settings icon
share icon
ପ୍ରଶ୍ନ

ମୋର୍ମନବାଦ ଏକ କଲ୍ଟ୍ ଅଟେକି? ମୋର୍ମନମାନେ କ'ଣ ବିଶ୍ବାସ କରନ୍ତି?

ଉତ୍ତର


ମୋର୍ମନ ଧର୍ମମତ (ମୋର୍ମନବାଦ), ଯେଉଁମାନଙ୍କର ଅନୁଗାମୀଗଣଙ୍କ ମୋର୍ମନ ଏବଂ ସମସାମୟିକ ସାଧୁବୃନ୍ଦ (Latter Day Saints (LDS)) ଭାବେ ଜଣାଶୁଣା, ତାହା ଯୋଷେଫ୍ ସ୍ମିଥ୍ (Joseph Smith) ନାମକ ଜଣେ ବ୍ୟକ୍ତିଙ୍କ ଦ୍ବାରା ଦୁଇଶହରୁ କମ୍ ବର୍ଷ ତଳେ ସ୍ଥାପିତ ହୋଇଥିଲା । ପିତା ଈଶ୍ବର ଏବଂ ଯୀଶୁଖ୍ରୀଷ୍ଟ ତାଙ୍କୁ ବ୍ୟକ୍ତିଗତ ଭାବେ ପରିଦର୍ଶନ କରିଥିବାର ଦାବୀ କରିଥିଲେ ଯେଉଁମାନେ ତାଙ୍କୁ କହିଲେ ଯେ ସମସ୍ତ ମଣ୍ଡଳୀ ଏବଂ କେତେକ ଖ୍ରୀଷ୍ଟିୟ ଧର୍ମ ବିଶ୍ବାସ ଘୃଣ୍ୟ ଅଟନ୍ତି । ଯୋଷେଫ୍ ସ୍ମିଥ୍ ତା'ପରେ ଏକ ସଦ୍ୟ ନୂତନ ଧର୍ମ ଆରମ୍ଭ କରିବାକୁ ଯାତ୍ରାରମ୍ଭ କଲେ ଯାହା "ପୃଥିବୀର ଏକମାତ୍ର ସତ୍ୟ ମଣ୍ଡଳୀ" ହୋଇଥିବାର ଦାବୀ କରେ । ମୋର୍ମନବାଦର ସମାସ୍ୟାଟି ହେଉଛି ଏହା ବାଇବଲର ବିରୋଧାଭାସ କରେ, ଏହାକୁ କିଛି ପରିମାଣରେ ପରିବର୍ତ୍ତନ କରେ, ଏବଂ ପ୍ରସାରିତ କରେ । ବାଇବଲ ଯେ ସତ୍ୟ କିମ୍ବା ଯଥେଷ୍ଟ ନୁହେଁ ତାହା ଖ୍ରୀଷ୍ଟିୟାନମାନେ ବିଶ୍ବାସ କରିବାର କୌଣସି କାରଣ ନାହିଁ । ବାସ୍ତବରେ ଈଶ୍ବରଙ୍କୁ ବିଶ୍ବାସ କରିବା ଏବଂ ତାଙ୍କଠାରେ ଭରସା ରଖିବା ହେଉଛି ତାଙ୍କ ବାକ୍ୟରେ ବିଶ୍ବାସ କରିବା, ଏବଂ ସମସ୍ତ ଶାସ୍ତ୍ର ଈଶ୍ବର ନିଶ୍ବସିତ, ଯାହାର ଅର୍ଥ ହେଉଛି ଏହା ତାହାଙ୍କଠାରୁ ଆସିଛି (୨ତିମଥି ୩:୧୬) ।

