settings icon
share icon
ପ୍ରଶ୍ନ

ଅଚିହ୍ନା ବ୍ୟକ୍ତିଗଣ ବା ବାହ୍ୟଜଗତରୁ ଆସିଥିବା ବ୍ୟକ୍ତିଗଣ କିମ୍ବା ଉଡନ୍ତା ଥାଳିଆ ପରି ବିଷୟ ରହିଛିକି?

ଉତ୍ତର


ପ୍ରଥମ, ଆସନ୍ତୁ "ବାହ୍ୟଜାଗତିକ ବ୍ୟକ୍ତିଗଣ" "ନୈତିକ ମନୋନୟନ କରିବାର ସକ୍ଷମତା ଥିବା, ବୁଦ୍ଧି, ଭାବପ୍ରବଣ ଏବଂ ଏକ ଇଛା ରହିଥିବା" ବିଷୟକୁ ବ୍ୟାଖ୍ୟା କରିବା । ପରେ, କିଛି ଅଳ୍ପ ବୈଜ୍ଞାନିକ ବାସ୍ତବତାଗୁଡିକ:

୧. ଆମ ସୌରଜଗତରେ ଥିବା ପ୍ରାୟ ପ୍ରତ୍ୟେକ ଗ୍ରହକୁ ମାନବଜାତି ମହାକାଶ ଯାନ ପ୍ରେରଣ କରିଛି । ଏହି ସମସ୍ତ ଗ୍ରହକୁ ପର୍ଯ୍ୟବେକ୍ଷଣ କରିବା ପରେ, କେବଳ ମଙ୍ଗଳ ଓ ବୃହସ୍ପତିର ଏକ ଉପଗ୍ର ବ୍ୟତୀତ ଅନ୍ୟ ସମସ୍ତ ଗ୍ରହ ବା ଉପଗ୍ରହରେ ଜୀବ ସତ୍ତା ଥିବାର ଅସ୍ବୀକାର କରିଛୁ ।

୨. ୧୯୭୬ରେ, ଯୁକ୍ତରାଷ୍ଟ୍ର ଆମେରିକା ମଙ୍ଗଳଗ୍ରହକୁ ଦୁଇଗୋଟି ଯାନ ପ୍ରେରଣ କରିଥିଲା । ପ୍ରତି ଯାନରେ ଏପରି ଯନ୍ତ୍ରପାତି ଖଞ୍ଜାଯାଇଥିଲା ଯାହା ମଙ୍ଗଳଗ୍ରହରେ ଥିବା ମୃତ୍ତିକାକୁ ଖୋଳିପାରିବ ଏବଂ ଜୀବସତ୍ତା ରହିଛି କି ନାହିଁ ସେ ବିଷୟରେ ସେହି ମୃତ୍ତିକାକୁ ପରୀକ୍ଷା କରିପାରିବ । ଏହାର ଠିକ୍ ବିପରୀତରେ, ଆପଣ ଯଦି ପୃଥିବୀର ସବୁଠାରୁ ଅଧିକ ଶୁଷ୍କ ମରୁଭୂମିର ମୃତ୍ତିକାକୁ କିମ୍ବା ଆଣ୍ଟାର୍କାଟିକାର ମହାଦେଶର ସବୁଠାରୁ ସବୁଠାରୁ ବରଫାବୃତ୍ତ ମଳିକୁ ବିଶ୍ଲେଷଣ କରିବେ, ଆପଣ ଅତିକ୍ଷୁଦ୍ର ଜୀବରେ ଏଗୁଡିକ ପରିପୂର୍ଣ୍ଣ ହୋଇଥିବାର ଦେଖିବାକୁ ପାଇବେ । ୧୯୯୭ରେ, ଯୁକ୍ତରାଷ୍ଟ୍ର ଆମେରିକା ମଙ୍ଗଳଗ୍ରହର ପୃଷ୍ଠ ଦେଶକୁ ପାଥ୍ ଫାଇଣ୍ଡର୍ (“Path Finder”) ନାମକ ଏକ ଯାନ ପ୍ରେରଣ କଲା । ଏହି ରୋଭର୍ ସେଥିର ଅନେକ ନମୁନା ଆଣିଲା ଏବଂ ଅନେକ ପରୀକ୍ଷା କଲା । ଏହା ମଧ୍ୟ ଜୀବସତ୍ତାର କୌଣସି ଚିହ୍ନ ଦେଖିପାରିଲା ନାହିଁ । ସେହି ସମୟଠାରୁ, ମଙ୍ଗଳଗ୍ରହକୁ ଅନେକ ଯାନ ପ୍ରେରଣ କାର୍ଯ୍ୟ କରାଯାଉଅଛି । ସର୍ବଦା ସେହି ଫଳ ହିଁ ବାହାରୁଛି ।

