settings icon
share icon
ପ୍ରଶ୍ନ

ଈଶ୍ଵରଙ୍କ ଗୁଣ ଗୁଡ଼ିକ କଅଣ? ଈଶ୍ଵର କିପରି?
ବାଇବଲ, ଈଶ୍ଵରଙ୍କ ବାକ୍ୟ, କହେ ଈଶ୍ଵର କିପରି ଓ କିପରି ନୁହଁନ୍ତି । ବାଇବଲର ଅଧିକାର ବିନା, ଈଶ୍ଵରଙ୍କ ଗୁଣକୁ ବର୍ଣ୍ଣନା କରିବା କେବଳ ଏକ ମତ ବୋଲି ସାବ୍ୟସ୍ତ ହେବ, ଯାହାକି ଅନେକ ସମୟରେ ଭୁଲ୍ ଅଟେ, ବିଶେତଃ ଈଶ୍ଵରଙ୍କୁ ବୁଝିବା ପାଇଁ (ଆୟୁବ ୪୨:୭) । ଈଶ୍ଵର କି ଭଳି ତାହା ବୁଝିବା ଅତି ଆବଶ୍ୟକ, କହିବା ଏକ ବଡ଼ ଅବୋକ୍ତି । ଏହା କରିବାରେ ବିଫଳତା ମିଥ୍ୟା ଦେବତା ନିର୍ମାଣ କରିବା, ତାହାର ଅନୁକରଣ କରିବା ଓ ତାକୁ ଉପାସନା କରିବାର କାରଣ ହୋଇଥାଏ ଯାହା କି ତାହାଙ୍କ ଇଚ୍ଛା ବିରୋଧ ଅଟେ (ଯାତ୍ରା ୨୦:୩-୫) ।

ଈଶ୍ଵର ନିଜ ବିଷୟରେ ଯାହା ପ୍ରକାଶ କରିବା ପାଇଁ ମନୋନୀତ କରିଅଛନ୍ତି କେବଳ ତାହା ହିଁ ଆମେ ଜାଣି ପାରିବା । ଈଶ୍ଵରଙ୍କ ଏକ ଗୁଣ ବା ଚରିତ୍ର ହେଉଛି, “ଜ୍ୟୋତି”, ଅର୍ଥାତ୍ ସେ ସ୍ଵୟଂ ନିଜ ବିଷୟରେ ପ୍ରକାଶ କରନ୍ତି (ଯିଶାୟ ୬୦:୧୯; ଯାକୁବ ୧:୧୭) । ଈଶ୍ଵର ନିଜ ସମ୍ପର୍କରେ ପ୍ରକାଶ କରିଅଛନ୍ତି ଏହି ସତ୍ୟତାକୁ ଅବହେଳା କରାଯାଇ ନ ପାରେ (ଏବ୍ରୀ ୪:୧) । ସୃଷ୍ଟି, ବାଇବଲ, ଏବଂ ବାକ୍ୟ ଦେହବନ୍ତ ହେଲେ (ଯୀଶୁ ଖ୍ରୀଷ୍ଟ), ଆମକୁ ଈଶ୍ଵର କେଉଁ ପ୍ରକାର ଅଟନ୍ତି ଜାଣିବାରେ ସାହାଯ୍ୟ କରିନ୍ତି ।

ଆସୁ ଆମେ ପ୍ରଥମେ ବୁଝିବା’ ଯେ ଈଶ୍ଵର ଆମର ସୃଷ୍ଟିକର୍ତ୍ତା ଏବଂ ଆମେ ତାହାଙ୍କ ସୃଷ୍ଟିର ଏକ ଅଂଶ (ଆଦି ୧:୧; ଗୀତସଂହିତା ୨୪:୧) ଏବଂ ଆମେ ତାହାଙ୍କ ପ୍ରତିମୁର୍ତ୍ତିରେ ନିର୍ମିତ । ମନୁଷ୍ୟ ଅନ୍ୟ ସୃଷ୍ଟି ମଧ୍ୟରୁ ଉନ୍ନତ ଓ ସୃଷ୍ଟି ଉପରେ କର୍ତ୍ତୁତ୍ୟ କରିବା ପାଇଁ କ୍ଷମତାପ୍ରାପ୍ତ ହୋଇଅଛି (ଆଦି ୧:୨୬-୨୮) । ମନୁଷ୍ୟର ପାପରେ ପତ୍ତନ ହେବା ଦ୍ଵାରା ସୃଷ୍ଟି ନଷ୍ଟ ହୋଇଅଛି କିନ୍ତୁ ତଥାପି ସୃଷ୍ଟି ଈଶ୍ଵରଙ୍କ କାର୍ଯ୍ୟର କ୍ଷଣିକ ଦୃଷ୍ଟି ଏବେ ସୁଦ୍ଧା ପ୍ରଦାନ କରେ (ଆଦି ୩:୧୭-୧୮; ରୋମୀୟ ୧:୧୯-୨୦) । ସୃଷ୍ଟିର ବିଶାଳତା, ଜଟିଳତା ଓ ସୁବ୍ୟବସ୍ଥିତା, , ସୁନ୍ଦରତାକୁ ଦେଖି ଆମେ ଈଶ୍ଵରଙ୍କ ମହାନତାକୁ ଜାଣିପାରିବା ।