ମୋର୍ମନମାନେ ବିଶ୍ବାସ କରନ୍ତି ଯେ ସ୍ବର୍ଗୀୟ ପ୍ରଣୋଦିତ ବାକ୍ୟର ଏକମାତ୍ର ଉତ୍ସ ନୁହେଁ କିନ୍ତୁ ଏହାର ଚାରିଗୋଟି ଉତ୍ସ ଅଛି: (୧) ବାଇବଲ "ଏହା ଯେତେଦୂର ସଠିକ୍ ଭାବେ ଅନୁବାଦିତ ହୋଇଛି" । ଯେଉଁ ପଦଗୁଡିକ ତ୍ରୁଟି ଭାବରେ ଅନୁବାଦିତ ହୋଇଥିବାର ବିଚାର କରାଯାଇଛି ତାହା ସର୍ବଦା ସ୍ବଷ୍ଟ କରାଯାଇନାହିଁ । (୨) The Book of Mormon (ମୋର୍ମନ ପୁସ୍ତକ) ଯାହା ସ୍ମିଥଙ୍କ ଦ୍ବାରା ଅନୁବାଦିତ ହୋଇ ୧୮୩୦ରେ ପ୍ରକାଶିତ ହୋଇଥିଲା । ସ୍ମିଥ୍ ଦାବୀ କଲେ ଯେ, ପୃଥିବୀରେ ଏହା ହିଁ ହେଉଛି "ସବୁଠାରୁ ଅଧିକ ନିର୍ଭୁଲ୍ ପୁସ୍ତକ" ଏବଂ "ଅନ୍ୟ ପୁସ୍ତକଗୁଡିକ ଅପେକ୍ଷା" ଏହି ପୁସ୍ତକରେ ଥିବା ଉପଦେଶକୁ ପାଳନ କଲେ ଈଶ୍ବରଙ୍କର ନିକଟବର୍ତ୍ତୀ ହୋଇପାରିବ । (୩) The Doctrine and Covenants (ତତ୍ତ୍ବ ଏବଂ ନିୟମସକଳ), ଯାହା "ପୁନଃସ୍ଥାପିତ ହୋଇଥିବା ଯୀଶୁ ଖ୍ରୀଷ୍ଟଙ୍କ ମଣ୍ଡଳୀ" ବିଷୟରେ ଆଧୁନିକ ପ୍ରକାଶନଗୁଡିକର ସଂଗ୍ରହକୁ ଧାରଣ କରେ । (୪) The Pearl of the Great Price- (ମହାମୂଲ୍ୟର ମୁକ୍ତା), ଯାହାକୁ ମୋର୍ମନ ଲୋକମାନଙ୍କ ଦ୍ବାରା ବିଚାର କରାଯାଏ ଯେ, ବାଇବଲରୁ ଲୁପ୍ତ ହୋଇଥିବା ତତ୍ତ୍ବଗୁଡିକ ଏବଂ ଶିକ୍ଷାସକଳକୁ "ସ୍ବଷ୍ଟ କରିବା" ନିମନ୍ତେ ଏହି ପୁସ୍ତକ ଊଦ୍ଧିଷ୍ଟ ଅଟେ ଏବଂ ଏହା ପୃଥିବୀର ସୃଷ୍ଟି ବିଷୟରେ ନିଜର ତଥ୍ୟକୁ ଯୋଗ କରେ ।

ମୋର୍ମନ୍ ମାନେ ଈଶ୍ବରଙ୍କ ବିଷୟରେ ନିମ୍ନ ବିଷୟଗୁଡିକ ବିଶ୍ବାସ କରନ୍ତି: ସେ ସର୍ବଦା ବିଶ୍ବବ୍ରହ୍ମାଣ୍ଡର ସର୍ବଶ୍ରେଷ୍ଠ ବ୍ୟକ୍ତି ନୁହନ୍ତି, କିନ୍ତୁ ସେ ଧାର୍ମିକ ଜୀବନଯାପନ ଏବଂ ଅବିରତ ପ୍ରଚେଷ୍ଟା ମାଧ୍ୟମରେ ତାହା