୩. ମହାକାଶ ବିଜ୍ଞାନୀମାନେ ଦୂର ସୌରମଣ୍ଡଳରେ ନୂତନ ଗ୍ରହଗୁଡିକର ସନ୍ଧାନ ପାଇଆସୁଛନ୍ତି । କେତେକ ବ୍ୟକ୍ତି ପ୍ରସ୍ତାବ ଦିଅନ୍ତି ଯେ ଏତେ ଅଧିକ ସଂଖ୍ୟକ ଗ୍ରହର ସତ୍ତା ପ୍ରମାଣ ଦିଏ ଯେ ବିଶ୍ବବ୍ରହ୍ମାଣ୍ଡର ଅନ୍ୟ କେଉଁଠି କିଛି ନା କିଛି ଜୀବସତ୍ତା ରହିଛି । ଘଟନାଟି ହେଉଛି ଏହି ସମସ୍ତ ମଧ୍ୟରୁ କୌଣସି ଗୋଟିଏ ମଧ୍ୟ ଏକ ବାସୋପଯୋଗୀ ଗ୍ରହର ସମାନ ନୁହେଁ । ପୃଥିବୀ ଏବଂ ଏହି ସମସ୍ତ ଗ୍ରହର ବୃହତ୍ ଦୂରତା ସେଗୁଡିକରେ ଜୀବନଧାରଣ କ୍ଷମତା ଥିବା ବିଷୟରେ ବିଚାର କରିବା ଅସମ୍ଭବ ହୋଇପଡେ । ଆମ ସୌର ମଣ୍ଡଳରେ ପୃଥିବୀର ହିଁ କେବଳ ଯେ ଜୀବବାସ ପରିବେଶ ରହିଛି ତାହା ଜାଣି, ବିବର୍ତ୍ତନ ମତବାଦୀମାନେ ଜୀବନର ମଧ୍ୟ ଯେ ବିବର୍ତ୍ତନ ରହିଛି ଏହି ଧାରଣାକୁ ସମର୍ଥନ କରିବା ନିମନ୍ତେ ସୌର ମଣ୍ଡଳର ଅନ୍ୟ ଗ୍ରହରେ ଜୀବସତ୍ତା ରହିବା ନେଇ ଅତିଶୟ ସନ୍ଧାନରେ ଅଛନ୍ତି । ଅନେକ ଗ୍ରହ ରହିଛି କିନ୍ତୁ ସେଗୁଡିକ ଯେ ବାସୋପଯୋଗୀ ସେ ବିଷୟରେ ଆମେ ଯଥେଷ୍ଟ ଜାଣୁନାହୁଁ ।

