settings icon
share icon
ପ୍ରଶ୍ନ

ଦଶଆଜ୍ଞା କ'ଣ?

ଉତ୍ତର


ଦଶଆଜ୍ଞା ହେଉଛି ବାଇବଲରେ ଥିବା ଦଶଗୋଟି ଆଜ୍ଞା ଯାହା ଇଶ୍ରାୟେଲୀୟମାନେ ମିଶରରୁ ବାହାରିବାର ପରେ ପରେ ଈଶ୍ବର ସେମାନଙ୍କୁ ପ୍ରଦାନ କରିଥିଲେ । ଦଶଆଜ୍ଞା ମୂଳତଃ ପୁରାତନ ନିୟମ ବ୍ୟବସ୍ଥାରେ ଥିବା ୬୧୩ ଗୋଟି ଆଜ୍ଞାର ସାରାଂଶ ଅଟେ । ପ୍ରଥମ ଚାରିଗୋଟି ଆଜ୍ଞା ଈଶ୍ବରଙ୍କ ସହ ଆମ୍ଭମାନଙ୍କର ସମ୍ପର୍କ ସହ ଜଡିତ । ଶେଷ ଛ' ଗୋଟି ଆଜ୍ଞା ଆମ୍ଭମାନଙ୍କ ପରସ୍ପର ମଧ୍ୟରେ ଥିବା ସମ୍ପର୍କ ସହ ଜଡିତ । ଦଶଆଜ୍ଞା ବାଇବଲର ୨୦:୧-୧୭ ଓ ଦ୍ବିତୀୟ ବିବରଣ ୫:୬-୨୧ରେ ଥିବା ବିଷୟଟି ନିମ୍ନରେ ପ୍ରଦତ୍ତ ହେଲା :

(୧) "ଆମ୍ଭ ସାକ୍ଷାତରେ ତୁମ୍ଭର ଆଉ କୌଣସି ଦେବତା ହେବନାହିଁ ।" ଏହି ଆଦେଶ ଏକମାତ୍ର ସତ୍ୟ ଈଶ୍ବରଙ୍କ ବ୍ୟତୀତ ଅନ୍ୟ ଦେବତାଙ୍କୁ ଉପାସନା କରିବା ବିରୁଦ୍ଧରେ କୁହେ । ଅନ୍ୟ ଈଶ୍ବରଗଣ ଭ୍ରାନ୍ତ ଈଶ୍ବର ଅଟନ୍ତି ।

(୨) "ତୁମ୍ଭେ ଆପଣା ନିମନ୍ତେ କୌଣସି ଖୋଦିତ ପ୍ରତିମା ନିର୍ମାଣ କରିବ ନାହିଁ; କି ଉପରିସ୍ଥ ସ୍ବର୍ଗରେ, କି ନୀଚସ୍ଥ ପୃଥିବୀରେ କି ପୃଥିବୀର ନୀଚସ୍ଥ ଜଳରେ ଥିବା କୌଣସି ବସ୍ତୁର ପ୍ରତିମୂର୍ତ୍ତି ନିର୍ମାଣ କରିବ ନାହିଁ । ତୁମ୍ଭେ ସେମାନଙ୍କୁ ପ୍ରଣାମ କରିବ ନାହିଁ, କି ସେମାନଙ୍କର ସେବା କରିବ ନାହିଁ; ଯେହେତୁ ଆମ୍ଭେ ତୁମ୍ଭର ସଦାପ୍ରଭୁ ପରମେଶ୍ବର ସ୍ବଗୌରବ-ରକ୍ଷଣରେ ଉଦଯୋଗୀ ପରମେଶ୍ବର ଅଟୁ, ପୁଣି ଯେଉଁମାନେ ଆମ୍ଭକୁ ଘୃଣା କରନ୍ତି, ଆମ୍ଭେ ସେମାନଙ୍କ ତୃତୀୟ ଓ ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ସନ୍ତାନମାନଙ୍କ ଉପରେ ପୈତୃକ ଅପରାଧର ପ୍ରତିଫଳଦାତା, ମାତ୍ର ଯେଉଁମାନେ ଆମ୍ଭକୁ ପ୍ରେମ କରନ୍ତି ଓ ଆମ୍ଭର ଆଜ୍ଞା ପାଳନ କରନ୍ତି, ଆମ୍ଭେ ସେମାନଙ୍କର ସହସ୍ର ପୁରୁଷ ପର୍ଯ୍ୟନ୍ତ ଦୟାକାରୀ ।" ଏହି ଆଦେଶ ପ୍ରତିମା ନିର୍ମାଣ କରିବା ବିରୁଦ୍ଧରେ କୁହେ, ଯାହା ଈଶ୍ବରଙ୍କ ଦୃଶ୍ୟମାନ ପ୍ରତୀକ । ଆମେ ଏପରି କୌଣସି ପ୍ରତିମା ନିର୍ମାଣ କରିପାରିବା ନାହିଁ ଯାହା ସଠିକ୍ ଭାବେ ଈଶ୍ବରଙ୍କୁ ଚିତ୍ରିତ କରିପାରିବ । ଈଶ୍ବରଙ୍କ ପ୍ରତୀକ ଭାବରେ ଏକ ପ୍ରତିମା ନିର୍ମାଣ କରିବା ହେଉଛି ଭ୍ରାନ୍ତ ଈଶ୍ବରଙ୍କୁ ଉପାସନା କରିବା ।

