settings icon
share icon
ପ୍ରଶ୍ନ

ମୁଁ ଉଦ୍ଧାର ପାଇଛି ବୋଲି କିପରି ନିଶ୍ଚିତ ରୂପେ ଜାଣିପାରିବି?

ଉତ୍ତର


ଯୀଶୁଖ୍ରୀଷ୍ଟଙ୍କ ଅନେକ ଅନୁଗାମୀ ଭୁଲ୍‍ ସ୍ଥାନରେ ପରିତ୍ରାଣର ନିଶ୍ଚିତତାକୁ ଖୋଜିଥାନ୍ତି । ଆମେ ପରିତ୍ରାଣର ନିଶ୍ଚିତତାକୁ ଆମ ଜୀବନରେ ଈଶ୍ଵରଙ୍କ କାର୍ଯ୍ୟ ଗୁଡ଼ିକରେ, ଆତ୍ମିକ ଅଭିବୃଦ୍ଧିରେ, ଉତ୍ତମ କର୍ମ ଗୁଡ଼ିକରେ ଏବଂ ପରମେଶ୍ଵରଙ୍କ ବାକ୍ୟ ପ୍ରତି ଆଜ୍ଞାକାରିତା ଖୋଜି ଥାଉଁ ଯାହା ଖ୍ରୀଷ୍ଟୀୟ ଜୀବନରେ ସ୍ପଷ୍ଟ ଦେଖା ଯାଇଥାଏ । ଯେବେ ଏହି ସମସ୍ତ ବିଷୟ ପରିତ୍ରାଣ ପାଇଥିବାର ପ୍ରମାଣ ଦେଇଥାଏ ତଥାପି ଏହିସବୁ ପରିତ୍ରାଣର ନିଶ୍ଚିତତା ନୁହେଁ । ବରଂ, ଆମେ ଈଶ୍ଵରଙ୍କ ବାକ୍ୟର ଆଧାରରେ ଆମ୍ଭମାନଙ୍କ ପରିତ୍ରାଣର ନିଶ୍ଚିତତା ଜାଣିପାରିବା । ଆମ ବ୍ୟକ୍ତିଗତ ଅନୁଭବ ନୁହେଁ କିନ୍ତୁ ଈଶ୍ଵର ଦେଇଥିବା ପ୍ରତିଜ୍ଞାଗୁଡ଼ିକର ଆଧାରେ ଆମେ ଭରସା କରି ନିଶ୍ଚିତ ଅଟୁ ଯେ ଆମେ ପରିତ୍ରାଣ ପାଇଅଛୁ ।

ଆପଣ ପରିତ୍ରାଣର ନିଶ୍ଚିତତା କିପରି ଜାଣିପାରିବେ? ୧ଯୋହନ ୫:୧୧-୧୩କୁ ବିଚାର କରନ୍ତୁ: “ସେହି ସାକ୍ଷ୍ୟ ଏହି ଯେ, ଈଶ୍ଵର ଆମ୍ଭମାନଙ୍କୁ ଅନନ୍ତ ଜୀବନ ଦେଇଅଛନ୍ତି, ପୁଣି ସେହି ଜୀବନ ତାହାଙ୍କ ପୁତ୍ରଙ୍କଠାରେ ଅଛି । ଯେ ପୁତ୍ରଙ୍କୁ ପାଇଅଛି, ସେ ଜୀବନ ପାଇଅଛି; ଯେ ଈଶ୍ଵରଙ୍କ ପୁତ୍ରଙ୍କୁ ପାଇନାହିଁ, ସେ ଜୀବନ ହିଁ ପାଇନାହିଁ । ଈଶ୍ଵରଙ୍କ ପୁତ୍ରଙ୍କ ନାମରେ ବିଶ୍ଵାସ କରୁଅଛ ଯେ ତୁମ୍ଭେମାନେ, ତୁମ୍ଭେମାନେ ଯେପରି ଜାଣ ଯେ ତୁମ୍ଭେମାନେ ଅନନ୍ତ ଜୀବନ ପାଇଅଛ, ଏଥିନିମନ୍ତେ ମୁଁ ତୁମ୍ଭମାନଙ୍କ ନିକଟକୁ ଏହି ସମସ୍ତବିଷୟ ଲେଖିଲି ।“ କିଏ ପୁତ୍ରଙ୍କୁ ପାଇଛି? ଯେଉଁମାନେ ତାହାଙ୍କଠାରେ ବିଶ୍ଵାସ କରିଛନ୍ତି (ଯୋହନ ୧:୧୨) । ଯଦି ଆପଣ ଯୀଶୁଙ୍କୁ ପାଇଛନ୍ତି, ଆପଣ ଜୀବନ ପାଇଛନ୍ତି । ଆପଣ ଅସ୍ଥାୟୀ ଜୀବନ ନୁହେଁ କିନ୍ତୁ ଅନନ୍ତ ଜୀବନ ପାଇଛନ୍ତି ।