ତେବେ, ବାଇବଲ କ'ଣ କୁହେ? ପୃଥିବୀ ଏବଂ ମାନବଜାତି ଈଶ୍ବରଙ୍କ ସୃଷ୍ଟିରେ ଏକ ବିଶେଷ ପ୍ରକାରର ଅଟନ୍ତି । ଆଦି ୧ ପର୍ବ ଶିକ୍ଷା ଦିଏ ଯେ, ଈଶ୍ବର ଏପରିକି ସୂର୍ଯ୍ୟ, ଚନ୍ଦ୍ର ଏବଂ ତାରାଗଣଙ୍କୁ ସୃଷ୍ଟି କରିବା ପୂର୍ବରୁ ପୃଥିବୀ ସୃଷ୍ଟି କରିଥିଲେ । ପ୍ରେରିତ ୧୭:୨୪, ୨୬ ଶିକ୍ଷା ଦିଏ "ଯେଉଁ ଈଶ୍ବର ଜଗତ ଓ ତନ୍ମଧ୍ୟସ୍ଥ ସମସ୍ତ ପଦାର୍ଥ ସୃଷ୍ଟି କରିଅଛନ୍ତି, ସେ ସ୍ବର୍ଗ ଓ ପୃଥିବୀର ପ୍ରଭୁ ହେବାରୁ ହସ୍ତନିର୍ମିତ ମନ୍ଦିରସମୂହରେ ବାସ କରନ୍ତି ନାହିଁ । ଆଉ, ସେ ପୃଥିବୀର ସର୍ବତ୍ର ବାସ କରିବା ନିମନ୍ତେ ଏକ ବ୍ୟକ୍ତିଠାରୁ ସମସ୍ତ ମାନବଜାତି ସୃଷ୍ଟି କରିଅଛନ୍ତି, ସେ ସେମାନଙ୍କର ନିର୍ଦ୍ଧିଷ୍ଟ କାଳ ଓ ନିବାସର ସୀମା ସ୍ଥିର କରିଅଛନ୍ତି ।"

ପ୍ରଥମରୁ, ମନୁଷ୍ୟଜାତି ପାପ କରିନଥିଲା, ଏବଂ ପୃଥିବୀରେ ଥିବା ସମସ୍ତ ବିଷୟ "ଅତି ଉତ୍ତମ" ଥିଲା (ଆଦି ୧:୩୧) । ଯେତେବେଳେ ପ୍ରଥମ ମନୁଷ୍ୟ ପାପ କଲା (ଆଦି ୩), ଏହାର ଫଳ ଅସୁସ୍ଥତା ଏବଂ ମୃତ୍ୟୁ ସମେତ ସମସ୍ତ ପ୍ରକାରର ସମାସ୍ୟା ଆଣିଲା । ଯଦିଓ ଈଶ୍ବରଙ୍କ ସମ୍ମୁଖରେ ପଶୁଗୁଡିକର କୌଣସି ବ୍ୟକ୍ତିଗତ ପାପ ନାହିଁ (ସେମାନେ ନୈତିକ ପ୍ରାଣୀ ନୁହଁନ୍ତି), ସେମାନେ ମଧ୍ୟ କ୍ଲେଶ ପାଇ ମୃତ୍ୟୁଭୋଗ କରିବେ (ରୋମୀୟ ୮:୧୯-୨୨) । ଯୀଶୁଖ୍ରୀଷ୍ଟ ଆମ୍ଭମାନଙ୍କର ପାପ ନିମନ୍ତେ ଆମେ ପାଇବାର ଯୋଗ୍ୟ ଥିବା ଦଣ୍ଡକୁ ନେବା ନିମନ୍ତେ ମୃତ୍ୟୁଭୋଗ କଲେ । ଯେତେବେଳେ ସେ ଫେରି ଆସିବେ, ସେତେବେଳେ ଆଦମଙ୍କଠାରୁ ରହିଆସିଥିବା ଅଭିଶାପର ବନ୍ଧନମୁକ୍ତ କରିବେ (ପ୍ରକାଶିତ ୨୧-୨୨) । ଲକ୍ଷ୍ୟ କରନ୍ତୁ ଯେ, ରୋମୀୟ ୮:୧୯-୨୨ ଦର୍ଶାଏ ଯେ, ସମସ୍ତ ସୃଷ୍ଟି ଏହି ସମୟ ନିମନ୍ତେ ଅପେକ୍ଷା କରି ରହିଛି । ଆଉ ଏକ ବିଷୟ ଲକ୍ଷ୍ୟ କରିବା ଗୁରୁତ୍ବପୂର୍ଣ୍ଣ ଯେ, ଖ୍ରୀଷ୍ଟ ମାନବଜାତି ନିମନ୍ତେ ମୃତ୍ୟୁଭୋଗ କରିବା ନିମନ୍ତେ ଆସିଲେ ଏବଂ ସେ କେବଳ ଥରେ ହିଁ ମୃତ୍ୟୁଭୋଗ କଲେ (ଏବ୍ରୀ ୭:୨୭; ୯:୨୬-୨୮; ୧୦:୧୦) ।