(୩) "ତୁମ୍ଭେ ଆପଣା ସଦାପ୍ରଭୁ ପରମେଶ୍ବରଙ୍କ ନାମ ମିଥ୍ୟାରେ ନେବ ନାହିଁ; ଯେହେତୁ ଯେକେହି ତାହାଙ୍କର ନାମ ମିଥ୍ୟାରେ ନିଏ, ସଦାପ୍ରଭୁ ତାହାକୁ ନିରପରାଧ ଗଣନା କରିବେ ନାହିଁ ।" ଏହି ଆଦେଶ ଈଶ୍ବରଙ୍କ ନାମ ବୃଥାରେ ନେବା ବିରୁଦ୍ଧରେ କୁହେ । ଆମେ ଈଶ୍ବରଙ୍କ ନାମ ହାଲୁକା ଭାବରେ ନେବା ଉଚିତ୍ ନୁହେଁ । ଆମେ କେବଳ ସମ୍ମାନସ୍ପଦ ଓ ଗୌରବମୟ ଭାବରେ ତାହାଙ୍କ ନାମକୁ ଉଲ୍ଲେଖ କରିବା ଉଚିତ୍ ।

(୪) "ବିଶ୍ରାମ ଦିନ ପବିତ୍ର ରୂପେ ପାଳିବାକୁ ସ୍ମରଣ କର । ଛ' ଦିନ ପରିଶ୍ରମ ଓ ଆପଣାର ସବୁ କର୍ମ କରିବ; ମାତ୍ର ସପ୍ତମ ଦିନ ତୁମ୍ଭ ସଦାପ୍ରଭୁ ପରମେଶ୍ବରଙ୍କର ବିଶ୍ରାମ ଦିନ ଅଟେ; ତହିଁରେ ତୁମ୍ଭେ, କି ତୁମ୍ଭର , କି ତୁମ୍ଭର ପୁତ୍ର, କି ତୁମ୍ଭର କନ୍ୟା, ତୁମ୍ଭର ଦାସ, କି ଦାସୀ, ତୁମ୍ଭର ପଶୁ, କି ତୁମ୍ଭର ନଗରଦ୍ବାରବର୍ତ୍ତୀ ବିଦେଶୀ, କେହି କୌଣସି କାର୍ଯ୍ୟ କରିବ ନାହିଁ । ଯେହେତୁ ସଦାପ୍ରଭୁ ଆକାଶମଣ୍ଡଳ୍ ଓ ପୃଥିବୀ ଓ ସମୁଦ୍ର ଓ ତନ୍ମଧ୍ୟସ୍ଥିତ ସମସ୍ତ ବସ୍ତୁ ଛ' ଦିନରେ ନିର୍ମାଣ କରି ସପ୍ତମ ଦିନରେ ବିଶ୍ରାମ କଲେ; ଏହେତୁ ସଦାପ୍ରଭୁ ବିଶ୍ରାମ ଦିନକୁ ଆଶୀର୍ବାଦ କରି ପବିତ୍ର କରିଅଛନ୍ତି ।" ଏହି ଆଦେଶ ବିଶ୍ରାମଦିନ (ସପ୍ତାହର ଶେଷ ଦିନ ଶନିବାର)କୁ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ଏକ ବିଶ୍ରାମଦିନ ଭାବରେ ପୃଥକ୍ କରି ରଖିବା ନିମନ୍ତେ କୁହେ ।