ଈଶ୍ଵରଙ୍କ କେତେକ ନାମକୁ ପଢ଼ିବା ଦ୍ଵାରା ଈଶ୍ଵର କିପ୍ରକାରର, ଜାଣିବା ସାହାଯ୍ୟ କାରୀ ହୋଇପାରେ । ନିମ୍ନରେ ସେଗୁଡ଼ିକ ଦିଆଯାଇଛି :

ଏଲୋହିମ୍ – ଶକ୍ତିଶାଳୀ, ଈଶ୍ଵରୀୟ (ଆଦି ୧:୧)
ଏଡୋନାଇ- ପ୍ରଭୁ, ସ୍ଵାମୀ ଓ ଦାସର ସମ୍ପର୍କକୁ ସୁଚାଏ (ଯାତ୍ରା ୪:୧୦,୧୩)
ଏଲ୍ ଏଲିଓନ- ସର୍ବୋଚ୍ଚ, ମହା ଶକ୍ତିଶାଳୀ (ଆଦି ୧୪:୨୦)
ଏଲ୍ ରୋଇ- ଶକ୍ତିଶାଳୀ ଯିଏ ଦେଖନ୍ତି (ଆଦି ୧୬:୧୩)
ଏଲ୍ ଶାଡ଼ୟ- ସର୍ବଶକ୍ତିମାନ ପରମେଶ୍ଵର (ଆଦି ୧୭:୧)
ଏଲ୍ ଓଲାମ୍- ଅନନ୍ତକାଳୀନ ପରମେଶ୍ଵର (ଯିଶାୟ ୪୦:୨୮)
ଯିହୋବା- ସଦପ୍ରଭୁ “ସ୍ଵୟଂଭୂ” ଅର୍ଥାତ ଅନନ୍ତକାଳୀନ ସ୍ଵୟଂ ବିଦ୍ୟମାନତା (ଯାତ୍ରା ୩:୧୩-୧୪)

ଈଶ୍ଵର ଅନନ୍ତଜୀବୀ ଅଟନ୍ତି ଅର୍ଥାତ୍ ତାହାଙ୍କ କୌଣସି ଆରମ୍ଭ ନାହିଁ ଏବଂ ତାହାଙ୍କ ଅସ୍ଥିତ୍ୟ କଦାପି ସମାପ୍ତ ହେବ ନାହିଁ । ସେ ଅମର ଓ ଅସୀମ ଅଟନ୍ତି (ଦ୍ଵିତୀୟ ବିବରଣ ୩୩:୨୭; ଗୀତସଂହିତା ୯୦:୨; ୧ ତିମଥୀ ୧:୧୭) । ଈଶ୍ଵର ଅପରିବର୍ତ୍ତନୀୟ ଅର୍ଥାତ୍ ସେ ପରିବର୍ତ୍ତନ ହୁଅନ୍ତି ନାହିଁ; ଏହାର ଆଉ ଏକ ଅର୍ଥ ହେଉଛି ଈଶ୍ଵର ଭରସାଯୋଗ୍ୟ ଓ ନିର୍ଭରଯୋଗ୍ୟ ଅଟନ୍ତି (ମଲାଖି ୩:୬; ଗଣନା ପୁସ୍ତକ ୨୩:୧୯; ଗୀତସଂହିତା ୧୦୨:୨୬,୨୭) । ଈଶ୍ଵର ଅତୁଳନୀୟ; ତାହାଙ୍କ କାର୍ଯ୍ୟ ଓ ବ୍ୟକ୍ତିତ୍ୟ ଭଳି ଆଉ କେହି ନାହାଁନ୍ତି । ସେ ଅସମ ଓ ସିଦ୍ଧ ଅଟନ୍ତି (୨ ଶାମୁୟେଲ ୭:୨୨; ଗୀତସଂହିତା ୮୬:୮; ଯିଶାୟ ୪୦:୨୫; ମାଥିଉ ୫:୪୮) । ଯଦି ଆମେ ତାହାଙ୍କୁ ସମ୍ପୂର୍ଣ୍ଣରୂପେ ଖୋଜିବାକୁ ଚେଷ୍ଟା କରୁ, ଈଶ୍ଵର ରହସ୍ୟାବୃତ ଓ ବୋଧର ଅଗମ୍ୟ (ଯିଶାୟ ୪୦:୨୮; ଗୀତସଂହିତା ୧୪୫:୩; ରୋମୀୟ ୧୧:୩୩,୩୪) ।