ଯଦି ସମଗ୍ର ସୃଷ୍ଟି ବର୍ତ୍ତମାନ ଅଭିଶାପରେ କ୍ଲେଶ ପାଉଛି, ପୃଥିବୀ ବାଦ୍ ଯେକୌଣସି ଜୀବ ମଧ୍ୟ କ୍ଲେଶ ପାଆନ୍ତା । ଯଦି, ଯୁକ୍ତି ନିମନ୍ତେ, ନୈତିକ ପ୍ରାଣୀ ଅନ୍ୟ ଗ୍ରହରେ ଥାଆନ୍ତା, ସେମାନେ ମଧ୍ୟ କ୍ଲେଶ ପାଇବେ, ଏବଂ ବର୍ତ୍ତମାନ ଯଦି ସେମାନେ କ୍ଲେଶ ପାଆନ୍ତି ନାହିଁ, ତେବେ ଦିନେ ସେମାନେ କ୍ଲେଶ ପାଇବେ ଯେତେବେଳେ କି ସମସ୍ତ ବିଷୟ ଲୋପ ପାଇବ ଏବଂ ପ୍ରଚଣ୍ଡ ଶବ୍ଦ ଏବଂ ଉତ୍ତାପରେ ତନ୍ମଧ୍ୟସ୍ଥ ସମସ୍ତ ବସ୍ତୁ ତରଳିଯିବ (୨ପିତର ୩:୧୦) । ଯଦି ସେମାନେ କେବେ ମଧ୍ୟ ପାପ କରିନାହାନ୍ତି, ତେବେ ଈଶ୍ବର ସେମାନଙ୍କୁ ଦଣ୍ଡ ଦେବାରେ ବିଚାରବନ୍ତ ହୋଇନଥାନ୍ତେ । କିନ୍ତୁ ଯଦି ସେମାନେ ପାପ କରିଛନ୍ତି, ଏବଂ ଖ୍ରୀଷ୍ଟ କେବଳ ଥରେ ହିଁ ମୃତ୍ୟୁଭୋଗ କରିଥାନ୍ତେ (ଯାହା ସେ ପୃଥିବୀରେ କଲେ), ତେବେ ସେମାନେ ସେମାନଙ୍କର ପାପରେ ପଡି ରହିଯାଇଥାନ୍ତେ, ଯାହା ଈଶ୍ବରଙ୍କ ସ୍ବଭାବର ବିପରୀତ ଅଟେ (୨ପିତର ୩:୯) । ବାସ୍ତବରେ ଯଦି ପୃଥିବୀ ବାହାରେ କୌଣସି ନୈତିକ ପ୍ରାଣୀ ନ ଥାଏ ଏହା ଆମ୍ଭମାନଙ୍କୁ ଏକ ସମାଧାନହୀନ ସ୍ବବିରୋଧାତ୍ମକ ଦ୍ବନ୍ଦରେ ରଖିଦେଇଥାନ୍ତେ ।

