settings icon
share icon
ପ୍ରଶ୍ନ

ନାସ୍ତିକବାଦ କ'ଣ?

ଉତ୍ତର


ନାସ୍ତିକବାଦ ହେଉଛି ଏକ ମତବାଦ ଯାହା କୁହେ ଯେ ଈଶ୍ବର ନାହାନ୍ତି । ନାସ୍ତିକବାଦ ନୂତନଭାବେ ବିକଶିତ ହୋଇନାହିଁ । ଖ୍ରୀଷ୍ଟପୂର୍ବ ୧୦୦୦ରେ ଦାଉଦଙ୍କ ଦ୍ବାରା ଲିଖିତ ଗୀତସଂହିତା ୧୪:୧ ନାସ୍ତିକବାଦ ବିଷୟରେ କୁହେ: "ମୂର୍ଖ ମନେ ମନେ କହିଅଛି, 'ପରମେଶ୍ବର ନାହାନ୍ତି' ।" ଅଧୁନା ପରିସଂଖ୍ୟାନ ଦେଖାଏ ଯେ, ନାସ୍ତିକ ବୋଲି ନିଜକୁ ଦାବୀ କରୁଥିବା ଲୋକମାନଙ୍କର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ଯାହା ସମଗ୍ର ବିଶ୍ବରେ ୧୦ ପ୍ରତିଶତ ଅଟେ । ତେବେ ଅଧିକରୁ ଅଧିକ ଲୋକ କାହିଁକି ନାସ୍ତିକ ହୁଅନ୍ତି? ନାସ୍ତିକବାଦ କ'ଣ ନାସ୍ତିକମାନେ ଦାବୀ କରୁଥିବା ଅନୁଯାୟୀ ଏକ ତାର୍କିକ ସ୍ଥିତି?

କାହିଁକି ନାସ୍ତିକବାଦ ଏପର୍ଯ୍ୟନ୍ତ ରହିଛି? ଈଶ୍ବର ଅଛନ୍ତି ବୋଲି ପ୍ରମାଣିତ କରିବା ପାଇଁ ନିଜକୁ କାହିଁକି ପ୍ରକାଶ କରୁନାହାନ୍ତି? ନିଶ୍ଚିତ, ଯଦି ଈଶ୍ବର କେବଳ ଦେଖାଦେଇଥାନ୍ତେ, ଆଉ ଏ ବିଷୟକ ଭାବନା ଲାଗିରହିଛି, ତେବେ ସମସ୍ତେ ତାଙ୍କଠାରେ ବିଶ୍ବାସ କରିଥାନ୍ତେ! ଏଠାରେ ସମାସ୍ୟାଟି ହେଉଛି ଈଶ୍ବର ଅଛନ୍ତି ବୋଲି ଲୋକମାନଙ୍କୁ କେବଳ ହୃତବୋଧ କରାଇବାକୁ ଚାହାନ୍ତି ନାହିଁ । ଲୋକମାନେ ବିଶ୍ବାସ ସହ ଈଶ୍ବରଙ୍କୁ ବିଶ୍ବାସ କରିବା (୨ପିତର ୩:୯) ଏବଂ ପରିତ୍ରାଣର ତାଙ୍କ ଦାନକୁ ବିଶ୍ବାସରେ ଗ୍ରହଣ କରିବା (ଯୋହନ ୩:୧୬) ଈଶ୍ବରଙ୍କ ଇଛା । ଈଶ୍ବର ଅନେକ ଥର ପୁରାତନ ନିୟମରେ ତାଙ୍କ ଅସ୍ତିତ୍ବକୁ ପ୍ରକାଶ କରିଛନ୍ତି (ଆଦି ୬-୯; ଯାତ୍ରା ୧୪:୨୧-୨୨; ୧ରାଜାବଳୀ ୧୮:୧୯-୩୧) । ଈଶ୍ବର ଅଛନ୍ତି ବୋଲି ଲୋକମାନେ ବିଶ୍ବାସ କଲେ କି? ହଁ । ସେମାନେ ସେମାନଙ୍କର ମନ୍ଦ ପଥରୁ ଫେରି ଈଶ୍ବରଙ୍କର ବାଧ୍ୟ ହେଲେ କି? ନା । ଯଦି ଜଣେ ବ୍ୟକ୍ତି ବିଶ୍ବାସରେ ଈଶ୍ବରଙ୍କ ଅସ୍ତିତ୍ବକୁ ଗ୍ରହଣ କରିବାକୁ ଇଛା କରୁନାହିଁ, ତେବେ ସେ ବିଶ୍ବାସରେ ଯୀଶୁଖ୍ରୀଷ୍ଟଙ୍କୁ ଗ୍ରହଣ କରିବାକୁ ନିଶ୍ଚିତ ଭାବେ ପ୍ରସ୍ତୁତ ନୁହେଁ (ଏଫିସୀୟ ୨:୮-୯) । ଈଶ୍ବରଙ୍କ ଇଛା ହେଉଛି ଯେ ଲୋକମାନେ ଯେପରି ଖ୍ରୀଷ୍ଟିୟାନ ହୁଅନ୍ତି, କେବଳ ଆସ୍ତିକ (ଯେଉଁମାନେ ଈଶ୍ବର ଅଛନ୍ତି ବୋଲି ବିଶ୍ବାସ କରନ୍ତି) ହେବା ଚାହାନ୍ତି ନାହିଁ ।