(୫) "ତୁମ୍ଭେ ଆପଣା ପିତା ଓ ଆପଣା ମାତାଙ୍କୁ ସମ୍ଭ୍ରମ କର, ତହିଁରେ ତୁମ୍ଭର ସଦାପ୍ରଭୁ ପରମେଶ୍ବର ତୁମ୍ଭକୁ ଯେଉଁ ଦେଶ ଦେବେ, ସେହି ଦେଶରେ ତୁମ୍ଭର ଦୀର୍ଘ ପରମାୟୁ ହେବ ।" ଏହି ଆଦେଶ ପିତା ଓ ମାତାଙ୍କୁ ସର୍ବଦା ସମ୍ଭ୍ରମ ଓ ସମ୍ମାନର ସହିତ ବ୍ୟବହାର କରିବା ନିମନ୍ତେ କୁହେ ।

(୬) "ତୁମ୍ଭେ ନରହତ୍ୟା କରିବ ନାହିଁ ।" ଏହି ଆଦେଶ ଅନ୍ୟ ଏକ ମାନବକୁ ପୂର୍ବକଳ୍ପିତ ହତ୍ୟା କରିବା ବିରୁଦ୍ଧରେ କୁହେ ।

(୭) "ତୁମ୍ଭେ ବ୍ୟଭିଚାର କରିବ ନାହିଁ ।" ଏହି ଆଦେଶ ନିଜ ସ୍ତ୍ରୀ କିମ୍ବା ସ୍ବାମୀ ବ୍ୟତୀତ ଅନ୍ୟ କାହା ସହ ଯୌନ ସମ୍ପର୍କ ରଖିବା ବିରୁଦ୍ଧରେ କୁହେ ।

(୮) "ତୁମ୍ଭେ ଚୋରି କରିବ ନାହିଁ ।" ଏହି ଆଦେଶ ଅନ୍ୟ ଜଣେ ବ୍ୟକ୍ତିଙ୍କ କୌଣସି ବିଷୟକୁ ତାଙ୍କ ବିନା ଅନୁମତିରେ ନେବା ବିରୁଦ୍ଧରେ କୁହେ ।

(୯) "ତୁମ୍ଭେ ଆପଣା ପ୍ରତିବାସୀ ବିରୁଦ୍ଧରେ ମିଥ୍ୟାସାକ୍ଷ୍ୟ ଦେବ ନାହିଁ ।" ଏହି ଆଦେଶ ଅନ୍ୟ ଜଣେ ବ୍ୟକ୍ତିଙ୍କ ବିରୁଦ୍ଧରେ ମିଥ୍ୟାସାକ୍ଷ୍ୟ ଦେବା ବିରୁଦ୍ଧରେ କୁହେ । ଏହା ମୂଳତଃ ମିଥ୍ୟା କହିବା ବିରୁଦ୍ଧରେ ଏକ ଆଦେଶ ଅଟେ ।