ଅନ୍ୟ ଗ୍ରହଗୁଡିକରେ ଅଣ-ନୈତିକ ଏବଂ ଅସଚେତନ ପ୍ରାଣ ଥିବା ଜୀବମାନଙ୍କ ବିଷୟରେ କ'ଣ କୁହାଯିବ? କ'ଣ ଶୈବାଳ କିମ୍ବା ଏପରିକି କୁକୁରମାନେ ଏବଂ ବିରାଡିଆନେ ଏକ ଅଜଣା ଗ୍ରହରେ ଅଛନ୍ତି? ସମ୍ଭବତଃ ସେପରି ଥିଲେ ବି ଏହା କୌଣସି ବାଇବଲ ବାକ୍ୟର ବାସ୍ତବରେ କୌଣସି କ୍ଷତି କରେନାହିଁ । କିନ୍ତୁ ଏହା ନିଶ୍ଚିତ ଭାବରେ ସମାସ୍ୟାଜର୍ଜରିତ ପ୍ରମାଣ କରିବ ଯେତେବେଳେ ଏହା "ଯେହେତୁ ସମସ୍ତ ସୃଷ୍ଟି କ୍ଲେଶ ପାଆନ୍ତି, ସେଇଥିଯୋଗୁଁ ଦୂର ଦୂରାନ୍ତର ଗ୍ରହଗୁଡିକରେ ଅଣ-ନୈତିକ ଏବଂ ଅଣ-ସଚେତକ ଜୀବମାନଙ୍କୁ ସୃଷ୍ଟି କରିବା ଈଶ୍ବରଙ୍କର କେଉଁ ଉଦ୍ଦେଶ୍ୟ ଥାଇପାରେ?"

ପରିଶେଷରେ, ବିଶ୍ବବ୍ରହ୍ମାଣ୍ଡର ଅନ୍ୟ କେଉଁଠାରେ ଯେ ଜୀବସତ୍ତା ରହିଛି ତାହା ବିଶ୍ବାସ କରିବା ଭଳି ବାଇବଲ ଆମ୍ଭମାନଙ୍କୁ କୌଣସି କାରଣ ପ୍ରଦାନ କରିବେ । ବାସ୍ତବରେ, ବିଶ୍ବବ୍ରହ୍ମାଣ୍ଡର ଅନ୍ୟ୍ କେଉଁଠାରେ କାହିଁକି ଜୀବସତ୍ତା ନାହିଁ ସେ ବିଷୟରେ ବାଇବଲ ଆମ୍ଭମାନଙ୍କୁ ଅନେକ ମୁଖ୍ୟ କାରଣଗୁଡିକ ପ୍ରଦାନ କରେ । ହଁ, ଅନେକ ଆଶ୍ଚର୍ଯ୍ୟ ଏବଂ ଅବର୍ଣ୍ଣନନୀୟ ବିଷୟଗୁଡିକ ଘଟେ । ଅଥଚ, ଏହି ସମସ୍ତ ପରିଦୃଷ୍ଟ ଘଟନାବଳୀକୁ ଅଚିହ୍ନା ବ୍ୟକ୍ତିଗଣ ବା ଉଡନ୍ତାଥାଳିଆର କାର୍ଯ୍ୟ ବୋଲି କୁହାଯାଇପାରିବ ନାହିଁ । ଯଦି ଏହି ସମସ୍ତ ସାମ୍ଭାବ୍ୟ ଘଟନାଗୁଡିକ ନିମନ୍ତେ ଜଣାପଡୁଥିବା କାରଣଗୁଡିକ ରହିଛି, ଏହା ଆତ୍ମିକ ପରି ଜଣାପଡେ, ଏବଂ ବିଶେଷ ଭାବରେ, ମୂଳତଃ ଏହା ଶାୟତାନିକ ପରି ଜଣାପଡେ ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ଅଚିହ୍ନା ବ୍ୟକ୍ତିଗଣ ବା ବାହ୍ୟଜଗତରୁ ଆସିଥିବା ବ୍ୟକ୍ତିଗଣ କିମ୍ବା ଉଡନ୍ତା ଥାଳିଆ ପରି ବିଷୟ ରହିଛିକି?
© Copyright Got Questions Ministries