ବାଇବଲ ଆମ୍ଭମାନଙ୍କୁ କୁହେ ଯେ, ଈଶ୍ବରଙ୍କ ଅସ୍ତିତ୍ବକୁ ବିଶ୍ବାସରେ ଗ୍ରହଣ କରାଯିବା ନିହାତି ଆବଶ୍ୟକ । ଏବ୍ରୀ ୧୧:୬ କୁହେ, "ଆଉ ବିଶ୍ବାସ ବିନା ତାହାଙ୍କ ସନ୍ତୋଷପାତ୍ର ହେବା ଅସମ୍ଭବ, କାରଣ ଈଶ୍ବର ଯେ ଅଛନ୍ତି, ଆଉ ସେ ଯେ ତାହାଙ୍କ ଅନ୍ବେଷଣକାରୀମାନଙ୍କର ପୁରସ୍କାରଦାତା, ଏହା ତାହାଙ୍କ ଛାମୁକୁ ଆସିବା ଲୋକର ବିଶ୍ବାସ କରିବା ଆବଶ୍ୟକ ।" ବାଇବଲ ଆମ୍ଭମାନଙ୍କୁ ସ୍ମରଣ କରାଇଦିଏ ଯେ, ଆମେ ଯେତେବେଳେ ବିଶ୍ବାସରେ ଈଶ୍ବରଙ୍କୁ ବିଶ୍ବାସ କରି ଭରସା ରଖୁ ଆମେ ଆଶୀର୍ବାଦପ୍ରାପ୍ତ ହେଉ : "ଯୀଶୁ ତାଙ୍କୁ କହିଲେ, ତୁମ୍ଭେ ମୋତେ ଦେଖିବାରୁ ବିଶ୍ବାସ କରିଅଛ? ଯେଉଁମାନେ ନ ଦେଖି ବିଶ୍ବାସ କରିଅଛନ୍ତି, ସେମାନେ ଧନ୍ୟ ।" (ଯୋହନ ୨୦:୨୯)

ଈଶ୍ବରଙ୍କ ଅସ୍ତିତ୍ବକୁ ନିହାତି ବିଶ୍ବାସରେ ଗ୍ରହଣ କରାଯିବା ଉଚିତ୍, କିନ୍ତୁ ତାହାର ଅର୍ଥ ନୁହେ. ଯେ, ଈଶ୍ବରଙ୍କଠାରେ ବିଶ୍ବାସ କରିବା ଅଯୌକ୍ତିକ ଅଟେ । ଈଶ୍ବରଙ୍କ ଅସ୍ତିତ୍ବ ବିଷୟରେ ଅନେକ ଉତ୍ତମ ଯୁକ୍ତି ରହିଛି । ବାଇବଲ ଶିକ୍ଷା ଦିଏ ଯେ ଈଶ୍ବରଙ୍କ ଅସ୍ତିତ୍ବ ବିଶ୍ବ ବ୍ରହ୍ମାଣ୍ଡରେ ସ୍ବଷ୍ଟ ଭାବେ ଦେଖିବାକୁ ମିଳେ (ଗୀତ ୧୯:୧-୪), ପ୍ରକୃତିରେ ଦେଖିବାକୁ ମିଳେ (ରୋମୀୟ ୧:୧୮-୨୨), ଏବଂ ଆମ୍ଭମାନଙ୍କ ନିଜ ହୃଦୟରେ ଦେଖିବାକୁ ମିଳେ (ଉପଦେଶକ ୩:୧୧) । ଏହି ସମସ୍ତ କୁହାଗଲେ, ଈଶ୍ବରଙ୍କ ଅସ୍ତିତ୍ବକୁ ପ୍ରମାଣ କରାଯାଇପାରିବନାହିଁ; ଏହାକୁ ନିହାତି ବିଶ୍ବାସରେ ଗ୍ରହଣ କରିବାକୁ ପଡିବ ।

ଠିକ୍ ସେହି ସମୟରେ ନାସ୍ତିକବାଦକୁ ବିଶ୍ବାସ କରିବା ନିମନ୍ତେ ମଧ୍ୟ ବିଶ୍ବାସର ଆବଶ୍ୟକତା ରହିଛି । "ଈଶ୍ବର ନାହାନ୍ତି" ବୋଲି ଏକ ନିରଙ୍କୁଶ ବକ୍ତବ୍ୟ ପ୍ରଦାନ କରିବା ହେଉଛି ସବୁ ବିଷୟକୁ ସମ୍ପୂର୍ଣ୍ଣ ରୂପେ ଜାଣିବା ଏବଂ ବିଶ୍ବ ବ୍ରହ୍ମାଣ୍ଡରେ ଥିବା ପ୍ରତ୍ୟେକ ବିଷୟକୁ ଦେଖି ସେଥିର ସାକ୍ଷି ହୋଇଥିବାର ଦାବୀ କରିବା । ବାସ୍ତବରେ, କୌଣସି ନାସ୍ତିକ ଏପରି ଦାବୀ କରିବେ ନାହିଁ । ଅଥଚ, ଈଶ୍ବର ନାହାନ୍ତି ବୋଲି ସେମାନେ ଯେତେବେଳେ କୁହନ୍ତି ସେମାନେ ମୂଳତଃ ଉପରୋକ୍ତ ସମସ୍ତ ବିଷୟ ଦେଖିଥିବାର ଦାବୀ କରନ୍ତି । ନାସ୍ତିକମାନେ ପ୍ରମାଣ କରିପାରିବେ ନାହିଁ ଯେ, ଈଶ୍ବର ନାହାନ୍ତି, ଉଦାହରଣ ସ୍ବରୂପେ, ଈଶ୍ବର ସୂର୍ଯ୍ୟର କେନ୍ଦ୍ରସ୍ଥଳରେ ନାହାନ୍ତି, କିମ୍ବା ବୃହସ୍ପତିର ମେଘତଳେ ନାହାନ୍ତି, କିମ୍ବା କିଛି ଦୂରବର୍ତ୍ତୀ ନକ୍ଷତ୍ରପୁଞ୍ଜ ମଧ୍ୟରେ ନାହାନ୍ତି । ଯେହେତୁ ଏହି ସମସ୍ତ ସ୍ଥାନକୁ ପର୍ଯ୍ୟବେକ୍ଷଣ କରିବା ଆମ କ୍ଷମତାର ବହିର୍ଭୂତ ଅଟେ, ସେଇଥିଯୋଗୁଁ ଈଶ୍ବର ଯେ ନାହାନ୍ତି ଏହାକୁ ପ୍ରମାଣ କରାଯାଇପାରିବନାହିଁ । ଜଣେ ଆସ୍ତିକ ହେବା ନିମନ୍ତେ ଯେତେ ବିଶ୍ବାସର ଆବଶ୍ୟକତା ରହିଛି ତଦୃପ ଜଣେ ନାସ୍ତିକ ହେବା ନିମନ୍ତେ ମଧ୍ୟ ସେପରି ବିଶ୍ବାସର ଆବଶ୍ୟକତା ରହିଛି ।

