ସାତଗୋଟି ପୁସ୍ତକକୁ ସ୍ଵୀକାର କରିଥିଲେ (୧୧୫ ଖ୍ରୀଷ୍ଟାବ୍ଦ) । ପ୍ରେରିତ ଯୋହନଙ୍କ ଜଣେ ଶିଷ୍ୟ ପଲିକାର୍ପ ୧୫ ଗୋଟି ପୁସ୍ତକକୁ ସ୍ଵୀକାର କରିଥିଲେ (୧୦୮ ଖ୍ରୀଷ୍ଟାବ୍ଦ) । ପରବର୍ତ୍ତୀ ସମୟରେ, ଆଇରାନିୟସ୍‍ ୨୧ ଗୋଟି ପୁସ୍ତକ ବିଷୟରେ ଲେଖିଥିଲେ (୧୮୫ ଖ୍ରୀଷ୍ଟାବ୍ଦ) । ହିପୋଲିଟସ୍‍ ୨୨ଗୋଟି ପୁସ୍ତକକୁ ଶାସ୍ତ୍ର ଭାବରେ ଚିହ୍ନିତ କରିଥିଲେ (୧୭୦-୨୩୫ ଖ୍ରୀଷ୍ଟାବ୍ଦ) । ନୂତନ ନିୟମରେ ଯେଉଁ ପୁସ୍ତକଗୁଡ଼ିକରେ ଅଧିକ ବିରୋଧାଭାସ ରହିଛି, ସେଗୁଡ଼ିକ ହେଉଛି ଏବ୍ରୀ, ଯାକୁବ, ୨ପିତର, ୨ ଯୋହନ ଓ ୩ ଯୋହନ ।

ପ୍ରଥମ “କାନନ” ହେଉଛି ମୁରାଟୋରିଆନ୍‍ କାନନ୍‍, ଯାହା୧୭୦ ଖ୍ରୀଷ୍ଟାବ୍ଦରେ ସଂକଳିତ ହୋଇଥିଲା । ମୁରାଟୋରିଆନ୍‍ କାନନ୍‍ ରେ ଏବ୍ରୀ, ଯାକୁବ ଓ ୩ ଯୋହନ ବ୍ୟତୀତ ସମସ୍ତ ପୁସ୍ତକ ଥିଲା । ୩୬୩ ଖ୍ରୀଷ୍ଟାବ୍ଦରେ, ଲାଓଦିକିଆ ପରିଷଦ ଦର୍ଶାଇଥିଲା ଯେ କେବଳ ପୁରାତନ ନିୟମ (ଆପୋକ୍ରିଫା ସହିତ) ଓ ନୂତନ ନିୟମର ୨୭ ଗୋଟି ପୁସ୍ତକ ମଣ୍ଡଳୀଗୁଡ଼ିକରେ ପାଠ କରାଯିବ । ହିପ୍ପୋ ପରିଷଦ (୩୯୩ ଖ୍ରୀଷ୍ଟାବ୍ଦ) ଓ କାର୍ଥେଜ୍‍ ପରିଷଦ (୩୯୭ ଖ୍ରୀଷ୍ଟାବ୍ଦ) ସେହି ୨୭ ଗୋଟି ପୁସ୍ତକକୁ ବିଶ୍ଵାସଯୋଗ୍ୟ ପୁସ୍ତକ ଭାବରେ ସୁନିଶ୍ଚିତ କଲେ ।

ନୂତନ ନିୟମରେ ଥିବା ପୁସ୍ତକ ବାସ୍ତବରେ ପବିତ୍ରଆତ୍ମାଙ୍କ ଦ୍ଵାରା ଅନୁପ୍ରେରିତ ହୋଇଛି ନା ନାହିଁ ତାହା ନିର୍ଦ୍ଧାରଣ କରିବା ନିମନ୍ତେ ନିମ୍ନରେ ଥିବା ସିଦ୍ଧାନ୍ତ ଗୁଡ଼ିକୁ ପ୍ରୟୋଗ କରାଯାଇଥିଲା : (୧) ଲେଖକ କ’ଣ ଜଣେ ଶିଷ୍ୟ ଥିଲେକି, କିମ୍ବା କୌଣସି ପ୍ରେରିତ ସହିତ ତାଙ୍କର ଘନିଷ୍ଠ ସମ୍ପର୍କ ରହିଥିଲା କି ? (୨) କଅଣ ଏହି ପୁସ୍ତକକୁ ଖ୍ରୀଷ୍ଟଙ୍କ ଶରୀର ବା ମଣ୍ଡଳୀ ବହୁଳ ଭାବରେ ଗ୍ରହଣ କରିଥିଲା କି ? (୩) କଅଣ ପୁସ୍ତକରେ ସିଦ୍ଧାନ୍ତର ସାମାନ୍ୟତା ଅଛି ଏବଂ ନୌଇଷ୍ଟିକ ଶିକ୍ଷା ଅଛି କି ? (୪) ପୁସ୍ତକଟିରେ ଏପରି ଉଚ୍ଚ ନୈତିକ ଓ ଆତ୍ମିକ ମୂଲ୍ୟବୋଧ ବିଷୟରେ ପ୍ରମାଣ ରହିଛିକି ଯାହା ପବିତ୍ରଆତ୍ମାଙ୍କ କାର୍ଯ୍ୟକୁ ଦର୍ଶାଇଏ ? ପୁନର୍ବାର, ଏହା ମାନେ ରଖିବା ଗୁରୁତ୍ଵପୂର୍ଣ୍ଣ ଯେ ମଣ୍ଡଳୀ କାନନ୍‍‍ ନିର୍ଦ୍ଧାରଣ କରିନାହିଁ । କାନନ୍‍‍ରେ କେଉଁ କେଉଁ ପୁସ୍ତକ ରହିବ ସେ ବିଷୟରେ କୌଣସି ଆଦ୍ୟ ମଣ୍ଡଳୀ ନିଷ୍ପତ୍ତି ନେଇନଥିଲେ । ବାଇବଲରେ କେଉଁ ପୁସ୍ତକଗୁଡ଼ିକ ରହିବ ତାହା କେବଳ ଈଶ୍ଵର ଓ ଏକମାତ୍ର ଈଶ୍ଵର ହିଁ ନିର୍ଦ୍ଧାରଣ କରିଥିଲେ । ଏହା କେବଳ ଈଶ୍ଵର ନିଷ୍ପତ୍ତି ଯେ କେଉଁ ପୁସ୍ତକ ବାଇବଲରେ ରହିବା ଏବଂ ସେ ତାହା ଆପଣା ଅନୁଗାମୀମାନଙ୍କୁ ଜଣାଇଲେ । ବାଇବଲରେ ଥିବା ପୁସ୍ତକଗୁଡ଼ିକୁ ସଂଗ୍ରହ କରିବାର ମାନବିକ ଧାରାରେ ତ୍ରୁଟି ଥିଲା କିନ୍ତୁ ଈଶ୍ଵର ତାହାଙ୍କ ସାର୍ବଭୌମତ୍ଵରେ ଆମ୍ଭମାନଙ୍କ ଅଜ୍ଞତା ଓ ଅବାଧ୍ୟତା ସତ୍ଵେ ସେହି ପୁସ୍ତକଗୁଡ଼ିକୁ ଆଦ୍ୟ ମଣ୍ଡଳୀ ଦ୍ଵାରା ଚିହ୍ନିତ କରିଥିଲେ ।

English
ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ
ବାଇବଲର କେନନ କିପରି ଓ କେବେ କରାଯାଇଥିଲା?