ଈଶ୍ଵର ଚାହାନ୍ତି ଯେପରି ଆମେ ଆମ୍ଭମାନଙ୍କ ପରିତ୍ରାଣର ଭରସା ପାଇବା । ଆମେ ପ୍ରକୃତରେ ଉଦ୍ଧାର ପାଇଛୁ ନା ନାହିଁ ସନ୍ଦେହ ଓ ଚିନ୍ତା କରି ଜୀବନ ଜାପନ କରିବା ଉଚିତ ନୁହେଁ । ସେଇଥିଯୋଗୁଁ ବାଇବଲ ପରିତ୍ରାଣର ଯୋଜନାକୁ ଅତି ସ୍ପଷ୍ଟ ଭାବରେ ଦେଖାଏ । ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ଵାସ କରନ୍ତୁ (ଯୋହନ ୩:୧୬; ପ୍ରେରିତ ୧୬:୩୧) । “ଯେଣୁ ତୁମ୍ଭେ ଯଦି ମୁଖରେ ଯୀଶୁଙ୍କୁ ପ୍ରଭୁ ବୋଲି ସ୍ଵୀକାର କରିବ, ଆଉ ଈଶ୍ଵର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଅଛନ୍ତି ବୋଲି ହୃଦୟରେ ବିଶ୍ଵାସ କରିବ, ତେବେ ପରିତ୍ରାଣ ପ୍ରାପ୍ତ ହେବ“ (ରୋମୀୟ ୧୦:୯) । ଆପଣ ପାପରୁ ମନପରିବର୍ତ୍ତନ କରିଅଛନ୍ତିକି? ଆପଣ କ’ଣ ବିଶ୍ଵାସ କରନ୍ତି ଯେ ଯୀଶୁ ଆପଣଙ୍କ ପାପର ଦଣ୍ଡ ପରିଶୋଧ କରିବାକୁ ମୃତୁଭୋଗ କଲେ ଓ ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥିତ ହୋଇଛନ୍ତି ? (ରୋମୀୟ ୫:୮; ୨କରିନ୍ଥୀୟ ୫:୨୧)? ଆପଣ କ’ଣ ପରିତ୍ରାଣ ନିମନ୍ତେ କେବଳ ତାହାଙ୍କଠାରେ ଭରସା କରନ୍ତି? ଯଦି ଏହି ସମସ୍ତ ପ୍ରଶ୍ନ ପ୍ରତି ଆପଣଙ୍କ ଉତ୍ତର “ହଁ” ଅଟେ ତେବେ ଆପଣ ଉଦ୍ଧାର ପାଇଅଛନ୍ତି! ଭରସାର ଅର୍ଥ ହେଉଛି ସନ୍ଦେହରୁ ମୁକ୍ତ ହେବା । ହୃଦୟରେ ଈଶ୍ଵରଙ୍କ ବାକ୍ୟ ନେବା ଦ୍ଵାରା ଆପଣ ଆପଣଙ୍କ ଅନନ୍ତ ପରିତ୍ରାଣର ବାସ୍ତବତାକୁ ସନ୍ଦେହ କରିବେ ନାହିଁ ।