ପ୍ରାପ୍ତ ହୋଇଛନ୍ତି । ସେ ବିଶ୍ବାସ କରନ୍ତି ଯେ, "ମନୁଷ୍ୟର ସ୍ବର୍ଶ୍ବନୀୟ ମାଂସମୟ ଶରୀର ଏବଂ ଅସ୍ଥି" ଥିଲା ପରି ପିତା ଈଶ୍ବରଙ୍କର ମଧ୍ୟ ସେପରି ଶରୀର ଓ ଅସ୍ଥି ରହିଛି । ଆଧୁନିକ ମୋର୍ମନ୍ ନେତାମାନଙ୍କ ଦ୍ବାରା ପରିତ୍ୟକ୍ତ ହେଲେ ସୁଦ୍ଧା Brigham Young (ବ୍ରିଙ୍ଗମ୍ ୟଙ୍ଗ୍) ଶିକ୍ଷା ଦିଅନ୍ତି ଯେ ଆଦମ ପ୍ରକୃତରେ ଈଶ୍ବର ଓ ଯୀଶୁଖ୍ରୀଷ୍ଟଙ୍କ ପିତା ଥିଲେ । ଏହାର ବୈସାଦୃଶ୍ୟରେ, ଈଶ୍ବରଙ୍କ ବିଷୟରେ କ'ଣ ତାହା ଖ୍ରୀଷ୍ଟିୟାନମାନେ ଜାଣନ୍ତି; କେବଳ ଏକମାତ୍ର ସତ୍ୟ ଈଶ୍ବର ଅଛନ୍ତି (ଦ୍ବିତୀୟ ବିବରଣ ୬:୪; ଯିଶାଇୟ ୪୩:୧୦; ୪୪:୬-୮) ସେ ପୂର୍ବରୁ ସର୍ବଦା ରହିଆସିଛନ୍ତି ଏବଂ ସର୍ବଦା ରହିଥିବେ (ଦ୍ବିତୀୟ ବିବରଣ ୩୩:୨୭; ଗୀତ ୯୦:୨; ୧ତିମଥି ୧:୧୭), ଏବଂ ସେ ସୃଷ୍ଟ ବ୍ୟକ୍ତି ନୁହନ୍ତି କିନ୍ତୁ ନିଜେ ସୃଷ୍ଟିକର୍ତ୍ତା ଅଟନ୍ତି (ଆଦି ୧; ଗୀତ ୨୪:୧; ଯିଶାଇୟ ୩୭:୧୬) । ସେ ସିଦ୍ଧ ଅଟନ୍ତି ଏବଂ କୌଣସି ବ୍ୟକ୍ତି ତାଙ୍କ ସମତୁଲ ନୁହ୍ଁନ୍ତି (ଗୀତ ୮୬:୮; ଇଶାଇୟ ୪୦:୨୫) । ପିତା ଈଶ୍ବର ଜଣେ ମନୁଷ୍ୟ ନୁହଁନ୍ତି, ସେ କେବେ ମଧ୍ୟ ମନୁଷ୍ୟ ନ ଥିଲେ (ଗଣନା ୨୩:୧୯; ୧ଶାମୁୟେଲ ୧୫:୨୯; ହୋଶେୟ ୧:୯) । ସେ ଆତ୍ମା ଅଟନ୍ତି (ଯୋହନ ୪:୨୪), ଏବଂ ଆତ୍ମା ମାଂସ ଓ ଅସ୍ଥିରେ ନିର୍ମିତ ନୁହଁନ୍ତି (ଲୂକ ୨୪:୩୯) ।