ନାସ୍ତିକବାଦକୁ ପ୍ରମାଣ କରାଯାଇପାରିବ ନାହିଁ, ଏବଂ ଈଶ୍ବରଙ୍କ ଅସ୍ତିତ୍ବକୁ ନିହାତି ବିଶ୍ବାସରେ ଗ୍ରହଣ କରିବାକୁ ପଡିବ । ସ୍ବଷ୍ଟ ଭାବେ, ଈଶ୍ବର ଯେ ଅଛନ୍ତି ଏହା ଖ୍ରୀଷ୍ଟିୟାନମାନେ ଅତି ଦୃଢ ଭାବେ ବିଶ୍ବାସ କରନ୍ତି, ଏବଂ ସେମାନେ ସ୍ବୀକାର କରନ୍ତି ଯେ, ଈଶ୍ବରଙ୍କ ଅସ୍ତିତ୍ବ ହେଉଛି ଏକ ବିଶ୍ବାସର ବିଷୟ । ଠିକ୍ ସେହି ସମୟରେ, ଈଶ୍ବର ଯେ ଅଯୌକ୍ତିକ ସେହି ଧାରଣାକୁ ଆମେ ଖଣ୍ଡନ କରୁ । ଆମେ ବିଶ୍ବାସ କରୁ ଯେ, ଈଶ୍ବରଙ୍କ ଅସ୍ତିତ୍ବକୁ ସ୍ବଷ୍ଟ ଭାବେ ଦେଖି ହେବ, ତୀକ୍ଷ୍ଣ ବୁଦ୍ଧିର ସହ ତାହାକୁ ଅନୁଭବ କରିହେବ, ଏବଂ ଦାର୍ଶନିକ ଏବଂ ବୈଜ୍ଞାନିକ ଭାବରେ ଏହାକୁ ପ୍ରମାଣ କରାଯାଇପାରିବ । "ଆକାଶମଣ୍ଡଳ ପରମେଶ୍ବରଙ୍କ ଗୌରବ ବର୍ଣ୍ଣନା କରେ; ଶୂନ୍ୟମଣ୍ଡଳ ତାହାଙ୍କ ହସ୍ତକୃତ କର୍ମ ପ୍ରକାଶ କରେ । ଦିବସ ଦିବସ ପ୍ରତି ବାକ୍ୟ ଉଚ୍ଚାରଣ କରେ ଓ ରାତ୍ରି ରାତ୍ରି ପ୍ରତି ଜ୍ଞାନ ପ୍ରକାଶ କରେ । କୌଣସି ବାକ୍ୟ କି ଭାଷା ନ ଥାଏ, ସେମାନଙ୍କ ରବ ଶୁଣାଯାଇଅ ନ ପାରେ । ସେମାନଙ୍କର ରଜ୍ଜୁ ସମୁଦାୟ ପୃଥିବୀରେ ଓ ସେମାନଙ୍କର ବାକ୍ୟ ଜଗତର ସୀମା ପର୍ଯ୍ୟନ୍ତ ବ୍ୟାପ୍ତ । ସେମାନକ ମଧ୍ୟରେ ସେ ସୂର୍ଯ୍ୟ ନିମନ୍ତେ ଏକ ଆବାସ ସ୍ଥାପନ କରିଅଛନ୍ତି, (ଗୀତ ୧୯:୧-୪) ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ନାସ୍ତିକବାଦ କ'ଣ?
© Copyright Got Questions Ministries