ଈଶ୍ଵର ନ୍ୟାୟବାନ ଅଟନ୍ତି; ସେ ପକ୍ଷପାତ କରନ୍ତି ନାହିଁ (ଦ୍ଵିତୀୟ ବିବରଣ ୩୨:୪; ଗୀତସଂହିତା ୧୮:୩୦) । ଈଶ୍ଵର ସର୍ବଶକ୍ତିମାନ ଅଟନ୍ତି; ସେ ଯାହା ଇଚ୍ଛା ତାହା କରିପାରନ୍ତି, କିନ୍ତୁ ତାହାଙ୍କ କାର୍ଯ୍ୟ ସର୍ବଦା ତାହାଙ୍କ ଚରିତ୍ର ସହ ଅନୁରୁପ ହୋଇଥାଏ (ପ୍ରକାଶିତ ୧୯:୬; ଯିରିମିୟ ୩୨:୧୭,୨୭) । ଈଶ୍ଵର ସର୍ବବିଦ୍ୟମାନ ଅଟନ୍ତି, କିନ୍ତୁ ଏହାର ଅର୍ଥ ନୁହେଁ ଯେ ସେ ସବୁକିଛି ଅଟନ୍ତି (ଗୀତସଂହିତା ୧୩୯:୭-୧୩; ଯିରିମିୟ ୨୩:୨୩) । ଈଶ୍ଵର ସର୍ବଜ୍ଞାନୀ, ଅର୍ଥାତ୍ ସେ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ୍ ଜାଣନ୍ତି ଏବଂ ଆମେ ବର୍ତ୍ତମାନ ଏହି କ୍ଷଣରେ ସୁଧା ଯାହା ଚିନ୍ତା କରୁଅଛୁ, ସେ ତାହା ଜାଣନ୍ତି । ସେ ସମସ୍ତ ବିଷୟ ଜାଣିଥିବା ହେତୁ, ତାହାଙ୍କ ନ୍ୟାୟ ସର୍ବଦା ନ୍ୟାୟସଂଗତ ହୋଇଥାଏ (ଗୀତସଂହିତା ୧୩୯:୧-୫; ହିତୋପଦେଶ ୫:୨୧) ।

ଈଶ୍ଵର ଏକ ଅଟନ୍ତି; କେବଳ ଏହା ନୁହେଁ ଯେ ସେ ଏକ ଅଟନ୍ତି, ବରଂ ସେ ହିଁ ଏକମାତ୍ର ଯେ ଆମ ହୃଦୟର ଅନ୍ତରସ୍ଥ ଆବଶ୍ୟକତା ଓ ବେଦନାକୁ ସମାଧାନ କରିପାରିବେ । ଇଶ୍ଵର ଏକାକୀ ଆମ ଆରାଧନା ଓ ଭକ୍ତିର ଯୋଗ୍ୟ ଅଟନ୍ତି (ଦ୍ଵିତୀୟ ବିବରଣ ୬:୪) । ଈଶ୍ଵର ଧାର୍ମିକ ଅଟନ୍ତି ଅର୍ଥାତ୍ ଈଶ୍ଵର କଦାପି ଭୁଲ୍ କାର୍ଯ୍ୟକୁ ଆଦେଖା କରିବେ ନାହିଁ । ଈଶ୍ଵରଙ୍କ ଧାର୍ମିକତା ଓ ନ୍ୟାୟ ସକାଶୁ, ଆମ ପାପର ମୋଚନ ପାଇଁ, ଯୀଶୁଙ୍କୁ ଈଶ୍ଵରଙ୍କ କ୍ରୋଧର ସମ୍ମୁଖୀନ ହେବାକୁ ପଡ଼ିଲା ଯେବେ ଆମ ପାପ ତାହାଙ୍କ ଉପରେ ଦିଆଗଲା (ଯାତ୍ରା ୯:୨୭; ମାଥୀଉ ୨୭:୪୫-୪୬; ରୋମୀୟ ୩:୨୧-୨୬) ।

