settings icon
share icon
ପ୍ରଶ୍ନ

ପରିତ୍ରାଣ ପାଇଁ ରୋମୀୟ ସଡ଼କ କଅଣ?

ଉତ୍ତର


ରୋମୀୟ ପୁସ୍ତକର ପଦଗୁଡ଼ିକ ବ୍ୟବହାର କରି ପରିତ୍ରାଣର ସୁସମାଚାରକୁ ଜଣାଇବାର କୌଶଳ ହେଉଛି ପରିତ୍ରାଣର ରୋମୀୟ ସଡ଼କ | ଏହା ଏକ ସରଳ, ତଥାପି ପରିତ୍ରାଣର ଆବଶ୍ୟକତାକୁ ବୁଝାଇବା ପାଇଁ ଏହା ଏକ ଶକ୍ତିଶାଳୀ ପଦ୍ଧତି, ଈଶ୍ଵର କିପରି ପରିତ୍ରାଣ ଯୋଗାଇଲେ? ଆମେ କିପରି ପରିତ୍ରାଣ ପାଇପାରିବା? ଏବଂ ପରିତ୍ରାଣର ପରିଣାମ କଅଣ?

ପରିତ୍ରାଣର ରୋମୀୟ ସଡ଼କର ପାଇଁ ପ୍ରଥମ ବାଇବଲ ପଦ ହେଉଛି ରୋମୀୟ ୩:୨୩, “ସମସ୍ତେ ତ ପାପ କରିଅଛନ୍ତି, ପୁଣି ଈଶ୍ଵରଙ୍କ ଗୌରଵରହିତ ହୋଇଅଛନ୍ତି” | ଆମେ ସମସ୍ତେ ପାପ କରିଅଛୁ | ଆମେ ସମସ୍ତେ ଏପରି ବିଷୟ କରିଅଛୁ ଯାହା ଈଶ୍ଵରଙ୍କ ଅସନ୍ତୋଷର କାରଣ ଅଟେ | ଏପଋ କେହି ମଧ୍ୟ ନାହାନ୍ତି ଯିଏ ନିର୍ଦୋଷ ଅଟେ । ଆମ ଜୀବନରେ ପାପ କିପରି ଦେଖାଯାଏ, ରୋମୀୟ ୩:୧୦-୧୮ ସେହି ବିଷୟ ବର୍ଣ୍ଣନା କରେ | ପରିତ୍ରାଣର ରୋମୀୟ ସଡ଼କର ନିମନ୍ତେ ଦ୍ଵିତୀୟ ବାଇବଲ ପଦ ହେଉଛି, ରୋମୀୟ ୬:୨୩, ଯାହାକି ଆମକୁ ପାପର ପରିଣାମ ସମ୍ପର୍କରେ ଶିକ୍ଷା ଦିଏ- “ପାପର ବେତନ ହେଉଛି’ ମୃତ୍ୟୁ” | ଆମ ପାପର ଦଣ୍ଡ ହେଉଛି ମୃତ୍ୟୁ | ଏହା କେବଳ ଶାରୀରିକ ମୃତ୍ୟୁକୁ ନୁହେଁ, କିନ୍ତୁ ଅନନ୍ତକାଳୀନ ମୃତ୍ୟୁକୁ ସୂଚାଏ |

ପରିତ୍ରାଣର ରୋମୀୟ ସଡ଼କର ତୃତୀୟ ବାଇବଲ ପଦ ହେଉଛି, ରୋମୀୟ ୬:୨୩ର ଦ୍ଵିତୀୟ ଭାଗ, “କିନ୍ତୁ ଈଶ୍ଵରଙ୍କ ଅନୁଗ୍ରହଦାନ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ” | ରୋମୀୟ ୫:୮ ଘୋଷଣା କରେ ଯେ, “କିନ୍ତୁ ଆମ୍ଭେମାନେ ପାପୀ ଥିବା ସମୟରେ ସୁଦ୍ଧା ଖ୍ରୀଷ୍ଟ ଯେ ଆମ୍ଭମାନଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ, ସେଥିରେ ଈଶ୍ଵର ଆମ୍ଭମାନଙ୍କ ପ୍ରତି ଆପଣା ପ୍ରେମ ସପ୍ରମାଣ କରୁଅଛନ୍ତି”, ଯୀଶୁ ଆମ ପାଇଁ ମୃତ୍ୟୁଭୋଗ କଲେ! ଯୀଶୁଙ୍କ ମୃତ୍ୟୁ ଆମ ପାପର ମୂଲ୍ୟକୁ ପରିଶୋଧ କଲା | ଯୀଶୁଙ୍କ ପୁନରୁଥାନ ପ୍ରମାଣ କରେ ଯେ, ଈଶ୍ଵର, ଯୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁକୁ ଆମ ପାପର ମୂଲ୍ୟ ପରିଶୋଧ ରୂପରେ ଗ୍ରହଣ କଲେ |

ପରିତ୍ରାଣର ରୋମୀୟ ସଡ଼କ ପାଇଁ ଚତୁର୍ଥ ପଦ ହେଉଛି ରୋମୀୟ ୧୦:୯, “ଯେଣୁ ତୁମେ ଯଦି ମୁଖରେ ଯୀଶୁଙ୍କୁ ପ୍ରଭୁ ବୋଲି ସ୍ଵୀକାର କରିବ, ଆଉ ଈଶ୍ଵର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଅଛନ୍ତି ବୋଲି ହୃଦୟରେ ବିଶ୍ଵାସ କରିବ, ତେବେ ପରିତ୍ରାଣ ପ୍ରାପ୍ତ ହେବ” | କାରଣ ଯୀଶୁ ଆମ ସ୍ଥାନରେ ମୃତ୍ୟୁଭୋଗ କଲେ, ଆମକୁ କେବଳ ତାହାଙ୍କଠାରେ ବିଶ୍ଵାସ କରିବାକୁ ହେବ; ତାହାଙ୍କ ମୃତ୍ୟୁ ଆମ ପାପ ପରିଶୋଧ ସକାଶେ ଥିଲା, ଯଦି ଆମେ ଏହି ବିଷୟକୁ ବିଶ୍ଵାସ କରିବା, ତେବେ ଆମେ ଉଦ୍ଧାର ପାଇବା! ରୋମୀୟ ୧୦:୧୩ ପୁନର୍ବାର ଏହି ବିଷୟ କହେ ଯେ, “କାରଣ ଯେ କେହି ପ୍ରଭୁଙ୍କ ନାମ ଧରି ପ୍ରାର୍ଥନା କରିବ, ସେ ପରିତ୍ରାଣ ପ୍ରାପ୍ତ ହେବ” | ଆମ ପାପର ମୂଲ୍ୟ ପରିଶୋଧ କରିବା ପାଇଁ ଓ ଆମକୁ ଅନନ୍ତ ମୃତ୍ୟୁରୁ ରକ୍ଷା କରିବା ପାଇଁ ଯୀଶୁ ମୃତ୍ୟୁଭୋଗ କଲେ | ପରିତ୍ରାଣ, ଯେଉଁମାନେ ଯୀଶୁ ଖ୍ରୀଷ୍ଟଙ୍କୁ ନିଜର ପ୍ରଭୁ ଓ ଉଦ୍ଧାରକର୍ତ୍ତାରୁପେ ବିଶ୍ଵାସ କରିବେ ତାଙ୍କ ନିମନ୍ତେ ପାପକ୍ଷମା ଉପଲବଧ ଅଛି |

ପରିତ୍ରାଣର ରୋମୀୟ ସଡ଼କର ଅନ୍ତିମ ଭାଗ ବା ଅଂଶ ହେଉଛି ପରିତ୍ରାଣର ପରିଣାମ | ରୋମୀୟ ୫:୧ ରେ ଏକ ସୁନ୍ଦର ବିଷୟ ଲେଖାଯାଇଅଛି, “ବିଶ୍ଵାସ ଦ୍ଵାରା ଧାର୍ମିକ ଗଣିତ ହେବାରୁ ଆମ୍ଭେମାନେ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ଵାରା ଈଶ୍ଵରଙ୍କ ସହ ଶାନ୍ତିରେ ଅଛୁ” | ଯୀଶୁ ଖ୍ରୀଷ୍ଟଙ୍କ ଦ୍ଵାରା ଆମେ ଈଶ୍ଵରଙ୍କ ସହ ଶାନ୍ତିର ସମ୍ପର୍କ ସ୍ଥାପନ କରିପାରିବା | ରୋମୀୟ ୮:୧ ଶିକ୍ଷା ଦିଏ ଯେ, “ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଅଛନ୍ତି, ସେମାନଙ୍କ ପ୍ରତି ବର୍ତ୍ତମାନ କୌଣସି ଦଣ୍ଡଜ୍ଞା ନାହିଁ” | ଆମ ନିମନ୍ତେ ଯୀଶୁ ମୃତ୍ୟୁଭୋଗ କରିଥିବା ହେତୁ, ଆମ ପାଇଁ ଆଉ କୌଣସି ଦଣ୍ଡଜ୍ଞା ନାହିଁ | ଶେଷରେ, ରୋମୀୟ ୮:୩୮-୩୯ରେ, ପ୍ରଭୁ ଆମକୁ ଏହି ପ୍ରତିଜ୍ଞା କରନ୍ତି, “କାରଣ ମୃତ୍ୟୁ କି ଜୀବନ, ଦୂତ କି କର୍ତ୍ତାପଣ, ବର୍ତ୍ତମାନ କି ଭବିଷ୍ୟତ କି ପରାକ୍ରମ, ଉଚ୍ଚସ୍ଥ ବିଷୟ କି ନୀଚସ୍ଥ ବିଷୟ କି ଅନ୍ୟ କୌଣସି ସୃଷ୍ଟ ବସ୍ତୁ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ଵାରା ପ୍ରକାଶିତ ଈଶ୍ଵରଙ୍କ ପ୍ରେମରୁ ଆମ୍ଭମାନଙ୍କୁ ବିଛିନ୍ନ କରିପାରିବ ନାହିଁ, ଏହା ମୁଁ ନିଶ୍ଚୟ ଜାଣେ” |