(୧୦) "ତୁମ୍ଭେ ଆପଣା ପ୍ରତିବାସୀର ଗୃହକୁ ଲୋଭ କରିବନାହିଁ, ତୁମ୍ଭେ ଆପଣା ପ୍ରତିବାସୀର ଭାର୍ଯ୍ୟା, କି ଦାସ, କି ଦାସୀ, କି ତାହାର ଗୋରୁ, କି ଗଧ, କି ତୁମ୍ଭ ପ୍ରତିବାସୀର କୌଣସି ବସ୍ତୁକୁ ଲୋଭ କରିବ ନାହିଁ ।" ଏହି ଆଦେଶ ନିଜର ହୋଇନଥିବା କୌଣସି ବିଷୟକୁ ଲୋଭ ନ କରିବା ବିଷୟରେ କୁହାଯାଇଛି । ଲୋଭ କଲେ ଉପରେ ଲିଖିତ ଯେକୌଣସି ଗୋଟିଏ ଆଜ୍ଞାକୁ ଅମାନ୍ୟ କରିବା ହେବ, ଯେଉଁଗୁଡିକ ହେଉଛି: ନରହତ୍ୟା, ବ୍ୟଭିଚାର ଏବଂ ଚୋରି । ଯଦି କିଛି ବିଷୟ କରିବା ଭୁଲ୍ ଅଟେ, ତେବେ ସେହି ବିଷୟ ରଖିବାର ଇଛା ମଧ୍ୟ ଭୁଲ୍ ଅଟେ ।

ଅନେକ ଲୋକ ଭୁଲବଶତଃ ଦଶଆଜ୍ଞାକୁ ନିୟମଗୁଡିକର ଏକ ସେଟ୍ ଭାବରେ ଦେଖନ୍ତି ଯାହା ପାଳନ କଲେ ଜଣେ ବ୍ୟକ୍ତିର ମୃତ୍ୟୁପରେ ତାହାକୁ ସ୍ବର୍ଗରାଜ୍ୟରେ ପ୍ରବେଶ କରାଇବାର ନିଶ୍ଚିତତା ଦିଏ । ଏହାର ପରିପନ୍ଥୀରେ, ଦଶଆଜ୍ଞାର ଉଦ୍ଦେଶ୍ୟ ହେଉଛି ଏହାକୁ ଯେ ସିଦ୍ଧ ଭାବରେ ପାଳନ କରାଯାଇପାରିବ ନାହିଁ ଏବଂ ସେଇଥିଯୋଗୁଁ ଯେ ସେମାନେ ଈଶ୍ବରଙ୍କ ଦୟା ଏବଂ ଅନୁଗ୍ରହ ଆବଶ୍ୟକ କରନ୍ତି ତାହା ହୃଦୟଙ୍ଗମ କରିବା ନିମନ୍ତେ ଲୋକମାନଙ୍କୁ ବାଧ୍ୟ କରିବା (ରୋମୀୟ ୭:୭-୧୧), ମାଥିଉ ୧୯:୧୬ରେ ଦତ୍ତ ଧନୀ ଯୁବକ ସମସ୍ତ ଆଜ୍ଞା ପାଳନ କରିଥିବାର ଦାବୀ ସତ୍ତ୍ବେ, କେହି ବି ଦଶଆଜ୍ଞାକୁ ସିଦ୍ଧ ଭାବରେ ପାଳନ କରିପାରିବେ ନାହିଁ (ଉପଦେଶକ ୭:୨୦) । ସମସ୍ତେ ଯେ ପାପ କରିଅଛନ୍ତି (ରୋମୀୟ ୩:୨୩) ଏବଂ ସେଇଥିଯୋଗୁଁ କେବଳ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରିବା ଦ୍ବାରା ପ୍ରାପ୍ତ ଈଶ୍ବରଙ୍କ ଦୟା ଏବଂ ଅନୁଗ୍ରହର ଯେ ଆବଶ୍ୟକ କରନ୍ତି ତାହା ଦଶଆଜ୍ଞା ପ୍ରଦର୍ଶନ କରେ ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ଦଶଆଜ୍ଞା କ'ଣ?
© Copyright Got Questions Ministries