ଈଶ୍ଵର ସାର୍ବଭୌମିକ ଅର୍ଥାତ୍ ସେ ସର୍ବୋଚ ଅଧିକାରୀ ଅଟନ୍ତି । ସମସ୍ତ ସୃଷ୍ଟି ଏକାଠି ହେଲେ ହେଁ ତାହାଙ୍କ ଯୋଜନାକୁ ବ୍ୟର୍ଥ କରିପାରିବେ ନାହିଁ (ଗୀତସଂହିତା ୯୩:୧, ୯୫:୩; ଯିରିମିୟ ୨୩:୨୦)! ଈଶ୍ଵର ଆତ୍ମା ଅଟନ୍ତି ଅର୍ଥାତ୍ ସେ ଅଦୃଶ୍ୟ ଅଟନ୍ତି (ଯୋହନ ୧:୧୮; ୪:୨୪) । ଈଶ୍ଵର ତ୍ରିଏକ ପରମେଶ୍ଵର ଅଟନ୍ତି । ସେ ଏକ ପରମେଶ୍ଵର ତିନି ବ୍ୟକ୍ତି, ଉପାଦାନରେ ସମାନ, କ୍ଷମତା ଓ ଗୌରବରେ ସମାନ ଅଟନ୍ତି । ଈଶ୍ଵର ସତ୍ୟ, ସେ ଅକ୍ଷୟ ଓ ସେ କଦାପି ମିଥ୍ୟା କହନ୍ତି ନାହିଁ (ଗୀତସଂହିତା ୧୧୭:୨; ୧ ଶାମୁୟେଲ ୧୫:୨୯) ।

ଈଶ୍ଵର ପବିତ୍ର, ସମସ୍ତ ମନ୍ଦରୁ ପୃଥକୀକୃତ ଓ ସେ ତାହାର ବିରୋଧୀ ଅଟନ୍ତି । ଈଶ୍ଵର ସମସ୍ତ ମନ୍ଦତାକୁ ଦେଖି ଅତିଶୟ କ୍ରୋଧିତ ଅଟନ୍ତି । ଈଶ୍ଵରଙ୍କୁ ଗ୍ରାସକାରୀ ଅଗ୍ନିରୂପେ ବ୍ୟାଖ୍ୟା କରାଯାଇଛି (ଯିଶାୟ ୬:୩; ହବକୂକ ୧:୧୩; ଯାତ୍ରା ୩:୨,୪-୫; ଏବ୍ରୀ ୧୨:୨୯) । ଈଶ୍ଵର ଦୟାଳୁ ଅଟନ୍ତି ଏବଂ ତାହାଙ୍କ ଅନୁଗ୍ରହ, ତାହାଙ୍କ ଦୟା, କରୁଣା ଓ ପ୍ରେମ ସାମିଲ୍ ଅଟେ । ଯଦି ଈଶ୍ଵରଙ୍କ ଅନୁଗ୍ରହ ହୋଇନଥାନ୍ତା, ତେବେ ତାହାଙ୍କ ସାନିଧ୍ୟରୁ ଆମକୁ ବହିର୍ଭୁତ ହେବାକୁ ପଡ଼ନ୍ତା । ଈଶ୍ଵରଙ୍କ ଧନ୍ୟବାଦ ହେଉ ଯେ ସେହି ପ୍ରକାର ଆମ ପ୍ରତିଘଟି ନାହିଁ, କାରଣ ସେ ଆମକୁ ବ୍ୟକ୍ତିଗତ ଭାବରେ ଜାଣିବାକୁ ଚାହାଁନ୍ତି (ଯାତ୍ରା ୩୪:୬; ଗୀତସଂହିତା ୩୧:୧୯; ୧ ପିତର ୧:୩; ଯୋହନ ୩:୧୬; ୧୭:୩) ।

ଈଶ୍ଵର ଅସୀମ ହୋଇଥିବା ହେତୁ, କୌଣସି ମନୁଷ୍ୟ ଏହି ଈଶ୍ଵରଙ୍କ ଆକାରର ପ୍ରଶ୍ନର ଉତ୍ତର ଦେଇପାରିବ ନାହିଁ, କିନ୍ତୁ ଈଶ୍ଵରଙ୍କ ବାକ୍ୟ ଦ୍ଵାରା, ଆମେ ଅନେକ କିଛି ବୁଝିପାରିବା ଯେ ଈଶ୍ଵର କିଏ ଏବଂ ସେ କେଉଁ ପ୍ରକାରର ଅଟନ୍ତି । ଆମେ ହୃଦୟର ସହ ତାହାଙ୍କୁ ଅବିରତ ସନ୍ଧାନ କରୁ (ଯିରିମିୟ ୨୯:୧୩) ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ଈଶ୍ଵରଙ୍କ ଗୁଣ ଗୁଡ଼ିକ କଅଣ? ଈଶ୍ଵର କିପରି?

© Copyright Got Questions Ministries