ଆପଣ କଅଣ ପରିତ୍ରାଣର ରୋମୀୟ ସଡ଼କକୁ ଅନୁକରଣ କରିବାକୁ ଚାହୁଁଛନ୍ତି କି? ତେବେ ନିମ୍ନରେ ପ୍ରାର୍ଥନାର ଏକ ନମୁନା ଦିଆଯାଇଛି । ମନେ ରଖନ୍ତୁ, ଏହି ପ୍ରାର୍ଥନା କରିବା ଦ୍ଵାରା ଆପଣ ପରିତ୍ରାଣ ପାଇବେ ନାହିଁ କିନ୍ତୁ କେବଳ ଖ୍ରୀଷ୍ଟଙ୍କ ଠାରେ ବିଶ୍ଵାସ କରିବା ଦ୍ଵାରା ଉଦ୍ଧାର ପାଇପାରିବେ | ଏହି ପ୍ରାର୍ଥନାର ଉଦ୍ଦେଶ୍ୟ ହେଉଛି, ଇଶ୍ଵରଙ୍କଠାରେ ନିଜ ବିଶ୍ଵାକୁ ପ୍ରକାଶ କରିବ। ଓ ସେ ତୁମ ପାଇଁ ପରିତ୍ରାଣ ଯୋଗାଇ ଥିବାରୁ ତାହାଙ୍କ ପ୍ରତି ଧନ୍ୟବାଦୀ ହେବ| । ପ୍ରାର୍ଥନା - “ହେ ଇଶ୍ଵର , ମୁଁ ଜାଣେ ଯେ ମୁଁ ତୁମ ବିରୁଦ୍ଧରେ ପାପ କରିଅଛି ଏବଂ ମୁଁ ଦଣ୍ଡ ପାଇବା ପାଇଁ ଯୋଗ୍ୟ | କିନ୍ତୁ ମୁଁ ବିଶ୍ଵାସ କରେ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ମୋର ପାପର ଦଣ୍ଡକୁ କୃଶରେ ଭୋଗ କରି ଅଛନ୍ତି | ତାହାଙ୍କ ଠାରେ ବିଶ୍ଵାସ କରିବା ଦ୍ଵାରା ମୋର ପାପକ୍ଷମା ହୋଇପାରିବ | ପରିତ୍ରାଣ ପାଇବା ପାଇଁ ମୁଁ ତୁମ ଠାରେ ବିଶ୍ଵାସ କରୁଅଛି | ତୁମର ମହା ଅନୁଗ୍ରହ, କ୍ଷମା ଓ ଅନନ୍ତ ଜୀବନ ପାଇଁ ମୁଁ ତୁମକୁ ଧନ୍ୟବାଦ ଦେଉଅଛି” ଆମେନ୍ |

ଏଠାରେ ଆପଣ ଯାହା ପଢିଲେ ସେହି କାରଣରୁ ଆପଣ ଖ୍ରୀଷ୍ଟଙ୍କ ନିମନ୍ତେ ଗୋଟିଏ ନିଷ୍ପତ୍ତି ନେଲେ କି? ଦୟାକରି ନିମ୍ନରେ ଥିବା "ଆଜି ମୁଁ ଖ୍ରୀଷ୍ଟଙ୍କୁ ଗ୍ରହଣ କରିଅଛି" ବୋତାମକୁ କ୍ଲିକ୍ କରନ୍ତୁ

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ପରିତ୍ରାଣ ପାଇଁ ରୋମୀୟ ସଡ଼କ କଅଣ?
© Copyright Got Questions Ministries