ଯେଉଁମାନେ ତାହାଙ୍କଠାରେ ବିଶ୍ଵାସ କରନ୍ତି ଯୀଶୁ ନିଜେ ସେମାନଙ୍କୁ ଭରସା ଦିଅନ୍ତି: “ପୁଣି, ମୁଁ ସେମାନଙ୍କୁ ଅନନ୍ତ ଜୀବନ ଦିଏ, ଆଉ ସେମାନେ କଦାପି କେବେ ହେଁ ବିନଷ୍ଟ ହେବେ ନାହିଁ, ପୁଣି କେହି ମୋ ହସ୍ତରୁ ସେମାନଙ୍କୁ ହରଣ କରିବ ନାହିଁ । ମୋହର ପିତା ମୋତେ ଯାହା ଦେଇଅଛନ୍ତି, ତାହା ସବୁଠାରୁ ବହୁମୂଲ୍ୟ, ଆଉ ପିତାଙ୍କ ହସ୍ତରୁ କେହି ତାହା ହରଣ କରିପାରେ ନାହିଁ“ (ଯୋହନ ୧୦:୨୮-୨୯) । ଅନନ୍ତ ଜୀବନ ହେଉଛି - କେବଳ ଅନନ୍ତ । ଏପରି କୌଣସି ବ୍ୟକ୍ତି ନାହାନ୍ତି, ଏପରିକି ଆପଣ ମଧ୍ୟ ଈଶ୍ଵରଙ୍କ ଦ୍ଵାରା ଦିଆଯାଇଥିବା ଖ୍ରୀଷ୍ଟଙ୍କ ପରିତ୍ରାଣକୁ ଆପଣଙ୍କଠାରୁ ନେଇପାରିବେ ନାହିଁ ।

ଆମେ ଈଶ୍ଵରଙ୍କ ବାକ୍ୟକୁ ଆମ ହୃଦୟରେ ସାଇତି ରଖିବା ଯେପରିକି ଆମେ ତାହାଙ୍କ ବିରୁଦ୍ଧରେ ପାପ କରିବା ନାହିଁ (ଗୀତ ୧୧୯: ୧୧ ), ଏବଂ ଏଥିରେ ସନ୍ଦେହ କରିବାର ପାପ ମଧ୍ୟ ଅନ୍ତର୍ଭୁକ୍ତ ଅଟେ । ଈଶ୍ଵରଙ୍କ ବାକ୍ୟ ଆପଣଙ୍କୁ ଯାହା କୁହେ ସେଥିରେ ଆନନ୍ଦିତ ହୁଅନ୍ତୁ: ସନ୍ଦେହ କରିବା ପରିବର୍ତ୍ତେ, ଆମେ ନିଶ୍ଚିତତାରେ ରହିପାରିବା ! ଆମ୍ଭେମାନେ ଖ୍ରୀଷ୍ଟଙ୍କ ବାକ୍ୟରେ ଭରସା ରଖିବା ଯେ ଆମ ପରିତ୍ରାଣ ବିଷୟରେ ଆମେ କେବେ ମଧ୍ୟ ପ୍ରଶ୍ନବାଚୀ ହେବା ନାହିଁ । ଆମ୍ଭମାନଙ୍କ ପରିତ୍ରାଣର ନିଶ୍ଚିତତା ଖ୍ରୀଷ୍ଟଙ୍କ ଦ୍ଵାରା ଯୋଗାଇଥିବା ଈଶ୍ଵରଙ୍କ ସିଦ୍ଧ ଓ ସମ୍ପୂର୍ଣ ପରିତ୍ରାଣର ପର୍ଯ୍ୟ ଉପରେ ଆଧାରିତ ଅଟେ ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ମୁଁ ଉଦ୍ଧାର ପାଇଛି ବୋଲି କିପରି ନିଶ୍ଚିତ ରୂପେ ଜାଣିପାରିବି?
© Copyright Got Questions Ministries