ମୋର୍ମନମାନେ ବିଶ୍ବାସ କରନ୍ତି ଯେ, ମୃତ୍ୟୁପରେ ବିଭିନ୍ନ ସ୍ତରର ରାଜ୍ୟ ଅଛି: ମହାକାଶୀୟ ରାଜ୍ୟ, ସ୍ଥଳ ସଂକ୍ରାନ୍ତୀୟ ରାଜ୍ୟ, ଟେଲେଷ୍ଟିଆଲ୍ ବା ମୃତ୍ୟୁପର ଜୀବନ (telestial) ରାଜ୍ୟ, ଏବଂ ବାହାର ଅନ୍ଧକାର । ମନୁଷ୍ୟଜାତି ଯାହା ବିଶ୍ବାସ କରିବେ ଏବଂ ଏହି ଜୀବନରେ ଯାହା କରିବେ ତାହାକୁ ଧରି ସେମାନେ କେଉଁଠି କାଳକ୍ଷେପଣ କରିବେ ତାହା ନିର୍ଣ୍ଣୟ କରେ । ଏହାର ବିପରୀତ ଭାବେ ବାଇବଲ ଆମ୍ଭମାନଙ୍କୁ କୁହେ ଯେ ମୃତ୍ୟୁ ପରେ, ପ୍ରଭୁ ଓ ଉଦ୍ଧାରକର୍ତ୍ତା ଭାବେ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ବାସ ଥିଲା ନା ନାହିଁ ତହିଁର ଆଧାରରେ ଆମେ ସ୍ବର୍ଗକୁ କିମ୍ବା ନରକକୁ ଯାଉ । ବିଶ୍ବାସୀ ଭାବରେ ଆମ ଶରୀରରେ ଅନୁପସ୍ଥିତ ରହିବାର ଅର୍ଥ ହେଉଛି, ଆମେ ପ୍ରଭୁଙ୍କଠାରେ ରହିଛୁ (୨କରିନ୍ଥୀୟ ୫:୬-୮) । ଅବିଶ୍ବାସୀମାନେ ନରକକୁ ବା ମୃତମାନଙ୍କର ସ୍ଥାନକୁ ପ୍ରେରିତ ହୁଅନ୍ତି (ଲୂକ ୧୬:୨୨-୨୩) । ଯେତେବେଳେ ଯୀଶୁ ଦ୍ବିତୀୟ ଥର ନିମନ୍ତେ ଆସିବେ, ଆମେ ନୂତନ୍ ଶରୀର ଧାରଣ କରିବା (୧କରିନ୍ଥୀୟ ୧୫:୫୦-୫୪) । ବିଶ୍ବାସୀମାନଙ୍କ ନିମନ୍ତେ ନୂତନ ଆକାଶମଣ୍ଡଳ ଓ ନୂତନ ପୃଥିବୀ ହେବ (ପ୍ରକାଶିତ ୨୧:୧), ଏବଂ ଅବିଶ୍ବାସୀମାନଙ୍କୁ ଅନନ୍ତ ଅଗ୍ନିମୟ ହ୍ରଦ ମଧ୍ୟକୁ ନିକ୍ଷେପ କରାଯିବ (ପ୍ରକାଶିତ ୨୦:୧୧-୧୫) । ମୃତ୍ୟୁ ପରେ ମୁକ୍ତି ନିମନ୍ତେ ଆଉ ଦ୍ବିତୀୟ ସୁଯୋଗ ନାହିଁ (ଏବ୍ରୀ ୯:୨୭-୨୮) ।

ମୋର୍ମନ୍ ନେତାଗଣ ଶିକ୍ଷା ଦେଇଅଛନ୍ତି ଯେ, ଯୀଶୁଙ୍କ ଅବତାର ପିତା ଈଶ୍ବର ଓ ମରିୟମଙ୍କ ମଧ୍ୟରେ ହୋଇଥିବା ଶରିରୀକ ମିଳନର ଫଳ ଅଟେ । ମୋର୍ମନମାନେ ବିଶ୍ବାସ କରନ୍ତି ଯେ ଯୀଶୁ ଈଶ୍ବର ଅଟନ୍ତି, କିନ୍ତୁ ସେମାନେ କୁହନ୍ତି ଯେ ଯେକୌଣସି ମନୁଷ୍ୟ ମଧ୍ୟ ଈଶ୍ବର ହୋଇପାରିବେ । ମୋର୍ମନବାଦ ଶିକ୍ଷା ଦିଏ ଯେ ବିଶ୍ବାସ ଏବଂ ଉତ୍ତମ କାର୍ଯ୍ୟର ସମ୍ମିଶ୍ରଣରୁ ପରିତ୍ରାଣ ମିଳିପାରିବ । ଏହାର ବିପରୀତରେ, ଐତିହାସିକ ଭାବେ ଖ୍ରୀଷ୍ଟିୟ ମତବାଦ ଶିକ୍ଷା ଦିଏ ଯେ, କୌଣସି ବ୍ୟକ୍ତି ଈଶ୍ବରଙ୍କ ସ୍ଥାନ ନେଇପାରିବେ ନାହିଁ - କେବଳ ସେ ହିଁ ପବିତ୍ର ଅଟନ୍ତି (୧ଶାମୁୟେଲ ୨:୨) । ଆମେ ତାଙ୍କ ଠାରେ ବିଶ୍ବାସ କରିବା ଦ୍ବାରା ହିଁ ଈଶ୍ବରଙ୍କ ଦୃଷ୍ଟିରେ ପବିତ୍ର ହୋଇପାରିବା (୧କରିନ୍ଥୀୟ ୧:୨) । ଯୀଶୁ ଈଶ୍ବରଙ୍କର ଏକମାତ୍ର ପୁତ୍ର ଅଟନ୍ତି (ଯୋହନ ୩:୧୬), ସେ ଏକମାତ୍ର ବ୍ୟକ୍ତି ଅଟନ୍ତି ଯିଏ ପାପଶୂନ୍ୟ ଏବଂ ଦୋଷଶୂନ୍ୟ ଜୀବନଯାପନ କରିଥିଲେ, ଏବଂ ବର୍ତ୍ତମାନ ସ୍ବର୍ଗରେ ଗୌରବର ସର୍ବୋଚ୍ଚ ସ୍ଥାନରେ ଅବସ୍ଥାନ କରୁଅଛନ୍ତି (ଏବ୍ରୀ ୭:୨୬) । ମୌଳିକ ଭାବରେ ଯୀଶୁ ଏବଂ ଈଶ୍ବର ଏକ ଅଟନ୍ତି, ଯୀଶୁ ଏକମାତ୍ର ବ୍ୟକ୍ତି ଅଟନ୍ତି ଯେ ଶାରିରୀକ ଜନ୍ମ ପୂର୍ବର ବହୁ ପୂର୍ବରୁ ଅଛନ୍ତି (ଯୋହନ ୧:୧-୮; ୮:୫୬) । ଯୀଶୁ ନିଜକୁ ଏକ ବଳିଦାନ ଭାବରେ ଦେଲେ, ଈଶ୍ବର ତାଙ୍କୁ ମୃତମାନଙ୍କ ମଧ୍ୟରୁ ଉତ୍ଥିତ କଲେ, ଏବଂ ଦିନେ ସମସ୍ତେ ସ୍ବୀକାର କରିବେ ଯେ ଯୀଶୁ ଖ୍ରୀଷ୍ଟ ପ୍ରଭୁ ଅଟନ୍ତି (ଫିଲିପ୍ପୀୟ ୨:୬-୧୧) । ଯୀଶୁ ଆମ୍ଭମାନଙ୍କୁ କୁହନ୍ତି ଆମ୍ଭମାନଙ୍କ ନିଜ କାର୍ଯ୍ୟ ଦ୍ବାରା ସ୍ବର୍ଗରେ ପହଞ୍ଚିବା ଅସମ୍ଭବ ଏବଂ କେବଳ ତାଙ୍କଠାରେ ବିଶ୍ବାସ କରିବା ଦ୍ବାରା ଏହା ସମ୍ଭବ ଅଟେ (ମାଥିଉ ୧୯:୨୬) । ଆମେ ସମସ୍ତେ ଆମ ପାପ ଯୋଗୁଁ ଅନନ୍ତ ଦଣ୍ଡର ଯୋଗ୍ୟ ଅଟୁ, କିନ୍ତୁ ଈଶ୍ବରଙ୍କ ଅସୀମ ପ୍ରେମ ଏବଂ ଅନୁଗ୍ରହ ଆମ୍ଭମାନଙ୍କୁ ଏହି ଦଣ୍ଡରୁ ଖସିଯିବା ନିମନ୍ତେ ଅନୁମତି ଦେଇଛନ୍ତି । "କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ବରଙ୍କ ଅନୁଗ୍ରହଦାନ ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟ ଯୀଶୁଙ୍କ ସହଭାଗୀତାରେ ଅନନ୍ତ ଜୀବନ ଅଟେ ।" (ରୋମୀୟ ୬:୨୩)

ସ୍ବଷ୍ଟ ଭାବେ, ପରିତ୍ରାଣ ପାଇବା ନିମନ୍ତେ କେବଳ ଏକମାତ୍ର ପଥ ଅଛି ଏବଂ ତାହା ହେଉଛି ଈଶ୍ବର ଏବଂ ତାଙ୍କ ପୁତ୍ର ଯୀଶୁଙ୍କୁ ଜାଣିବା (ଯୋହନ ୧୭:୩) । ଏହା କାର୍ଯ୍ୟ ଦ୍ବାରା କରାଯାଏନାହିଁ କିନ୍ତୁ ବିଶ୍ବାସ ଦ୍ବାରା କରାଯାଏ (ରୋମୀୟ ୧:୧୭; ୩:୨୮) । ଆମେ କିଏ ଅଟୁ କିମ୍ବା ଆମେ କ'ଣ କରିଛୁ ସେଥିରେ କିଛି ଯାଇଆସେନାହିଁ ଓ ଆମେ ଏହି ଦାନ ପ୍ରାପ୍ତ ହୋଇପାରିବା (ରୋମୀୟ ୩:୨୨) । "ତାହାଙ୍କ ଛଡା ଆଉ କାହାଠାରେ ପରିତ୍ରାଣ ନାହିଁ; କାରଣ ଯାହା ଦ୍ବାରା ଆମ୍ଭମାନଙ୍କୁ ପରିତ୍ରାଣ ପାଇବାକୁ ହେବ, ଆକାଶ ତଳେ ମନୁଷ୍ୟମାନଙ୍କ ମଧ୍ୟରେ ଆଉ କୌଣସି ନାମ ଦିଆଯାଇନାହିଁ ।" (ପ୍ରେରିତ ୪:୧୨)

ଯଦିଓ ମୋର୍ମନମାନେ ବନ୍ଧୁଭାବାପନ୍ନ, ପ୍ରେମୀ, ଏବଂ ଦୟାଳୁ ବ୍ୟକ୍ତିମାନେ ଅଟନ୍ତି, ସେମାନେ ଏକ ଭ୍ରାନ୍ତ ଧର୍ମମତ ଦ୍ବାରା ପ୍ରତାରିତ ହୋଇଛନ୍ତି ଯାହା ଈଶ୍ବର, ଯୀଶୁଖ୍ରୀଷ୍ଟଙ୍କ ବ୍ୟକ୍ତିତ୍ବ ଏବଂ ପରିତ୍ରାଣର ମାଧ୍ୟମର ପ୍ରକୃତିକୁ ବିକୃତ କରିଛି ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ମୋର୍ମନବାଦ ଏକ କଲ୍ଟ୍ ଅଟେକି? ମୋର୍ମନମାନେ କ'ଣ ବିଶ୍ବାସ କରନ୍ତି?
© Copyright Got Questions Ministries